Irrepreensível
Ser irrepreensível não é ser perfeito — é viver com integridade diante de Deus e dos homens. A Bíblia nos chama a buscar uma vida reta, pura e sem manchas visíveis de hipocrisia.
O padrão divino
Deus é perfeito e chama seus filhos à integridade. A palavra de Deus é purificada e Ele é escudo dos que caminham na retidão.
ସେ ସତ୍ ଲକର୍ ପାଇଁ ଗିଆନ୍ ଦେଇସି, ସେ ଦରମ୍ ଲକ୍ମନର୍ ପାଇଁ ଆଡ୍ବା ଆଡ୍ନା ପାରା ।
Buscar a perfeição em Cristo
Todos tropeçamos em muitas coisas, mas o alvo é a maturidade. Cristo é a fonte da salvação eterna para todos os que lhe obedecem.
ଆମେ ସବୁ ତର୍କେତର୍ ବୁଲ୍ କଲୁନି । ମାତର୍ ଜେ ମିସା ତାର୍ କାତାବାର୍ତା କଇଲାବେଲେ ବୁଲ୍ ନ କରେ, ତେବେ ସେ ସିଦ୍ ଲକ୍ । ଆରି ସେ ତାର୍ ସବୁଜାକ ମିସା ଜାଗ୍ରତ୍କରି ସଙ୍ଗଇ ଆଚେ ।
ପର୍ମେସର୍ ଦେକ୍ବା ଇସାବେ ଜନ୍ ରିତିନିତି ସତ୍ ଆରି ନିକ, ସେଟା ଅଇଲାନି ଦୁକେ ରଇବା ଟୁରାଟୁରି ପିଲାମନ୍ ଆରି ରାଣ୍ଡିଜୁଣ୍ଡିମନର୍ ଜତନ୍ କର୍ବାଟା । ପଚେ ଜଗତର୍ ଜଞ୍ଜାଲେଅନି ମୁକଲ୍ବାଟା, ଜେନ୍ତାରିକି ସେ ସବୁ ତାକେ ନ ନସାଏ ।
ସବୁ ନିକ ଆରି ସିଦ୍ ରଇବା ଦାନ୍ ପର୍ମେସର୍ ଦେଲା ଆଚେ । ବାଦ୍ଲେ ଉଜଲ୍ ଅଇବା ସବୁଜାକ ସେ ତିଆର୍କଲା ଆଚେ । ସେଟାମନ୍ ବାଦ୍ଲେ ବୁଲ୍ବାବେଲେ ବାଦଲ୍ସି ଆରି ଚାଇଁ ଏନେତେନେ ଅଇସି । ମାତର୍ ପର୍ମେସର୍ ଅଲପ୍ ମିସା ସେନ୍ତାରି ନ କରେ ।
ସେ ପର୍ମେସରର୍ କାତା ମାନ୍ଲାକେ ପୁରାପୁରୁନ୍ ସିଦ୍ ଅଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ କେବେ ନ ସାର୍ବା ମୁକ୍ତି ଦେବା ଲକ୍ ଅଇଲା ।
ଜିସୁ ତାକେ କଇଲା, "ତୁଇ ଜଦି ସିଦ୍ ଅଇବାକେ ମନ୍ କଲୁସ୍ନି ବଇଲେ, ଜାଆ ତର୍ଟାନେ ରଇବା ସବୁଜାକ ବିକି ଦେଇ, ସେ ଡାବୁ ଗରିବ୍ ଲକ୍ମନ୍କେ ଦାନ୍ କରିଦେସ୍ । ଏଟା ସବୁ କରି ସାରାଇ ମର୍ ସଙ୍ଗ୍ ଆଉ । ସେନ୍ତାର୍ କଲେ ତକେ ସର୍ଗେ ଦନ୍ ମିଲ୍ସି ।"
Vida íntegra
Que a vossa alegria seja completa! Vivam em harmonia, sejam irrepreensíveis — transformados pela renovação da mente.
"ଜେନ୍ତିକି ମର୍ ସାର୍ଦା ତମର୍ ଟାନେ ରଇକରି, ସେ ସାର୍ଦା ପୁରାପୁରୁନ୍ ଅଇବାକେ ତମ୍କେ ଏ ସବୁ କାତା କଇଲିଆଚି ।
ତମେ ଏବେ ଜାକ ମର୍ ନାଉଁ ଦାରି କାଇଟା ମିସା ମାଙ୍ଗାସ୍ ନାଇତା । ଏବେ ମାଙ୍ଗା, ତେବେ ତମ୍କେ ମିଲ୍ସି । ଆରି ତମର୍ ସାର୍ଦା ପୁରାପୁରୁନ୍ ଅଇସି ।"
ଏ ଜଗତେ ରଇବା ଲକ୍ମନର୍ ପାରା ଚଲାଚଲ୍ତି ଇସାବେ ଜିଉନା କାଉନା କରାନାଇ । ପରମେସର୍ ତମର୍ ମନ୍ ନୁଆକରି ବାଦ୍ଲାଅ । ସେନ୍ତି ଅଇଲେ ସେ ମନ୍ କର୍ବାଟା ବୁଜିପାର୍ସା । ଆରି ଜନ୍ ଚଲାଚଲ୍ତି ତାର୍ ମୁଆଟେ ନିକ, ସିଦ୍ ଆରି ତାକେ ସାର୍ଦା କୁରାଇସି, ସେଟା ଜାନି ପାର୍ସା ।
ଏ ମର୍ ବାଇବଇନିମନ୍, ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ମୁଇ ତମ୍କେ ବାବୁଜିଆ କଲିନି, ଜେନ୍ତିକି ତମେ ସବୁଲକ୍ ଗଟେକ୍ କାତାଇ ରାଜି ଉଆ, ଆରି ତମର୍ ତମର୍ ବିତ୍ରେ ବେଗ୍ଲା ବେଗ୍ଲି ଉଆନାଇ । ମାତର୍ ତମେ ଗଟେକ୍ ଦଲ୍, ଗଟେକ୍ ମନ୍ ଆରି ଗଟେକ୍ କାତାଇ ରାଜି ଉଆ ।
ଏ ସବୁ ବିସଇ କରି ତମର୍ ବିତ୍ରେ ଆଲାଦ୍ କରାକରି ଉଆ । ସେନ୍ତାର୍ଆଲେ ତମେ ଗଟେକ୍ମନ୍ ଅଇକରି ରଇବାଟା ସିଦ୍ ଅଇସି ।
ଜଦି କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ତମର୍ ମନ୍ ସାର୍ଦା ଅଇଲାଆଚେ, ଆରି ତାର୍ ଆଲାଦର୍ ଲାଗି ସାନ୍ତି ପାଇଆଚାସ୍, ଜଦି ସୁକଲ୍ଆତ୍ମାର୍ ସଙ୍ଗ୍ ମିସିବିଡିକରି ଆଚାସ୍, ଆରି ଜଦି କିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା ଦେକାଇଆଚେ, ସେନ୍ତାର୍ଆଲେ, ମୁଇ ତମ୍କେ ଜୁଆର୍ କରି କଇଲିନି, ତମର୍ ତମର୍ ବିତ୍ରେ ଗଟେକ୍ ମନ୍ ଉଆ । ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ସମାନ୍ ଇସାବେ ଆଲାଦ୍ କରା । ଗଟେକ୍ ଚିନ୍ତା କରା ଆରି ତମର୍ ଆତ୍ମାଇ ଗଟେକ୍ ଅଇକରି ତମର୍ ବାବ୍ବାଟା ଗଟେକ୍ ଅ । ଏନ୍ତାରି କରି ମକେ ପୁରାପୁରୁନ୍ ସାର୍ଦା କରାଆ । ବିନ୍ ଲକ୍ମନର୍ ଟାନେଅନି ନିଜେ ବଡ୍ ଅଇବାକେ ଚେସ୍ଟା କରାନାଇ । ଅବ୍କା ବଡ୍ପନ୍ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍ ବାଦୁଲେ ନିଜ୍କେ ସାନ୍ କରା । ବିନ୍ ଲକର୍ ଟାନେଅନି, ନିଜେ ମୁଇ ବଡ୍ ବଲି ବାବାନାଇ । ମର୍ ନିଜର୍ପାଇ କାଇଟାକଲେ ଅଦିକ୍ ନିକ ରଇସି ବଲି ଅବ୍କା ସେଟାସେ ବାବି ବାବି ରୁଆନାଇ । ବିନ୍ ଲକର୍ପାଇ ଜନ୍ ବିସଇ ନିକ ରଇସି, ସେଟାମିସା ଏତାଇରୁଆ । କିରିସ୍ଟ ଜିସୁର୍ ମନ୍ ଜେନ୍ତି ରଇଲା, ତମର୍ ମନ୍ମିସା ସେ ରକାମ୍ ଅ ।
ସେ ପର୍ମେସରର୍ ପାରା ସବୁ ରକାମ୍ ରଇଲେ ମିସା, ତାର୍ ସଙ୍ଗ୍ ସମାନ୍ଅଇ ରଇବା ଅଦିକାର୍ ନିଜର୍ପାଇ ଦାରିକରି ରଇବି ବଲି ମନ୍ କରେ ନାଇ ।
ତାର୍ ବାଦୁଲେ ସେ ନିଜେ ମନ୍କରି, ତାକେ ରଇଲା ସବୁଟା ଚାଡିଦେଇ ଗଟେକ୍ ଗତିଦାଙ୍ଗ୍ଡାର୍ ରୁପ୍ ଦାରିଆଇଲା । ନର୍ ଲକ୍ ପାରା ଅଇକରି ନର୍ ଲକର୍ ବାନିମୁର୍ତି ଦାରି ଜାତ୍ଅଇଲା ।
ନର୍ଲକ୍ ପାରା ଅଇ ଆଇଲାପଚେ, ସେ ପର୍ମେସରର୍ ଆଦେସ୍ ମାନିକରି, ନିଜ୍କେ ଆରି ଅଦିକ୍ ସାନ୍କଲା । ଲକ୍ମନ୍ ମରାଅତ୍ବଲି ସର୍ପାଇଅଇଲା । ଅବ୍କା ମର୍ବାକେ ନାଇ, ମାତର୍ କୁରୁସ୍ କାଟେ କୁଟିମାରାଇଅଇ ଚଗାଇଅଇବାକେ ମିସା ।
ତେବର୍ପାଇ ପର୍ମେସର୍ ତାକେ ସବୁର୍ତେଇଅନି ଉପ୍ରେ ଉଟାଇଲା । ଆରି ସବୁର୍ ନାଉଁଟାନେଅନି ଅଦିକ୍ ଡାକ୍ପୁଟା ଆରି ଅଦିକାର୍ ରଇବା ନାଉଁ ତାକେ ଦେଲା ।
ଜେନ୍ତିକି ସରଗ୍ପୁରେ, ମଚ୍ପୁରେ ଆରି ପାତାଲେ ରଇବା ସବୁ, ଜିସୁକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ବାଇ । ସେଟାର୍ପାଇଁ ପର୍ମେସର୍ ଏ ସବୁ କଲାଆଚେ ।
ଆରି ସବୁ ଲକ୍ ଜିସୁକିରିସ୍ଟସେ ମାପ୍ରୁ ବଲି ମାନିଅଇବାଇ । ଏନ୍ତାରି ଅଇଲେ ବାବା ପର୍ମେସର୍ ଡାକ୍ପୁଟା ପାଇସି ।
ତେବର୍ ପାଇ, ଏ ମର୍ ଆଲାଦର୍ ମଇତର୍ମନ୍, ତମେ ଜେନ୍ତାରିକି, ମାପ୍ରୁର୍ ଆଦେସ୍ ମାନିକରି ରଇଆଚାସ୍, ଜାଗିରଇ ଡରିକରି ତମର୍ ମୁକ୍ତିର୍ କାମ୍ ପୁରାପୁରୁନ୍ କରା । ମୁଇ ରଇଲାବେଲେସେ ନାଇ, ମାତର୍ ମୁଇ ଦୁରିକେ ରଇଲେ ମିସା ଏଟା କରା । ପର୍ମେସର୍ ନିଜେ ତମର୍ ବିତ୍ରେ ଏ କାମ୍ କଲାର୍ପାଇ ତମେ ଏଟା କରିପାର୍ସା । ତମ୍କେ ଜାଇଟା କରତ୍ ବଲି ସେ ମନ୍ କଲାନି, ସେ ସମାନ୍ ମନ୍ କର୍ବାଟା, ତମ୍କେ ମିସା ଦେଇସି । ଆରି ସେଟା କର୍ବାକେ ବପୁ ମିସା ଦେଇସି ।
ମୁର୍ମୁରା ଆରି କିରଜାଟି ନ ଅଇକରି ସବୁ ଲକ୍ଜାକ କାମ୍ କରା । ଏନ୍ତାରିକଲେ, ତମେ କାରାପ୍ କାମ୍ କଲାସ୍ନି ବଲି ବିନ୍ଲକ୍ କାଇ ଦସ୍ ନ ଦାରତ୍ ଆରି ତମେ ସୁକଲ୍ ଅଇସା । ପାପ୍କରି କାରାପ୍ କାମ୍ କର୍ବା ଲକ୍ମନର୍ ମଜାଇ ପର୍ମେସରର୍ ସିଦ୍ ପିଲାଟକି ଇସାବେ ତମେ ରଇସା । ତାକର୍ ବିତ୍ରେ ଆନ୍ଦାର୍ ଜଗତେ ଉଜଲ୍ ଜଟକ୍ଲା ପାରା ତମର୍ ଚଲାଚଲ୍ତି ଡିସ୍ସି । ନ ସାର୍ବା ଜିବନର୍ କବର୍ ସବୁ ଲକ୍କେ ଜାନାଆ । ଏନ୍ତାରିକଲେ, କିରିସ୍ଟ ବାଅଡ୍ବା ଦିନେ ମୁଇ ତମର୍ ବିସଇର୍ ଲାଗି ବଡ୍ପନ୍ ଅଇବି । ତମର୍ ବିତ୍ରେ ଆବଡ୍ ଅଇକରି କରିରଇବା କାମ୍ ଚୁଚାଇ ଅଏ ନାଇ ବଲି ସେ ଦିନେ ଡିସ୍ସି ।
ସୁବ୍କବର୍ ବିସ୍ବାସ୍ କଲାର୍ପାଇ, ତମେ ଜେନ୍ତାରି ଦୁକ୍ କସ୍ଟ ପାଇକରି ମୁରଚ୍ଲାସ୍ନି, ସେନ୍ତାରିସେ ମୁଇ ମିସା ସୁବ୍କବର୍ ଜାନାଇଲାର୍ ପାଇ ଦୁକ୍ କସ୍ଟ ପାଇକରି ମରିମିସା ଜିବି । ସେନ୍ତାରିଅଇଲେ ମିସା ମୁଇ ନିଜେ ସାର୍ଦା ଅଇ ତମର୍ସଙ୍ଗ୍ ସାର୍ଦା କର୍ବି । ସେନ୍ତାରିସେ ତମେମିସା ସାର୍ଦା ଅଇକରି ମର୍ସଙ୍ଗ୍ ସାର୍ଦା କର୍ବାର୍ ଆଚେ ।
ଜଦି ମାପ୍ରୁ ମନ୍କଲେ, ତିମତିକେ ତମର୍ଟାନେ ଦାପ୍ରେ ପାଟାଇବାକେ ମନ୍ କଲିନି । ତାର୍ଟାନେଅନି ତମେ ନିକ ଆଚାସ୍ ବଲି ସୁନ୍ଲେ, ମୁଇ ମିସା ସାର୍ଦା ଅଇବି । ତିମତିକେ ଚାଡିଦେଲେ ଆରି ତମର୍ ବିସଇ କେ ମିସା, ଅଦିକ୍ ଚିନ୍ତା କର୍ବା ଲକ୍ ମର୍ ଲଗେ ନାଇ । ସେ ତମର୍ ଦୁକ୍ ସୁକ୍ ବିସଇନେଇ ସତଇସେ ଚିନ୍ତା କର୍ସି । ମୁଇ କାଇକେ ଏନ୍ତାରି କଇଲିନି ବଇଲେ, ସବୁ ଲକ୍ ନିଜର୍ ନିଜର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବାଇ । ଜିସୁକିରିସ୍ଟ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କରତ୍ ନାଇ । ତମେତା ଜାନିଆଚାସ୍, ତିମତି ନିଜ୍କେ ସତ୍ବାବେ କାମ୍ କର୍ବା ଲକ୍ ପାରା ଦେକାଇଅଇଆଚେ । ସେ ଜେନ୍ତିକି ଗଟେକ୍ ପଅ, ତାର୍ ବାବା ସଙ୍ଗ୍ ସେବା କର୍ସି, ସେନ୍ତାରିସେ ସେ ମର୍ସଙ୍ଗ୍ ସୁବ୍କବର୍ ଜାନାଇବା କାମେ ମିସିଆଚେ । ତେବର୍ ପାଇ, ମକେ କାଇଟା ଗଟ୍ସି, ସେଟା ଜାନ୍ଲା ଦାପ୍ରେ, ତାକେ ତମର୍ ଲଗେ ପିଲିପିତେଇ ପାଟାଇବି ବଲିକରି ଆସା କଲିନି । ମୁଇ ମାପ୍ରୁର୍ ଲଗେ ବିସ୍ବାସ୍ କଲିନିଜେ, ମୁଇ ନିଜେ ମିସା ଦାପ୍ରେ ତମ୍କେ ଦେକ୍ବାକେ ଆଇବି ।
ମାତର୍ ଆମର୍ ବାଇ ଏପାପର୍ଦିତକେ ତମର୍ଟାନେ ପାଟାଇବି ବଲି ମୁ ମନେ ମନେ ବାବ୍ଲିନି । ସେ ମର୍ ସଙ୍ଗ୍ କାମ୍ କରି ସୁବ୍କବରର୍ ଦେକାରକା ପାଇ ଆବଡ୍ କଲା । ତମର୍ ବାଦୁଲେ ମର୍ ସବୁ ବିସଇ ପୁରାପୁରୁନ୍ କର୍ବାକେ ତାକେ ତମେ ପାଟାଇରଇଲାସ୍ । କାଇକେ ବଇଲେ ସେ ତମ୍କେ ଦେକ୍ବାକେ ବେସି ମନ୍ କଲାନି । ଆରି ତାକେ ବେମାର୍ ଦାରାଇ ଅଇଆଚେ ବଲିକରି ତମେ ସୁନିକରି ଦାନ୍ଦାପାନ୍ଦା ଅଇରଇଲାସ୍ ବଲି ସେ ଜାନିରଇଲା । ଉଁ, ସେ ମର୍ବା ଉପ୍ରେ ରଇଲା । ଆରି ପର୍ମେସର୍ ତାକେ ଦୟାକଲା । ଅବ୍କା ତାକେସେ ନାଇ, ମାତର୍ ଜେନ୍ତିକି ମର୍ପାଇ ଦୁକ୍ଉପ୍ରେ ଦୁକ୍ ନ ଆସ ବଲି ମକେ ମିସା ଦୟାକଲା । ତେବର୍ପାଇ ମୁଇ ତାକେ ଆରିତରେକ୍ ବେସି ସାର୍ଦା ସଙ୍ଗ୍ ପାଟାଇଲିନି । ଜେନ୍ତିକି ତମେ ତାକେ ଆରିତରେକ୍ ଦେକି ସାର୍ଦା ଅଇସା ଆରି ମୁଇ ମିସା ଦୁକ୍ ନ କରି । ତେବର୍ପାଇ ତାକେ ଗଟେକ୍ ବିସ୍ବାସି ବାଇ ଇସାବେ ସାର୍ଦା ସଙ୍ଗ୍ ଡାକିନିଆ । ତାର୍ପାରା ଲକ୍ମନ୍କେ ସନ୍ମାନ୍ ଦିଆସ୍ । କାଇକେବଇଲେ କିରିସ୍ଟର୍ ଲାଗି ବଲିକରି ସେ ତାର୍ ଜିବନ୍ ବିପଦେ ପାକାଇଲା । ଆରି ତମେ ମର୍ଲାଗି ବଲିକରି ସେବାକାମେ ଜାଇଟାସବୁ ଉନା ଅଇଲାଆଚେ, ସେଟା ସବୁଜାକ ସେ ପୁରାପୁରୁନ୍ କଲା ।
ଜାଗର୍ତା, କେ ମିସା କାର୍ଆଲେ ଅନିଆଇର୍ ବାଦୁଲେ ଅନିଆଇ ନ କରା । ତାର୍ ବାଦୁଲେ ନିଜର୍ ନିଜର୍ ବିତ୍ରେ ଆରି ସବୁଲକର୍ ପାଇ ସବୁବେଲେ ମଙ୍ଗଲ୍ କର୍ବାକେ ଚେସ୍ଟା କରା ।