Encorajamento
O encorajamento é uma das vocações mais lindas do cristão. A Bíblia transborda de palavras de ânimo: não temas, levanta-te, Eu sou contigo. Deus nos encoraja para encorajarmos outros.
Não temas
Deus diz repetidamente: não temas, Eu sou contigo. Ele fortalece, sustenta e caminha ao nosso lado em cada desafio.
ତମେ ଡରା ନାଇ, କାଇକେ ବଇଲେ ମୁଇଁ ତମର୍ ସଙ୍ଗେ ଆଚି; ମନ୍କେ ଉନା କରା ନାଇ, କାଇକେ ବଇଲେ ମୁଇଁ ତର୍ ପର୍ମେସର୍, ମୁଇଁ ତମ୍କେ ବପୁ କର୍ବି; ଉଁ, ମୁଇଁ ତମ୍କେ ସାଇଜ କର୍ବି; ଉଁ, ମୁଇଁ ମର୍ ନିଜର୍ ଦରମ୍ ଉଜା ଆତେ ତମ୍କେ ଦାରି ଇଣ୍ଡାଇବି ।
ତମେ ପାନି ଲଗେ ଗାଲାବେଲେ ମୁଇ ତମ୍ର ସଙ୍ଗ ରଇବାଇ ଆରି ସମ୍ଦୁରେ ଗାଲା ବେଲେ ସେ ତମ୍କେ ବୁଡାଇ ନାପାରେ; ତୁମେ ଜଇତେଇ ଗାଲାବେଲେ ଜଇ ନ ଲାଗେ ଜଇଆଲା ତମ୍କେ କାଇଟା କରିନାପାରେ ।
ତମେ ମର୍ ମୁଆଟେ ବେସି ନିମାନ୍ ଲକ୍ ଆରି ବେସି ବପୁ ଅଇ ଆଚୁସ୍ ଆରି ମୁଇ ତକେ ଆଲାଦ୍ କଲିନି; ସେଟାର୍ପାଇଁ ମୁଇ ତମର୍ ବାଦୁଲେ ନର୍ମନ୍କେ ଆରି ତମର୍ ପରାନ୍ ବାଦୁଲେ ସର୍ତେ କୁଟୁମ୍କେ ଦେବି।
ଡରା ନାଇଁ; କାଇକେବଇଲେ ମୁଇ ତମ୍ର ସଙ୍ଗେ ଆଚି; ଆମେ ପୁରୁବ୍ ଦିଗ ଅନି ତମ୍ର ବଁସକେ ଆନ୍ବାଇ ଆରି ପସ୍ଚିମ ଦିଗେ ଅନି ତମ୍କେ ରୁଣ୍ଡାଇବାଇ;
ଡରା ନାଇଁ କାଇକେବଇଲେ ତମେ ଲାଜ୍ ନ ଉଆସ୍ । କି ଦୁକ୍ କରାନାଇଁ; କାଇକେବଇଲେ ତମ୍କେ ଲାଜ୍ ନ କରାଇ; ତମେ ନିଜର୍ ଦାଙ୍ଗ୍ଡାବେଲର୍ ଲାଜ୍ ପାସ୍ରି ଜାଇସା ଆରି ତମେ ନିଜର୍ ରାଣ୍ଡିବେଲର୍ ନିନ୍ଦା ଆରି ନ ଏତାଆସ୍ ।
ଜନ୍ ଲକ୍ମନ୍ ମର୍ ବିସଇରେ ନ ପାଚାର୍ଲାଇ,ସେମନ୍କେ କଜ୍ଲିନି; ଜନ୍ଲକ୍ ମନ୍ ମକେ ନ କଜ୍ଲାଇ, ସେମନ୍ ମକେ ପାଇଲାଇନି ଜନ୍ ବିଦେସି ଲକ୍ମନ୍ ମର୍ ନାଉଁକେ ନାଜାନି ରଇଲାଇ, ସେମନ୍କେ, ମକେ ଦେକା, ମକେ ଦେକା ବଲି ମୁଇଁ କଇଲି ।
ମାତର୍ ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁକେ ଜାଗି ରଇବାଇ, ସେମନ୍ ନୁଆଁ ନୁଆଁ ବପୁ ପାଇବାଇ; ସେମନ୍ ଚଚନ୍ ଚଡଇ ପାରା ଉପ୍ରେ ଉଡ୍ତେ ଜିବାଇ; ସେମନ୍ ନ ତାକ୍ତେ ପାଲାଇବାଇ; ସେମନ୍ ନ ତାକ୍ତେ ଇଣ୍ଡ୍ବାଇ ।
ତାର୍ ପଚେ ମୁଁଇ କାକେ ପାଟାଇବି ? ଆରି ମର୍ ପାଇଁ କେ ଜାଇସି? ସବୁବେଲର୍ ମାପ୍ରୁ ଏନ୍ତାରି ବଲିକରି କଇବାଟା ମୁଁଇ ସୁନ୍ଲି। ତାର୍ପଚେ ମୁଇଁ କଇଲି, ମୁଇ ଇତି ଆଚି; ମକେ ପାଟାଆ।
Deus está conosco
Se Deus é por nós, quem será contra nós? Tudo posso naquele que me fortalece. Ele nos encoraja pela sua presença.
ଏ ସବୁର୍ତେଇଅନି ଆରି କାଇଟା କଇବାର୍ ଅଇସି ? ଜଦି ପରମେସର୍ ଆମର୍ ବାଟେ ଆଚେ, ତେବେ କେ ଆମର୍ ବିରଦି ଅଇପାର୍ସି ?
କାଇକେବଇଲେ ପରମେସର୍ ଦେଲା ଆତ୍ମା, ତମ୍କେ ଗତିଦାଙ୍ଗ୍ଡା ଅଇବା ତେଇଅନି ମୁକ୍ଲାଇଲା ଆଚେ । ତମେ ଆରି ଡର୍ବାର୍ ଲଡା ନାଇ । ମାତର୍ ସୁକଲ୍ଆତ୍ମା ତମ୍କେ ପରମେସରର୍ ପିଲାଟକି କରିଆଚେ । ତାର୍ ବପୁ ଏତାଇକରି ଏବେ ଆମେ ପରମେସର୍କେ "ବାବା, ମର୍ ବାବା !" ବଲି ଡାକ୍ଲୁନି ।
ମାତର୍ ଆମର୍ ବାଇବଇନିମନ୍କେ ସାର୍ଦା କରାଇବାକେ ଆରି ସେମନର୍ ବିସ୍ବାସ୍ ଡାଟ୍ କର୍ବାକେ ତାକର୍ ପାଇ ନିକ ବିସଇ କର୍ବାର୍ ଆଚେ ।
ପର୍ମେସର୍ସେ ଆମ୍କେ ମୁର୍ଚିରଇବାଟା ଆରି ସାର୍ଦା କରାଇବାଟା ଦେଇସି । ଆରି ଜିସୁକିରିସ୍ଟର୍ ବାଟେ ଇଣ୍ଡି କରି ସବୁର୍ ମନ୍ ଗଟେକ୍ ଅଇବାକେ ସାଇଜ କର ।
ତମର୍ ଲଗେ ଆଇବାକେ ମୁଇ ବେସି ମନ୍ କଲିନି । ମର୍ ପାଇରଇଲା ଆତ୍ମାର୍ ଦାନ୍ ବିସଇ ଜାନାଇବାଟାନେଅନି ତମର୍ ବିସ୍ବାସ୍ ଡାଟ୍ କରାଇବି । ଏଟାର୍ ଲାଗି ତମର୍ ବିସ୍ବାସେଅନି ମର୍ ବିସ୍ବାସ୍ ଡାଟ୍ ଅଇସି ଆରି ମର୍ ବିସ୍ବାସେଅନି ତମର୍ ବିସ୍ବାସ୍ ଡାଟ୍ ଅଇସି ।
ଏ ସବୁ ଗଟ୍ନା ଆଇଲେ ମିସା ମୁଇ ମୁର୍ଚିକରି ରଇବାକେ ସିକ୍ଲିଆଚି । କାଇକେବଇଲେ, କିରିସ୍ଟ ମକେ ବପୁ ଦେଲାନି ।
ପର୍ମେସର୍ ଜେକି ତମର୍ ମନ୍ ବିତ୍ରେ କାମ୍ କର୍ବାକେ ଆରାମ୍କରିଆଚେ, ଜିସୁକିରିସ୍ଟ ବାଉଡିଆଇବା ଜାକ, ସେଟା କରି ସାରାଇସି ।
ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
ତେବର୍ପାଇ ଆମେ ସାଆସ୍ ନ ଅଇରଇବା ଲକର୍ ପାରା ନ ଅଉଁ । କାଇକେବଇଲେ ଆମର୍ ବାଇରର୍ ଗାଗଡ୍ ମରିମରି ଆଇଲେ, ମିସା ବିତ୍ରେ ରଇବା ଲକ୍ ଦିନ୍କେ ଦିନ୍ ନୁଆ ଅଇ ଆଇଲାନି ।
କାଇକେ ବଇଲେ ଆମର୍ ଦୁକ୍ କସ୍ଟ ସବୁ ଉନା ଅଇକରି ଚନେକର୍ପାଇ । ମାତର୍ ସେଟା ଆମ୍କେ ନ ସର୍ବା ସବୁଦିନର୍ ମଇମା ଆନ୍ସି । ସେଟା ଆମର୍ ଦୁକ୍ କସ୍ଟ ଟାନେଅନି ବଡ୍ ରଇସି ।
ଆମେ ଗଟେକ୍ ମାଟି ଆଣ୍ଡି ପାରା । କାଇକେବଇଲେ ଆମ୍କେ ବପୁ ନ ରଇଲେ ମିସା ପର୍ମେସର୍ ତାର୍ ବେସି ମୁଲିଅ ରଇବା ବାକିଅ ଆମ୍କେ ସର୍ପି ଦେଲାଆଚେ । ଜେନ୍ତାରି କି ଆମ୍କେ ବପୁ ନ ରଇକରି ପର୍ମେସର୍କେସେ ବେସି ବପୁ ଆଚେ ବଲି ଲକ୍ମନ୍ ଜାନ୍ବାଇ । ଆମେ ସବୁ ରକାମର୍ ଦୁକ୍କସ୍ଟ ଅଇକରି ଗାଲୁନି, ଏଲେ ମିସା କସ୍ଟ ପାଉ ନାଇ । କେବେ କେବେ କାଇଟା କର୍ବୁ ବଲି ଗିଆନ୍ ନ ରଇଲା ଲକର୍ପାରା ଅଇଲୁନି, ଅଇଲେମିସା ମନ୍ଦୁକ୍ କରୁ ନାଇ । ସତ୍ରୁମନର୍ ଟାନେଅନି ଉଡା ସୁନି ସୁନି ରଇଲୁ, ଏଲେମିସା ମାପ୍ରୁ ଆମ୍କେ ଚାଡେ ନାଇ । ଆମର୍ ଗାଗ୍ଡେ କେତେକ୍ କେତେକ୍ ମାଡ୍ ଅଇଲା । ଅଇଲେ ମିସା ମାପ୍ରୁ ଆମ୍କେ ବିନାସ୍ ଅଇବାକେ ଦେଏନାଇ । ଆମେ ସବୁବେଲେ ଜିସୁର୍ ମରନ୍ ଆମର୍ ଗାଗ୍ଡେ ଏତାଇଲୁନି । ଜେନ୍ତିକି ଜିସୁର୍ ଜିବନ୍ମିସା ଆମର୍ ଗାଗ୍ଡେ ଡିସ୍ସି ।
ଆମେ ଜିସୁର୍ ସଙ୍ଗ୍ ରଇଲାର୍ ପାଇ ବଁଚ୍ବାଜାକ ମର୍ବା ବିପଦେ ଆଚୁ । ଜେନ୍ତିକି ଲକ୍ମନ୍ ଏ ମର୍ବା ଗାଗ୍ଡେ ଜିସୁ ବଁଚିରଇବାଟା ଦେକ୍ବାଇ ।
ଆମେ ଜାନିଆଚୁ ମାପ୍ରୁ ଆମ୍କେ ବିଚାର୍ କର୍ବାବେଲେ ଗଟେକ୍ ଡର୍ବା ବେଲା ଅଇସି । ସେଟାର୍ପାଇଁ ଆମେ ଲକ୍ମନ୍କେ ମାନାଇଲୁନି । ପର୍ମେସର୍ ଆମ୍କେ ପୁରାପୁରୁନ୍ ଜାନ୍ଲାନି । ଆରି ମୁଇ ଆସା କଲିନି ତମେ ମିସା ତମର୍ ମନେ ମନେ ମକେ ଜାନିରୁଆ । ଏଟା ସବୁ ଲେକିକରି ତମେ ଆମ୍କେ ଆରିତରେକ୍ ଏ ଲକ୍ ନିକ ବଲିକରି କୁଆଇଅଇବାକେ ଆମେ ମନ୍ କରୁନାଇ । ମାତର୍ ଆମେ ଆସା କର୍ବାଟା ଟିକ୍ ଆଚେ, ସେଟା ତମେ ଜାନା ବଲି ଆମେ ମନ୍ କଲୁନି । ଆରି ଜନ୍ ଲକ୍ମନ୍ ନିକ ଗୁନ୍ ନ ମାନିକରି, ବାଇରେ ଡିସ୍ବା ବିସଇଟାନେ ବଡ୍ପନ୍ ଅଇବାଇ, ସେମନ୍କେ ବୁଜାଇପାରାସ୍ । କେତେଲକ୍ ଆମେ ବାୟା ଅଇଗାଲୁଆଚୁ ବଲି ବାବ୍ବାଇ । ସେନ୍ତାର୍ଆଲେ ସେନ୍ତି ଅଇବାଟା ପର୍ମେସର୍ ମନ୍ କଲା ଇସାବେ । ଜଦି ଆମେ ନିକ ଆଚୁ ବଲି ବାବ୍ଲେ ସେଟା ତମର୍ ବଲ୍ ପାଇ । କିରିସ୍ଟର୍ ଆଲାଦ୍ ଆମ୍କେ ବାଟ୍ ଦେକାଇଲାନି । ସେଟା ଆମେ ଜାନିଆଚୁ । ସେଟାର୍ ଲାଗି ଆମେ ସବୁଲକ୍ ତାର୍ ମରନେ ମିସିଆଚୁ । ସେ ସବୁ ଲକର୍ପାଇ ମଲାଆଚେ । ଜେନ୍ତି କି ଜନ୍ଲକ୍ମନ୍ ବଁଚି ଆଚତ୍, ସେମନ୍ ନିଜର୍ ପାଇ ନ ବଁଚତ୍ । ଜେ ତାକର୍ ପାଇ ମରିକରି ଜିବନ୍ ଅଇ ଉଟ୍ଲା, ଅବ୍କା ତାର୍ ପାଇସେ ବଁଚ୍ବାର୍ ଆଚେ ।
ଏ ଜଗତର୍ ଲକ୍ମନ୍ ବିଚାର୍ କଲାପାରା ଆମେ ଲକ୍ମନ୍କେ ବିଚାର୍ନା କରୁନାଇ । ପୁର୍ବେ ଆମେ କିରିସ୍ଟକେ ମିସା ଏ ଜଗତର୍ ଲକ୍ ବିଚାର୍ କଲାପାରା କର୍ତେରଇଲୁ । ମାତର୍ ଏବେ ଆମେ ସେନ୍ତି କରୁନାଇ । ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ । ଏଟା ସବୁ ପର୍ମେସର୍ କଲାଆଚେ । ସେ କିରିସ୍ଟକେ ଦେଇ ଆମ୍କେ ସତ୍ରୁ ରଇବା ତେଇଅନି ମଇତର୍ କରିଆଚେ । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ । ତେବେ ଆମେ ଏ ବିସଇ ଜାନାଇଦେଲୁନି, ଜେ କିରିସ୍ଟର୍ ଲାଗି ପର୍ମେସର୍ ସବୁ ମୁନୁସ୍ ଜାତିକେ ତାର୍ ନିଜର୍ ମଇତର୍ କରିପାର୍ସି । ଆରି ସେ ତାକର୍ ସବୁ ପାପ୍ କେମା କରିଦେଇସି । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ ।
ପର୍ମେସର୍ ଆମ୍କେ ଦେଇ ତମ୍କେ ବାବୁଜିଆ କଲାନି । ଏଟାର୍ପାଇ କିରିସ୍ଟ ଆମ୍କେ ପାଟାଇଲା ଆଚେ । ଆରି କିରିସ୍ଟର୍ ଲାଗି ଆମେ ମିସା ତମ୍କେ ବାବୁଜିଆ କଲୁନି । ପର୍ମେସର୍ ତମ୍କେ ସତ୍ରୁଟାନେଅନି ମଇତର୍ କର । କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
କାଇକେ ବଇଲେ ଜଦି ତମ୍କେ ଦାନ୍ ଦେବାକେ ମନ୍ଆଚେ, ତମର୍ ପାର୍ବା ଏତେକ୍ ଦେଲାସ୍ନି । ତମେ ଦେବାଟା ପର୍ମେସର୍ ସଙ୍ଗଇସି । କାଇକେବଇଲେ, ତମେ ନାପାର୍ବା ଏତ୍କି ଦିଆ ବଲି ମାଙ୍ଗେ ନାଇ ।
ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । ସେ ଆମର୍ ଦୟାକାରିଆ ବାବା ଆରି ଜାର୍ ଟାନେଅନି କି ଆମ୍କେ ସବୁ ବିସଇର୍ ସାଇଜ ଆଇସି । ସେ ଆମ୍କେ ସବୁ ଦୁକ୍ କସ୍ଟ ଆଇଲେ ସାଇଜ କର୍ସି । ସେନ୍ତାରିସେ ବିନ୍ ବିନ୍ ରକାମର୍ କସ୍ଟ ପାଇତେରଇବା ଲକ୍ମନ୍କେ ଆମେ ଜେନ୍ତି ଦୁକ୍ ସାରାଇବୁ । ପର୍ମେସର୍ ଟାନେଅନି ଜନ୍ ସାଇଜ ଆମେ ପାଇଲୁଆଚୁ, ସେ ସାଇଜର୍ ଲାଗି, ଆମେ ମିସା ବିନ୍ ଲକ୍କେ ସାଇଜ କର୍ବୁ ।
Ânimo nas lutas
No mundo tereis aflições, mas tende bom ânimo — Eu venci o mundo. O Senhor é refúgio seguro em toda tribulação.
ଜେନ୍ତାରି କି ତମେ ମର୍ତେଇ ରଇକରି ସାନ୍ତି ପାଇସା, ସେଟାର୍ପାଇଁ ମୁଇ ତମ୍କେ ଏ ସବୁ ବିସଇ କଇଆଚି । ଏ ଦୁନିଆଇ ତମର୍ପାଇ ବେସି ଦୁକ୍ କସ୍ଟ ଆଚେ, ମାତର୍ ଡାଟ୍ସଙ୍ଗ୍ ରୁଆ, ମୁଇ ଦୁନିଆର୍ କାରାପ୍ ବପୁ ନସାଇକରି ଜିତିଆଚି ।"
ଜେନ୍ତାରି କି ତମେ ମର୍ତେଇ ରଇକରି ସାନ୍ତି ପାଇସା, ସେଟାର୍ପାଇଁ ମୁଇ ତମ୍କେ ଏ ସବୁ ବିସଇ କଇଆଚି । ଏ ଦୁନିଆଇ ତମର୍ପାଇ ବେସି ଦୁକ୍ କସ୍ଟ ଆଚେ, ମାତର୍ ଡାଟ୍ସଙ୍ଗ୍ ରୁଆ, ମୁଇ ଦୁନିଆର୍ କାରାପ୍ ବପୁ ନସାଇକରି ଜିତିଆଚି ।"
"ମୁଇ ତମ୍କେ ସାନ୍ତି ଦେଇକରି ଗାଲିନି । ମର୍ ନିଜର୍ ସାନ୍ତି ତମ୍କେ ଦାନ୍ ଦେଇକରି ଗାଲିନି । ଏଟା ଦୁନିଆ ଦାନ୍ ଦେଲାପାରା ସାନ୍ତି ନଏଁ । ସେଟାର୍ ପାଇ ଚିନ୍ତା କରା ନାଇ କି କିଲ୍ବିଲ୍ ଅଇ ଡରା ନାଇ ।
"ମୁଇ ତମ୍କେ ସାନ୍ତି ଦେଇକରି ଗାଲିନି । ମର୍ ନିଜର୍ ସାନ୍ତି ତମ୍କେ ଦାନ୍ ଦେଇକରି ଗାଲିନି । ଏଟା ଦୁନିଆ ଦାନ୍ ଦେଲାପାରା ସାନ୍ତି ନଏଁ । ସେଟାର୍ ପାଇ ଚିନ୍ତା କରା ନାଇ କି କିଲ୍ବିଲ୍ ଅଇ ଡରା ନାଇ ।
ଜେ ପର୍ମେସର୍କେ ଆଲାଦ୍ କର୍ସି, ସେ ତାକେ ନ ଡରେ । ତାର୍ ଆଲାଦ୍ ଆମର୍ ବିତ୍ରେ କାମ୍ କର୍ସି, ଆମେ ତାକେ ଡରିନଏଁ । ସେ ସେମନ୍କେ ଡଣ୍ଡ୍ ଦେଇସି ବଲି ଲକ୍ମନ୍ ତାକେ ଡର୍ଲାଇନି । ଜଦି କେ ମିସା ପର୍ମେସର୍କେ ଡର୍ସି, ତାର୍ ଆଲାଦ୍ ସେ ଲକର୍ଟାନେ କାମ୍ କରେନାଇ ବଲି ଜାନାପଡ୍ସି ।
Promessas de conforto
Vinde a mim os cansados e sobrecarregados. Lança sobre Ele tuas ansiedades, pois Ele cuida de ti.
"ବେସି ବଜ୍ ବଇକରି ତାକ୍ଲା ଲକ୍ମନ୍, ମର୍ ଲଗେ ଆସା । ମୁଇ ତମ୍କେ ପୁଣ୍ଡାଇବି ।
ଜନ୍ଲକ୍ମନ୍ ତମର୍ ଗାଗଡ୍ ନସ୍ଟ କର୍ବାଇ ମାତର୍ ତମର୍ ଆତ୍ମାକେ କାଇଟା କରିନାପାରତ୍ ସେମନ୍କେ ଡରାନାଇ । ମାତର୍ ଜନ୍ ପର୍ମେସର୍ ତମର୍ ଗାଗଡ୍ ଆରି ଆତ୍ମାକେ ନରକ୍ କୁଣ୍ଡେ ପିଙ୍ଗ୍ସି, ତାକେ ଡରା ।
ତମର୍ ସବୁଜାକ ଚିନ୍ତା କର୍ବାଟା ପର୍ମେସର୍କେ ସର୍ପି ଦିଆସ୍, କାଇକେବଇଲେ, ସେ ତମ୍କେ ଜତନ୍ କଲାନି ।
ଚନେକର୍ପାଇ ତମର୍ ଜିବନେ ବିନ୍ ବିନ୍ ଦୁକ୍କସ୍ଟ ଆଇଲାକେ ମୁର୍ଚିକରି ରଇବାକେ ପଡ୍ଲେ ମିସା, ସେଟାର୍ପାଇଁ ତମେ ସାର୍ଦା ଅଇକରି ରୁଆ ।
ତମେ ଜଦି ନିକ କାମ୍ କର୍ବାକେ ମନ୍ କଲେ, ତମର୍ ବିରଦେ କେ ମିସା କାରାପ୍ କାମ୍ ନ କରତ୍ । ସତ୍ କାମ୍ କରି ମୁର୍ଚି ରଇଲେ ତମେ କେଡେକ୍ କରମର୍ ଲକ୍ । ଜନ୍ ଲକ୍ମନ୍ ତମ୍କେ କସ୍ଟ ଦେଲାଇନି, ସେମନ୍କେ ଡରିକରି ଚିନ୍ତା କରାନାଇ ।
Encorajar uns aos outros
Encorajai-vos mutuamente e edificai-vos uns aos outros. Não desanimemos — a bondade do Senhor é nova a cada manhã.
ତେବେ ତମେ ଜେନ୍ତାରି କଲାସ୍ନି, ସେନ୍ତାରି ନିଜର୍ ଲକ୍ମନ୍କେ ଦୁକ୍ ସାରାଆ । ଆରି ସାଇଜ କର୍ତେରୁଆ ।
ତେବେ ତମେ ଜେନ୍ତାରି କଲାସ୍ନି, ସେନ୍ତାରି ନିଜର୍ ଲକ୍ମନ୍କେ ଦୁକ୍ ସାରାଆ । ଆରି ସାଇଜ କର୍ତେରୁଆ ।
ଆସା, ଆମେ ବିନ୍ ଲକ୍ମନ୍କେ ମନ୍ଦେଇ ସେମନ୍କେ ସାଇଜ କରୁ । ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରି ନିକ କାମ୍ କରୁ । ଜେନ୍ତିକି ଆରି କେତେଲକ୍ କଲାଇନି, ଆମେ ମିସିବିଡି ରଇବା ବିସ୍ବାସି ବାଇବଇନି ମନର୍ ସଙ୍ଗ୍ ରୁଣ୍ଡ୍ବାକେ ଏଲା ନ କରୁ । ତାର୍ ବାଦୁଲେ ଆମର୍ ସଙ୍ଗାରିମନର୍ ବିସ୍ବାସ୍ ଡାଁଟ୍ କରାଉ । ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ଦିନ୍ ଲଗେ କେଟି ଆଇଲାନି ।
ଡାବୁ ଆସା ଅଇକରି ତାର୍ପଚେ ପାଲାଆ ନାଇ । କାଇକେବଇଲେ ପର୍ମେସର୍ କଇଲାଆଚେ, "ମୁଇ ତମ୍କେ କେବେ ନ ପାସ୍ରି କି ନ ଚାଡି ।" ତେବର୍ପାଇ ଆମେ ସାସ୍ ଦାରି କଇପାର୍ବୁ
ପର୍ମେସର୍ ଆକା ମକେ ସାଇଜ କର୍ସି,
ମୁଇ କେବେ ନ ଡରି
ଲକ୍ମନ୍ ମକେ କାଇଟା କରି ନାପାରତ୍ ।
ସେଟାର୍ପାଇଁ ଏ ମର୍ ଆଲାଦର୍ ବାଇବଇନିମନ୍, ଡାଁଟ୍ ଅଇକରି ରୁଆ । ମାପ୍ରୁ ଜିସୁକିରିସ୍ଟର୍ ସେବା କାମ୍ ଆବଡ୍ ଅଇକରି କରା । କାଇକେବଇଲେ ତମେ ଜାନାସ୍, ତାର୍ପାଇ ଜନ୍ କାମ୍ ସବୁ କର୍ସା, ସେଟା ସବୁ ଲଡାକେ ଆଇସି ।
ତମେ ଜାଗ୍ରତ୍ ରଇକରି ବିସ୍ବାସେ ଡାଁଟ୍ ରୁଆ । ବପୁ ଅଇକରି ସାଆସେ ରୁଆ ।
ତମେ ଜାଗ୍ରତ୍ ରଇକରି ବିସ୍ବାସେ ଡାଁଟ୍ ରୁଆ । ବପୁ ଅଇକରି ସାଆସେ ରୁଆ ।
କାଇକେବଇଲେ ଜନ୍ ଆତ୍ମା ପର୍ମେସର୍ ଆମ୍କେ ଦେଲାଆଚେ, ସେଟା ଆମ୍କେ ଡର୍ବାକେ ନ ଦେଏ । ତାର୍ ବାଦୁଲେ ଆତ୍ମାଇ ବପୁ ଦେଇସି, ବିନ୍ ଲକ୍ମନ୍କେ ଆଲାଦ୍ କର୍ବାକେ ସିକାଇସି ଆରି ନିଜ୍କେ ଜାଗରତ୍ ରଇବାକେ ସିକାଇସି ।
ସବୁ ରକାମର୍ କାମ୍ ତେଇ ଲାବ୍ ଆଚେ; ମାତର୍, କାମ୍ ନ କରି ଅବ୍କା କାତା କଇଲେ କାକୁର୍ତି ଅଇବାର୍ ଅଇସି।
ଜିସୁ ସେମନ୍କେ କଇଲା, "ମର୍ ସଙ୍ଗ୍ ଆସା, ମୁଇ ତମ୍କେ ଲକ୍ମନ୍କେ ପର୍ମେସରର୍ ବାଟେ ଆନ୍ବା ବିସଇ ସିକାଇବି ।" ସେଦାପ୍ରେ ସେମନ୍ ଜାଲ୍ ଚାଡି ଜିସୁର୍ ପଚେ ପଚେ ଗାଲାଇ ।
Deus chama pelo nome
Ao longo da Bíblia, Deus chamou seus servos pelo nome — Abraão, Moisés, Samuel, Paulo — encorajando cada um pessoalmente.
ତାର୍ପଚେ ପର୍ମେସର୍ ଇସ୍ରାଏଲ୍କେ ରାତିଆ ଦର୍ସନ୍ ଦେଇ କଇଲା, ଏ ଜାକୁବ ଏ ଜାକୁବ । ତେଇ ସେ ଉତର୍ ଦେଲା, ଦେକ୍, ମୁଇ ଇତି ଆଚି ।
ସେଡ୍କିବେଲେ ପର୍ମେସରର୍ ଦୁତ୍ ସପ୍ନେ ମକେ ଜାକୁବ ବଲି ଡାକ୍ଲାକେ, ମୁଇଁ କଇଲି, ଦେକ୍, ମୁଇଁ ଇତି ଆଚି ।
ସେଡ୍କିବେଲେ ଆକାସେ ଅନି ସବୁବେଲର୍ ମାପ୍ରୁର୍ ଦୁତ୍ ତାକେ ଡାକି କଇଲା, ଏ ଅବ୍ରାଆମ୍, ଏ ଅବ୍ରାଆମ୍, ତେଇ ସେ କଇଲା, ଦେକ୍ ମୁଇଁ ଇତିଆଚି ।
ମାତର୍ ମସା ଲଗେ ଜିବାଟା ଦେକି, ସବୁବେଲର୍ ମାପ୍ରୁ ଜଇ ଲାଗ୍ବା ବୁଟା ତେଇ ଅନି କଇଲା, ଏ ମସା, ଏ ମସା ସେ ଉଁକାର୍ଲା, ଉଁ ପର୍ବୁ, ଉଁ ପର୍ବୁ, ମୁଇ ଇତି ଆଚି ।
ଦାମାସ୍କସେ ଅନନିୟ ନାଉଁର୍ ଗଟେକ୍ ବିସ୍ବାସି ଲକ୍ ରଇଲା, ସେ ମାପ୍ରରୁ ଦର୍ସନ୍ ପାଇଲା, ମାପ୍ରୁ ତାକେ କଇଲା, "ଅନନିୟ !"
ସେ କଇଲା, "ମୁଇ ଇତି ଆଚି ମାପ୍ରୁ, କୁଆ ।"
ତେଇ ମରିୟମ୍ କଇଲା, "ଦେକା, ମୁଇ ଗଟେକ୍ ମାପ୍ରୁର୍ ଦାସି, ତମେ କଇବା ଇସାବେ ମକେ ଅ ।" ତାର୍ପଚେ ଦୁତ୍ ତାର୍ଟାନେଅନି ଉଟିଗାଲା ।
"ପାଁଚ୍ଟା ଚେଟିଆ ଚଡଇ କାଇ ଅଲପ୍ ଡାବୁକେ ବିକା ନଅଏ କି ? ଏଲେ ମିସା ସେମନର୍ ବିତ୍ରେଅନି ଗଟେକ୍କେ ମିସା ପର୍ମେସର୍ ନ ପାସ୍ରେ । ମାତର୍ ତମର୍ ମୁଣ୍ଡର୍ ସବୁ ଚେଣ୍ଡି ମିସା ଏଜା ଅଇଲାଆଚେ । ଡରାନାଇ, ତମେମନ୍ କେତେକ୍ କେତେକ୍ ଚେଟିଆ ଚଡଇର୍ ଟାନେଅନି ମୁକିଅ ।"