Comunhão com Deus
A comunhão com Deus é o propósito supremo da existência humana. Fomos criados para viver em intimidade com o Criador — e em Cristo, esse acesso é plenamente restaurado.
Em comunhão com Deus
Deus é fiel, pelo qual fostes chamados à comunhão de seu Filho. A comunhão com Deus é dom da graça e fruto da redenção.
ଜନ୍ ପର୍ମେସରର୍ ଲାଗି ତମେ ତାର୍ ପଅ ଜିସୁ କିରିସ୍ଟ, ଆମର୍ ମାପ୍ରୁର୍ସଙ୍ଗ୍ ମିସିବିଡି ରଇବାକେ ବାଚିଅଇ ଆଚାସ୍, ସେ ସେନ୍ତି କର୍ସି ଆକା ବଲି ଡାଟ୍ ସଙ୍ଗ୍ ବିସ୍ବାସ୍ କଲାସ୍ନି ।
ତମେ ନିକ ସଙ୍ଗ୍ ଜାନିଆଚାସ୍, ତମେ ଅଇଲାସ୍ନି ପର୍ମେସରର୍ ମନ୍ଦିର୍ । ଆରି ତାର୍ ଆତ୍ମା ତମର୍ ଗାଗଡ୍ ବିତ୍ରେ ବାସାଅଇଆଚେ ।
ଜେନ୍ତିକି ବିନ୍ ବିନ୍ ବାଗ୍ ମିସିକରି ରଇଲେ ମିସା ଗାଗଡ୍ ଗଟେକ୍ସେ, ସେନ୍ତାରିସେ କିରିସ୍ଟ ଗଟେକ୍ ଗାଗଡ୍ ପାରା । ଜନ୍ତେଇ କି ବିନ୍ ବାଗ୍ ମିସିଆଚତ୍ ।
ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା, ପର୍ମେସରର୍ ଆଲାଦ୍ ଆରି ସୁକଲ୍ ଆତ୍ମାର୍ ମିସିକରି ରଇବାଟା, ତମର୍ ସବୁ ଲକର୍ ସଙ୍ଗ୍ ରଅ । ଜୁଆର୍ ।
ପର୍ମେସରର୍ ମନ୍ଦିରେ ପୁତ୍ଲା ପୁଜା କର୍ବାର୍ ନ ଅଏ । ଆମେ ପର୍ମେସରର୍ ମନ୍ଦିର୍ ପାରା । କାଇକେବଇଲେ ଜିବନ୍ ରଇବା ପର୍ମେସର୍ ଆମର୍ ବିତ୍ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ
" ଜନ୍ ଲକ୍ମନ୍ ମର୍ ଲକ୍,
ମୁଇ ସେମନର୍ ସଙ୍ଗ୍ ରଇବି ।
ତାକର୍ ବିତ୍ରେ ଚାଲାବୁଲା କର୍ବି । ମୁଇ ସେମନର୍ ପର୍ମେସର୍ ଅଇବି ।
ଆରି ସେମନ୍ ମର୍ ଲକ୍ ଅଇବାଇ ।"
ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ । ଏଟା ସବୁ ପର୍ମେସର୍ କଲାଆଚେ । ସେ କିରିସ୍ଟକେ ଦେଇ ଆମ୍କେ ସତ୍ରୁ ରଇବା ତେଇଅନି ମଇତର୍ କରିଆଚେ । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ । ତେବେ ଆମେ ଏ ବିସଇ ଜାନାଇଦେଲୁନି, ଜେ କିରିସ୍ଟର୍ ଲାଗି ପର୍ମେସର୍ ସବୁ ମୁନୁସ୍ ଜାତିକେ ତାର୍ ନିଜର୍ ମଇତର୍ କରିପାର୍ସି । ଆରି ସେ ତାକର୍ ସବୁ ପାପ୍ କେମା କରିଦେଇସି । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ ।
Presença divina
Eis que estou à porta e bato. O Senhor fez sua morada entre nós — e toda a criação é convidada à comunhão eterna.
ଦେକା, ମୁଇ କାପାଟେ ଟିଆଅଇ ମାର୍ଲିନି । ଜେ ଜଦି ମର୍ ମାର୍ବା ସବଦ୍ ସୁନି କାପାଟ୍ ଉଗାଡ୍ଲେ ମୁଇ ବିତ୍ରେ ପୁର୍ବି ଆରି ସେମନର୍ ସଙ୍ଗ୍ କାଇବି ।
ବସ୍ବା ଜାଗାଇଅନି ଗଟେକ୍ ବଡ୍ ସବଦ୍ କାତାଅଇବାଟା ମୁଇ ସୁନ୍ଲି "ସାରାସାରି ବେଲେ ପର୍ମେସର୍ ମୁନୁସ୍ଜାତି ସଙ୍ଗ୍ ବାସା ଅଇବାକେ ଆଇଲାଆଚେ । ସେ ତାକର୍ ସଙ୍ଗ୍ ବାସା ଅଇସି । ଆରି ସେମନ୍ ତାର୍ ଲକ୍ ଅଇବାଇ । ପର୍ମେସର୍ ନିଜେ ତାକର୍ ସଙ୍ଗ୍ ରଇସି । ଆରି ସେ ତାକର୍ ପର୍ମେସର୍ ଅଇସି ।"
ମୁଇ ଇସ୍ରାଏଲର୍ ଲକର୍ ସଙ୍ଗେ ବାସା କର୍ବି ଆରି ତାକର୍ ପର୍ମେସର୍ ଅଇବି ।
କାଇକେ ବଇଲେ ଜନ୍ତି ଦୁଇ କି ତିନ୍ ଲକ୍ ରୁଣ୍ଡିକରି ମର୍ ନାଉଁ ଦାର୍ବାଇ, ତେଇ ମୁଇ ଆଚି ।"
"ମୁଇ ଅବ୍କା ଏ ସିସ୍ମନର୍ ଲାଗିସେ ପାର୍ତନା କରିନାଇ, ମାତର୍ ଏ ଲକ୍ମନ୍ ଜାନାଇବା କାତାଇଅନି ଜନ୍ ଲକ୍ମନ୍ ମକେ ବିସ୍ବାସ୍ କର୍ବାଇ, ସେ ଲକ୍ମନର୍ ପାଇ ମିସା ପାର୍ତନା କଲିନି । ଏ ବାବା ତମେ ଜେନ୍ତାରି ମର୍ଟାନେ ମିସି ଗଟେକ୍ ଅଇଆଚାସ୍, ଆରି ମୁଇ ତମର୍ଟାନେ ମିସିକରି ଗଟେକ୍ ଅଇଆଚି । ସେନ୍ତାରିସେ ସେମନ୍ ମିସା ସେମନର୍ ବିତ୍ରେ ମିସିକରି ଗଟେକ୍ ଅଇ ରଇବାକେ ମୁଇ ପାର୍ତନା କଲିନି । ଜେନ୍ତିକି ତମେସେ ମକେ ପାଟାଇ ଆଚାସ୍ ବଲି ଏ ଦୁନିଆ ବିସ୍ବାସ୍ କର । ଜେନ୍ତି ତମର୍ ଡାକ୍ପୁଟା ମକେ ଦେଇଆଚାସ୍, ସେନ୍ତି ସେଟା ମୁଇ ସେମନ୍କେ ଦେଇଆଚି । ତେବେ ଆମେ ଗଟେକ୍ ଅଇରଇଲାପାରା, ସେମନ୍ମିସା ସେମନର୍ ବିତ୍ରେ ଗଟେକ୍ ଅଇରଇବାଇ । ତମେ ଜେନ୍ତି ମର୍ଟାନେ ଆଚାସ୍, ସେନ୍ତି ମୁଇ ମିସା ତାକର୍ ଟାନେ ରଇବି । ସେନ୍ତି ରଇଲେ ଆକା ସେମନ୍ ପୁରାପୁରୁନ୍ ଗଟେକ୍ ଅଇ ରଇବାଇ । ଏନ୍ତି ଅଇଲେ ଦୁନିଆ ଜାନ୍ସି ଜେ, ତମେ ମକେ ପାଟାଇ ଆଚାସ୍, ଆରି ମକେ ଜେନ୍ତି ଆଲାଦ୍ କଲାସ୍ନି, ସେମନ୍କେ ମିସା ସେନ୍ତିସେ ଆଲାଦ୍ କଲାସ୍ନି ।"
Viver na comunhão
Quem permanece nele e ele no Senhor, esse dá muito fruto. A comunhão com Deus produz transformação e alegria.
ଜେତ୍କି ଲକ୍ ତାର୍ ଆଦେସ୍ ମାନ୍ବାଇ, ସେମନ୍ ସବୁ ପର୍ମେସରର୍ ସଙ୍ଗ୍ ମିସ୍ଲାଇ ଆଚତ୍ । ଆରି ସେ ମିସା ସେନ୍ତାରିସେ । ସେ ଆମର୍ ବତିରେ ଆଚେ ବଲି ଏନ୍ତାରି ଆମେ ଜାନ୍ଲୁନି । ଜନ୍ ସୁକଲ୍ଆତ୍ମା ପର୍ମେସର୍ ଆମର୍ ବିତ୍ରେ ରଇବାକେ ଦେଲାର୍ପାଇ ।
ଆମେ ଏଟା ମିସା ଜାନିଆଚୁ ଜେ, ତାର୍ ପଅ ଏ ଜଗତେ ଆଇଲା ଆରି ଆମ୍କେ ସତ୍ ପର୍ମେସର୍କେ ଜାନାଇଲା । ଏ ସତ୍ ପର୍ମେସରର୍ ସଙ୍ଗ୍ ଆମେ ମିସିକରିଆଚୁ । କାଇକେବଇଲେ ତାର୍ ପଅ ଜିସୁକିରିସ୍ଟର୍ ସଙ୍ଗ୍ ଆମେ ମିସିଆଚୁ । ସେ ସେ ସତ୍ ପର୍ମେସର୍ ଆରି ସେ ସେ ଲକ୍ମନ୍କେ ନ ସାର୍ବା ଜିବନ୍ ଦେଇସି ।
ପର୍ମେସରର୍ ସଙ୍ଗ୍ ମିସିଆଚୁ ବଲି ଆମେ ଜାନୁ । ଆରି ସେ ମିସା ଆମର୍ ସଙ୍ଗ୍ ମିସିଆଚେ । କାଇକେବଇଲେ ସେ ତାର୍ ଆତ୍ମା ଆମ୍କେ ଦେଲାଆଚେ ।
ଏ ମର୍ ଆଲାଦର୍ ମଇତର୍ମନ୍, ଆମେ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରାକରି ଅଉଁ । କାଇକେବଇଲେ ଆଲାଦ୍ କର୍ବାକେ ପର୍ମେସର୍ ଆମ୍କେ ସାଇଜ କର୍ସି । ଜେ ଜଦି ବିନ୍ ଲକ୍ମନ୍କେ ଆଲାଦ୍ କର୍ସି, ସେ ପର୍ମେସରର୍ ପିଲା ଆରି ପର୍ମେସର୍କେ ଜାନେ ।
ତେବର୍ପାଇ ଏ ଲକ୍, ଜାର୍ ବିସଇ ଆମେ ଦେକିଆଚୁ ଆରି ସୁନିଆଚୁ, ତାର୍ ବିସଇ ଆକା ଆମେ ତମ୍କେ କଇଲୁନି । ଜେନ୍ତାରିକି ତମେ ମିସା ଆମର୍ ସଙ୍ଗ୍ ମିସିବିଡି ରଇସା । କାଇକେବଇଲେ ଆମେ ବାବା ପର୍ମେସରର୍ ସଙ୍ଗ୍ ଆରି ତାର୍ ପଅ ଜିସୁ କିରିସ୍ଟର୍ ସଙ୍ଗ୍ ମିସିବିଡି ଆଚୁ ।
ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଆରିତରେକ୍ କଇଲିନି କିରିସ୍ଟର୍ ସଙ୍ଗ୍ ମିସିକରି ରୁଆ । ଜେନ୍ତାରି କି ସେ ଆରିତରେକ୍ ଏ ଜଗତେ ବାଉଡିଆଇଲାବେଲେ ତାକେ ବେଟ୍ ଅଇବାକେ ତାକେ ନ ଡରୁ କି ଲାଜ୍ ମିସା ନ ଉଆସ୍ ।
ଏବେ ଆମେ ବିସ୍ବାସ୍ କଲାର୍ ପାଇ ପରମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲାଇଅଇଲୁ ଆଚୁ ଆରି ମାପ୍ରୁ ଜିସୁ କିରିସ୍ଟର ଲାଗି ପରମେସର୍ ସଙ୍ଗ୍ ସାନ୍ତି ସଙ୍ଗ୍ ଆଚୁ । କାଇକେବଇଲେ ଆମେ ବିସ୍ବାସ୍ କଲାର୍ ପାଇସେ ତାର୍ ଜିବନ୍ ଦୁକାଇଲାଟାନେ ଆମ୍କେ ଆନି ଆଚେ । ଜନ୍ତେଇ କି ଏବେ ଆମେ ଆଚୁ । ଆମେ ବେସି ସାର୍ଦା ସଙ୍ଗ୍ ବଡ୍ପନର୍ କାତା କଇବୁ । କାଇକେବଇଲେ ପରମେସରର୍ ଡାକ୍ପୁଟାର୍ତେଇ ମିସ୍ବୁ ବଲି ଆମ୍କେ ଆସା ଆଚେ ।
ସେଟାର୍ପାଇଁ ତେବେ ଆସା, ଆମେ ସତଇସେ ମନ୍କରି ଆରି ଡାଟ୍ସଙ୍ଗ୍ ବିସ୍ବାସ୍ କରି ପର୍ମେସରର୍ ଲଗେ ଜୁ । ଆମର୍ ବିବେକ୍ ଆମ୍କେ ଦସ୍ ନ ଦେଲାପାରା କିରିସ୍ଟର୍ ବନିସଙ୍ଗ୍ ଚିଚିଅଇକରି ଦଇଅଇ ରଇବାର୍ ଆଚେ । ଆରି ଆମର୍ ଗାଗଡ୍ ସୁକଲ୍ ପାନିସଙ୍ଗ୍ ଦଇଅଇଲାପାରା ରଇବାର୍ ଆଚେ ।
ତେବର୍ ପାଇ, ତମେ ପର୍ମେସର୍କେ ସର୍ପାଇଉଆ । ସଇତାନ୍କେ ଜାକି ଦିଆସ୍ । ସେନ୍ତାରି କଲେ ସଇତାନ୍ ତମର୍ଲଗେ ଅନି ପାଲାଇସି । ପର୍ମେସରର୍ ଲଗେ ଆସା, ତେବେ ସେ ମିସା ତମର୍ ଲଗେ ଲଗେ ରଇସି । ଏ ପାପିମନ୍, କାରାପ୍ କାମ୍କର୍ବାଟା ଚାଡିଦିଆସ୍ । ଆରି ଏ ଦୁଇବାଟେ ମନ୍କରୁମନ୍ ତମର୍ ମନ୍ ନିର୍ମଲ୍ କରା ।