Fim do mundo
A Bíblia fala sobre o fim do mundo como evento certo e definitivo. Céus e terra passarão, mas as palavras de Jesus jamais passarão. A questão não é se, mas quando.
Os céus passarão
Os céus e a terra passarão, mas as palavras de Jesus permanecerão para sempre. O mundo presente é temporário.
ସରଗ୍ ଆରି ମଚ୍ପୁର୍ କୁରୁପ୍ନାସ୍ ଅଇଜାଇସି, ମାତର୍ ମର୍ ସବୁ ବାକିଅ କେବେ ମିଚ୍ ନ ଅଏ ।
ସେ ଦୁକର୍ବେଲା ସାର୍ବା ବେଲେ, ବେଲ୍ ଜାଉଁଲି ଜାଇସି, ଜନ୍ ଆରି ଉଜଲ୍ ନ ଡିସାଏ, ବାଦ୍ଲେଅନି ତାରାମନ୍ ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ଦେବାଟାମନ୍ ସବୁ ବାଟ୍ ବାନା ଅଇଜିବାଇ ।
"ସେ ଦିନ୍, ସେ ବେଲା କେବେ ଆଇସି, କେ କଇନାପାରତ୍ । ପର୍ମେସରର୍ ପିଲା ମୁଇ ମିସା କି ସରଗର୍ ଦୁତ୍ମନ୍ ମିସା ସେ କାତା ନାଜାନତ୍, ବାବା ପର୍ମେସର୍ ଆକା ଜାନିଆଚେ ।
"ମାତର୍ ସବୁ ଗଟ୍ନା କେବେ ଆରି ଜେଡେବେଲା ଅଇସି ବଲିକରି କେ ମିସା ନାଜାନତ୍ । ସରଗର୍ ଦୁତ୍ କି ସତ୍ ମାପ୍ରୁର୍ ପିଲା ମୁଇ ମିସା ନାଜାନି । ମର୍ ବାବା ପର୍ମେସର୍ ଗଟେକ୍ ଲକ୍ସେ ଜାନିଆଚେ ।
O dia do Senhor
O dia do Senhor virá como ladrão. Os céus passarão com grande estrondo, e os elementos se dissolverão no fogo.
ମାପ୍ରୁର୍ ଦିନ୍ ଚର୍ ଆଇଲା ରକାମ୍ କେଟିଜାଇସି । ସେ ଦିନେ ବାଦଲ୍ ସବୁ ବେସି ସବଦ୍ ସଙ୍ଗ୍ ନସ୍ଟ ଅଇଜାଇସି, ବାଦ୍ଲେ ଉଜଲ୍ ରଇବାଟାମନ୍ ସବୁ ସିଲିଜାଇସି, ପୁର୍ତିବି ଆରି ସିତି ରଇଲା ଲକ୍ମନ୍ ତିଆର୍ କଲା ଜେତେକ୍ ସବୁ ଜିନିସ୍ ପଡିଜିବାଇ ।
ମାତର୍ ଏବେ ରଇବା ବାଦଲ୍ ଆରି ଦର୍ତନି ସେ ବାକିଅର୍ ଲାଗି, ଦରମ୍ ନଇଲା ଲକ୍ମନ୍କେ ବିଚାର୍ ଆରି ବିନାସର୍ ଦିନ୍ ଜାକ, ଜଇ ସଙ୍ଗ୍ ନସ୍ଟ ଅଇବାକେ ଜମାଇକରି ସଙ୍ଗଇଲା ଆଚେ ।
ଏ ସବୁ ବିସଇ ଏ ରକାମ୍ ଆଜିଜାଇସି, ତେବର୍ ପାଇ ତମେମନ୍ ବେସି ସୁକଲ୍ ଆରି ଜାଗ୍ରତ୍ସଙ୍ଗ୍ ରଇବାର୍ ଆଚେ। ମାପ୍ରୁ ଆଇବା ଦିନ୍କେ ଜାଗି କରି, ସେଟାଜେନ୍ତି ଦାପ୍ରେ ଆଇସି, ସବୁ ବେଲେ ଦରମ୍ ଚଲାଚଲ୍ତି କର୍ବାର୍ ଆଚେ ।
ଏ ବାଇମନ୍, ମାପ୍ରୁ ଜିସୁର୍ ଦିନ୍ କେବେ ଆରି କେଡେବେଲେ ଗଟ୍ସି, ସେ ବିସଇ ତମ୍କେ ଆରି ଅଦିକ୍ ଲେକ୍ବାକେ ଲଡା ନାଇ, କାଇକେବଇଲେ ମାପ୍ରୁର୍ ଦିନ୍ ଗଟେକ୍ ଚର୍ ରାତିଆ ଗରେ ଆସି ପୁର୍ଲାପାରା କେଟ୍ସି । ଜେଡେବେଲେ ଲକ୍ମନ୍ ସାନ୍ତିସଙ୍ଗ୍ ରଇକରି ଆମ୍କେ ଆରି କାଇ ବିପଦ୍ ନ ଆସେ ବଲି ବାବ୍ତେରଇବାଇ, ସେଡ୍କିବେଲେ ଅଟାତ୍ ଗାଗ୍ଡେଅଇ ରଇଲା ମାଇଜିକେ ପିଲା ଜନମ୍ ଅଇବାବେଲର୍ ଦୁକାସୁକାପାରା ବିନାସର୍ ବେଲା ଆସି କେଟ୍ସି । ଆରି ସେମନ୍ କାଇଟା କଲେମିସା ତେଇଅନି ବଁଚି ନାପାରତ୍ । ମାତର୍ ଏ ବାଇବଇନିମନ୍, ଏବେ ତମେ ଆନ୍ଦାରେ ବାସାଅଇ ରୁଆସ୍ ନାଇ । ତେବେ ସେ ଦିନ୍ ତମର୍ ନାଜାନ୍ତେ ଆରି ଜାଗ୍ରତ୍ ନ ରଇଲା ବେଲାଇ ଚର୍ପାରା ଅଇ ନ ଆସେ । ତମେ ସବୁଲକ୍ ଉଜଲ୍ ଆରି ଦିନ୍ ବେଲର୍ ପିଲାମନ୍ । ଆମେ ରାତିଆଇ କି ଆନ୍ଦାରେ ରଉନାଇ ।
ମାତର୍ ଏ ବାଇବଇନିମନ୍, ଏବେ ତମେ ଆନ୍ଦାରେ ବାସାଅଇ ରୁଆସ୍ ନାଇ । ତେବେ ସେ ଦିନ୍ ତମର୍ ନାଜାନ୍ତେ ଆରି ଜାଗ୍ରତ୍ ନ ରଇଲା ବେଲାଇ ଚର୍ପାରା ଅଇ ନ ଆସେ । ତମେ ସବୁଲକ୍ ଉଜଲ୍ ଆରି ଦିନ୍ ବେଲର୍ ପିଲାମନ୍ । ଆମେ ରାତିଆଇ କି ଆନ୍ଦାରେ ରଉନାଇ । ତେବେ ଆସା, ଆମେ ବିନ୍ ଲକ୍ମନର୍ ପାରା ଗୁନି ଗୁନି କରି ନ ରଉଁ । ଚେତା ଅଇକରି ଜାଗ୍ରତ୍ସଙ୍ଗ୍ ରଉଁ । ତେବେ ଜନ୍ ଲକ୍ମନ୍ ସଇବାଇ, ସେମନ୍ ରାତିବେଲେ ସଇବାଇ । ଆରି ଜନ୍ ଲକ୍ମନ୍ ମାତ୍ବାଇ, ସେମନ୍ ରାତିଆ ମାତ୍ବାଇ । ଆମର୍ ବିସ୍ବାସ୍ ଆରି ଆମର୍ ଆଲାଦ୍ ଗଟେକ୍ ରକିଆ ପାଇବା ଲୁଆର୍ ବସ୍ତର୍ ପାରା ରକିଆ କର୍ସି । ଆମର୍ ଆସା ଗଟେକ୍ ଲୁଆର୍ ଟପି ପାରା ଆମ୍କେ ରକିଆ କର୍ସି । କାଇକେବଇଲେ ପର୍ମେସର୍ ଆମ୍କେ ରିସାର୍ ମୁତାର୍ ଡଣ୍ଡ୍ ପାଇବାକେ ନ ବାଚିକରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଲାଗି, ମୁକ୍ତି ପାଇବାକେ ତିଆର୍ କଲାଆଚେ ।
Destruição e renovação
O Dia do Senhor trará juízo sobre os ímpios, mas também novos céus e nova terra onde habita a justiça.
ଦେକା, ଦେସ୍କେ କୁରୁପ୍ନାସ୍ କର୍ବାକେ ଆରି ସେ ବିତ୍ରେ ଅନି ପାପିମନ୍କେ କୁରୁପ୍ନାସ୍ କର୍ବାକେ ସବୁବେଲର୍ ମାପ୍ରୁର୍ ଦିନ୍ ବଡେ ବଏଁକାର୍; ଆରି ବେସି ରିସା ମିସିକରି ଆଇଲାନି ।
ଆରି ଏଦେ ଦେକା ! ମେଣ୍ଡା ପିଲା ଚଅ ଲମର୍ ସିଲ୍ ବାଙ୍ଗାଇବାଟା ମୁଇ ଦେକ୍ଲି । ତେଇ ଦର୍ତନି ଜବର୍ଅଇତେ ଚୁଲ୍ବୁଲ୍ଲା । ବେଲ୍ କାଲିଆ ଅଇ କର୍କର୍ସା ରଇବା ଲୁଗାପାରା ଅଇଗାଲା ଆରି ଜନ୍ ବନି ପାରା ପୁରାପୁରୁନ୍ ରଙ୍ଗ୍ ଅଇଗାଲା । ଜବର୍ ପବନ୍ ଆସି ଗଟେକ୍ ଡୁମ୍ରି ଗଚ୍ ଦୁନିଅଇଲେ ଜେନ୍ତାରି ନ ପାଚ୍ଲା ଡୁମ୍ରି ତଲେ ଅଦର୍ସି, ସେନ୍ତାରିସେ ବାଦଲର୍ ତାରାମନ୍ ଦର୍ତନି ଉପ୍ରେ ଅଦର୍ଲାଇ ।
ସେ ଅସୁର୍ ସାଁପ୍କେ ବାଇରେ ବେଟି ପିଙ୍ଗିଦେଲାଇ । ସେ ଅସୁର୍ସାଁପ୍ ଦିଆବଲ୍ ବଲି ଡାକ୍ବା ସାଁପ୍ ରଇଲା । ଜେ କି ଗୁଲାଇ ଜଗତ୍ ନାଡାଇରଇଲା । ତାର୍ ଦୁତ୍ମନ୍କେ ଆରି ତାକେ ମିସ୍ତେ ଦର୍ତନି ଉପ୍ରେ ପିଙ୍ଗିଦେଲାଇ ।
"ବାଦ୍ଲେ, ବେଲ୍ଟାନେ, ଜନ୍ଟାନେ ତାରାମନର୍ଟାନେ କେବେ ନ ଡିସ୍ବା ଚିନ୍ମନ୍ ଡିସ୍ସି । ଦୁନିଆର୍ ସବୁ ଦେସର୍ ଲକ୍, ବେସି ଦୁକ୍ କସ୍ଟ ପାଇବାଇ । ଜେଡେବେଲା ସମ୍ଦୁରର୍ ବଡ୍ ଲଅଡି ଗରଜ୍ଲେ ଲକ୍ମନ୍ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ବାୟାବିକଲ୍ ଅଇଜିବାଇ । ଆରି ଲକ୍ମନ୍ ଦୁନିଆଇ ଆଇବା ସବୁ ଗଟ୍ନା ଦେକିକରି ‘କାଇକେ ଏନ୍ତି ଅଇଲାନି ?’ ବଲି ଡରିକରି କେତେ ଲକ୍ ମୁର୍ଚା ଅଇଜିବାଇ । କାଇକେ ବଇଲେ ଆକାସେ ରଇଲା ସବୁ ବିସଇ ପର୍ମେସର ଚୁଲ୍ବୁଲାଇ ଦେଇସି ।
ସେ ଦିନ୍ମନ୍କେ ଗଟ୍ବା ସବୁ ବିସଇ ଦେଇ, କାଇ ବିପଦ୍ ନ ଅଇ ଜିବାକେ ଆରି ପର୍ମେସର୍ ପାଟାଇରଇବା ନର୍ପିଲା ମର୍ ମୁଆଟେ ଟିଆ ଅଇବାକେ, ପାର୍ତନା କରି ଜାଗରତ୍ ଅଇରୁଆ ।"
ତାର୍ପଚେ ଏଦେ ଦେକା ! ନୁଆ ସରଗ୍ ଆରି ନୁଆ ଜଗତ୍ ଦେକ୍ଲି । ପର୍ତୁମ୍ ସରଗ୍ ଆରି ପର୍ତୁମ୍ ଜଗତ୍ ଆରି ଡିସେନାଇ । ସମ୍ଦୁର୍ ମିସା ଆରି ଡିସେନାଇ । ଆରି ସେ ସୁକଲ୍ ନଅର୍ ଦେକ୍ଲି । ସେଟା ରଇଲା ନୁଆ ଜିରୁସାଲେମ୍ । ସର୍ଗେଅନି, ପର୍ମେସର୍ଟାନେଅନି, ସେଟା ଉତ୍ରି ଆଇତେରଇଲା । ଗଟେକ୍ ଦାଙ୍ଗ୍ଡି ଦାଙ୍ଗ୍ଡାକେ ବେଟ୍ ଅଇବାକେ ଗାଲେ କେନ୍ତାଟା ପିନ୍ଦିରଇସି, ସେନ୍ତାରି ତିଆର୍ ପିଆର୍ ଅଇରଇଲା । ବସ୍ବା ଜାଗାଇଅନି ଗଟେକ୍ ବଡ୍ ସବଦ୍ କାତାଅଇବାଟା ମୁଇ ସୁନ୍ଲି "ସାରାସାରି ବେଲେ ପର୍ମେସର୍ ମୁନୁସ୍ଜାତି ସଙ୍ଗ୍ ବାସା ଅଇବାକେ ଆଇଲାଆଚେ । ସେ ତାକର୍ ସଙ୍ଗ୍ ବାସା ଅଇସି । ଆରି ସେମନ୍ ତାର୍ ଲକ୍ ଅଇବାଇ । ପର୍ମେସର୍ ନିଜେ ତାକର୍ ସଙ୍ଗ୍ ରଇସି । ଆରି ସେ ତାକର୍ ପର୍ମେସର୍ ଅଇସି ।" ସେ ତାକର୍ ଆଁସୁ ପୁଚିଦେଇସି । କେ ଆରି ନ ମରତ୍ । କାନ୍ଦାବୁବା, ଦୁକାସୁକା ନ ରଏ । ପୁର୍ନା ବିସଇ ଆରି ନ ଡିସେ ।
ତାର୍ପଚେ ଜେ ବସ୍ବା ଜାଗାଇ ବସିରଇଲା, ସେ କଇଲା "ମୁଇ ଏବେ ସବୁ ବିସଇ ନୁଆ କଲିନି ।" ସେ ମକେ ଆରି କଇଲା "ଏଟା ଲେକିକରି ସଙ୍ଗ । କାଇକେବଇଲେ ଏ ବାକିଅ ସବୁ ସତ୍ । ଆରି ବିସ୍ବାସ୍ କରିଅଇସି ।"