Maria
Maria, mãe de Jesus, é honrada nas Escrituras como a mulher escolhida por Deus para trazer ao mundo o Salvador. Sua fé, humildade e obediência são exemplo para todos os cristãos.
A escolhida de Deus
O anjo Gabriel anunciou a Maria que ela seria mãe do Filho do Altíssimo. Ela respondeu com fé: 'Faça-se em mim segundo a tua palavra.'
ଜିସୁର୍ ଜନମ୍ ବିସଇ
ଏଲିସାବେତ୍ ଗାଗ୍ଡେଅଇ ଚ ମାସ୍ ଅଇଲାକେ, ପର୍ମେସର୍ ଗାବ୍ରିଏଲ୍ ଦୁତ୍କେ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ନଅରେ ଗଟେକ୍ ଦାଙ୍ଗ୍ଡିର୍ ଟାନେ ପାଟାଇଲା । ସେ ଦାଙ୍ଗ୍ଡିର୍ ନାଉଁ ମରିୟମ୍, ଦାଉଦ୍ ବଁସର୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡା ସଙ୍ଗ୍ ତାର୍ ମାଙ୍ଗ୍ନି ଅଇରଇଲା । ଦୁତ୍ ମରିୟମର୍ ଲଗେ ଆସି କଇଲା, "ଏ ନୁନି, ମାପ୍ରୁ ତକେ ଦୟାକଲା ଆଚେ, ଆରି ତର୍ସଙ୍ଗ୍ ଆଚେ ।"
ଦୁତ୍ ତାକେ କଇଲା, "ମରିୟମ ଡର୍ ନାଇ, ତୁଇ ମାପ୍ରୁର୍ ଦୟା ପାଇଆଚୁସ୍ । ଦେକ୍ ତୁଇ ଗାଗ୍ଡେ ଅଇ ପିଲା ଗଟେକ୍ ଜନମ୍ କର୍ସୁ ଆରି ତାର୍ ନାଉଁ ଜିସୁ ଦେଇସା । ସେ ଗଟେକ୍ ଡାକ୍ପୁଟା ଲକ୍ ଅଇସି ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ପଅ ବଲି କଇବାଇ, ସରଗର୍ ମାପ୍ରୁ ତାକେ, ତାର୍ ଆନିଦାଦି ଦାଉଦର୍ ପାରା ରାଜା କୁରାଇସି । ସେ କାଲ୍କାଲ୍ ଜୁଗ୍ଜୁଗ୍ ଇସ୍ରାଏଲ୍ ଲକ୍ମନ୍କେ ସାସନ୍ କର୍ସି । ତାର୍ ରାଇଜ୍ କେବେ ନ ସାରେ ।"
ଜିସୁର୍ ଜନମ୍ ବିସଇ
ଏଟା ଅଇଲାନି ଜିସୁ କିରିସ୍ଟର୍ ଜନମ୍ ବିସଇ । ଜିସୁର୍ ମା ମରିୟମର୍ ସଙ୍ଗ୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାର୍ ପାଇ ବିବା ମାଙ୍ଗ୍ନି ଅଇରଇଲା । ମାତର୍ ସେମନର୍ ବିବା ନ ଅଇତେ ସୁକଲ୍ ଆତ୍ମାଇ ଅନି ଗାଗ୍ଡେ ଅଇରଇବାଟା ମରିୟମ୍ ଜାନିପାର୍ଲା ।
O Magnificat
Maria cantou: 'Minha alma engrandece ao Senhor!' Seu cântico exalta a misericórdia, o poder e a fidelidade de Deus.
ମାପ୍ରୁକେ ମରିୟମର୍ ମଇମା ଗିତ୍
ତେଇ ମରିୟମ୍ କଇଲା,
"ମର୍ ଜିବନ୍ ମର୍ ମାପ୍ରୁର୍ ମଇମା କଲାନି ।
ଆରି ମର୍ ଆତ୍ମା ମର୍ ରକିଆକାରି ପର୍ମେସରର୍ଟାନେ ସାର୍ଦା କଲାନି ।
କାଇକେବଇଲେ ସେ ମର୍ପାରା କାକୁର୍ତିଆନିକେ ନିଜର୍ ଗତିଦାଙ୍ଗ୍ଡି ବଲି ଏତାଇଲା ଆଚେ ।
ଆରି ଦେକା ଆଜିଅନି କାଲ୍କାଲ୍ ଜୁଗ୍ଜୁଗ୍, ସବୁ ଲକ୍ ମକେ ପର୍ମେସରର୍ ତେଇଅନି ଆସିର୍ବାଦ୍ ମିଲ୍ଲା ଲକ୍ ବଲି କଇବାଇ ।
କାଇକେବଇଲେ ସବୁର୍ଟାନେଅନି ବପୁର୍ ମାପ୍ରୁ, ମର୍ପାଇ କାବାଅଇଜିବା କାମ୍ କଲାଆଚେ,
ତାର୍ ନାଉଁ ସୁକଲ୍ ।
ଆରି ଜନ୍ ଲକ୍ମନ୍ ତାକେ ଡରିକରି ରଇବାଇ, ଜୁଗେ ଜୁଗେ ସେ ସେମନ୍କେ ଦୟା କର୍ସି ।
ସେ ତାର୍ ନିଜର୍ ବପୁର୍ ଆତ୍ ଦେକାଇଆଚେ,
ସେ ଆଁକାର୍ ଲକ୍ମନ୍କେ ସେମନର୍ ମନେ ବାବ୍ନା କଲାଟା ଚିନ୍ଚତର୍ କଲା ଆଚେ ।
ସେ ବଡ୍ ବଡ୍ ରାଜାମନ୍କେ ସେମନ୍ ରଇବାଟାନେଅନି ଉତ୍ରାଇ ଦେଲା ଆଚେ,
ଆରି କାକୁର୍ତିଆମନ୍କେ ଉପ୍ରେ ଉଟାଇ ଆଚେ ।
ସେ ବୁକର୍ ଲକ୍ମନ୍କେ ନିକ ନିକ ବିସଇ ଦେଇ ସାର୍ଦା କରାଇ ଆଚେ,
ସାଉକାର୍ଲକ୍ମନ୍କେ ଚୁଚା ଆତେ ବାଉଡାଇଦେଇ ଆଚେ ।
ଆମର୍ ଆନିଦାଦିମନ୍କେ ଜନ୍ କାତା ଦେଇରଇଲା,
ସେଟା ପୁରାପୁରୁନ୍ କଲା ଆରି ତାର୍ ନିଜର୍ ଚାକର୍ ଇସ୍ରାଏଲର୍ ଉପ୍କାର୍ କରି ଆଚେ ।
ସେ ଅବ୍ରାଆମ୍ ଆରି ତାର୍ ନାତିମନ୍କେ ତାର୍ ଦୟା କାଲ୍କାଲ୍ ଜୁଗ୍ଜୁଗ୍ ଏତାଅତ୍ବଲି ଦେକାଇଲା ଆଚେ ।"
ଆରି ଜସେପ୍ ମିସା ନାଉଁ ଲେକାଇବାକେ ମରିୟମର୍ ସଙ୍ଗ୍ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ଗଟେକ୍ ନଅରେ ଅନି ଜିଉଦା ରାଇଜର୍ ବେତ୍ଲିଇମ୍ ବଲି ଦାଉଦ୍ ରାଜାର୍ ଜନମ୍ ନଅରେ ଗାଲାଇ । କାଇକେବଇଲେ, ଜସେପ୍ ଦାଉଦ୍ ବଁସର୍ ଆରି ସେ କୁଟୁମର୍ ଲକ୍ ରଇଲା । ତାର୍ସଙ୍ଗ୍ ମରିୟମର୍ ବିବା ମାଙ୍ଗ୍ନି ଅଇରଇଲା, ଆରି ମରିୟମ୍ ଗାଗ୍ଡେ ଅଇରଇଲା । ଜସେପ୍ ଆରି ମରିୟମ୍ ବେତ୍ଲିଇମେ ରଇଲାବେଲେ, ମରିୟମର୍ ଆତ୍ଗଡ୍ ସୁକ୍ ଅଇବା ଦିନ୍ କେଟି ଆଇଲା । ଆରି ମରିୟମ୍ ତାର୍ ପଣୁଆ ପିଲାକେ ତେଇ ଜନମ୍ଦେଲା, ଆରି ତାକେ ଲୁଗାସଙ୍ଗ୍ ଗୁଡିଆଇକରି ଗରୁସାଲର୍ ଡଙ୍ଗାକୁଣ୍ଡେ ଡୁଲାଇରଇଲା, କାଇକେବଇଲେ ସେମନ୍କେ ରଇବାପାଇ ବାସାଗରେ ଟାନ୍ ନ ରଇଲା ।
ମାତର୍ ମରିୟମ୍ ଏ ସବୁ କାତା ନିଜର୍ ମନେ ସଙ୍ଗଇ, ସେ ବିସଇସେ ଚିନ୍ତା କର୍ବାର୍ ଦାର୍ଲା ।
ଆରି ସିମିୟନ୍ ସେଲକ୍କେ ଆସିର୍ବାଦ୍ ଦେଇ ଜିସୁର୍ ମାକେ କଇଲା, "ଏ ପିଲା ଇସ୍ରାଏଲ୍ ଦେସର୍ କେତେ କେତେ ଲକ୍ ଉବଜ୍ବାଟା ଆରି କେତେ କେତେ ଲକ୍ ବୁଡିଜିବାର୍ପାଇ ବଲି ପର୍ମେସର୍ ବାଚି ପାଟାଇଲା ଲକ୍ ଅଇସି । କେତେ କେତେ ଲକ୍ମନ୍ ତାର୍ ବିରୁଦେ କଇବା, ଗଟେକ୍ ଚିନ୍ ପାରା ଅଇସି । କେତେ କେତେ ଲକ୍ ତାକେ ବିରଦ୍ କରି ନିଜର୍ ମନ୍ ବିତ୍ରର୍ କାତା ସବୁ ଜାନାଇବାଇ । ଆରି ତମର୍ ଜିବ୍ନେ ଗଟେକ୍ କାଣ୍ଡା ବୁସିଅଇରଇଲାପାରା ତମ୍କେ ବେସି ଦୁକ୍ ଆଇସି ।"
ଜସେପ୍ ଆରି ମରିୟମ୍ ମିସା ଜିସୁକେ ଦେକି କାବା ଅଇଗାଲାଇ, ଆରି ତାର୍ ମାଆ ତାକେ କଇଲା, "ତୁଇ କାଇକେ ନୁନା ଆମ୍କେ ଏନ୍ତାରି କଲୁସ୍ ? ଦେକ୍ନି ତର୍ ବାବା ଆରି ମୁଇ କେତେକ୍ କିଲ୍ବିଲ୍ ଅଇ କଜ୍ଲୁନି ।"
ତେଇ ଜିସୁ ସେମନ୍କେ କଇଲା, "କାଇକେ ମକେ କଜ୍ତେରଇଲାସ୍ ? ମର୍ ବାବାର୍ ଗରେ ମୁଇ ରଇବାର୍ ଆଚେଆକା, ଏଟା ନାଜାନି ରଇଲାସ୍ କି ?" ମାତର୍ ଜିସୁ ସେମନ୍କେ ଜନ୍ କାତା କଇଲା, ସେଟା ସେମନ୍ ବୁଜିନାପାର୍ଲାଇ ।
ପଚେ ଜିସୁ ତାର୍ ବାବା ମାଆ ସଙ୍ଗ୍ ନାଜରିତେ ବାଉଡି ଆଇଲା ଆରି ତାକର୍ କାତା ମାନ୍ତେରଇଲା, ମରିୟମ୍ ମିସା ଏ ସବୁ କାତା ନିଜର୍ ମନ୍ ବିତ୍ରେ ସଙ୍ଗଇ ଚିନ୍ତା କଲା ।
Mãe fiel até o fim
Maria acompanhou Jesus desde o nascimento até a cruz. Ela estava entre os discípulos no Pentecostes, fiel em oração.
ବଜି ନ ସାର୍ତେ ଅଙ୍ଗୁର୍ ରସ୍ ସାରିଗାଲାକେ ଜିସୁର୍ ମାଆ ଆସି ତାକେ କଇଲା, "ସେମନର୍ ଅଙ୍ଗୁର୍ ରସ୍ ସାରିଗାଲାବେ ।" ଜିସୁ ତାକେ କଇଲା, "ଏ ମାଆ, ମର୍ଟାନେ ତର୍ କାଇଟା ଆଚେ ? ତୁଇ ମକେ କାଇଟା ମିସା କର୍ବାକେ କଅ ନାଇ । ମର୍ ବେଲା ଏବେ ଜାକ ଆସେ ନାଇତା ।"
ଜିସୁର୍ ମା ବାଣ୍ଡାର୍ଗରିଆମନ୍କେ କଇଲା, "ଜିସୁ ତମ୍କେ ଜାଇଟା କଇସି ସେଟା କରା ।"
ଜିସୁର୍ କୁର୍ସ ଲଗେ ତାର୍ ଆୟା ମରିୟମ୍, ତାର୍ ଆୟାର୍ ବଇନି, କଲ୍ପାର୍ ମାଇଜି ମରିୟମ୍ ଆରି ମଗ୍ଦଲିନି ମରିୟମ୍ ଟିଆଅଇ ରଇଲାଇ । ଜିସୁ ବେସି ଆଲାଦ୍ କର୍ବା ଗଟେକ୍ ସିସ୍ ତାର୍ ମାଆର୍ ଲଗେ ଟିଆ ଅଇରଇଲାଟା ଦେକି ଜିସୁ ତାର୍ ମାକେ କଇଲା, "ଏଦେ ଦେକା ! ତର୍ ପଅ !"
ତାର୍ ପଚେ ସେ ସିସ୍କେ କଇଲା "ଏଦେ ଦେକା ! ତର୍ ଆୟା !" ସେଦିନେ ଅନି ସେ ସିସ୍ ଜିସୁର୍ ମାକେ ନିଜର୍ ଗରେ ଡାକିନେଲା ।
ଜିସୁର୍ ମାଆ ଆରି ବାଇବଇନିମନ୍
ସେଡ୍କିବେଲେ ଜିସୁର୍ ମା ଆରି ବାଇମନ୍ ଆସି ବାଇରେ ଟିଆ ଅଇ ଜିସୁକେ ଡାକାଇପାଟାଇଲାଇ । ତେଇ ତାର୍ ଚାରିବେଡ୍ତି ବସି ରଇବା ଲକ୍ମନ୍ ତାକେ କଇଲାଇ, "ଦେକା, ତମର୍ ମାଆ ଆରି ବାଇ ବଇନି ବାଇରେ ରଇ ତମ୍କେ କଜ୍ଲାଇନି ।" ଜିସୁ ସେମନ୍କେ କଇଲା, "କେ ମର୍ ମା ଆରି ବାଇବଇନିମନ୍ ?" ସେ ତାର୍ ଚାରିବେଡ୍ତି ବସିରଇବା ଲକ୍ମନ୍କେ ଦେକିକରି କଇଲା, "ଏମନ୍ ମର୍ ମାଆ ଆରି ମର୍ ବାଇ ବଇନି । ଜନ୍ ଲକ୍ମନ୍ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାଇ, ସେ ମର୍ ବାଇ, ବଇନି ଆରି ମା ।"
ଏ କାଇ ସେ ବାଡଇର୍ ପିଲା ! ମରିୟମ୍ ତାର୍ ମାଆ ! ଜାକୁବ୍, ଜସେପ୍, ସିମନ୍ ଆରି ଜିଉଦା ତାର୍ ବାଇମନ୍ ! ତାର୍ ବଇନିମନ୍ ଇତି ଆଚତ୍ ! ତେବେ ଏ ସବୁ ବପୁ ସେ କନ୍ତିଅନି ମିଲାଇଲା ?"
ସେମନ୍ ତର୍କେତର୍ ଗଟେକ୍ ଦଲ୍ ଇସାବେ ପାର୍ତନା କର୍ବାକେ ରୁଣ୍ଡ୍ତେ ରଇଲାଇ । ଆରି ସେମନର୍ସଙ୍ଗ୍ ଜିସୁର୍ ଆୟା ମରିୟମ୍, ବିନ୍ ମାଇଜିମନ୍ ଆରି ଜିସୁର୍ ବାଇମନ୍ ମିସା ମିସ୍ତେରଇଲାଇ ।
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.