Ano novo
O Ano Novo é oportunidade de renovação e consagração. A Bíblia convida a esquecer o que ficou para trás e avançar em fé, confiança e esperança em Deus.
ନାଇ, ମର୍ ବାଇବଇନିମନ୍, ଏ ସବୁଜାକ କରିସାରାଇଆଚି ବଲି ମୁଇ କଇନାଇ । ମାତର୍ ଅଦିକ୍ ଗଟେକ୍ ମୁକିଅ ରଇବା ବିସଇ ମୁଇ କଲିନି, । ଜେତ୍କି ସବୁ ବିସଇ ଅଇସାର୍ଲା ଆଚେ, ସେଟା ସବୁ ପାସ୍ରି ଚାଡିଦେଇକରି କିରିସ୍ଟ ଜନ୍ ରକାମ୍ ମକେ ଅଇବାର୍ଆଚେ ବଲି ମନ୍ କଲାନି, ସେନ୍ତାରି ଅଇବାକେ ମୁଇ ଚେସ୍ଟା କଲିନି । ମର୍ ସାରାସାରି ଜାଗାଇ କେଟ୍ବା ଜାକ ଆଗ୍ତୁ ଆଗ୍ତୁ ଗାଲିନି । ଜେନ୍ତିକି ମୁଇ ସର୍ଗେ ପୁରୁସ୍କାର୍ ପାଇବି । ଜିସୁକିରିସ୍ଟ ମର୍ପାଇ ଜେତ୍କି ବିସଇ କଲାଆଚେ, ସେଟାର୍ପାଇଁ ସେ ପୁରୁସ୍କାର୍ ମୁଇ ସର୍ଗେ ପାଇବି ।
ଏ ସବୁ ବିସଇ ମୁଇ କରିସାରାଇ ଆଚି ବଲି କଇନାଇ । ପର୍ମେସର୍ ମକେ ସିଦ୍ କରି ସାରାଇଆଚେ ବଲି ମିସା ମୁଇ କଇନାଇ । ମାତର୍, କିରିସ୍ଟର୍ ପାରା ଅଇବାକେ ମୁଇ ବେସି ଚେସ୍ଟା କଲିନି । ସେଟାର୍ପାଇଁ କିରିସ୍ଟ ମକେ ବାଚ୍ଲା ଆଚେ । ନାଇ, ମର୍ ବାଇବଇନିମନ୍, ଏ ସବୁଜାକ କରିସାରାଇଆଚି ବଲି ମୁଇ କଇନାଇ । ମାତର୍ ଅଦିକ୍ ଗଟେକ୍ ମୁକିଅ ରଇବା ବିସଇ ମୁଇ କଲିନି, । ଜେତ୍କି ସବୁ ବିସଇ ଅଇସାର୍ଲା ଆଚେ, ସେଟା ସବୁ ପାସ୍ରି ଚାଡିଦେଇକରି କିରିସ୍ଟ ଜନ୍ ରକାମ୍ ମକେ ଅଇବାର୍ଆଚେ ବଲି ମନ୍ କଲାନି, ସେନ୍ତାରି ଅଇବାକେ ମୁଇ ଚେସ୍ଟା କଲିନି । ମର୍ ସାରାସାରି ଜାଗାଇ କେଟ୍ବା ଜାକ ଆଗ୍ତୁ ଆଗ୍ତୁ ଗାଲିନି । ଜେନ୍ତିକି ମୁଇ ସର୍ଗେ ପୁରୁସ୍କାର୍ ପାଇବି । ଜିସୁକିରିସ୍ଟ ମର୍ପାଇ ଜେତ୍କି ବିସଇ କଲାଆଚେ, ସେଟାର୍ପାଇଁ ସେ ପୁରୁସ୍କାର୍ ମୁଇ ସର୍ଗେ ପାଇବି ।
ସେନ୍ତାର୍ଆଲେ ଆସା, ଆମେ ଜେତ୍କି ଲକ୍ ସୁକଲ୍ ଅଇଆଚୁ, ଏ ରକାମ୍ ବିସଇ ସମାନ୍ ଇସାବେ ଚିନ୍ତା କର୍ତେରଉଁ । ଆରି ଜଦି ଏ ସବୁ ବିସଇର୍ପାଇ ତମେ ମର୍ ସଙ୍ଗ୍ ରାଜି ଉଆସ୍ନାଇ, ଟିକ୍ ସଙ୍ଗ୍ ଚିନ୍ତା କର୍ବାକେ ପର୍ମେସର୍ ତମ୍କେ ସାଇଜ କର୍ସି ।
ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଜବର୍ ଅଇତେ ଦୟା କଲାର୍ପାଇ ଆମ୍କେ ନୁଆ ଜିବନ୍ ଦେଲା ଆଚେ । ଜିସୁକିରିସ୍ଟକେ ମଲାଟାନେଅନି ଉଟାଇକରି ଏନ୍ତାରି କରିଆଚେ । ଆମେ ମଲେ ମିସା ଆମ୍କେ ଉଟାଇସି ବଲିକରି ପୁରାପୁରୁନ୍ ଆସାଆଚେ ।
ମାତର୍ ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁକେ ଜାଗି ରଇବାଇ, ସେମନ୍ ନୁଆଁ ନୁଆଁ ବପୁ ପାଇବାଇ; ସେମନ୍ ଚଚନ୍ ଚଡଇ ପାରା ଉପ୍ରେ ଉଡ୍ତେ ଜିବାଇ; ସେମନ୍ ନ ତାକ୍ତେ ପାଲାଇବାଇ; ସେମନ୍ ନ ତାକ୍ତେ ଇଣ୍ଡ୍ବାଇ ।
ଏ ସବୁ ବିସଇ କରି ତମର୍ ବିତ୍ରେ ଆଲାଦ୍ କରାକରି ଉଆ । ସେନ୍ତାର୍ଆଲେ ତମେ ଗଟେକ୍ମନ୍ ଅଇକରି ରଇବାଟା ସିଦ୍ ଅଇସି । ତମେ ସବୁଲକ୍ ଗଟେକ୍ ଗାଗ୍ଡେ ରଇବା ବିନ୍ ବିନ୍ଟା ଅଇଲାର୍ ପାଇ, କର୍ବା ସବୁ କାମେ କିରିସ୍ଟ ତମ୍କେ ବାଟ୍ ଦେକାଅ । ସେ ତମ୍କେ ସାନ୍ତି ଦେଲା ଆଚେ । ତମେ ସାନ୍ତି ସଙ୍ଗ୍ ରଇବାକେ ସେ ତମ୍କେ ବାଚ୍ଲାଆଚେ । ଆରି ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
ସେ ସବୁଜାକ ବିସଇକେ ତାର୍ ସମଏଁ ବଲ୍କାମ୍ କରି ଦେକାଇଲା ଆଚେ; ଏଲେମିସା ସେ ସେମନର୍ ମନ୍ବିତ୍ରେ ଆରାମ୍ ଆରି ସାରାସାରି କଲା ଆଚେ; ଅଇଲେମିସା ପର୍ମେସର୍ ଆରାମେ ଅନି ସାରାସାରିଜାକ ଜନ୍ କାମ୍ କଲା ଆଚେ ନର୍ଜାତି ତେଇର୍ ବିସଇକେ ମିଲାଇ ନାପାରେ ।
ଆମର୍ ବାବାମନ୍ ସେମନ୍ ଟକ୍ ବଲି ବାବ୍ବା ଇସାବେ, ଚନେକର୍ପାଇ ରଇବା ଏ ଜିବନେ ଆମ୍କେ ଡଣ୍ଡ୍ ଦେଇରଇଲାଇ । ମାତର୍ ଜେଡେବେଲେ ପର୍ମେସର୍ ଆମ୍କେ ଡଣ୍ଡ୍ ଦେଇସି, ଆମର୍ ନିକପାଇ ଦେଇସି । ଜେନ୍ତାରିକି ଆମେମିସା ତାର୍ପାରା ସୁକଲ୍ ଅଇବୁ । ଜେଡେବେଲେ ଡଣ୍ଡ୍ ପାଇବୁ, ଆମେ ସାର୍ଦା ନ ଅଉଁ, ମାତର୍ ଦୁକ୍ ଅଇବୁ । ସେଟା ସତ୍, ମାତର୍ ସେ ଡଣ୍ଡ୍ ପାଇଲାତେଇଅନି କାଇକାଇଟା ସିକ୍ଲା ପଚେ, ସେଟା ନିକ ବଲି ବାବ୍ବୁ । କାଇକେବଇଲେ ସେଟା ଆମ୍କେ ସାନ୍ତିସଙ୍ଗ୍ ରଇବା ମନ୍ ଆରି ଗଟେକ୍ ଦରମ୍ ଚଲାଚଲ୍ତି କର୍ବାକେ ସାଇଜ କର୍ସି ।
ତେବେ ମର୍ କାତା ସୁନା । ତମର୍ ବିତ୍ରେ ଜନ୍ ଲକ୍ମନ୍ ଏନ୍ତାରି କାତା ଅଇତେରଇସା, ଆଜି ନଇଲେ କାଲିକେ ଆମେ ଏ ନଅରେ କି ସେ ନଅରେ ଜିବୁ, ତେଇ ବର୍ସେକ୍ ରଇବୁ ଆରି ବେବାର୍ କରି ଡାବୁ ଅରଜ୍ବୁ । ମାତର୍ କାଲିକେ କାଇଟା ଗଟ୍ସି, ସେଟା ତମେତା ନାଜାନାସ୍ ! ତମର୍ ଜିବନ୍ ଦୁଉଁରି ସମାନ୍, ଜନ୍ଟାକି ଚନେକର୍ ପାଇ ଡିସ୍ସି ଆରି ମାୟା ଅଇଜାଇସି । ତାର୍ ବାଦୁଲେ ତମେ ମାପ୍ରୁ ମନ୍ କଲେ ଆମେ ଜିଇକରି ଏନ୍ତାରି ନଇଲେ ସେନ୍ତାରି କରୁ ବଲି କଇବାର୍ ଆଚେ । ମାତର୍ ତମେ ସେନ୍ତାରି କରାସ୍ ନାଇ । ଆଁକ୍ରିଆମନ୍ ଆରି ବଡ୍ପନ୍ କାତା କଉଁମନ୍ । ଏନ୍ତାରି ବଡ୍ପନ୍ କାତା କଇବାଟା ବୁଲ୍ଆଚେ । ବେବାରି ଆରି ଗେନ୍ବା ଲକର୍ ଆତେ ଦିନ୍ସୁପତର୍ ରଇବାଟା
ଏତାଇ ରୁଆ । ଜେ ଜଦି ଏଟା ନିକ କାମ୍ ବଲି ଜାନେ, ମାତର୍ ସେଟା ନ କରେ ବଇଲେ, ପର୍ମେସର୍ ଦେକ୍ବା ଇସାବେ ସେ ଦସ୍ କଲାଆଚେ ।