Domínio próprio
O domínio próprio é fruto do Espírito e marca de maturidade espiritual. A Bíblia ensina que quem governa o próprio espírito é melhor do que quem conquista uma cidade.
Fruto do Espírito
O fruto do Espírito inclui domínio próprio. A graça de Deus nos ensina a viver de maneira sóbria e justa neste mundo.
ମଃତର୍ ଆତ୍ମାର୍ ହଳ୍ ଲାଡ୍, ସଃର୍ଦା, ସୁସ୍ତା, ଦୁକ୍ସଃମ୍ବାଳାତା, ଲକାର୍ ଦଃୟା କଃର୍ତାର୍, ଦଃର୍ମି, ସଃତେ ରେତାର୍, ସୁସାର୍ ଆର୍ ନିଜ୍କେ ସଃମ୍ବାଳ୍ତାର୍ ଇ ସଃବୁ ବିରୁଦେ କାୟିହେଁ ମସାର୍ ବିଦି ନାୟ୍ ।
ବଃଲେକ୍ ସଃବୁ ମାନାୟ୍ର୍ ମୁକୁଳ୍ତାର୍ ଗିନେ ଇସ୍ୱରାର୍ ଦଃୟା ଜାଣା ହଃଳିଆଚେ । ଆର୍ ଅଃମିମଃନ୍ ଜଃନ୍କଃରି ଅଃଦଃର୍ମ୍ ଆର୍ ଜଃଗତାର୍ ଲାଳସା ଚାଡିକଃରି ଇ ଆଜିର୍ ଜଃଗତେ ନିକବୁଦି, ଦଃର୍ମି ଇସ୍ୱର୍କେ ସଃର୍ଦାକଃର୍ତା ଜିବନ୍ କାଟୁନ୍ଦ୍ । ବଃଡ୍ ଇସ୍ୱର୍ ଆର୍ ଅଃମିମଃନାର୍ ମୁକ୍ଳାଉତାର୍ କ୍ରିସ୍ଟଜିସୁର୍ ଜଃଜ୍ମାନ୍ ଦଃକୁକ୍ ଜାଗିରେଉନ୍ଦ୍, ଇତାର୍ ଗିନେ ବଃର୍ସା କଃରି ସିକ୍ୟା ଦେଉଁଲେ ।
କାୟିତାକ୍ବଃଲେକ୍ ଇସ୍ୱର୍ ଅଃମିକ୍ ଡିର୍ତା ଆତ୍ମା ନଃଦ୍ୟ୍, ମଃତର୍ ସଃକ୍ତି, ଲାଡ୍ ଆର୍ ନିକ ବୁଦିର୍ ଆତ୍ମା ଦଃୟି ଆଚେ ।
ହେଁ ଇତାର୍ ଗିନେ ତୁମିମଃନ୍ ବଃଡେ ଜଃତୁନାର୍ ସଃଙ୍ଗ୍ ବିସ୍ୱାସ୍ ସଃଙ୍ଗ୍ ସଃତ୍ଗୁଣ୍, ସଃତ୍ଗୁଣ୍ ସଃଙ୍ଗ୍ ଗିଆନ୍, ଗିଆନାର୍ ସଃଙ୍ଗ୍ ନିଜ୍କେ ସଃମ୍ୱାଳ୍ତାର୍, ସଃମ୍ୱାଳ୍ତା ସଃଙ୍ଗ୍ ସାସ୍, ସାସ୍ ସଃଙ୍ଗ୍ ଦଃର୍ମି ଜିବନ୍, ଦଃର୍ମିଜିବନ୍ ସଃଙ୍ଗ୍ ବାୟ୍ ଲାଡ୍, ଆରେକ୍ ବାୟ୍ ଲାଡ୍ ସଃଙ୍ଗ୍ ଲାଡ୍ ମିସାଉଆ ।
Governar a si mesmo
Melhor é o que domina o seu espírito do que o que toma uma cidade. A cidade sem muros é o homem sem domínio próprio.
ଜେ ରିସାନୟ୍ , ସେ ସଃକ୍ତିମାନାର୍ ତଃୟ୍ହୁଣି ବଃଡ୍, ଆରେକ୍ ମଃନ୍କେ ସାନ୍ତି ରଃକେଦ୍ ସେ ନିଜାର୍ ଜିତ୍ଲା ଲକାର୍ ତଃୟ୍ହୁଣି ବଃଡ୍।
ଜେ ନିଜ୍କେ ଆୟିତ୍ କଃରୁନଃହାଁରେ, ସେ ବାଙ୍ଗ୍ଲା ଆର୍ କଃତି ନାୟିଲା ଗଃଳ୍ ହର୍।
ମୁର୍କ୍ ନିଜାର୍ ସଃବୁ ରିସା ଜାଣାୟିଦ୍ ; ମଃତର୍ ଗିଆନି ସେରି ସଃମ୍ବାଳି ତିର୍ ଅୟିଦ୍।
ବେସି ବାକ୍ୟ ଲଃଗେ ଅଃଦଃର୍ମ୍ ହେଁ ରଃୟିଦ୍ ମଃତର୍ ଜେ ନିଜାର୍ ମୁକ୍ ଚିମ୍ରା କଃରିରଃୟିଦ୍ ସେ ବୁଦିମାନ୍।
ଜୁୟି ଲକ୍ମଃନ୍ କେଲ୍ତା ହଃଦାୟି ଦଃବୁଳ୍ତି, ସେମଃନ୍ ଦଃବୁଳ୍ତି ସଃତ୍, ମଃତର୍ ଏକ୍ଲା ହ୍କା ପୁରିସ୍କାର୍ ଜିଣେଦ୍, ଇରିକାୟ୍ ତୁମିମଃନ୍ ନଃଜାଣାସ୍ ? ତୁମିମଃନ୍ ଜଃନ୍କଃରି ପୁରିସ୍କାର୍ ହାଉଆସ୍, ଇତାର୍ ଗିନେ ସେନ୍କଃରି ଦଃବ୍ଳା ।
କୁଣ୍ ଲକ୍ କେଲ୍ତା ତଃୟ୍ କେଲୁକ୍ ସିକ୍ତାବଃଳ୍ ସେ ସଃବୁ କଃତାୟ୍ ବିଦି ହଃର୍କାରେ କଃରୁକେ ଅୟ୍ଦ୍; ସେମଃନ୍ ନଃସ୍ଟ୍ଅଃଉତା ଜିତ୍ଲା ପୁରିସ୍କାର୍ ହାଉଁକ୍ ସେରି କଃର୍ତି, ମଃତର୍ ଅଃମିମଃନ୍ ନଃସ୍ଟ୍ ନଃଉତାର୍ ପୁରିସ୍କାର୍ ହାଉଁକେ ସେରି କଃରୁଲୁ । ସେତାକ୍ ମୁୟ୍ଁ ଏଣେ ତେଣେ ନାୟ୍, ସଃଳ୍କେ ଦଃବ୍ଳୁଲେ, ମୁଁୟ୍ ବିଦାମାରୁଲେ, ମଃତର୍ ବାଉକେ ମାର୍ଲା ଲକ୍ ହର୍ ନୟ୍ । ମୁୟ୍ଁ କଃସ୍ଟ ସଃମ୍ୱାଳି ଗଃଗାଳକେ ଅଃଟୁଆ କଃରି ଆଚି ଆର୍ ନିଜାର୍ ଆୟ୍ତ୍ ତଃଳେ ସଃଙ୍ଗାୟ୍ ଆଚି କାୟିତାକ୍ବଃଲେକ୍ ବିନ୍ ଲକ୍ମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରି ରିଲେକ୍ ହେଁ ମୁୟ୍ଁ ନିଜେ ଜଃନ୍କଃରି ହଲ୍ୟାୟ୍ ପୁରିସ୍କାର୍ ଆରାୟ୍ ନଃକେରି ।
ମଃତର୍ ଜଦି ସେମଃନ୍ ଗଃଗାଳାର୍ ଇଚା ସଃମ୍ବାଳୁ ନଃହାର୍ତି, ତଃବେ ବିବା ଅଃଉଅତ୍; କାୟିତାକ୍ବଃଲେକ୍ ଗଃଗାଳ୍ ସଃମ୍ବାଳୁ ନଃହାର୍ତା ବାଦୁଲେ ବିବା ଅଃଉତାର୍ ନିକ ।
ମାନାୟ୍ର୍ ଗିନେ ଜୁୟି ରଃକମ୍ କଃଟ୍ହାଳ୍ ଅୟ୍ଦ୍, ସେରି ଚାଡି ବିନ୍ ରଃକମ୍ କଃଟ୍ହାଳ୍ ତୁମିମଃନ୍କେ ଗଃଟି ନଃକେରେ; ମଃତର୍ ଇସ୍ୱର୍ ସଃତ୍, ସେ ତୁମିମଃନ୍କେ କାୟି ହେଁ ସଃମ୍ବାଳୁ ନଃହାର୍ତା କଃଟ୍ହାଳେ ହଃଳୁକ୍ ନଃଦେୟ୍, ମଃତର୍ ଜଃନ୍କଃରି ତୁମିମଃନ୍ ସଃମ୍ବାଳୁ ହାରାସ୍, ଇତାର୍ ଗିନେ କଃଟ୍ହାଳ୍ ଗଃଟୁଗଃଟୁ ସେ ବଚାଉତା ବାଟ୍ ହେଁ ଟିକ୍ କଃରିଆଚେ ।
Disciplina e vigilância
Sede sóbrios e vigilantes. O diabo anda em derredor como leão rugidor. A sobriedade nos protege e fortalece.
ଜାଗ୍ରତ୍ ଅୟି ଜାଗି ରିଆ । ତୁମିମଃନାର୍ ବିରଦି ସୟ୍ତାନ୍ ସିମାବାଗ୍ ହର୍ ଗଃର୍ଜାଣ୍ କଃରି କାକେ ମାଡିବଃସେଦ୍, ଇରି ଲଳି ବୁଲୁଲି । ବିସ୍ୱାସେ ତିର୍ ରଃୟ୍ ତାକ୍ ତେବାଉଆ, ଆରେକ୍ ଇରି ଜାଣା ଜେ, ଜଃଗତେ ରିଲା ବିସ୍ୱାସି ବାୟ୍ବେଣି ମଃନ୍କେ ହେଁ ଇରଃକମ୍ ଦୁକ୍ ବୟ୍ଗ୍ ଗଃଟୁଲି ।
ମଃତର୍ ସଃବୁ ବିସୟାର୍ ସଃରାସଃରି ଦିନ୍ ଲଃଗେ ଅୟ୍ଲିବେ । ବଃଲେକ୍ ନିକ ବୁଦିର୍ ଅଃଉଆ ଆର୍ ପାର୍ତ୍ନା କଃରୁକେ ମଃନ୍ ତିର୍ କଃରି ଜଃଗ୍ରାତ୍ ରିଆ ।
କ୍ରିସ୍ଟ ଗଃଗାଳେ ଦୁକ୍ ବୟ୍ଗ୍ କଃରି ରିଲାକ୍ ତୁମିମଃନ୍ ହେଁ ସେରଃକମ୍ ମଃନ୍ ଦଃରି ଅଃହ୍ଣାମଃନ୍କେ ନିକ କଃରି ତିଆର୍ କଃରା, ବଃଲେକ୍ ଜେ କ୍ରିସ୍ଟର୍ ଗିନେ ଗଃଗାଳେ ଦୁକ୍ବୟ୍ଗ୍ କଃରିଆଚେ, ସେ ହାହ୍ ଚାଡି ଆଚେ, ଜଃନ୍କଃରି ତୁମିମଃନ୍ ଇ ଜଃଗତାର୍ ଜିବନାର୍ ବାକି କାଳ୍ ମାନାୟ୍ର୍ କଃରାପ୍ ଇଚା ହଃର୍କାରେ ଜିବନ୍କାଟି ନଃକେରି ଇସ୍ୱରାର୍ ଇଚା ହଃର୍କାରେ ଜିବନ୍ କାଟା । ସେତାକ୍ ଅଜିଉଦିମଃନାର୍ ଇଚା ହଃର୍କାରେ କାମ୍ କଃରି ତୁମିମଃନ୍ ଜଃତି ଦିନ୍ କଃରାପ୍ କାମ୍, କଃରାପ୍ ଇଚା, ମଃଦ୍ କାତାର୍, ରଃଙ୍ଗ୍ରଃସିଆ, ମାତୁଆଳି ଆର୍ କିଚ୍କିଚା ମୁର୍ତିହୁଜା କଃର୍ତି ରିଲାସ୍ । ଇ ରଃକମ୍ ଉତ୍ହାତ୍ ବାଟେ ତୁମିମଃନ୍ ସେମଃନାର୍ ସଃଙ୍ଗ୍ ଦଃବ୍ଳି ନଃଜାହାସ୍, ଇରି ସେମଃନ୍ କାବା ଅୟି ତୁମିମଃନାର୍ ବେସି ଲିନ୍ଦା କଃର୍ତି । ମଃତର୍ ଜୁୟି ଇସ୍ୱର୍ ଜିବନ୍ ରିଲା ଆର୍ ମଃଲାଲକ୍ମଃନାର୍ ବିଚାର୍ କଃରେଦ୍, ତାର୍ ଚଃମେ ସେମଃନ୍କେ ଇସାବ୍ ଦେଉଁକେ ହଃଳେଦ୍ ।
ଆର୍ ତୁମିମଃନ୍ ଇସ୍ୱର୍କେ ନଃଜାଣ୍ତା ଜଃଗତାର୍ ଲକ୍ମଃନାର୍ ହର୍ ବେସ୍ୟା ନୟ୍କଃରି ପବିତ୍ର ଅଃଉଆ । ସଃବୁଲକ୍ ଇସ୍ୱର୍କେ ନଃଜାଣ୍ଲା ଲକ୍ମଃନାର୍ ହର୍ ନୟ୍କଃରି କଃନ୍କଃରି ପବିତ୍ର ଆର୍ ମାନ୍ତି ବାବେ ଅଃହ୍ଣା ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜିବନ୍ କାଟୁକ୍ ଅୟ୍ଦ୍, ସେରି ଜାଣା ।
O senhorio de Cristo
Todo domínio pertence a Cristo. Ele é Senhor dos senhores e Rei dos reis — e nos capacita a viver em santidade.
ମୁୟ୍ଁ ରାତିବଃଳ୍ ଦଃର୍ସନେ ଦଃକ୍ଲେ, ନଃରାର୍ ହୟିସି ହର୍ ଗଃଟେକ୍ ମାନାୟ୍ ଅଃଗାସାର୍ ମେଗେ ଆସ୍ଲା; ସେ ସେ ଅଃନେକ୍ କାଳାର୍ ବୁଡାର୍ ଚଃମେ ଆୟ୍ଲାକେ, ସେ ମଃନ୍ ତାକେ ଜୁଗ୍ ରଃଜାର୍ ଚଃମେ ତାକ୍ ଆଣ୍ଲାୟି। ଆରେକ୍, ସଃବୁ ଗସ୍ଟି, ଦେସ୍ବାସି ଆର୍ ବିନ୍ ବିନ୍ ବାସାର୍ ଲଃକ୍ମଃନ୍ ଜଃନ୍କଃରି ତାର୍ ସେବା କଃର୍ତି, ଇତାର୍ଗିନେ ତାକେ ଅଃଦିକାର୍, ମାୟ୍ନ୍ ଆର୍ ରାୟ୍ଜ୍ ଦିଆ ଅୟ୍ଲି; ତାର୍ ଅଃଦିକାର୍ ଜୁଗ୍ଜୁଗାର୍ ଅଃଦିକାର୍, ସେରି କଃବେ ସେସ୍ ନଃହୟ୍ , ଆର୍ ତାର୍ ରାୟ୍ଜ୍ କଃବେ ନାସ୍ ନଃହୟ୍।
ସଃବ୍କେ ବଃଡ୍ ମାପୁର୍ ମକେ ଜୁଣ୍ ଜୁଣ୍ ଚିନା ଆର୍ କାବା ଅଃଉତା କାମ୍ କଃରିଆଚେ, ସେରି ସଃବୁ ସୁଣା। ତାର୍ ଚିନା ସଃବୁ କଃନ୍କଃରି ବଃଡ୍ ଆର୍ ତାର୍ କାବାଅଃଉତା କାମ୍ ସଃବୁ ସଃକ୍ତିର୍ କାମ୍। ତାର୍ ରାଇଜ୍ ଆର୍ ତାର୍ ସାସନ୍ ଜୁଗ୍ଜୁଗ୍ ହଃତେକ୍ ରଃୟ୍ଦ୍।
କାୟିତାକ୍ବଃଲେକ୍ ଅଃମିମଃନ୍କାର୍ ଗିନେ ଗଟେକ୍ ହିଲା ଜଃଲମ୍ ଅୟିଆଚେ, ଅଃମିକେ ମାପୁର୍ ଗଟେ ହିଲା ଦଃୟିଆଚେ ଆର୍ ତାର୍ କଃନ୍ଦେ ସଃବୁଲକାର୍ ଦାୟିତାର୍ ବଜ୍ ବୟିଦ୍; ଆରେକ୍ ତାର୍ ନାଉ କାବାକଃରୁ, ମଃତ୍ରି, ସଃକ୍ତିକାରି ମାପୁର୍, ଜୁଗ୍ଜୁଗ୍ ରେତା ଉବା, ସାନ୍ତିର୍ ରଃଜା ଅୟିଦ୍। ତାର୍ ରାୟିଜେ ଦାୟିତ୍ ଆର୍ ସାନ୍ତି ଆସେଦ୍, ସେ ଦାଉଦାର୍ ସିଙ୍ଗାସଣ୍ ଉହ୍ରେ ବଃସେଦ୍ ଆର୍ ତାର୍ ରାୟିଜେ ତାହୁନ୍ ଅୟି ନ୍ୟାୟ୍ ବିଚାର୍ କଃରେଦ୍ ଆର୍ ଦଃର୍ମାର୍ ବଃଳେ ଜୁଗ୍ଜୁଗ୍ ହଃତେକ୍ ରାୟିଜ୍ ସାସନ୍ କଃରେଦ୍। ଇରି ସଃବୁଟାଣୁ ଉଟ୍ୟା ସଃକ୍ତି କାରି ମାପୁର୍ ଇଚା ହୁରୁଣ୍ କଃରେଦ୍।
ସେ ଅଃମିମଃନ୍କେ ଅଃନ୍ଦାରାର୍ ଅଃଦିକାରେ ହୁଣି ରଃକ୍ୟା କଃରି ଅଃହ୍ଣାର୍ ଲାଡାର୍ ହୟ୍ସିର୍ ବିବ୍ତି ନାୟ୍ଲାର୍ ରାଇଜ୍ ବିତ୍ରେ ଆଣିଆଚେ । ଜିସୁର୍ ଗିନେ ଅଃମିମଃନ୍ ମୁକ୍ଳି ଆଚୁ ତାର୍ ଅଃର୍ତ୍ ଅଃଉଁଲି ହାହ୍ କେମା ହାୟ୍ଁ ଆଚୁ ।
ଇସ୍ୱର୍ ସଃକ୍ତି କ୍ରିସ୍ଟର୍ ତଃୟ୍ ସାଦୁନ୍ କଃରି ତାକେ ମଃଲାର୍ ତଃୟ୍ ହୁଣି ଉଟାୟ୍ ସଃବୁ ଅଃଦିକାର୍, ସଃକ୍ତି, ମୁଳିକା, ରାଜ୍ କଃର୍ତାର୍ ଦଃୟି ସଃର୍ଗ୍ହୁରେ ଇ ହୁରେ ସଃବ୍କାର୍ ନାଉ ତଃୟ୍ହୁଣି ଉଟ୍ୟା କଃରିଆଚେ । କ୍ରିସ୍ଟ ସଃବୁ ସଃର୍ଗାର୍ ସାସନ୍କଃରୁ, ନାଉ ହାୟ୍ଲା ଅଃଦିକାରି, ସଃକ୍ତିରିଲାର୍, ଅଃଦିକାରିମଃନାର୍ ଉହ୍ରେ ରାୟ୍ଜ୍ କଃରେଦ୍ ଇ ଜଃଗତାର୍ ଆର୍ ସେ ଜଃଗତାର୍ ସଃବୁ ହଃଦ୍ ବିତ୍ରେ ସେ ହଃଦ୍ ସଃବାର୍ ଉଟ୍ୟା ।
ଅଃମିମଃନ୍ ତ ସଃର୍ଗାର୍ ହଃର୍ଜା, ସେ ଟାଣେହୁଣି ହେଁ ଅଃମିମଃନ୍ ମୁକ୍ତିକାରି ମାପୁର୍ ଜିସୁ କ୍ରିସ୍ଟର୍ ଆସ୍ତାର୍ ଜାଗୁଲୁ; ସେ ଅଃହ୍ଣାର୍ ସଃକ୍ତିର୍ ସଃଙ୍ଗ୍ ଜୁୟି ସଃବୁ ବିସୟ୍ ନିଜାର୍ କାମ୍ ସାଦୁନ୍ କଃରୁହାରେ, ସେତାର୍ଗିନେ ଅଃମିମଃନାର୍ ଚାର୍ ଗଃଗାଳ୍କେ ବାଦ୍ଲାୟ୍କଃରି ଅଃହ୍ଣାର୍ ଜଃଜ୍ମାନାର୍ ଗଃଗାଳ୍ କଃରୁହାରେ ।
ଇରି ତ ଅଃମିମଃନ୍ ଜାଣୁ, କ୍ରିସ୍ଟ ମଃଲା ଲକାର୍ ତଃୟ୍ ହୁଣି ଉଟ୍ଲାକ୍, ଆର୍ କଃବେ ନଃମେରେ; ଜିସୁର୍ ଉହ୍ରେ ମଃର୍ନାର୍ ଆର୍ ଅଃଦିକାର୍ ନାୟ୍ ।
ଜୁୟି ଲକ୍ମଃନ୍ ଗଃଗାଳାର୍ ତଃଳେ ଆଚ୍ତି, ସେମଃନ୍ ଇସ୍ୱରାର୍ ସଃନ୍ମତ୍ ଅଃଉଁକେ ନଃହାର୍ତି ।
ମଃତର୍ ଇସ୍ୱରାର୍ ଆତ୍ମା ଜଦି ତୁମିମଃନାର୍ ତଃୟ୍ ବାସା କଃରେଦ୍, ସେରି ଅୟିଲେକ୍ ତୁମିମଃନ୍ ଗଃଗାଳାର୍ ତଃଳେ ନାୟ୍ । ମଃତର୍ ଆତ୍ମାର୍ ତଃଳେ ଆଚାସ୍ । ଜଦି କେଏ କ୍ରିସ୍ଟର୍ ଆତ୍ମା ହାୟ୍ଁ ନଃରେୟ୍, ତଃବେ ସେ ତାର୍ ନାୟ୍ ।
ସେତାକ୍ ଆଦମ୍ ତଃୟ୍ ମିସିରିଲାକେ ଜଃନ୍କଃରି ସଃବୁଲକ୍ ମଃର୍ନ୍ ଡଃଣ୍ଡ୍ ହାଉତି, ସେ ରଃକମ୍ ହେଁ କ୍ରିସ୍ଟର୍ ତଃୟ୍ ମିସ୍ଲାକେ ସଃବୁ ଲକ୍ ଜିବନ୍ ହାଉତି । ମଃତର୍ ସଃବୁଲକ୍ ଅଃହ୍ଣାର୍ ଅଃହ୍ଣାର୍ ଦଃଳେ ହଃର୍ତୁ ହଃଳ୍ ହର୍ କ୍ରିସ୍ଟ, ହଃଚେ କ୍ରିସ୍ଟର୍ ଆସ୍ତାବଃଳ୍ ତାର୍ ତଃୟ୍ ଆୟ୍ଲି ଲକ୍ମଃନ୍ । ତାର୍ହଃଚେ ଜୁଗ୍ ବୁଡେଦ୍ । କ୍ରିସ୍ଟ ସଃବୁ ବିଟାଳ୍ ଆତ୍ମା, ଜାର୍ତଃୟ୍ ରାଜ୍କଃର୍ତାର୍, ଅଃଦିକାରି, ଆର୍ ସଃକ୍ତି ଆଚେ ସେ ସଃବ୍କେ ଆରାୟ୍ଦ୍, ଆର୍ ତାର୍ ହଃଚେ ଉବା ଇସ୍ୱର୍କେ ରାଇଜ୍ କଃରୁକେ ସଃହ୍ରି ଦଃୟ୍ଦ୍ । ବଃଲେକ୍ ପର୍ବୁ ସଃବୁ ସଃତ୍ରୁ ମଃନ୍କେ ନିଜାର୍ ହାଦ୍ ତ୍ଳେ ନଃସେଙ୍ଗାଉତା ହଃତେକ୍ ତାକେ ଜଃନ୍କଃରି ହେଁ ରାୟଃଜ୍ କଃରେଦ୍ ।