Anjos
Os anjos são seres celestiais criados por Deus para servir, adorar e executar seus propósitos. A Bíblia revela anjos mensageiros, guerreiros e protetores ao longo de toda a história redentora.
ସେ ଏନ୍ତି ଉପାଇ ପାଁଚ୍ଲା ବେଲେ, ଜସେପ୍କେ ଗଟେକ୍ ପର୍ମେସରର୍ ଦୁତ୍ ସପ୍ନେ ଦେକାଇ ଅଇ କଇଲା, ଏ ଦାଉଦର୍ ନାତିର୍ ତିତି ଜସେପ୍, ଡର୍ନାଇ । ମରିୟମ୍କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍ ଆତ୍ମାଇ ଅନି ସେ ଗାଗ୍ଡେ ଅଇଲାଆଚେ ।
ସରଗର୍ ଦୁତ୍ ମାଇଜିମନ୍କେ କଇଲା, "ଡରା ନାଇ । ମୁଇ ଜାନି, ତମେ କୁର୍ସେ ମରିରଇବା ଜିସୁକେ ଦେକ୍ବାର୍ ଆସିଆଚାସ୍ । ସେ ଇତି ନାଇ । ସେ କଇଲା ଇସାବେ ଆରି ତରେକ୍ ଉଟି ଆଚେ । ଆସି ଦେକା, ଇତି ତାର୍ ମଲା ଗାଗଡ୍ ସଙ୍ଗଇରଇଲାଇ ।"
ତୁଇ କାଇ ନାଜାନୁସ୍ କି ? ମୁଇ ମର୍ ବାବାକେ ସାଇଜ ମାଙ୍ଗ୍ଲେ, ସେ ମର୍ପାଇ ଦାପ୍ରେସେ, ବାର୍ଟା ଦଲେଅନି ଅଦିକ୍ ସରଗର୍ ଦୁତ୍ମନ୍କେ ପାଟାଇପାରେ ।
ଦୁତ୍ ତାକେ କଇଲା, "ମରିୟମ ଡର୍ ନାଇ, ତୁଇ ମାପ୍ରୁର୍ ଦୟା ପାଇଆଚୁସ୍ । ଦେକ୍ ତୁଇ ଗାଗ୍ଡେ ଅଇ ପିଲା ଗଟେକ୍ ଜନମ୍ କର୍ସୁ ଆରି ତାର୍ ନାଉଁ ଜିସୁ ଦେଇସା ।
ତେଇ ଦୁତ୍ ସେମନ୍କେ କଇଲା, "ଡରାନାଇ ! ଦେକା ମୁଇ ସବୁଲକର୍ପାଇ ଗଟେକ୍ ବେସି ସାର୍ଦାର୍ କବର୍ ତମ୍କେ ଜାନାଇଲିନି, ଜନ୍ଟାକି ସବୁଲକର୍ପାଇ ସାର୍ଦାର୍ ବିସଇ ଅଇସି ।
"ସର୍ଗେ ରଇବା ପର୍ମେସରର୍ ଜୟ ଜୟ କରୁ,
ଆରି ଦର୍ତନିଟାନେ ରଇବା ଜନ୍ ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ ସେମନ୍କେ ସାନ୍ତି ମିଲ ।"
ମୁଇ ତମ୍କେ କଇଲିନି, ସେନ୍ତିସେ ଗଟେକ୍ ପାପି ଲକ୍ ମାପ୍ରୁର୍ତେଇ ମନ୍ବାଦ୍ଲାଇସି ବଇଲେ, ପର୍ମେସରର୍ ଦୁତ୍ମନ୍ ବେସି ସାର୍ଦା କର୍ବାଇ ।"
ସେ ସର୍ଗେ ଗାଲାପଚେ ମିସା ସେମନ୍ ଆଁକି ମରାଇକରି ଉପ୍ରେ ସେ ଦେକ୍ତେ ରଇଲାଇ । ସେଡ୍କିବେଲେ ଏଦେ ଦେକା ! ଦବ୍ ପଚିଆ ପିନ୍ଦ୍ଲା ଦୁଇ ଲକ୍, ସେମନର୍ ମୁଆଟେ ଆସି ଟିଆଅଇଲାଇ । ଆରି କଇଲାଇ "ଏ ଗାଲିଲିର୍ ଲକ୍ମନ୍, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍ଲାସ୍ନି ? ଏ ଜିସୁକେ ପର୍ମେସର୍ ତମର୍ଟାନେଅନି ସର୍ଗେ ନେଲା ଆଚେ । ସେ ସର୍ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍ତନିତେଇ ଆଇବାଟା ଦେକ୍ସା ।"
କିରିସ୍ଟଟାନେ ମିସିବିଡି ରଇବା ବିସ୍ବାସି ବାଇବଇନି ପାରା ଆଲାଦ୍ କରାକରି ଅଇ ରୁଆ । ନ ଚିନ୍ଲା ଲକ୍ମନ୍କେ ମିସା ତମର୍ ଗର୍ମନ୍କେ ଡାକିନିଆ । କାଇକେବଇଲେ କେତେଲକ୍ ନାଜାନିକରି ସେନ୍ତାରି ଦୁତ୍ମନ୍କେ ଡାକିନେଲାଇ ।
ଜଦି ମୁଇ ଲକ୍ମନର୍ ବାସାଇ କି ସରଗର୍ ଦୁତ୍ମନର୍ ବାସାଇ କାତା ଅଇବି । ମର୍ ବାଇମନ୍କେ ମୁଇ ଆଲାଦ୍ ନ କରି ବଇଲେ, ମର୍ କାତା ଚୁଚାଇସେ, ଜେନ୍ତିକି ଗଟେକ୍ ସବଦ୍ ଅଇକରି ବାଜ୍ବା ଗଁଟା ପାରା ।
ଆମର୍ ବିସ୍ବାସ୍ଟାନେ କେ ନାଜାନ୍ଲା ପାରା ବିସଇ ଲୁଚିକରି ଆଚେ । ସେନ୍ତାରି ନଏଁ ବଲି କେ କଇନାପାରତ୍ ।
" ଜିସୁକିରିସ୍ଟ ନର୍ ରୁପ୍ ଦାରି ଆଇଲା ।
ସେ ନିଜେ ପର୍ମେସରର୍ ପଅ ବଲି ସୁକଲ୍ ଆତ୍ମା କାତାଦେଲା ଆଚେ ।
ଦୁତ୍ମନ୍ ତାକେ ଦେକ୍ଲାଇ ।
ତାର୍ ବିସଇର୍ ସତ୍ କବର୍ ଗୁଲାଇ ରାଇଜେ ଜାନାଇଲାଇ ।
ସବୁ ଜାଗାର୍ କେତେକ୍ କେତକ୍ ଲକ୍ମନ୍ ତାକେ ବିସ୍ବାସ୍ କଲାଇ ।
ପର୍ମେସର୍ ତାକେ ସର୍ଗେ ନେଲା ।"
କାଇକେବଇଲେ ମାପ୍ରୁ ନିଜେ ଆଦେସ୍ ଦେଇ, ମୁକିଆ ଦୁତର୍ ସର୍ ଆରି ପର୍ମେସରର୍ ବାଜାମଇରି ସଙ୍ଗ୍ ସର୍ଗେ ଅନି ଉତର୍ସି । ଜିସୁକିରିସ୍ଟକେ ବିସ୍ବାସ୍କରି ଜନ୍ଲକ୍ମନ୍ ମରିଆଚତ୍ ସେମନ୍ ତେଇ ପର୍ତମେ ଉଟ୍ବାଇ । ତାର୍ପଚେ ଆମେ ଜେତ୍କି ଲକ୍ ଜିବନ୍ ରଇବୁ, ସେବେଲେ ମେଗ୍ମାଲାଇଅନି ସେମନର୍ସଙ୍ଗ୍ ଉତ୍ରିକରି ସବୁବେଲେ ମାପ୍ରୁର୍ ସଙ୍ଗ୍ ସରଗ୍ପୁରେ ରଇବୁ ।
ଜେ ଜିତ୍ସି ସେ ଏ ରକାମ୍ ସୁକଲ୍ ବସ୍ତର୍ ପିନ୍ଦ୍ସି । ଆରି ମୁଇ ଜିବନ୍ ବଇଲଗେଅନି ଜେନ୍ତିଆଲେ ମିସା ତମର୍ ନାଉଁ ନ ଲିବାଇ । ମର୍ ବାବା ଆରି ତାର୍ ଦୁତ୍ମନର୍ ମୁଆଟେ ତମର୍ ନାଉଁ ମର୍ ଲକ୍ମନ୍ ବଲି ସର୍ପି ଦେବି ।
ମୁଇ ସତଇସେ ଜାନ୍ଲିନି ଜେ, ପର୍ମେସର୍ ଜନ୍ ବଡ୍ ଆଲାଦ୍ ଆମ୍କେ ଦେକାଇଲାଆଚେ, ସେ ଆଲାଦେଅନି କାଇଟା ମିସା ଆମ୍କେ ବେଗ୍ଲାଇ ନାପାରେ । ଆମେ ମରିଗାଲେ କି ଜିବନ୍ ରଇଲେ, ସରଗର୍ ଦୁତ୍ ଅଅତ୍ କି ସାସନ୍କାରିଆମନ୍, କି କାଇ ବିନ୍ ବପୁ, କି ଏବେ ଜନ୍ଟା ଅଇଲାନି, ପଚ୍କେ ଜନ୍ଟା ଅଇସି, ଉପ୍ରର୍ ଦୁନିଆ କି ତଲର୍ ଦୁନିଆ, ଏ ଜଗତେ ତିଆର୍ ଅଇରଇବା କାଇ ବିସଇ ମିସା ପର୍ମେସରର୍ ବଡ୍ ଆଲାଦେ ଅନି ଆମ୍କେ ବେଗ୍ଲାଇ ନାପାରେ । ଆମର୍ ମାପ୍ରୁ ଜିସୁକିରିସ୍ଟକେ ଦେଲା ପରମେସରର୍ ସେ ବଡ୍ ଆଲାଦେ ଅନି, ଏ ସବୁ ବିସଇ ଆମ୍କେ ଦେକାଇଲା ଆଚେ । ଏଟା ମୁଇ ଜାନିଆଚି ।