A última palavra vem do Senhor
A última palavra pertence ao Senhor. Os planos do homem estão sujeitos à soberania de Deus. Ele rege toda a história e nenhum de seus propósitos pode ser frustrado.
ନିଜେ ବାବ୍ବାଟା ଲକର୍ ମନ୍ ବିତ୍ରର୍ଟା; ମାତର୍ ଜିବ୍ ଉତର୍ ଦେବାଟା ସବୁବେଲର୍ ମାପ୍ରୁର୍ ଟାନେ ଅନି ଅଇସି ।
ସବୁବେଲର୍ ମାପ୍ରୁ ସର୍ତେ ବିସଇକେ ତେଇର୍ ନିଜର୍ ଉଦେସ୍ ସାଦନ୍ କର୍ବାକେ କଇଆଚେ; ଦୁସ୍ଟକେ ଡଣ୍ଡ୍ ଦେବାକେ ସଙ୍ଗଇଆଚେ ।
ମର୍ ଟଣ୍ଡେଅନି ବାରଇବା ବାକିଅ ସେନ୍ତାର୍ ଅଇସି; ସେଟା ମିଚ୍ ନ ଅଇତେ ଆମର୍ ଲଗେ ବାଉଡି ନ ଆସେ, ମାତର୍ ଆମେ ଜାଇଟା ଇଚାକର୍ବୁ, ସେଟା ସିଦ୍ କର୍ସି ଆରି ଜନ୍ କାମର୍ ପାଇଁ ଆମେ ପାଟାଇବୁ, ସେଟା ସପଲ୍ ଅଇସି ।
କାଇଟା ତିଆର୍ ନ ଅଇତେ ସେ ରଇଲା, ଆରି ତାର୍ଟାନେ ସବୁ ବିସଇ ମିସିକରି ଚାଲ୍ତେରଇସି ।
ସରଗ୍ ଆରି ମଚ୍ପୁର୍ କୁରୁପ୍ନାସ୍ ଅଇଜାଇସି, ମାତର୍ ମର୍ ସବୁ ବାକିଅ କେବେ ମିଚ୍ ନ ଅଏ ।
ମାତର୍ କାଲିକେ କାଇଟା ଗଟ୍ସି, ସେଟା ତମେତା ନାଜାନାସ୍ ! ତମର୍ ଜିବନ୍ ଦୁଉଁରି ସମାନ୍, ଜନ୍ଟାକି ଚନେକର୍ ପାଇ ଡିସ୍ସି ଆରି ମାୟା ଅଇଜାଇସି । ତାର୍ ବାଦୁଲେ ତମେ ମାପ୍ରୁ ମନ୍ କଲେ ଆମେ ଜିଇକରି ଏନ୍ତାରି ନଇଲେ ସେନ୍ତାରି କରୁ ବଲି କଇବାର୍ ଆଚେ ।