O juízo final
O juízo final é a conclusão da história humana. Todos os seres humanos comparecerão diante do trono de Deus para o julgamento eterno — os salvos para a vida, os ímpios para a condenação.
O grande trono branco
Vi um grande trono branco e os mortos diante de Deus. Os livros foram abertos e cada um foi julgado segundo as suas obras.
ସାରାସାରି ବିଚାର୍
ତାର୍ପଚେ ମୁଇ ଗଟେକ୍ ବଡ୍ଟା ଦବ୍ ବସ୍ବା ଜାଗା ଆରି ଜେ ତାର୍ ଉପ୍ରେ ବସିରଇଲା, ତାକେ ଦେକ୍ଲି । ସରଗ୍ ଆରି ଦର୍ତନି ତାର୍ ମୁଆଟେଅନି ପାଲାଇଲାଇ ଆରି କେବେ ଡିସତ୍ନାଇ । ତାର୍ପଚେ ମୁଇ ଜେତ୍କି ମଲା ବଡ୍ ସାନ୍ ଲକ୍କେ ଦେକ୍ଲି । ସେମନ୍ ବସ୍ବା ଜାଗାର୍ ମୁଆଟେ ଟିଆଅଇରଇବାଟା ମୁଇ ଦେକ୍ଲି । ବଇମନ୍ ଉଗାଡି ଅଇଲା, ଜିବନ୍ ରଇବା ଲକ୍ମନର୍ ବଇ ମିସା ଉଗାଡି ଅଇଲା । ସେମନ୍ କଲା କାମ୍ ଇସାବେ ମଲା ଲକ୍ମନ୍କେ ବିଚାର୍ କଲାଇ । ସେମନ୍ କରିରଇବା କାମ୍ମନ୍ ବଇଟାନେ ଆଗ୍ତୁଅନି ଲେକା ଅଇରଇଲା । ତାର୍ ପଚେ ସମ୍ଦୁରେ ଜେତ୍କିଲକ୍ ମରିରଇଲାଇ, ସେମନ୍ ବାରଇଆଇଲାଇ । ମରନ୍ ଆରି ପାତାଲ୍ ମିସା ସେମନ୍ ଦାରିରଇବା ମଲାଲକ୍ମନ୍କେ ଚାଡିଦେଲାଇ । ସେମନ୍କେ ସବୁକେ କରିରଇବା କାମ୍ ଇସାବେ ବିଚାର୍ନା କଲାଇ । ତାର୍ପଚେ ମଲା ଲକର୍ ଜାଗାଇଅନି ଆଇଲା ସବୁଲକର୍ ଗାଗଡ୍ ଆରି ଆତ୍ମା, ଜଇର୍ ଗାଡେ ପିଙ୍ଗ୍ଲାଇ । ସେ ଗାଡ୍ ଅଇଲାନି ଦୁଇ ଲମରର୍ ମରନ୍ ସେ ବେଲେ ଜେତ୍କି ଲକର୍ ନାଉଁ ଜିବନ୍ ରଇବା ବଇଟାନେ ଲେକା ନ ଅଇରଇଲା, ସେ ସବୁଲକ୍କେ ଜଇଲାଗ୍ବା ଗାଡେ ପିଙ୍ଗା ଅଇଲା ।
ଜିସୁ କଇଲାନି "ସୁନା ମୁଇ ଦାପ୍ରେ ଆଇଲିନି । ଲକ୍ମନ୍ କରିରଇବା କାମ୍ ଇସାବେ ମୁଇ ସେମନ୍କେ ପୁରୁସ୍କାର୍ ଦେବି ।
ଜିସୁ କଇଲାନି "ସୁନା ମୁଇ ଦାପ୍ରେ ଆଇଲିନି । ଲକ୍ମନ୍ କରିରଇବା କାମ୍ ଇସାବେ ମୁଇ ସେମନ୍କେ ପୁରୁସ୍କାର୍ ଦେବି । ମୁଇ ପର୍ତୁମର୍ ଲକ୍ ଆରି ସାରାସାରିର୍ ଲକ୍ । ମୁଇ ଆରାମ୍ କର୍ବି ଆରି ମୁଇସେ ସାରାଇବି ।"
ଅନାଦିକାଲର୍ ପର୍ମେସରର୍ ଦର୍ସନ୍
ମୁଇ ଦେକ୍ଲି, କେତେଟା ରାଜାର୍ ସିଆଁସନ୍ ତିଆର୍ ଅଇଲା,
ଆରି ବେସି ଦିନର୍ ଡକ୍ରା ଲକ୍ ତେଇ ବସ୍ଲା ।
ତାର୍ ପିନ୍ଦ୍ଲା ବସ୍ତର୍ ସୁକଲ୍ଟା,
ଆରି ତାର୍ ମୁଣ୍ଡର୍ ଚେଣ୍ଡି ଏକ୍ବାର୍ ନିର୍ମଲ୍ ରଇଲା ।
ତାର୍ ରାଜ୍ଗାଦି ଜଇ ଲାଗ୍ଲା ପାରା
ଆରି କିନ୍ଦର୍ବା ପାନି; ଜୟ୍ପାରା ।
ଅନାଦିକାଲର୍ ପର୍ମେସରର୍ ଦର୍ସନ୍
ମୁଇ ଦେକ୍ଲି, କେତେଟା ରାଜାର୍ ସିଆଁସନ୍ ତିଆର୍ ଅଇଲା,
ଆରି ବେସି ଦିନର୍ ଡକ୍ରା ଲକ୍ ତେଇ ବସ୍ଲା ।
ତାର୍ ପିନ୍ଦ୍ଲା ବସ୍ତର୍ ସୁକଲ୍ଟା,
ଆରି ତାର୍ ମୁଣ୍ଡର୍ ଚେଣ୍ଡି ଏକ୍ବାର୍ ନିର୍ମଲ୍ ରଇଲା ।
ତାର୍ ରାଜ୍ଗାଦି ଜଇ ଲାଗ୍ଲା ପାରା
ଆରି କିନ୍ଦର୍ବା ପାନି; ଜୟ୍ପାରା ।
ତାର୍ ଆଗ୍ତୁ ଜଇ ଗାଡ୍ପାରା ଅଇ ଆଇଲା;
ଅଜାର୍ ଅଜାର୍ ଲକ୍ ତାର୍ ସେବା କଲାଇ
ଲକିଅଲକିଅ ଲକ୍ ତାର୍ ଲଗେ ଆସି ଟିଆ ଅଇଲାଇ ।
ବିଚାର୍ ସବାଇ ବିଚାର୍ ଅଇଲା
ଆରି ବଇମନ୍ ଉଲ୍ଟାଇଲାଇ ।
ଆରି, ପୁର୍ତିବିର୍ ମାଟି ତେଇ ଜନ୍ ଲକ୍ମନ୍ ମରିଆଚତ୍, ସେ ଲକର୍ ବିତ୍ରେ ଅନି କେତେକ୍ ଲକ୍ ଉଟ୍ବାଇ; କେତେକ୍ ଲକ୍ ନ ମର୍ବା ଜିବନ୍ ସଙ୍ଗେ ଉଟ୍ବାଇ ଆରି କେତେକ୍ ଲକ୍ ଲାଜ୍ ସରମ୍ ସଙ୍ଗେ ଆରି ସାରାସାରି ଜାକ ଦୁକ୍ ପାଇବାକେ ଉଟ୍ବାଇ । ଆରି, ଜେ କି ଗିଆନର୍ ଲକ୍, ସେମନ୍ ବାଦଲର୍ ତାରା ପାରା ଆରି ଜନ୍ ଲକ୍ମନ୍ ଦରମ୍ ବାଟେ କାଡାଇ ଆନ୍ବାଇ, ସେମନ୍ ତାରା ମନର୍ ପାରା ସାରାସାରି ଜାକ ଉଜଲ୍ ଅଇ ରଇବାଇ ।
Preparação para o juízo
Deus estabeleceu um dia para julgar o mundo com justiça. Arrependei-vos, porque o juízo se aproxima e cada palavra será pesada.
ସେ ଗଟେକ୍ ଦିନ୍ ଟିକ୍ କଲା ଆଚେ । ସେ ଦିନେ, ସେ ବାଚିରଇବା ଲକର୍ ସଙ୍ଗ୍ ଗୁଲାଇ ଦୁନିଆର୍ ବିଚାର୍ କର୍ସି । ସେ ଲକ୍ ମଲାଟାନେଅନି ଉଟି ଏ କାତା ସତ୍ ବଲି, ସବୁକେ ଜାନାଇଲା ଆଚେ ।
"ତମେ କଇରଇଲା କାଇ ଲଡାକେ ନଇବା ସବୁ କାତା, ବିଚାର୍ନା ଦିନେ ତମ୍କେ ଇସାବ୍ ଦେବାକେ ଅଇସି । ତମର୍ କାତାଇଅନି ତମେ ବିଚାର୍ କରାଇଅଇ, ଦସି ନଇଲେ ଦସ୍ ନ କଲା ଲକ୍ ବଲାଇଅଇସା ।"
ସାରାସାରିର୍ ବିଚାର୍
ଜେଡେବେଲା ନର୍ପିଲା ମୁଇ ରାଜାଅଇ ମର୍ ସରଗର୍ ଦୁତ୍ମନର୍ ସଙ୍ଗ୍ ଆଇବି, ଆରି ମର୍ ଡାକ୍ପୁଟା ବସ୍ବା ଜାଗାଇ ବସ୍ବି, ସବୁ ଜାତିର୍ ଲକ୍ ମର୍ ମୁଆଟେ ଟୁଲ୍ ଅଇବାଇ । ସେଡ୍କି ବେଲା ଗଉଡ୍ ଜେନ୍ତି ମେଣ୍ଡା ଆରି ଚେଲିମନ୍କେ ବେଗ୍ଲାଇସି, ସେନ୍ତି ନର୍ପିଲା ମୁଇ ଲକ୍ମନ୍କେ ଦୁଇ ଦଲ୍ କରି ବାଗ୍ କର୍ବି । ଦରମ୍ ଲକ୍ମନ୍କେ ଉଜା ବାଟେ ଆରି ବିନ୍ ଲକ୍ମନ୍କେ ମର୍ ଡେବ୍ରି ବାଟେ ସଙ୍ଗଇବି ।
ସାରାସାରିର୍ ବିଚାର୍
ଜେଡେବେଲା ନର୍ପିଲା ମୁଇ ରାଜାଅଇ ମର୍ ସରଗର୍ ଦୁତ୍ମନର୍ ସଙ୍ଗ୍ ଆଇବି, ଆରି ମର୍ ଡାକ୍ପୁଟା ବସ୍ବା ଜାଗାଇ ବସ୍ବି, ସବୁ ଜାତିର୍ ଲକ୍ ମର୍ ମୁଆଟେ ଟୁଲ୍ ଅଇବାଇ । ସେଡ୍କି ବେଲା ଗଉଡ୍ ଜେନ୍ତି ମେଣ୍ଡା ଆରି ଚେଲିମନ୍କେ ବେଗ୍ଲାଇସି, ସେନ୍ତି ନର୍ପିଲା ମୁଇ ଲକ୍ମନ୍କେ ଦୁଇ ଦଲ୍ କରି ବାଗ୍ କର୍ବି । ଦରମ୍ ଲକ୍ମନ୍କେ ଉଜା ବାଟେ ଆରି ବିନ୍ ଲକ୍ମନ୍କେ ମର୍ ଡେବ୍ରି ବାଟେ ସଙ୍ଗଇବି । ତାର୍ ପଚେ ମର୍ ଉଜାବାଟେ ରଇଲା ଲକ୍ମନ୍କେ ମୁଇ କଇବି, "ଆସା, ତମ୍କେ ମର୍ ବାବା ଆସିର୍ବାଦ୍ କଲାଆଚେ । ଦୁନିଆ ତିଆର୍ଅଇଲା ବେଲେଅନି ଜନ୍ ରାଇଜ୍ ତମର୍ ପାଇ ତିଆର୍ ଅଇଲା ଆଚେ, ଆସା, ତେଇ ଜାଇ ପୁରା । ମୁଇ ବୁକେ ରଇଲି, ତମେ ମକେ କୁଆଇଲାସ୍ । ମକେ ସସ୍ କଲା, ତମେ ମକେ କାଇବାକେ ଦେଲାସ୍ । ମୁଇ ଚିନାର୍ ଜାନାର୍ ନ ରଇଲି, ମକେ ତମର୍ ଗରେ ଗତିଆ କରି ଡାକ୍ଲାସ୍ । ମୁଇ ଡୁମ୍ଣ୍ଡା ରଇଲି, ମକେ ବସ୍ତର୍ ପିନ୍ଦାଇଲାସ୍ । ମୁଇ ଜର୍ଦାରାଇ ଅଇରଇଲି, ମକେ ଜତନ୍ କଲାସ୍ । ମୁଇ ବନ୍ଦି ଗରେ ରଇଲି ମକେ ଦେକ୍ବାର୍ ଆସିରଇଲାସ୍ ।"
ଦରମ୍ ଲକ୍ମନ୍ କଇବାଇ, "ମାପ୍ରୁ ! କେବେ ତମେ ବୁକେ ରଇଲାଟା ଦେକି ତମ୍କେ କାଇବାକେ ଦେଇରଇଲୁ ? କେବେ ତମ୍କେ ସସ୍ କଲାଜେ ପାନି କାଇବାକେ ଦେଇ ରଇଲୁ ? କେବେ ତମେ ଚିନାର୍ ଜାନାର୍ ନ ଅଇରଇଲାସ୍ ଜେ ଆମେ ତମ୍କେ ଗତିଆ କରି ଗରେ ଡାକି ରଇଲୁ ? ଆରି କେବେ ଡୁମ୍ଣ୍ଡା ରଇଲାସ୍ ଜେ ପିନ୍ଦ୍ବାକେ ବସ୍ତର୍ ଦେଇ ରଇଲୁ ? କେବେ ତମେ ଜର୍ ଦାରାଇ ଅଇରଇଲାସ୍ଜେ ଆମେ ତମ୍କେ ଜତନ୍ କଲୁ ? ଆରି କେବେ ତମେ ବନ୍ଦି ଗରେ ରଇଲାସ୍ଜେ ଆମେ ଦେକ୍ବାର୍ ଆସିରଇଲୁ ?" ପଚେ, ମୁଇ ସେମନ୍କେ କଇବି, ମୁଇ ତମ୍କେ ସତ୍କଇଲିନି, ଏ ମର୍ ବାଇମନର୍ ବିତ୍ରେ ସବୁର୍ଟାନେଅନି ଗଟେକ୍ ସାନ୍ ଲକର୍ ପାଇ, ଜାଇଟା ସବୁ କରିଆଚାସ୍, ସେଟା ମର୍ ପାଇ କରିଆଚାସ୍ ।
ତାର୍ପଚେ ଡେବ୍ରିବାଟେ ବସି ରଇବା ଲକ୍ମନ୍କେ ମୁଇ କଇବି "ଏଇ ସାଇପ୍ ପାଇରଇବା ଦଲର୍ ଲକ୍ମନ୍ ! ମର୍ ମୁଆଟେ ରୁଆନାଇ । ସଇତାନ୍ ଆରି ତାର୍ ସଙ୍ଗ୍ ରଇଲା ଦୁତ୍ମନର୍ ପାଇ, ସବୁବେଲେ ଲାଗି ରଇବା ଜଇକୁଣ୍ଡ୍ ତିଆର୍ ଅଇଲାଆଚେ । ତେଇ ଜାଆ ! ମୁଇ ବୁକେ ରଇଲି, ତମେ ମକେ କାଇବାକେ ଦିଆସ୍ ନାଇ, ମକେ ସସ୍ କଲାଜେ ପାନି ଗୁଡିକ୍ ଦିଆସ୍ ନାଇ । ମୁଇ ଅଚିନାର୍ ଅଇ ରଇଲା ବେଲେ ମକେ ଡାକାସ୍ ନାଇ । ମୁଇ ଡୁମ୍ଣ୍ଡା ରଇଲା ବେଲେ ମକେ ବସ୍ତର୍ ପିନ୍ଦାଆସ୍ ନାଇ । ଜର୍ ଦାରାଅଇ ଆରି ବନ୍ଦି ଅଇ ରଇଲା ବେଲେ, ମକେ ଜତନ୍ କରାସ୍ନାଇ ।"
ସେମନ୍ ସେଡ୍କିବେଲେ ମକେ କଇବାଇ, "ମାପ୍ରୁ, ତମ୍କେ ଆମେ କେବେ ବୁକେ ରଇଲା ବେଲେ, ସସେ ରଇଲା ବେଲେ, ଅଚିନାର୍ ରଇଲା ବେଲେ, ଡୁମ୍ଣ୍ଡା ରଇଲା ବେଲେ ଆରି ଜର୍ ଦାରାଇଅଇ ବନ୍ଦି ରଇବାଟା ଦେକି ତମ୍କେ ସାଇଜ କରୁ ନାଇ ?"
ସତଇସେ ମୁଇ କଇବି, "ଏ ସାନ୍ ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍କେ ସାଇଜ କର୍ବାକେ ମନାକର୍ବା ବେଲେ, ତମେ ମକେ ସାଇଜ କରାସ୍ ନାଇ । ଏନ୍ତାରି ଲକ୍ମନ୍କେ ସବୁ ଦିନର୍ ପାଇ ଡଣ୍ଡ୍ ମିଲ୍ସି ଆରି ଦରମ୍ ଲକ୍ମନ୍ ନ ସାର୍ବା ଜିବନ୍ ପାଇବାଇ ।"
ଜେନ୍ତିକି ପର୍ମେସର୍ ସବୁଜାକ କରି ରଇବା କାମ୍, ବଲ୍କି ମନ୍ଦ୍ ସବୁଜାକ ମନର୍ ବିସଇକେ ବିଚାରେ ଆନ୍ସି ।
ମୁଇଁ ମନେ ମନେ ବାବ୍ଲି, ପର୍ମେସର୍ ଅଇଲାନି ଦରମ୍ ଲକ୍ ଆରି କାରାପ୍ ଲକ୍ମନର୍ ବିଚାର୍ନା କର୍ସି; କାଇକେବଇଲେ ସବୁଜାକ ବିସୟ୍ କର୍ବାକେ ଆରି ସବୁଜାକ କାମ୍ କର୍ବାକେ ଗଟେକ୍ ସମୟ୍ ଆଚେ।
Segurança em Cristo
Quem crê no Filho tem a vida eterna e não entra em juízo. O amor de Deus é nosso refúgio diante do juízo vindouro.
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ ।
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ । ପର୍ମେସର୍ ତାର୍ ପିଲାକେ ଏ ଦୁନିଆଇ ବିଚାର୍ କର୍ବାକେ ପାଟାଏନାଇ, ମାତର୍ ତାର୍ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ । କେ ପର୍ମେସରର୍ ପିଲାକେ ବିସ୍ବାସ୍ କଲାନି ତାର୍ ବିଚାର୍ନା ନଏଁଁ । ମାତର୍ ଜେ ପର୍ମେସରର୍ ପିଲାକେ ବିସ୍ବାସ୍ କରେନାଇ ତାର୍ ବିଚାର୍ନା ଅଇସାର୍ଲାବେ । କାଇକେବଇଲେ ସେ ଗଟେକ୍ ବଲି ପିଲାକେ ବିସ୍ବାସ୍ କରେନାଇ । ଆରି ସେ ବିଚାର୍ନା ଏନ୍ତି ଅଇସି, ସର୍ଗେ ଅନି ଉଜଲ୍ ଏ ଦୁନିଆଇ ଆସିରଇଲା । ମାତର୍ ଏ ଦୁନିଆର୍ ଲକ୍ମନ୍ ସେ ଉଜଲେଅନି ଆନ୍ଦାର୍କେ ବେସି ମନ୍ କଲାଇ । କାଇକେବଇଲେ ସେମନ୍ କର୍ବା କାମ୍ ସବୁ ବେସି କାରାପ୍ ।
ମୁଇ ତମ୍କେ ସତ୍କାତା କଇଲିନି, ମୁଇ ଉଟିଜିବା ବିସଇ ତମର୍ ପାଇ ଗଟେକ୍ ମଙ୍ଗଲର୍ ବିସଇ ଅଇସି । କାଇକେ ବଇଲେ ମୁଇ ନ ଗାଲେ ସାଇଜକାରିଆ ତମର୍ଟାନେ ନ ଆସେ, ମୁଇ ଗାଲେ ତାକେ ତମର୍ଟାନେ ପାଟାଇଦେବି । ସେ ଆସିକରି ଦୁନିଆର୍ ଲକ୍ମନ୍କେ ପାପ୍, ଦରମ୍ ଆରି ନିଆଇ ବିସଇର୍ ସାକି ଦେଇସି । ଏ ଦୁନିଆର୍ ଲକ୍ମନ୍ ପାପ୍ ବିସଇ ବୁଲ୍ ବୁଜ୍ଲାଇ ଆଚତ୍ । ସେ ଦେକାଇ ଦେଇସି ଜେ, ମକେ ବିସ୍ବାସ୍ ନ କର୍ବାଟାସେ ପାପ୍ । ଟିକ୍ ଇସାବେ ଚଲାଚଲ୍ତି କର୍ବା ବିସଇ, ଦୁନିଆର୍ ଲକ୍ମନ୍ ବୁଲ୍ ବୁଜିଆଚତ୍ । ମୁଇ ମର୍ ବାବାର୍ ଲଗେ ବାଉଡି ଗାଲିନି, ଆରି ତମେ ମକେ ଦେକିନାପାରାସ୍ । ସେଟା ମୁଇ ମାନ୍ବା ଦରମ୍ ବିସଇ ସାକି ଦେଲାନି । ଦୁନିଆର୍ ଲକ୍ମନ୍ ବିଚାର୍ କର୍ବା ବିସଇ ବୁଲ୍ ବୁଜ୍ଲାଇ ଆଚତ୍ । କାଇକେବଇଲେ ଏ ଦୁନିଆର୍ ସାସନ୍କାରିଆ ଦସି ବଲି ବିଚାର୍ ଅଇ ସାରାଇ ଆଚେ ।"
ପର୍ମେସର୍ ଜନ୍ ଆଲାଦ୍ ଆମର୍ପାଇଁ ଦେକାଇଆଚେ, ସେଟା ଆମେ ଜାନ୍ଲୁନି ଆରି ବିସ୍ବାସ୍ କଲୁନି ।
ସେ ସବୁବେଲେ ଲକ୍ମନ୍କେ ଆଲାଦ୍ କର୍ସି । ଜେତ୍କି ଲକ୍ ପର୍ମେସର୍କେ ଆରି ବିନ୍ ଲକ୍ମନ୍କେ ଆଲାଦ୍ କର୍ବାଇ, ସେମନ୍ ପର୍ମେସରର୍ ସଙ୍ଗ୍ ମିସିଆଚତ୍ । ଆରି ସେ ମିସା ତାକର୍ ସଙ୍ଗ୍ ଆଚେ । ପର୍ମେସର୍ ଆମ୍କେ ଦେଇ ବିନ୍ ଲକ୍ମନ୍କେ ଆଲାଦ୍ କର୍ବା କାମ୍ କଲାଆଚେ । ଜେନ୍ତିକି ସେ ସବୁକେ ବିଚାର୍ନା କର୍ବା ଦିନେ ଆମେ ଡରିକରି ନ ରଉଁ । କିରିସ୍ଟ ଏ ଜଗତେ ରଇଲାବେଲେ, ଜେନ୍ତି ଚଲାଚଲ୍ତି କର୍ତେରଇଲା, ସେନ୍ତାରିସେ ଆମେମିସା ଚଲାଚଲ୍ତି କରୁ । ଆରି ଆମେ ଡରିକରି ନ ରଉଁ । ଜେ ପର୍ମେସର୍କେ ଆଲାଦ୍ କର୍ସି, ସେ ତାକେ ନ ଡରେ । ତାର୍ ଆଲାଦ୍ ଆମର୍ ବିତ୍ରେ କାମ୍ କର୍ସି, ଆମେ ତାକେ ଡରିନଏଁ । ସେ ସେମନ୍କେ ଡଣ୍ଡ୍ ଦେଇସି ବଲି ଲକ୍ମନ୍ ତାକେ ଡର୍ଲାଇନି । ଜଦି କେ ମିସା ପର୍ମେସର୍କେ ଡର୍ସି, ତାର୍ ଆଲାଦ୍ ସେ ଲକର୍ଟାନେ କାମ୍ କରେନାଇ ବଲି ଜାନାପଡ୍ସି ।
ଆମେ ସବୁଲକ୍ କିରିସ୍ଟର୍ ମୁଆଟେ ଆଇବାକେ ପଡ୍ସି । କାଇକେବଇଲେ ସେ ଆମର୍ କାମ୍ ବିଚାର୍ କର୍ସି । ଏ ଜଗତେ ରଇକରି ଆମେ ଜନ୍ଟା କଲୁଆଚୁ, ସେଟା ନିକ ଅ କି ନ ଅ, ସେ ଇସାବେ ଆମ୍କେ ଗଟେକ୍ ଗଟେକ୍ ଲକ୍କେ ବୁତି ମିଲ୍ସି ।
ଜନ୍ ଦିନେ ପରମେସର୍ ଜିସୁକିରିସ୍ଟର୍ ଟାନେଅନି ମୁନୁସର୍ ବିତ୍ରେ ଲୁଚ୍ଲା ବିସଇମନ୍ ବିଚାର୍ କର୍ସି, ସେ ଦିନେ ମୁଇ ଜାନାଇ ରଇଲା ସୁବ୍କବର୍ ଇସାବେ ଏ ସବୁ ଗଟ୍ସି ।
ଆମେ ସବୁ ଲକ୍ ତରେକ୍ ମର୍ବୁ ଆରି ତାର୍ପଚେ ପରମେସରର୍ ମୁଆଟେ ବିଚାର୍ ଦିନେ ଟିଆଅଇବୁ । ସେନ୍ତାରିସେ କିରିସ୍ଟ ମିସା ସବୁ ଲକର୍ ପାପ୍ ନିଜେ ନେବାକେ ବଲି ଇସାବେ ତରେକ୍ ସେ ସର୍ପାଇ ଅଇଲା । ସେ ଆରି ତରେକ୍ ଆଇଲାବେଲେ, ଆମର୍ ପାପର୍ପାଇ ସେ ନ ଆସେ । ମାତର୍ ତାକେ ଜାଗି ରଇଲା ଲକ୍ମନ୍କେ ଉଦାର୍ କର୍ବାକେ ଆଇସି ।
ଜେନ୍ତାରିକି ସାସ୍ତରେ ଲେକା ଅଇଲାଆଚେ,
ଚନେକ୍ ଜାଗିରୁଆ,
ଜେ ଆଇବାର୍ ଆଚେ, ସେ ଆଇସି ଆକା,
ସେ ଅଲ୍ସମ୍ ନ ଅଏ ।
ମର୍ ଜେତ୍କି ଦରମ୍ ଲକ୍ ଆଚତ୍,
ସେମନ୍ ବିସ୍ବାସ୍ କରି ବଁଚ୍ବାଇ
ମାତର୍ ଜେ ଜଦି ପଚ୍କେ ବାଅଡ୍ଲେ
ମୁଇ ତାର୍ଟାନେ ସାର୍ଦା ନ ଅଇ ।
ମାତର୍ ଆମେ ପର୍ମେସର୍କେ ନ ମାନିକରି ତାର୍ ତେଇଅନି ବେଗ୍ଲି ଜିବା ଲକ୍ ନଉଁ । ମାତର୍ ଆମେ ବିସ୍ବାସ୍ କରି ରକିଆ ପାଇଲା ଲକ୍ମନର୍ ସଙ୍ଗ୍ ଆଚୁ ।
ତେବେ ଆସା, ଆମେ ବିନ୍ ଲକ୍ମନର୍ ପାରା ଗୁନି ଗୁନି କରି ନ ରଉଁ । ଚେତା ଅଇକରି ଜାଗ୍ରତ୍ସଙ୍ଗ୍ ରଉଁ । ତେବେ ଜନ୍ ଲକ୍ମନ୍ ସଇବାଇ, ସେମନ୍ ରାତିବେଲେ ସଇବାଇ । ଆରି ଜନ୍ ଲକ୍ମନ୍ ମାତ୍ବାଇ, ସେମନ୍ ରାତିଆ ମାତ୍ବାଇ । ଆମର୍ ବିସ୍ବାସ୍ ଆରି ଆମର୍ ଆଲାଦ୍ ଗଟେକ୍ ରକିଆ ପାଇବା ଲୁଆର୍ ବସ୍ତର୍ ପାରା ରକିଆ କର୍ସି । ଆମର୍ ଆସା ଗଟେକ୍ ଲୁଆର୍ ଟପି ପାରା ଆମ୍କେ ରକିଆ କର୍ସି । କାଇକେବଇଲେ ପର୍ମେସର୍ ଆମ୍କେ ରିସାର୍ ମୁତାର୍ ଡଣ୍ଡ୍ ପାଇବାକେ ନ ବାଚିକରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଲାଗି, ମୁକ୍ତି ପାଇବାକେ ତିଆର୍ କଲାଆଚେ ।
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.