Deus nos chamou
Deus nos chamou antes da fundação do mundo. Ele nos conhece pelo nome, nos predestinou para sermos conforme a imagem de Cristo e nos capacita para o chamado.
Chamados por Deus
Os que Deus predestinou, também os chamou. O Seu chamado é irrevogável — fundamentado no propósito eterno e na graça abundante.
ଜାଣ୍ଡେଇଂ ଇସ୍ପର୍କେ ଆଲାଦ୍ ଡିଂଆର୍ଏ ଜାଣ୍ଡେଇଂ ମେଇଂନେ ଚିନ୍ତା ଇସାବ୍ରେ ପାଙ୍ଗ୍ଲେଆର୍କେ ଇସ୍ପର୍ ଆତେନ୍ ସାପା ବିସୟ୍ରେ ମେଇଂନେ ମଙ୍ଗଲ୍ ଆତ୍ଲା ପୁରନ୍ ଡିଙ୍ଗ୍ମ୍ୟାକେ ଆକେନ୍ ନେ ମ୍ୟାଃନେଲେଃକେ । ଡାଗ୍ଲା ଜାଣ୍ଡେଇଂକେ ମେଁ ସିସେବାନ୍ ମ୍ୟାଃଲେଃଗେ ଆମେଇଂକେ ମେଁନେ ଉଂଡେନେ ମୁର୍ତି ରକମ୍ ତ୍ନାନ୍ସା ମେଁ ସିସେବାନ୍ ଆର୍ମେବଗେ ଡିଡିରକମ୍ କି ମେଁ ଗୁଲେ ବୟାଁ ତନାଇଂନେ ବିତ୍ରେ ସେନୁଗ୍ ଜନମ୍ ଡିଙ୍ଗ୍ଏ । ବାରି ଜାଣ୍ଡେଇଂକେ ମେଁ ସିସେବାନ୍ ଆର୍ମେ ବଗେ ଆମେଇଂକେ ମେଁ ଡିଗ୍ ୱାକେ ବାରି ଜାଣ୍ଡେଇଂକେ ମେଁ ୱାକେ ଆମେଇଂକେ ମେଁ ଡିଗ୍ ଦାର୍ମିକ୍ ଡାଗ୍ଚେ ବାଲିର୍କେ ବାରି ଜାଣ୍ଡେଇଂକେ ମେଁ ଦାର୍ମିକ୍ ଡାଗ୍ଚେ ବାଲିର୍କେ ଆମେଇଂକେ ମେଁ ଡିଗ୍ ଗୌରବ୍ ଆଡିଙ୍ଗ୍କେ ।
ନେଙ୍ଗ୍ ଗୁଆରେ ଣ୍ଡିଂକେ, ଡିରକମ୍କି ମେଁନେ ତାର୍କିଗ୍ କିକେନ୍ସା ପେ ବିତ୍ରେ ଲେଃକ୍ନେ ମ୍ମୁଆଃ କେଏ । ତେଲା ଆଣ୍ଡିନେ ଆସା ଆତ୍ଲା ପେ ମେଁବାନ୍ ପାଙ୍ଗ୍ପେଲେଃକେ, ସାଦୁଇଂନେ ବିତ୍ରେ ମେଁନେ ଅଦିକାର୍ନେ ଗୌରବ୍ ରକମ୍ ଦନ୍ ମେଃନେ, ଆତେନ୍ ପେମ୍ୟାଃଏ । ମେଃନେ ରେମୁଆଁଇଂନେ ବାନ୍ ମେଁ ପାର୍ମାନ୍ ଡିଙ୍ଗ୍ବକ୍ନେ ମ୍ନା ଆସିର୍ବାଦ୍ ଆଣ୍ଡେଙ୍ଗ୍ ଜେ ଉଡ଼ି ଜବର୍ ବାରି ନେ ରକମ୍ ବିସ୍ବାସି ରେମୁଆଁଇଂ ଡାଗ୍ରା ମେଁନେ ବପୁ ଜେ ଉଡ଼ି ମ୍ନା ଆତେନ୍ ପେ ମ୍ୟାଃପେୟାଏ ।
ତେସା ମାପ୍ରୁ ଜିସୁନେ ବିସୟ୍ରେ ସାକି ବିନ୍ସା ଗିଆସ ଆଡିଙ୍ଗ୍ପା; ମେନ୍ସା ନେଙ୍ଗ୍ ବନ୍ଦି ନେଙ୍ଗ୍ ନ୍ସା ଡିଗ୍ ଗିଆସ ଆଡିଙ୍ଗ୍ପା । ଣ୍ଡୁଲା ଇସ୍ପର୍ ଆପେକେ ବିବକ୍ନେ ବପୁ ଏତେ ପେ କ୍ରିସ୍ଟ ଜିସୁନେ ନିମାଣ୍ଡା ସାମୁଆଁ ନ୍ସା ଦୁକ୍ ଡିଙ୍ଗ୍ନେ ତିଆର୍ ଡିଙ୍ଗ୍ପା । ପର୍ମେସର୍ ଆନେକେ ଉଦାର୍ ଆଡିଙ୍ଗ୍ଚେ ନିଜର୍ ପବିତ୍ର ରେମୁଆଁ ଆଡିଙ୍ଗ୍ବକେ । ନେଁଇଂନେ ନିଜର୍ ବପୁରେ ଆତେନ୍ ଆଡିଙ୍ଗ୍କେ ଣ୍ଡୁ । ଣ୍ଡୁଲା ପର୍ମେସର୍ ନିଜେ ଇକ୍ଚା ଡିଙ୍ଗ୍ଚେ ବାରି ନିଜର୍ ଲିବିସ ବାନ୍ ଆନେକେ ଉଦାର୍ ଆଡିଙ୍ଗ୍ ବକେ ବାରି ନିଜର୍ ରେମୁଆଁ ଆଡିଙ୍ଗ୍ ବକେ । ଆତେନ୍ ଲିବିସ ଜିସୁ କିସ୍ଟନେ ବାନ୍ ଆନେକେ ଅଃସେ କାଲ୍ବାନ୍ ମିଲେଲେଃକେ । ଏବେ ଏନ୍ ମଞ୍ଚ୍ପୁର୍ନ୍ନିଆ ପାଙ୍ଗ୍ଚେ ଆମ୍ବ୍ରଣ୍ଡ୍ରେ କିସ୍ଟ ଜିସୁ ଏନ୍ ସାପା ବିସୟ୍ ଆତ୍ନା ବକେ । ମେଁ ଗୁଏଚେ ବପୁକେ ଗଣ୍ଡା ଆଡିଙ୍ଗ୍ ବକେ ବାରି ମେଁନେ ନିମାଣ୍ଡା ସାମୁଆଁ ବାନ୍ ମାଡାନେ ଜିବନ୍ନେ ଗାଲି ଆତ୍ନା ବକେ ।
କିସ୍ଟନେ ଏତେ କୁଡ଼େଚେ ମେଃନେ ନିମାଣ୍ଡା ନ୍ସା ଲିବିସଃନେ ଇସ୍ପର୍ ଆପେକେ ବାସଂବକେ । ପେନେ ଇତୁଡ଼ା କଷ୍ଟବାକ୍ନେ ଇଡ଼ିଂ ମେଃ ନିଜେ ଆପେକେ ଜନମ୍ବାନ୍ ଦର୍ମ ବୁଦି, ଡାଟ୍ ୱାଡ଼ି ଆରି ନିମାଣ୍ଡା ଡିଂନେ ପେଡିଂଏ ।
A resposta ao chamado
Ninguém pode vir a mim se o Pai não o atrair. Deus escolheu os fracos para confundir os fortes — e nos chamou para a luz.
ନେଙ୍ଗ୍ ଆବା ଆନେଙ୍ଗ୍ ବେବକେ ମେଁ ନେଙ୍ଗ୍ ଡାଗ୍ରା ଉର୍ଗୁ ଡୁଂଆପାଙ୍ଗ୍ଲା ଜାଣ୍ଡେ ନେଙ୍ଗ୍ ଡାଗ୍ରା ପାଙ୍ଗ୍ ଆୟା ଣ୍ଡୁ । ଜାଣ୍ଡେଇଂ ପାଙ୍ଗ୍ଆର୍ଏ ଆମେଇଂକେ ନେଙ୍ଗ୍ ଡାକ୍ନେ ଦିନା ଆରି ମୁଇଂତର୍ ଣ୍ଡ୍ରାମ୍ୱ୍ରଏ ।
ବୟାଁଇଂ ବାରି ତନାଇଂ ଇସ୍ପର୍ ୱାନେ ବେଲା ପେ ଡିରକମ୍ ପେଲେଃଗେ ଆତେନ୍ ବାବେ କେଲାପା । ଜାଗତିକ ଇସାବ୍ରେ ପେ ବିତ୍ରେବାନ୍ ଉଡ଼ିରୁଆ ବୁଦି ରେମୁଆଁ ସାଆସ୍ ରେମୁଆଁ ବାରି ମ୍ନା କୁଲ୍ ଡିଙ୍ଗ୍ଚେ ପେଲେଃଗେ । ଇସ୍ପର୍ ଜ୍ଞାନିଇଂକେ ଆଃଗିଆସ ନ୍ସା ମଞ୍ଚ୍ପୁର୍ ବାନ୍ ବାଚେବକେ ମୁର୍କ ରେମୁଆଁଇଂକେ ସ୍ରି ବକେ ବାରି ବପୁଲେଃକ୍ନେ ରେମୁଆଁଇଂକେ ଆଃଗିଆସ ନ୍ସା ମଞ୍ଚ୍ପୁର୍ ବାନ୍ ବାଚେବକେ ଅସକ୍ତିଆ ରେମୁଆଁଇଂକେ ସ୍ରି ବକେ ।
ନିଜର୍ ବୟାଁ ବାରି ତନାଇଂ ଅଁପା, ଇସ୍ପର୍ ମେଃନେ ଏନ୍ ମଞ୍ଚ୍ପୁର୍ନେ ରେମୁଆଁଇଂକେ ବିସ୍ବାସ୍ ଦନ୍ନ୍ନିଆ ସାକାର୍ ଡିଙ୍ଗ୍ନେ ବାରି ନିଜର୍ ରେମୁଆଁଇଂକେ ଆଣ୍ଡିନେ ରାଜି ବିଃନେ ପାର୍ମାନ୍ ଡିଂବକେ, ଆତେନ୍ ଅଦିକାର୍ ଡିଙ୍ଗ୍ନେ ସ୍ରି ବକେ ।
ମେଁ ତାଙ୍ଗ୍କିଗ୍ ବପୁବାନ୍ ଆନେକେ ରକ୍ୟା ଡିଙ୍ଗ୍ବକେ ବାରି ରକ୍ୟା ବାବ୍ରେ ଆନେକେ ମେଁନେ ପ୍ରିଅ ଉଂଙ୍ଗ୍ଡେନେ ରାଜିନ୍ନିଆ ଡୁଙ୍ଗ୍ପାଙ୍ଗ୍ବକେ । ଆତେନ୍ ମାପ୍ରୁନେବାନ୍ ନେ ମୁକ୍ତି ବାନେଲେକେ ଆତାନ୍ସା ନେନେ ପାପ୍ କେମା ଡିଙ୍ଗ୍ଲେକେ ।
ପିତର୍ ଆମେଇଂକେ ଉତର୍ ବିକେ "ପେ ସାପାରେ ପାପ୍ କାମ୍ ବାନ୍ ମନ୍କେ ପରିବର୍ତନ୍ ଆଡିଙ୍ଗ୍ପା ପାପ୍ ବାନ୍ କେମା ବାନ୍ସା ଜିସୁ କିସ୍ଟନେ ମ୍ନିରେ ଡୁବନ୍ ଡୁଂଡଲାପା; ତେଲା ପେ ଇସ୍ପର୍ନେ ଦାନ୍ ପବିତ୍ର ଆତ୍ମାକେ ପେବାଏ । ଡାଗ୍ଲା ଇସ୍ପର୍ନେ ପାର୍ମାନ୍ ଡିଂକ୍ନେ ପେ ଆଡ଼ାତ୍ରା ଆରି ପେନେ ଗୋ ଗିସିଆଇଂ ଆଡ଼ାତ୍ରା ଆରି ଇସ୍ପର୍ ବାନ୍ ପାଙ୍ଗ୍ଲେକ୍ନେ ରେମୁଆଁଇଂ ନ୍ସା ଆରି ସୁଲ ଲେଡିଙ୍ଗ୍କ୍ନେ ସାପା ରେମୁଆଁଇଂ ନ୍ସା ମାପ୍ରୁ ଦର୍କାର୍ ।"
Confirmando o chamado
Procurai tornar cada vez mais firme a vossa vocação. Deus começou a boa obra e a completará até o dia de Cristo.
ଆତେନ୍ସା ଅ ବୟାଁଇଂ ଇସ୍ପର୍ ଜେ ଆପେକେ ୱାବକେ; ଆକେନ୍ ଚିନ୍ତାକେ କାଲାଆଃ ଆଃଲେନେ ନ୍ସା ମାଲେ ଜତନ୍ ଡିଂପା । ଡେକ୍ରକମ୍ ଡିଂଲା ପେଇଂ ଅଃନାଡିଗ୍ ନାନେ ବିସ୍ବାସ୍ବାନ୍ ଟେପ୍ଲଃ ନାଲଃଣ୍ଡୁ । ଆକେନ୍ ଉପାୟ୍ରେ ନେ ମାପ୍ରୁ ଆରି ଆମ୍ବ୍ରଣ୍ଡ୍ରେ ଜିସୁ କିସ୍ଟନେ ମାଡାନେ ରାଜ୍ୟନିଆ ଗିଃଗାଃନେ ନ୍ସା ନାଁ ସର୍ତେ ଅଦିକାର୍ ବାପେଲେକେ ।
ଡାଗ୍ଲା ଜାଣ୍ଡେ ପେଇଂନେ ବିତ୍ରେ ନିମାଣ୍ଡା କାମ୍ ମୁଲେବକେ ମେଁ କିସ୍ଟ ଜିସୁନେ ପାଙ୍ଗ୍ନେ ଦିନ୍ ଜାକ ଆତେନ୍ ମାନେଃଚେ ସମାନ୍ ଆଃଡିଙ୍ଗ୍ଏ ଆକେନ୍ ନେଙ୍ଗ୍ ସତ୍ବାବ୍ରେ ବିସ୍ବାସ୍ ଣ୍ଡିଙ୍ଗ୍ଏ;
ଉସ୍ରା ଆଃଡାଚେ ଜିସୁ ବାସଙ୍ଗ୍କେ, "ଗୁଲେରୁଆକେ କବର୍ ବିମ୍ୱଗେ ମାତର୍ ମେଁଇଙ୍ଗ୍ନେ ବାନ୍ ଗଣ୍ଡାଃ ରେମୁଆଁ ପାଙ୍ଗ୍ଲେଃଆର୍ଗେ ।"