Consequências dos nossos atos
Toda ação tem consequências. A Bíblia ensina que colhemos o que semeamos — para o bem e para o mal. Deus pesará cada palavra e ato no dia do juízo.
Colher o que semear
Cada um prestará contas de si mesmo a Deus. O Senhor julgará as obras e os segredos dos homens com justiça perfeita.
ଅତଏବ, ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ବରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ।
ସେ ପ୍ରତ୍ୟେକ ଲୋକକୁ ନିଜ ନିଜ କର୍ମାନୁସାରେ ଫଳ ଦେବେ; ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ, କିନ୍ତୁ ଯେଉଁମାନେ ସ୍ୱାର୍ଥପର, ପୁଣି, ସତ୍ୟର ଅନାଜ୍ଞାବହ, ମାତ୍ର ଅଧାର୍ମିକତାର ଆଜ୍ଞାବହ, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଘଟିବ। ପ୍ରଥମରେ ଯିହୁଦୀ ଓ ମଧ୍ୟ ଗ୍ରୀକ୍, ପ୍ରତ୍ୟେକ ଦୁଷ୍କର୍ମକାରୀ ଲୋକର ପ୍ରାଣ ଉପରେ କ୍ଳେଶ ଓ ସଙ୍କଟ ଘଟିବ, ମାତ୍ର ପ୍ରଥମରେ ଯିହୁଦୀ ଓ ମଧ୍ୟ ଗ୍ରୀକ୍, ପ୍ରତ୍ୟେକ ସତ୍କର୍ମକାରୀ ପ୍ରତି ଗୌରବ, ସମ୍ମାନ ଓ ଶାନ୍ତି ଘଟିବ। କାରଣ ଈଶ୍ବରଙ୍କ ନିକଟରେ ମୁଖାପେକ୍ଷା ନାହିଁ।
ଆଉ, ଜଣେ ପାପ କରିବାରୁ ଯେପରି ଫଳ ହେଲା, ଏହି ଦାନର ଫଳ ସେପରି ନୁହେଁ, କାରଣ ଜଣକ ହେତୁ ଯେଉଁ ବିଚାର, ସେଥିର ଫଳ ଦଣ୍ଡାଜ୍ଞା ହେଲା, କିନ୍ତୁ ଅନେକଙ୍କ ଅପରାଧ ସ୍ଥଳେ ଯେଉଁ ଅନୁଗ୍ରହ ଦାନ, ସେଥିର ଫଳ ଧାର୍ମିକଗଣନା ହେଲା; ଯେଣୁ ଯଦି ଜଣକର ଅପରାଧରେ ସେହି ଜଣକ ଦ୍ୱାରା ମୃତ୍ୟୁ ରାଜତ୍ୱ କଲା, ତେବେ ଯେଉଁମାନେ ଅନୁଗ୍ରହ ଓ ଧାର୍ମିକତା ଦାନର ପ୍ରଚୁରତା ପ୍ରାପ୍ତ ହୁଅନ୍ତି, ସେମାନେ ଏକ ବ୍ୟକ୍ତି, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆହୁରି ଅଧିକ ରୂପେ ଜୀବନରେ ରାଜତ୍ୱ କରିବେ।
ଅନ୍ୟର ବିଚାର ନ କରିବା
ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ। କାରଣ ଯେଉଁ ବିଚାରରେ ବିଚାର କର, ସେହି ବିଚାରରେ ତୁମ୍ଭେମାନେ ବିଚାରିତ ହେବ; ପୁଣି, ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଯିବ।
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ମନୁଷ୍ୟମାନେ ଯେକୌଣସି ଅସାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ;
କାରଣ ଈଶ୍ବରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ଦ୍ୱିଧାର ଖଡ୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଈଶ୍ବରଙ୍କ ଦୃଷ୍ଟିରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଗ୍ନ ଓ ଅନାବୃତ ଅଟେ।
Responsabilidade pessoal
Quem é sábio prevê o perigo e se esconde. A Palavra examina os pensamentos e intenções do coração.
ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ;
ମାତ୍ର ଅବୋଧ ଲୋକମାନେ ଆଗ ବଢ଼ି ଶାସ୍ତି ପାଆନ୍ତି।
ତୁମ୍ଭେ ଜ୍ଞାନୀ ହେଲେ, ଆପଣା ନିମନ୍ତେ ଜ୍ଞାନୀ ହେବ;
ଯଦି ନିନ୍ଦା କର, ଆପେ ତାହା ବୋହିବ।
ଏହା ପବିତ୍ର ବୋଲି ହଠାତ୍ କହିବାର
ଓ ମାନତ କଲା ଉତ୍ତାରେ ବିଚାର କରିବାର, ମନୁଷ୍ୟ ପ୍ରତି ଫାନ୍ଦ ସ୍ୱରୂପ।
ଆଉ, ଯଦି କୌଣସି ବ୍ୟକ୍ତି ସାକ୍ଷୀ ହୋଇ ଶପଥ କରାଇବାର କଥା ଶୁଣିଲେ ହେଁ, ଯାହା ସେ ଦେଖିଅଛି ବା ଜାଣିଅଛି, ତାହା ପ୍ରକାଶ ନ କରି ପାପ କରେ, ତେବେ ସେ ଆପଣା ଅପରାଧ ବୋହିବ।
ଆଉ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯଦି କୌଣସି ବ୍ୟକ୍ତି ତହିଁ ମଧ୍ୟରୁ କୌଣସି କର୍ମ କରି ପାପ କରେ; ଯଦ୍ୟପି ସେ ତାହା ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ, ପୁଣି ଆପଣାର ଅପରାଧ ବୋହିବ।
ତୁମ୍ଭେ ମନେ ମନେ ଆପଣା ଭାଇକୁ ଘୃଣା କରିବ ନାହିଁ; ତୁମ୍ଭେ ନିତାନ୍ତ ଆପଣା ପ୍ରତିବାସୀକୁ ଅନୁଯୋଗ କରିବ, ତହିଁରେ ତୁମ୍ଭେ ତାହାର ଅପରାଧ ବୋହିବ ନାହିଁ।
Consequências inevitáveis
A terra deu seu fruto conforme as obras dos que nela habitam. Ninguém escapa do juízo — Deus pesa cada ação.
ତଥାପି ନିବାସୀଗଣର ସକାଶୁ
ସେମାନଙ୍କ କ୍ରିୟାର ଫଳ ସ୍ୱରୂପେ ଦେଶ ଧ୍ୱଂସସ୍ଥାନ ହେବ।
ପୁଣି, ଲୋକମାନେ ତୁମ୍ଭମାନଙ୍କ ଲମ୍ପଟାଚରଣର ପ୍ରତିଫଳ ତୁମ୍ଭମାନଙ୍କ ଉପରେ ବର୍ତ୍ତାଇବେ ଓ ତୁମ୍ଭେମାନେ ଆପଣାମାନଙ୍କର ପ୍ରତିମାଗଣ ସମ୍ବନ୍ଧୀୟ ପାପସକଳର ଭାର ବୋହିବ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।"
ପୁଣି, ଆମ୍ଭେ ତୁମ୍ଭମାନଙ୍କ ଜୀବନରୂପ ରକ୍ତପାତର ପରିଶୋଧ ନିତାନ୍ତ ନେବା; ପ୍ରତ୍ୟେକ ପଶୁଠାରୁ ହେଉ କି ମନୁଷ୍ୟଠାରୁ ହେଉ, ତାହାରି ପରିଶୋଧ ନେବା; ଆମ୍ଭେ ପ୍ରତ୍ୟେକ ମନୁଷ୍ୟର ଭ୍ରାତାଠାରୁ ମନୁଷ୍ୟର ପ୍ରାଣର ପରିଶୋଧ ନେବା।
ଦୁଷ୍ଟ ଲୋକ କାହିଁକି ପରମେଶ୍ୱରଙ୍କୁ ଅବଜ୍ଞା କରେ
ଓ "ତୁମ୍ଭେ ଅନୁସନ୍ଧାନ କରିବ ନାହିଁ" ବୋଲି ସେ ଆପଣା ମନେ ମନେ କହେ?
ତୁମ୍ଭେ ତାହା ଦେଖିଅଛ; କାରଣ ତୁମ୍ଭେ ହସ୍ତକ୍ଷେପ କରିବା ପାଇଁ ଉପଦ୍ରବ ଓ ଦ୍ୱେଷ ପ୍ରତି ଦୃଷ୍ଟି କରୁଅଛ;
ଅସହାୟ ଲୋକ ଆପଣାକୁ ତୁମ୍ଭଠାରେ ସମର୍ପଣ କରେ;
ତୁମ୍ଭେ ପିତୃହୀନର ସହାୟ ହୋଇଅଛ।