Jesus me ama
Jesus me ama — essa certeza transforma vidas. O amor de Cristo não depende do nosso merecimento, mas da sua natureza. Ele nos amou primeiro, e nada pode nos separar desse amor.
Ele me amou primeiro
Nós amamos porque Ele nos amou primeiro. O amor de Deus se manifestou em nos enviar seu Filho como propiciação pelos nossos pecados.
ଆମେ ତାକେ ଆଲାଦ୍ କର୍ବା ଆଗ୍ତୁ ପର୍ମେସର୍ ଆମ୍କେ ଆଲାଦ୍ କଲା । ସେଟାର୍ପାଇଁ ଆମେ ତାକେ ଆଲାଦ୍ କଲୁନି ।
ଏନ୍ତାରି ନଏଁଜେ, ଆମେ ପର୍ମେସର୍କେ ଆଲାଦ୍ କଲୁ, ମାତର୍ ସେ ଆମ୍କେ ଆଲାଦ୍ କଲା । ଆରି କୁରୁସ୍କାଟେ ମଲାର୍ପାଇ ଆମର୍ ଡଣ୍ଡ୍ ପାଇବାକେ ତାର୍ ପଅକେ ପାଟାଇଲା । ଏଟା ଅଇଲାନି ସତ୍ସଙ୍ଗ୍ ଆଲାଦ୍ କର୍ବାଟା ।
ପର୍ମେସରର୍ ପିଲାଟକିମନ୍
ଅଲପ୍ ବାବିଦେକାପନି, ବାବା ପର୍ମେସର୍ ଆମ୍କେ କେଡେକ୍ ଆଲାଦ୍ କଲାନି । ତାର୍ ଏତେକ୍ ଆଲାଦର୍ ଲାଗି ଆମେ ତାର୍ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍ ଅଇଆଚୁ ବଲି ଏ ଜଗତର୍ ଲକ୍ ବୁଜତ୍ନାଇ । କାଇକେବଇଲେ ଆମର୍ ବାବା ପର୍ମେସର୍କେ ସେମନ୍ ନାଜାନତ୍ ।
ଏଟାର୍ଲାଗି ଆଲାଦ୍ କାଇଟା ଆମେ ଜାନ୍ଲୁନି । କିରିସ୍ଟ ଆମର୍ପାଇଁ ତାର୍ ନିଜର୍ ଜିବନ୍ ଦେଲା । ସେନ୍ତାରିସେ ଆମେମିସା ଆମର୍ ମିସିବିଡିରଇବା ବିସ୍ବାସି ବାଇବଇନି ମନର୍ଲାଗି ମର୍ବାକେ ତିଆର୍ ଅଇବାର୍ଆଚେ ।
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ ।
ମାତର୍ ଆମେ ପାପି ରଇଲାବେଲେ ଜିସୁ ଆମର୍ ପାଇ ନିଜର୍ ଜିବନ୍ ସର୍ପିଦେଲା । ଇତିଅନି ପରମେସର୍ ଆମ୍କେ କେତେକ୍ ଆଲାଦ୍ କଲାନି, ସେଟା ଜାନାପଡିଆଚେ ।
Amor inseparável
Nem a morte, nem a vida, nem qualquer outra criatura poderá nos separar do amor de Deus em Cristo Jesus nosso Senhor.
ମୁଇ ସତଇସେ ଜାନ୍ଲିନି ଜେ, ପର୍ମେସର୍ ଜନ୍ ବଡ୍ ଆଲାଦ୍ ଆମ୍କେ ଦେକାଇଲାଆଚେ, ସେ ଆଲାଦେଅନି କାଇଟା ମିସା ଆମ୍କେ ବେଗ୍ଲାଇ ନାପାରେ । ଆମେ ମରିଗାଲେ କି ଜିବନ୍ ରଇଲେ, ସରଗର୍ ଦୁତ୍ ଅଅତ୍ କି ସାସନ୍କାରିଆମନ୍, କି କାଇ ବିନ୍ ବପୁ, କି ଏବେ ଜନ୍ଟା ଅଇଲାନି, ପଚ୍କେ ଜନ୍ଟା ଅଇସି, ଉପ୍ରର୍ ଦୁନିଆ କି ତଲର୍ ଦୁନିଆ, ଏ ଜଗତେ ତିଆର୍ ଅଇରଇବା କାଇ ବିସଇ ମିସା ପର୍ମେସରର୍ ବଡ୍ ଆଲାଦେ ଅନି ଆମ୍କେ ବେଗ୍ଲାଇ ନାପାରେ । ଆମର୍ ମାପ୍ରୁ ଜିସୁକିରିସ୍ଟକେ ଦେଲା ପରମେସରର୍ ସେ ବଡ୍ ଆଲାଦେ ଅନି, ଏ ସବୁ ବିସଇ ଆମ୍କେ ଦେକାଇଲା ଆଚେ । ଏଟା ମୁଇ ଜାନିଆଚି ।
ସେନ୍ତାର୍ଆଲେ ତେବେ କେ ମିସା ଆମ୍କେ କିରିସ୍ଟର୍ ଆଲାଦେଅନି ବେଗ୍ଲାଇ ନାପାରତ୍ । ଦୁକେ ରଇଲେ ମିସା, କସ୍ଟ ପାଇକରି ରଇଲେ ମିସା, ନିନ୍ଦା ପାଇକରି ରଇଲେ ମିସା, କାକୁର୍ତି ଅଇକରି ରଇଲେ ମିସା, ବୁକେ ରଇଲେ ମିସା, ବିପଦେ ରଇଲେ ମିସା କି ମରାଇଲେ ମିସା ଏ ସବୁ ବେଗ୍ଲାଇ ନାପାରେ । ସାସ୍ତରେ ଲେକାଆଚେ,
"ତମର୍ଲାଗି ସବୁ ଦିନ୍ ଆମେ ମରନର୍ ମୁଆଟେ ଗାଲୁନି,
ପୁଜ୍ବାକେ ନେଲା ମେଣ୍ଡାପିଲା ପାରା ଆମେ ବାଚି ଅଇଲୁ ଆଚୁ ।"
ଜେ ଆମ୍କେ ଆଲାଦ୍ କଲାଇନି, ତାର୍ ସାଇଜ ସଙ୍ଗ୍ ଆମେ ଏ ସବୁର୍ ଉପ୍ରେ ଜିତି ଆଚୁ ।
ଆରି ଜିସୁକିରିସ୍ଟ ଟାନେଅନି । ସେ ଆକା ପର୍ମେସରର୍ ବିସଇର୍ ସତ୍ ସାକି ଦେଇପାର୍ସି । ମଲା ଲକ୍ମନର୍ଟାନେଅନି ତାକେସେ ପର୍ତୁମ୍ ଉଟାଇରଇଲା । ଏ ଜଗତର୍ ସାସନ୍କାରିଆମନର୍ ଉପ୍ରେ ରଇବା ସାସନ୍କାରିଆ । ସେ ଆମ୍କେ ଆଲାଦ୍ କଲାନି । ଆମର୍ପାଇଁ ଗଟେକ୍ ବଲି ଇସାବେ ମଲାକେ ଆମର୍ ପାପେଅନି ସେ ଆମ୍କେ ମୁକ୍ଲାଇଆଚେ । ତାର୍ ବାବା ପର୍ମେସର୍କେ ସେବା କର୍ବାପାଇ ସେ ଆମ୍କେ ଗଟେକ୍ ରାଜାର୍ କୁଟୁମେ ପୁଜାରି କଲାଆଚେ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବପୁ ଆରି ମଇମା ପାଅ । ଆମେନ୍ ।
ଉଜଲର୍ ଜିବନ୍
ପର୍ମେସର୍କେ ବେସି ଆଲାଦ୍ କର୍ବା ତାର୍ ପିଲାମନ୍ ଅଇବାକେ, ତାର୍ପାରା ଅଇ ଗଟେକ୍ ଆଲାଦର୍ ଚଲାଚଲ୍ତି କରା । ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।
Celebrar o amor de Jesus
O amor de Jesus é motivo de cântico e louvor. De manhã cantarei teu amor e à noite proclamarei tua misericórdia.
ନିଜର୍ ମଇତର୍ମନର୍ ଲାଗି ଜିବନ୍ ଦେବାଟା ଅଇଲାନି ସବୁର୍ଟାନେଅନି ବଡ୍ ଆଲାଦ୍ ।
ଆମର୍ ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍ । ସର୍ଗେ ସେ ବେସି ସାଉକାର୍ ଅଇରଇଲେ ମିସା ସେ ନିଜେ ଅର୍କିତ୍ ଅଇଆଇଲା । ଜେନ୍ତି କି ତାର୍ଲାଗି ତମେ ସାଉକାର୍ ଅଇସା ।