Irmãos
A comunhão entre irmãos é marca da igreja verdadeira. A Bíblia nos chama a amar uns aos outros como Cristo nos amou — com perdão, encorajamento e cuidado mútuo.
Amor fraternal
Um novo mandamento vos dou: que vos ameis uns aos outros. Nisto conhecerão que sois meus discípulos — pelo amor entre vós.
ମୁଇ ତମ୍କେ ଗଟେକ୍ ନୁଆ ଆଦେସ୍ ଦେଲିନି, ତମେ ତମର୍ ନିଜର୍ ନିଜର୍ ବିତ୍ରେ ଆଲାଦ୍ କରା । ମୁଇ ଜେନ୍ତି ତମ୍କେ ଆଲାଦ୍ କଲିଆଚି, ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ କର୍ବାର୍ଆଚେ । ତମର୍ ନିଜର୍ ନିଜର୍ ବିତ୍ରେ ଆଲାଦ୍ ରଇଲେ, ତମେ ମର୍ ସିସ୍ ବଲି ସବୁଲକ୍ ଜାନ୍ବାଇ ।"
ପର୍ମେସର୍ ଆଲାଦ୍କାରିଆ
ଏ ମର୍ ଆଲାଦର୍ ମଇତର୍ମନ୍, ଆମେ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରାକରି ଅଉଁ । କାଇକେବଇଲେ ଆଲାଦ୍ କର୍ବାକେ ପର୍ମେସର୍ ଆମ୍କେ ସାଇଜ କର୍ସି । ଜେ ଜଦି ବିନ୍ ଲକ୍ମନ୍କେ ଆଲାଦ୍ କର୍ସି, ସେ ପର୍ମେସରର୍ ପିଲା ଆରି ପର୍ମେସର୍କେ ଜାନେ ।
ଜଦି କେ ମିସା ମୁଇ ପର୍ମେସର୍କେ ଆଲାଦ୍ କଲିନି ବଲି କଇସି, ମାତର୍ ନିଜର୍ ବିସ୍ବାସି ବାଇବଇନିକେ ଗିନ୍ କର୍ସି, ସେନ୍ତାର୍ଆଲେ ସେ ମିଚ୍ କଇଲାନି । କାଇକେବଇଲେ ଦୁଇଟା ଆଁକିତେଇ ଡିସ୍ବା ବାଇବଇନିମନ୍କେ ଆଲାଦ୍ ନ କର୍ବା ଗଟେକ୍ ଲକ୍, ନ ଡିସ୍ବା ପର୍ମେସର୍କେ ଆଲାଦ୍ କରିନାପାରେ ।
ଜନ୍ ଲକ୍ମନ୍ ତାକର୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଆଲାଦ୍ କର୍ବାଇ, ସେମନ୍ ପର୍ମେସରର୍ ସୁକଲ୍ ଇସାବେ ଚଲାଚଲ୍ତି କଲାଇନି । ସେମନର୍ ଜିବନେ ବିନ୍ ଲକ୍ମନ୍କେ ପାପ୍ କରାଇବା କାଇ ବିସଇ ନାଇ ।
ଏ ଜଗତେ ଜିତ୍ବାଟା
ଜେ କି ଜିସୁକେ ମସିଅ ବଲି ବିସ୍ବାସ୍ କର୍ସି, ସେ ପର୍ମେସରର୍ ପିଲା । ଆରି ଜେ କି ବାବାକେ ଆଲାଦ୍ କର୍ସି, ସେ ତାର୍ ପିଲାକେ ମିସା ଆଲାଦ୍ କର୍ସି ।
ତମେ ସତ୍ ମାନ୍ଲାର୍ ପାଇ, କାରାପ୍ ଚଲାଚଲ୍ତି ଚାଡିକରି ତମର୍ ସଙ୍ଗର୍ ବିସ୍ବାସିମନ୍କେ ସତ୍ସଙ୍ଗ୍ ଆଲାଦ୍ କଲାସ୍ନି । ମନ୍ ପରାନ୍ ଦେଇକରି ଗଟେକ୍ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାସ୍ନି ।
Comunhão e edificação
Não abandoneis a congregação. Encorajem-se mutuamente, cantem juntos e instruam-se na Palavra de Cristo.
ଜେନ୍ତିକି ଆରି କେତେଲକ୍ କଲାଇନି, ଆମେ ମିସିବିଡି ରଇବା ବିସ୍ବାସି ବାଇବଇନି ମନର୍ ସଙ୍ଗ୍ ରୁଣ୍ଡ୍ବାକେ ଏଲା ନ କରୁ । ତାର୍ ବାଦୁଲେ ଆମର୍ ସଙ୍ଗାରିମନର୍ ବିସ୍ବାସ୍ ଡାଁଟ୍ କରାଉ । ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ଦିନ୍ ଲଗେ କେଟି ଆଇଲାନି ।
କିରିସ୍ଟର୍ ବାକିଅ ଦିଆନ୍କରି ଲାଗିରୁଆ । ତମର୍ ତମର୍ ବିତ୍ରେ ସିକିକରି ଜାଗ୍ରତ୍ ଅଇରୁଆ । ଏଟା ଗିଆନ୍ ସଙ୍ଗ୍ କରା । ଗିତ୍ ସଙ୍ଗିତା ବଇର୍ ଗିତ୍ମନ୍, ବିନ୍ ଗିତ୍ମନ୍ ଆରି ସୁକଲ୍ ଗିତ୍ମନ୍ କଇତେରୁଆ । ମନ୍ବିତ୍ରେ ଦନିଅବାଦ୍ କଇକରି ପର୍ମେସର୍କେ ଗିତ୍ କଇତେରୁଆ ।
ଗିତ୍ ସଙ୍ଗିତାର୍ ଗିତ୍, ଆତ୍ମାଇ ଅନି ଆଇବା ବିନ୍ ଗିତ୍ମନ୍, ତମର୍ ବିତ୍ରେ କୁଆକୁଇ ଉଆ । ଗିତ୍ କଇକରି ନିଜେ ନିଜେ ମନ୍ବିତ୍ରେ ମାପ୍ରୁକେ ଡାକ୍ପୁଟା କରା ।
ଜେନ୍ତିକି ଲୁଆ ଲୁଆକେ ଲାଗନ୍ କର୍ସି, ସେ ରକାମ୍ ଗଟେକ୍ ଲକ୍ ମଇତରର୍ ମୁଁକେ ଚଁଚଲ୍ କରାଇସି ।
ସାଙ୍ଗ ସବୁବେଲେ ଲାଡ୍ କର୍ସି, ମାତର୍ ବାଇର୍ ଦୁକ୍ ବେଲେ ସାଇଜ କର୍ବାକେ ଜନମ୍ ଅଇ ରଇସି ।
ଜେ କି ବେସି ସାଙ୍ଗମନ୍କେ କଜ୍ସି, ସେ ନିଜର୍ ବିନାସ୍ ପାଇଁ କଜ୍ସି; ମାତର୍ ଗଟେ ଲାଡ୍ କର୍ବା ଲକ୍ ଆଚେ, ଜେ କି ବାଇର୍ ଲଗେ ଅନି ଅଦିକ୍ ନିଜର୍ ଲଗେ ରଇସି ।
ନିଜର୍ ବନ୍ଦୁବାନ୍ଦବ୍କେ ଆରି ଆୟାବାବାର୍ ବନ୍ଦୁବାନ୍ଦବ୍କେ ପର୍ କରାନାଇଁ; ତମ୍କେ ବିପଦ୍ ରଇଲେ ନିଜର୍ ବାଇଗରେ ମିସା ଜାଆ ନାଇଁ; ଦୁରେ ରଇବା ବାଇର୍ ବାଦୁଲେ ସାଇପଡିସାର୍ ଲକ୍ବାକ୍ ନିକ ।
Perdão e reconciliação
Se o teu irmão pecar contra ti, vai e repreende-o a sós. O perdão e a reconciliação preservam a unidade do corpo de Cristo.
ଗଟେକ୍ ବାଇ ତମର୍ ବିରୁଦେ ପାପ୍ କଲେ
"ଜଦି ତମର୍ ବାଇ ତମର୍ ବିରୁଦେ ପାପ୍ କର୍ସି, ତାର୍ ଲଗେ ଜାଇ ତାର୍ ପାପ୍ ତାକେ ଦେକାଇ ଦିଆସ୍ । ମାତର୍ ତମେ ଦୁଇ ଲକ୍ ରଇଲା ବେଲେ ଏଟା ଲୁଚ୍ତେ କରା । ଜଦି ସେ ତମର୍ କାତା ସୁନ୍ସି, ତମର୍ ବାଇକେ ତମେ ଆରି ତରେକ୍ ପାଇସା । ଆରି ଜଦି ସେ ନ ସୁନ୍ଲେ, ଗଟେକ୍ ଲକ୍କେ ନଇଲେ ଦୁଇ ଲକ୍କେ ଡାକି ନେଇ ତାର୍ ଲଗେ ଜାଆ । ଆମର୍ ସାସ୍ତର୍ ନିୟମ୍ ଇସାବେ, ଦୁଇଟା ନଇଲେ ତିନ୍ଟା ସାକିର୍ ମୁଆଟେ ତମର୍ ଦାବି ସତ୍ ବଲି ଜାନା ପଡ୍ସି ।
ଗଟେକ୍ ବାଇ ତମର୍ ବିରୁଦେ ପାପ୍ କଲେ
"ଜଦି ତମର୍ ବାଇ ତମର୍ ବିରୁଦେ ପାପ୍ କର୍ସି, ତାର୍ ଲଗେ ଜାଇ ତାର୍ ପାପ୍ ତାକେ ଦେକାଇ ଦିଆସ୍ । ମାତର୍ ତମେ ଦୁଇ ଲକ୍ ରଇଲା ବେଲେ ଏଟା ଲୁଚ୍ତେ କରା । ଜଦି ସେ ତମର୍ କାତା ସୁନ୍ସି, ତମର୍ ବାଇକେ ତମେ ଆରି ତରେକ୍ ପାଇସା । ଆରି ଜଦି ସେ ନ ସୁନ୍ଲେ, ଗଟେକ୍ ଲକ୍କେ ନଇଲେ ଦୁଇ ଲକ୍କେ ଡାକି ନେଇ ତାର୍ ଲଗେ ଜାଆ । ଆମର୍ ସାସ୍ତର୍ ନିୟମ୍ ଇସାବେ, ଦୁଇଟା ନଇଲେ ତିନ୍ଟା ସାକିର୍ ମୁଆଟେ ତମର୍ ଦାବି ସତ୍ ବଲି ଜାନା ପଡ୍ସି । ଏଲେ ମିସା ଜଦି ସେ ତମର୍ କାତା ନ ସୁନେ, ମଣ୍ଡଲିତେଇ ଜାନାଇ ଦିଆସ୍ । ସାରାସାରି ଜଦି ମଣ୍ଡଲିର୍ କାତା ମିସା ନ ସୁନେ ବଇଲେ, ତାକେ ଗଟେକ୍ ସିସ୍ତୁମାଙ୍ଗୁ, ବିସ୍ବାସ୍ ନ କର୍ବା ଲକ୍ ବଲି ବାବିକରି, ତାର୍ ସଙ୍ଗ୍ ମିଲାମିସା କର୍ବାଟା ଚାଡି ଦିଆସ୍ ।
ଜଗତର୍ ଆରି ସରଗର୍ ବିସଇ
"ମୁଇ ତମ୍କେ ସତ୍ କଇଲିନି, ତମେ ଏ ଜଗତେ ଜାଇଟା ନାଇ ବଲ୍ସା, ସେଟା ସର୍ଗେ ମିସା ନାଇ ଅଇସି । ଆରି ଜନ୍ଟା ପାଇ ତମେ ଜଗତେ ଉଁ କଇସା, ସେଟା ସର୍ଗେ ମିସା ଉଁ ଅଇସି । କାଲି ସେତ୍କି ନଏଁ, ମୁଇ ତମ୍କେ ସତ୍ କଇଲିନି, ଜେଡେବେଲେ ମିସା ଏ ଜଗତେ ତମେ ଦୁଇ ଲକ୍ ଜନ୍ ବିସଇ ନେଇକରି ଗଟେକ୍ ମନ୍ ଅଇକରି ପାର୍ତନା କଲେ, ମର୍ ସରଗର୍ ବାବା ତମେ ମାଙ୍ଗ୍ଲାଟା ପୁରୁନ୍ କର୍ସି । କାଇକେ ବଇଲେ ଜନ୍ତି ଦୁଇ କି ତିନ୍ ଲକ୍ ରୁଣ୍ଡିକରି ମର୍ ନାଉଁ ଦାର୍ବାଇ, ତେଇ ମୁଇ ଆଚି ।"
ଜିସୁ ଏ କାତା କଇସାରାଇ କଇଲା, "ତମର୍ ବିରୁଦେ ଦସ୍ କରି ରଇବା ବାଇମନ୍କେ ମନ୍ ବିତ୍ରେଅନି ଜଦି କେମା ନ ଦିଆସ୍, ତେବେ ମର୍ ସରଗର୍ ବାବା ମିସା ତମ୍କେ ଏନ୍ତାରିସେ କର୍ସି ।"
ପଚେ, ମୁଇ ସେମନ୍କେ କଇବି, ମୁଇ ତମ୍କେ ସତ୍କଇଲିନି, ଏ ମର୍ ବାଇମନର୍ ବିତ୍ରେ ସବୁର୍ଟାନେଅନି ଗଟେକ୍ ସାନ୍ ଲକର୍ ପାଇ, ଜାଇଟା ସବୁ କରିଆଚାସ୍, ସେଟା ମର୍ ପାଇ କରିଆଚାସ୍ ।
ଜନ୍ ଲକ୍ମନ୍ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାଇ, ସେ ମର୍ ବାଇ, ବଇନି ଆରି ମା ।"
ବିସ୍ବାସିମନର୍ତି କର୍ବା କାମ୍
ତର୍ଟାନେଅନି ବୟସେ ବଡ୍ ରଇବା ଲକ୍କେ ଡାଟ୍ସଙ୍ଗ୍ ଦାକାପୁକା ଦେସ୍ନାଇ । ତାର୍ ବାଦୁଲେ ନିଜର୍ ବାବାକେ ବାବୁଜିଆ କଲାପାରା ସନ୍ମାନ୍ ସଙ୍ଗ୍ କର୍ । ବଇସେ ସାନ୍ ରଇଲା ଲକ୍ମନ୍କେ ନିଜର୍ ବାଇ ଇସାବେ କାତା ଅ । ବଇସେ ବଡ୍ ରଇବା ମାଇଜିମନ୍କେ ନିଜର୍ ମାଆ ପାରା ଆରି ଦାଙ୍ଗ୍ଡିମନ୍କେ ନିଜର୍ ବଇନି ପାରା ମାନିକରି ର । ସେମନ୍କେ ମନେ ମନେ ମିସା ପାପ୍ ଇସାବେ ଦେକ୍ନାଇ ।
କେ ଜଦି, ତାର୍ ନିଜର୍ ଲକ୍ମନ୍କେ କି କୁଟୁମର୍ ଲକ୍ମନ୍କେ ଲଡାକେ ରଇବା ବିସଇ ନ ଦେଲେ, ସେ ଜନ୍ଟା ବିସ୍ବାସ୍ କଲିନି ବଲି କଇସି, ସେ ସତଇସେ ସେଟା ବିସ୍ବାସ୍ କରେନାଇ । ସେ ବିସ୍ବାସ୍ ନ କରିରଇବା ଲକର୍ଟାନେଅନି ଅଦିକ୍ ଇନ୍ ।