Família de Deus
A família de Deus transcende laços de sangue. Em Cristo, somos adotados como filhos, irmãos uns dos outros e membros de uma família eterna — a Igreja.
Adotados por Deus
Recebemos o espírito de adoção pelo qual clamamos: Abba, Pai! Se filhos, também herdeiros — herdeiros de Deus e co-herdeiros com Cristo.
କାଇକେବଇଲେ ପରମେସର୍ ଦେଲା ଆତ୍ମା, ତମ୍କେ ଗତିଦାଙ୍ଗ୍ଡା ଅଇବା ତେଇଅନି ମୁକ୍ଲାଇଲା ଆଚେ । ତମେ ଆରି ଡର୍ବାର୍ ଲଡା ନାଇ । ମାତର୍ ସୁକଲ୍ଆତ୍ମା ତମ୍କେ ପରମେସରର୍ ପିଲାଟକି କରିଆଚେ । ତାର୍ ବପୁ ଏତାଇକରି ଏବେ ଆମେ ପରମେସର୍କେ "ବାବା, ମର୍ ବାବା !" ବଲି ଡାକ୍ଲୁନି । ପରମେସରର୍ ଆତ୍ମା ଆମର୍ ବିତ୍ରର୍ ଆତ୍ମା ସଙ୍ଗ୍ କଁଟ୍ ମିସାଇ ଆମ୍କେ ତାର୍ ପିଲାଟକି ବଲି ଜାନାଇଲାନି । କାଇକେବଇଲେ ଆମେ ପରମେସରର୍ ପିଲାଟକି । ତାର୍ ଲକ୍ମନ୍କେ କାତା ଦେଇରଇବା ଆସିର୍ବାଦେ ଆମେ ମିସ୍ବୁ । ଆରି କିରିସ୍ଟର୍ ପାଇ ପରମେସର୍ ଜନ୍ଟା ଟୁଲାଇ ସଙ୍ଗଇଲା ଆଚେ, ତେଇ ମିସା ଆମର୍ ପାଇ ବାଟା ଆଚେ । ଜଦି ଆମେ ଜିସୁର୍ ଦୁକ୍ପାଇବାତେଇ ମିସ୍ଲୁ ଆଚୁ, ତେବେ ତାର୍ ଡାକ୍ପୁଟା ପାଇବାତେଇ ମିସା ମିସ୍ବୁ ।
ସାରାସାରି ଜେଡେବଲ୍ ସମାନ୍ ବେଲା କେଟ୍ଲା, ପରମେସର୍ ତାର୍ ନିଜର୍ ପଅକେ ପାଟାଇଲା । ଗଟେକ୍ ମାମୁଲି ଟକିର୍ ଗର୍ବେଅନି ଜାତ୍ ଅଇକରି ସେ ଜିଉଦି ନିଅମ୍ ମାନିକରି ଜିଇଲାଇ କାଇଲାଇ । ଜେନ୍ତିକି ଦର୍କାର୍ ରଇଲା ମୁଲିଅ ଦେଇ, ନିଅମର୍ ବନ୍ଦନେଅନି ଲକ୍ମନ୍କେ ମୁକ୍ଲାଇବାକେ ଆରି ସେମନ୍କେ ପରମେସରର୍ ପିଲାଜିଲା ଅଇବାକେ ବେଲା ଟିକ୍ କର୍ବାକେ, ତାର୍ ଜିବନର୍ ଆଦେସ୍ ରଇଲା ।
ତମେମନ୍ ଜେ ପରମେସରର୍ ପିଲାଜିଲା, ଏଟା ଦେକାଇ ଦେବାକେ, ପରମେସର୍ ତାର୍ ପଅର୍ ଆତ୍ମା ଆମର୍ ମନ୍ ବିତ୍ରେ ପାଟାଇଲା ଆଚେ । ସେ ଆତ୍ମା ଆଉଲିଅଇ କଇଲାନି, "ବାବା ! ଏ ମର୍ ବାବା !" ସେଟାର୍ପାଇଁ ତମେ ଆରି ବିକିଅଇରଇବା ଗତିଦାଙ୍ଗ୍ଡା ନୁଆସ୍, ମାତର୍ ପିଲାମନ୍ । ତମେ ତାର୍ ପିଲାଜିଲା ଅଇଲାର୍ ଲାଗି, ପରମେସର୍ ତାର୍ ପିଲାଟକିମନର୍ପାଇ ଜାଇଟା ସଙ୍ଗଇଲା ଆଚେ, ସେଟା ସବୁ ତମ୍କେ ଦାନ୍ କରିଦେଇସି ।
ବିସ୍ବାସ୍ କଲାକେ କିରିସ୍ଟ ଜିସୁର୍ ସଙ୍ଗ୍ ମିସିକରି, ଆମେ ସବୁ ପରମେସରର୍ ପିଲାଟକି ଅଇଆଚୁ । ଆମେ ଡୁବନ୍ ନେଇକରି କିରିସ୍ଟର୍ ସଙ୍ଗ୍ ଗଟେକ୍ ଅଇଆଚୁ ଆରି ଏବେ ଜିସୁ କିରିସ୍ଟର୍ ଜିବନ୍ ରୁପର୍ ବସ୍ତର୍ ପିନ୍ଦି ଆଚୁ । ସେଟାର୍ ପାଇ ଜିଉଦି ଆରି ଜିଉଦିନଇଲା ଲକ୍, ଗେନାଅଇଲା ଗତିଦାଙ୍ଗ୍ଡାଦାଙ୍ଗ୍ଡି କି ମୁକ୍ଲାଇଲା ଲକ୍, ମୁନୁସ୍ କି ମାଇଜି ବିତ୍ରେ, କାଇଟା ମିସା ବିନ୍ ନାଇ । ଆମେ ସବୁ ଲକ୍ ଜିସୁର୍ ସଙ୍ଗ୍ ମିସିକରି ଗଟେକ୍ ଅଇଆଚୁ ।
ତାର୍ ଆଲାଦର୍ ଲାଗି, ଜିସୁ କିରିସ୍ଟର୍ ସଙ୍ଗ୍ ସେ ଆମ୍କେ ତାର୍ ନିଜର୍ ପଅଜି ପାରା କର୍ବାକେ ବାଚିଆଚେ । ଏଟାସେ ତାର୍ ଆଦେସ୍ ଆରି ସାର୍ଦା । ଜେନ୍ତାରିକି ତାର୍ ବଡ୍ ଜିବନ୍ ଦୁକାନିର୍ ଲାଗି ଆମେ ତାକେ ଡାକ୍ପୁଟା କରୁ । ତାର୍ ଆଲାଦର୍ ପଅ କରି ରଇଲା କାମର୍ ଲାଗି, ଇନାମେ ତାର୍ ଜିବନ୍ ଦୁକାଇଲାଟା ସେ ଆମ୍କେ ଦେଲା ଆଚେ ।
କିରିସ୍ଟର୍ ଆଲାଦ୍
ସେଟାର୍ପାଇଁ ବଲିକରି ମୁଇ ପର୍ମେସରର୍ ମୁଆଟେ ମାଣ୍ଡିକୁଟା ଦେଇ ପାର୍ତନା କଲିନି, ତାର୍ ଲାଗିସେ ସରଗର୍ ଆରି ପୁର୍ତିବିର୍ ସବୁ କୁଟୁମ୍ ଅଇଲା ଆଚେ,
ମାତର୍ ଜେ ଜେ ତାକେ ନାମ୍ଲାଇ, ଆରି ତାକେ ବିସ୍ବାସ୍ କଲାଇ, ସେ ଲକ୍ମନ୍କେ ପର୍ମେସରର୍ ପିଲାଜିଲା ଅଇଜିବାକେ ସେ ଅଦିକାର୍ ଦେଲା । ସେମନ୍ ମୁନୁସ୍ମନ୍ ମନ୍କଲା ଇସାବେ ଜନମ୍ ଅଅତ୍ନାଇ, କି ଗାଗଡର୍ ବନି ଇସାବେ ଅଅତ୍ନାଇ । ନିଜେ ପର୍ମେସର୍ ସେମନର୍ ବାବା ।
A comunidade de fé
Não abandonem a congregação. Somos um corpo em Cristo, membros uns dos outros, chamados a amar e a servir.
ଜେନ୍ତିକି ଆରି କେତେଲକ୍ କଲାଇନି, ଆମେ ମିସିବିଡି ରଇବା ବିସ୍ବାସି ବାଇବଇନି ମନର୍ ସଙ୍ଗ୍ ରୁଣ୍ଡ୍ବାକେ ଏଲା ନ କରୁ । ତାର୍ ବାଦୁଲେ ଆମର୍ ସଙ୍ଗାରିମନର୍ ବିସ୍ବାସ୍ ଡାଁଟ୍ କରାଉ । ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ଦିନ୍ ଲଗେ କେଟି ଆଇଲାନି ।
ତେବର୍ପାଇ ତମର୍ ଦୁକ୍କସ୍ଟ ସବୁ ତମର୍ ବାବାର୍ତେଇଅନି ମିଲିରଇବା ଡଣ୍ଡ୍ ପାରା ବଲି ବାବ୍ବାର୍ ଆଚେ । ପର୍ମେସର୍ ତମ୍କେ ତାର୍ ପିଲା ଜିଲା ବଲି ଏଜ୍ଲାନି । ଏଟା ତମର୍ ଦୁକ୍କସ୍ଟ ପାଇବାତେଇଅନି ଜାନାପଡ୍ସି । କାଇକେବଇଲେ, ତାର୍ ପିଲାକେ ଡଣ୍ଡ୍ ନ ଦେଲା ବାବା କେ ଆଚେ ? ତେବର୍ପାଇ ତାର୍ ସବୁ ପିଲାଜିଲାପାରା ପର୍ମେସର୍ ଜଦି ତମ୍କେ ଡଣ୍ଡ୍ ନ ଦେଏ, ତାର୍ ଅରତ୍ ଅଇଲାନି ସତଇସେ ତମେ ତାର୍ ପିଲାଜିଲା ନୁଆସ୍, ମାତର୍ ଉପ୍କା ପିଲାଜିଲା । ଆମ୍କେ ଜନମ୍ ଦେଲା ବାବାମନ୍ ଡଣ୍ଡ୍ ଦେଇରଇଲାଇ ଆରି ସେଟାର୍ପାଇଁ ଆମେ ସେମନ୍କେ ମାନିଅ କର୍ତେରଇଲୁ । ସେନ୍ତାର୍ଆଲେ ସର୍ଗେ ରଇବା ଆମର୍ ବାବାକେ ଆମେ କେତେକ୍ ଅଦିକ୍ ନିଜ୍କେ ସର୍ପିଅଇ ବଁଚ୍ବୁ ? ଆମର୍ ବାବାମନ୍ ସେମନ୍ ଟକ୍ ବଲି ବାବ୍ବା ଇସାବେ, ଚନେକର୍ପାଇ ରଇବା ଏ ଜିବନେ ଆମ୍କେ ଡଣ୍ଡ୍ ଦେଇରଇଲାଇ । ମାତର୍ ଜେଡେବେଲେ ପର୍ମେସର୍ ଆମ୍କେ ଡଣ୍ଡ୍ ଦେଇସି, ଆମର୍ ନିକପାଇ ଦେଇସି । ଜେନ୍ତାରିକି ଆମେମିସା ତାର୍ପାରା ସୁକଲ୍ ଅଇବୁ ।
ସେନ୍ତାରିସେ ଆମେ ଜେତ୍କି ଲକ୍ କିରିସ୍ଟତେଇ ମିସ୍ଲୁଆଚୁ, ଆମେ ତାର୍ ଗାଗଡ୍ ଅଇଲୁଆଚୁ । ଗାଗଡର୍ ଆତ୍ ଗଡ୍ ପାରା ଆମେ ସବୁ ଲକ୍ ମିସିଆଚୁ ।
ଗଟେକ୍ ବାଗ୍ ଦୁକା ଅଇଲେ, ଆରି ଅଲ୍ଗା ବାଗ୍କେ ମିସା ଦୁକା ଅଇସି । ଗଟେକ୍ ବାଗ୍ ଡାକ୍ପୁଟା ଅଇଲେ, ସେମନ୍ ସବୁ ମିସି ସାର୍ଦା ଅଇବାଇ ।
ତେବର୍ ପାଇ ଏ ଜିଉଦି ନଇଲା ଲକ୍ମନ୍, ତମେ ଆରି ବିନ୍ ଦେସେ ବାସା ଅଇରଇବାଲକ୍ ନୁଆସ୍ । ଏବେ ପର୍ମେସରର୍ ଲକ୍ମନର୍ସଙ୍ଗ୍ ତମେମିସା ତାର୍ ରାଇଜେ ମିସ୍ବା ଲକ୍ ଆରି ତାର୍ ଜାତିର୍ କୁଟୁମର୍ ଲକ୍ । ତମେ ମିସା ପେରିତ୍ ସିସ୍ମନ୍ ଆରି ବବିସତ୍ବକ୍ତାମନ୍ କରିରଇବା କୁନାଦି ଉପ୍ରେ, ତିଆର୍ ଅଇଲା ଗର୍ ପାରା । ସେ ଗର୍ କନର୍ ମୁଲ୍ ପାକ୍ନା ଅଇଲାନି କିରିସ୍ଟ ଜିସୁ । ସେ ଆକା ଗର୍କେ ସମାନ୍କରି ସଙ୍ଗଇଲା ଆଚେ ଆରି ମାପ୍ରୁର୍ପାଇ ଗଟେକ୍ ସର୍ପିଦେଲା ସୁକଲ୍ ମନ୍ଦିର୍ପାରା କଲାଆଚେ । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ, ଗଟେକ୍ ଗର୍ ପାରା ତମେ ସବୁକେ ମିସିକରି ତିଆର୍ କଲାନି । ଜେନ୍ତାରିକି ତମେ ପର୍ମେସର୍ ତାର୍ ଆତ୍ମାଇ ରଇବା ଗଟେକ୍ ବାସା ଅଇବା ଗର୍ ପାରା ଅଇସା ।
Quem é minha família?
Jesus disse: quem faz a vontade de Deus, esse é meu irmão e irmã. A família de Deus inclui todos os que creem.
ଜିସୁ ସେମନ୍କେ କଇଲା, "କେ ମର୍ ମା ଆରି ବାଇବଇନିମନ୍ ?" ସେ ତାର୍ ଚାରିବେଡ୍ତି ବସିରଇବା ଲକ୍ମନ୍କେ ଦେକିକରି କଇଲା, "ଏମନ୍ ମର୍ ମାଆ ଆରି ମର୍ ବାଇ ବଇନି । ଜନ୍ ଲକ୍ମନ୍ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାଇ, ସେ ମର୍ ବାଇ, ବଇନି ଆରି ମା ।"
ଗତିଦାଙ୍ଗ୍ଡା ଗଟେକ୍ ଗରେ ସବୁ ଦିନର୍ପାଇ ନ ରଏ । ମାତର୍ ସେ ଗରର୍ ପିଲାସେ ସବୁଦିନର୍ପାଇ ରଇସି ।
ଜିସୁ ସେମନ୍କେ କଇଲା, "ଜଦି ପର୍ମେସର୍ ତମର୍ ବାବା ଅଇରଇଲେ, ତମେ ମକେ ଆଲାଦ୍ କର୍ତାସ୍ । କାଇକେ ବଇଲେ ମୁଇ ପର୍ମେସର୍ ତେଇଅନି ଆସି ଏବେ ଇତି ଆଚି । ମାତର୍ ନିଜର୍ ଅଦିକାରେ ଆସିନାଇ । ସେ ମକେ ଏ ଦୁନିଆଇ ପାଟାଇଲା ଆଚେ ।
ବିସ୍ବାସିମନର୍ତି କର୍ବା କାମ୍
ତର୍ଟାନେଅନି ବୟସେ ବଡ୍ ରଇବା ଲକ୍କେ ଡାଟ୍ସଙ୍ଗ୍ ଦାକାପୁକା ଦେସ୍ନାଇ । ତାର୍ ବାଦୁଲେ ନିଜର୍ ବାବାକେ ବାବୁଜିଆ କଲାପାରା ସନ୍ମାନ୍ ସଙ୍ଗ୍ କର୍ । ବଇସେ ସାନ୍ ରଇଲା ଲକ୍ମନ୍କେ ନିଜର୍ ବାଇ ଇସାବେ କାତା ଅ । ବଇସେ ବଡ୍ ରଇବା ମାଇଜିମନ୍କେ ନିଜର୍ ମାଆ ପାରା ଆରି ଦାଙ୍ଗ୍ଡିମନ୍କେ ନିଜର୍ ବଇନି ପାରା ମାନିକରି ର । ସେମନ୍କେ ମନେ ମନେ ମିସା ପାପ୍ ଇସାବେ ଦେକ୍ନାଇ ।
ପର୍ମେସରର୍ ପିଲାଟକିମନ୍
ଅଲପ୍ ବାବିଦେକାପନି, ବାବା ପର୍ମେସର୍ ଆମ୍କେ କେଡେକ୍ ଆଲାଦ୍ କଲାନି । ତାର୍ ଏତେକ୍ ଆଲାଦର୍ ଲାଗି ଆମେ ତାର୍ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍ ଅଇଆଚୁ ବଲି ଏ ଜଗତର୍ ଲକ୍ ବୁଜତ୍ନାଇ । କାଇକେବଇଲେ ଆମର୍ ବାବା ପର୍ମେସର୍କେ ସେମନ୍ ନାଜାନତ୍ । ଏ ମର୍ ଆଲାଦର୍ ମଇତର୍ମନ୍, ଏବେ ଆମେ ପର୍ମେସରର୍ ପିଲାଜିଲା ଅଇଆଚୁ । ପଚ୍କେ ଆମେ କେନ୍ତାର୍ ଅଇରଇବୁ ବଲି ଏବେଜାକ ନାଜାନୁ । ମାତର୍ ଜେଡେବେଲେ କିରିସ୍ଟ ଏଜଗତେ ବାଉଡି ଆଇସି, ସେବେଲେ ସେ ଜେନ୍ତାରି ଆଚେ, ସେନ୍ତାରି ତାକେ ଆମେ ଦେକ୍ବୁ । ଆମେ ମିସା ତାର୍ପାରା ଅଇଜିବୁ । ଏଟା ସତ୍ ।
ସେନ୍ତି ବଇଲେ ଜେତେକ୍ ତର୍ ବେଲା ପାଇଲୁନି, ସବୁବେଲା ସବୁର୍ସଙ୍ଗ୍, ଜନ୍ଲକ୍ମନ୍ ଆମର୍ ବିସ୍ବାସି କୁଟୁମେ ମିସ୍ଲାଇ ଆଚତ୍, ସେମନର୍ ପାଇ ନିମାନ୍ କର୍ବାର୍ ଆମର୍ ଦାଇତ୍ ।