Comunhão com os irmãos
A comunhão com os irmãos é marca da igreja verdadeira. Os cristãos primevos perseveravam na comunhão — partindo pão, orando e encorajando-se mutuamente.
Comunhão verdadeira
Perseveravam na doutrina dos apóstolos e na comunhão. A comunhão autêntica envolve amor sacrificial e acolhimento mútuo.
ତେଇ ପିତରର୍ କାତା ସୁନି ବେସି ଲକ୍ ବିସ୍ବାସ୍ କଲାଇ । ଆରି ସିସ୍ମନ୍ ସେମନ୍କେ ଡୁବନ୍ ଦେଲାଇ । ସେ ଦିନେ ତିନ୍ଅଜାର୍ ଲକ୍ମନ୍ ତାକର୍ ଦଲେ ମିସ୍ଲାଇ । ସେମନ୍ ପେରିତ୍ମନ୍ ସିକାଇଲା ବିସଇ ମାନ୍ଲାଇ । ମିସିବିଡି ରଇବାକେ, ମିସିକରି କାଇବାକେ, ଆରି ପାର୍ତନା କର୍ବାକେ ।
ଆରି ଲକ୍ମନ୍ ଡରିଜାଇତେରଇଲାଇ । ପର୍ମେସର୍ ପେରିତ୍ମନର୍ ତେଇଅନି ବେସି କାବାଅଇଜିବା କାମ୍ମନ୍ କର୍ତେ ରଇଲା । ସବୁ ଲକ୍ମନ୍ ପରମେସର୍କେ ନାମ୍ଲାଇ । ଜିସୁକେ ବିସ୍ବାସ୍ କଲା ଲକ୍ମନ୍ ଗଟେକ୍ ଗରର୍ ଲକ୍ପାରାଅଇ ରଇତେ ରଇଲାଇ । ଆରି ତାକର୍ତେଇ କାଇକାଇଟା ରଇଲା, ସେଟା ସେମନ୍ ବାଟା କର୍ତେରଇଲାଇ । ତାକର୍ ବିତ୍ରେ କେତେଲକ୍ ଜମି ଆରି ନିଜର୍ପାଇ ରଇବାଟା ବିକିକରି, ସେ ଡାବୁ ଦର୍କାର୍ ଅଇଲା ଲକ୍ମନ୍କେ ଦେଇତେରଇଲାଇ । ସବୁଦିନ୍ ପାର୍ତନା କର୍ବା ମନ୍ଦିରେ ଗଟେକ୍ ଦଲ୍ଅଇ ମିସ୍ତେରଇଲାଇ । ଗରେ ଗରେ ମିସିବିଡି କାଇତେରଇଲାଇ । ସାର୍ଦାସଙ୍ଗ୍ ରଇକରି, ମନେ କାଇଟା ନ ବାବି ଦିଆନିଆ ଅଇତେରଇଲାଇ । ସେମନ୍ ପର୍ମେସର୍କେ ଡାକ୍ପୁଟା କର୍ତେରଇଲାଇ ଆରି ଜିରୁସାଲେମର୍ ସବୁଲକ୍ ସେମନ୍କେ ନିକ ବଲି ବାବ୍ତେରଇଲାଇ । ମାପ୍ରୁ ଜନ୍ ଲକ୍ମନ୍କେ ମୁକ୍ତି କର୍ତେରଇଲା, ଦିନ୍କେ ଦିନ୍ ସେମନର୍ ଦଲେ ମିସାଇତେରଇଲା ।
ଆସା, ଆମେ ବିନ୍ ଲକ୍ମନ୍କେ ମନ୍ଦେଇ ସେମନ୍କେ ସାଇଜ କରୁ । ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରି ନିକ କାମ୍ କରୁ । ଜେନ୍ତିକି ଆରି କେତେଲକ୍ କଲାଇନି, ଆମେ ମିସିବିଡି ରଇବା ବିସ୍ବାସି ବାଇବଇନି ମନର୍ ସଙ୍ଗ୍ ରୁଣ୍ଡ୍ବାକେ ଏଲା ନ କରୁ । ତାର୍ ବାଦୁଲେ ଆମର୍ ସଙ୍ଗାରିମନର୍ ବିସ୍ବାସ୍ ଡାଁଟ୍ କରାଉ । ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ଦିନ୍ ଲଗେ କେଟି ଆଇଲାନି ।
ଗଟେକ୍ଲକର୍ ତେଇଅନି ଦୁଇଲକ୍ ନିକ, କାଇକେବଇଲେ ସେମନ୍ ନିଜର୍ ନିଜର୍ କସ୍ଟ କଲା ପଲ୍, ପାଇବାଇ। ସେମନର୍ ବିତ୍ରେ ଗଟେକ୍ ଲକ୍ ଅସୁବିଦା ଅଇଲେ ମିସା ଆରି ଗଟେକ୍ ଲକ୍ ସାଇଜ କର୍ସି; ମାତର୍ ଜେ ଗଟେକ୍ ଲକ୍ସେ ରଇସି ତାକେ କାଇ ଅସୁବିଦା ଅଇଲେ ମିସା ସାଇଜ କର୍ବାଲକ୍ କେ ନ ରଅତ୍, ସେ ଗଟେକ୍ କସ୍ଟ ପାଇବା ଲକ୍ । ଆରି ଦୁଇ ଲକ୍ ମିସିକରି ସଇଲେ ତାତି ପୁଟାଇ ଦେଇସି; ମାତର୍ ଏକ୍ଲା ସଇଲେ ଗରମ୍ ଲାଗ୍ସିକି? କେବେ ଜଦି କେ ଏକ୍ଲା ରଇବା ଲକ୍କେ ମାର୍ସି ବଇଲେ ଦୁଇଲକ୍ ଅଇକରି ତାକେ ମାର୍ବାକେ ଚେସ୍ଟା କର୍ବାଇ; ଆରି ତିନ୍ଟା ମିସାଇ ବଁଅଁଲା ଡର୍ ନ ଚିଡେ ।
Amor fraternal
Amai-vos com amor fraternal sincero. Encorajem-se mutuamente e carreguem os fardos uns dos outros.
ତମେ ସତ୍ ମାନ୍ଲାର୍ ପାଇ, କାରାପ୍ ଚଲାଚଲ୍ତି ଚାଡିକରି ତମର୍ ସଙ୍ଗର୍ ବିସ୍ବାସିମନ୍କେ ସତ୍ସଙ୍ଗ୍ ଆଲାଦ୍ କଲାସ୍ନି । ମନ୍ ପରାନ୍ ଦେଇକରି ଗଟେକ୍ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାସ୍ନି ।
ତମର୍ ବିତ୍ରେ ମୁର୍ମୁରା ନଅଇ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଗତିଆ କରି ଡାକାଡାକି ଉଆ ।
ତମେ କିରିସ୍ଟର୍ଟାନେ ବାଇବଇନି ଅଇଲାର୍ ପାଇ, ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରି ସନ୍ମାନ୍ କରା ।
ଜଦି କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ତମର୍ ମନ୍ ସାର୍ଦା ଅଇଲାଆଚେ, ଆରି ତାର୍ ଆଲାଦର୍ ଲାଗି ସାନ୍ତି ପାଇଆଚାସ୍, ଜଦି ସୁକଲ୍ଆତ୍ମାର୍ ସଙ୍ଗ୍ ମିସିବିଡିକରି ଆଚାସ୍, ଆରି ଜଦି କିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା ଦେକାଇଆଚେ, ସେନ୍ତାର୍ଆଲେ, ମୁଇ ତମ୍କେ ଜୁଆର୍ କରି କଇଲିନି, ତମର୍ ତମର୍ ବିତ୍ରେ ଗଟେକ୍ ମନ୍ ଉଆ । ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ସମାନ୍ ଇସାବେ ଆଲାଦ୍ କରା । ଗଟେକ୍ ଚିନ୍ତା କରା ଆରି ତମର୍ ଆତ୍ମାଇ ଗଟେକ୍ ଅଇକରି ତମର୍ ବାବ୍ବାଟା ଗଟେକ୍ ଅ । ଏନ୍ତାରି କରି ମକେ ପୁରାପୁରୁନ୍ ସାର୍ଦା କରାଆ ।
କିରିସ୍ଟର୍ ବାକିଅ ଦିଆନ୍କରି ଲାଗିରୁଆ । ତମର୍ ତମର୍ ବିତ୍ରେ ସିକିକରି ଜାଗ୍ରତ୍ ଅଇରୁଆ । ଏଟା ଗିଆନ୍ ସଙ୍ଗ୍ କରା । ଗିତ୍ ସଙ୍ଗିତା ବଇର୍ ଗିତ୍ମନ୍, ବିନ୍ ଗିତ୍ମନ୍ ଆରି ସୁକଲ୍ ଗିତ୍ମନ୍ କଇତେରୁଆ । ମନ୍ବିତ୍ରେ ଦନିଅବାଦ୍ କଇକରି ପର୍ମେସର୍କେ ଗିତ୍ କଇତେରୁଆ ।
ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ମାନାମାନି ଅଇକରି ଆଲାଦ୍ ସଙ୍ଗ୍ ଦରମ୍ ଅଇ ରୁଆ । ଜେନ୍ତିକି କିରିସ୍ଟର୍ ଲାଗି ପର୍ମେସର୍ ତମ୍କେ କେମା କରିଦେଲା ଆଚେ । ତମେମନ୍ ମିସା ସେ ରକାମ୍ ନିଜର୍ ନିଜର୍ ବିତ୍ରେ କେମା କରାକରି ଉଆ ।
ଏ ବାଇବଇନିମନ୍, ନିୟମର୍ ଡଣ୍ଡେଅନି ମୁକ୍ଲାଇ ଅଇବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । ମାତର୍ ଜାଗ୍ରତ୍, ଏବେ ଆରି ଗାଗଡର୍ ମନ୍ କର୍ବାଟା ସବୁ ପୁରାପୁରୁନ୍ କରିଅଇସି ବଲି କୁଆନାଇ । ମାତର୍ ଆଲାଦେଅନି ଚଲାଚଲ୍ତି ଅଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସେବା କରା ।
ତେବେ ତମେ ଜେନ୍ତାରି କଲାସ୍ନି, ସେନ୍ତାରି ନିଜର୍ ଲକ୍ମନ୍କେ ଦୁକ୍ ସାରାଆ । ଆରି ସାଇଜ କର୍ତେରୁଆ ।
ତେବର୍ପାଇ ଆମେ ପର୍ମେସରର୍ ସଙ୍ଗ୍ ମିସିବିଡି ଆଚୁ ବଲି କଇକରି କାରାପ୍ କାମ୍ କରି ଆନ୍ଦାରେସେ ରଇବୁ ବଇଲେ, ଆମେ କଇବାଟା ମିଚ୍ । ଆରି ସତ୍ ବିସଇ ଆମେ ଚାଡିଦେଇଆଚୁ ବଲି ଆମର୍ ଚଲାଚଲ୍ତିଟାନେ ଜାନାପଡ୍ଲାନି । ମାତର୍ ଆମେ ସତ୍ କାମ୍ କରି ଉଜଲେ ରଇବୁ ଜେନ୍ତାରି କି ପର୍ମେସର୍ ସବୁବେଲେ ଉଜଲେଆଚେ । ସେନ୍ତାର୍ ଆଲେ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ ମିସିବିଡି ଆଚୁ । ଆରି ପର୍ମେସରର୍ ପଅ ଜିସୁର୍ ବନି ଆମର୍ ସବୁ ପାପ୍କେ ଦଇଦେଇସି ।
ଏବେ ଏ ମର୍ ବାଇବଇନିମନ୍ ମୁଇ ରଇଲିନି । ତମର୍ ଚଲାଚଲ୍ତି ସିଦ୍ କର୍ବାକେ ଜବର୍ ଚେସ୍ଟା କରା । ମର୍ ଆଦେସ୍ ସବୁ ମାନିକରି ରୁଆ । ସବୁଲକ୍ ଗଟେକ୍ ମନ୍ ଅଇକରି ସାନ୍ତିଅଇ ରୁଆ । ତେବେ ଆଲାଦ୍ ଆରି ସାନ୍ତିର୍ ପର୍ମେସର୍ ତମର୍ ସଙ୍ଗ୍ ରଇସି ।
ମୁଇ ତମ୍କେ ଗଟେକ୍ ନୁଆ ଆଦେସ୍ ଦେଲିନି, ତମେ ତମର୍ ନିଜର୍ ନିଜର୍ ବିତ୍ରେ ଆଲାଦ୍ କରା । ମୁଇ ଜେନ୍ତି ତମ୍କେ ଆଲାଦ୍ କଲିଆଚି, ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ କର୍ବାର୍ଆଚେ ।