Medo da morte
O medo da morte é universal, mas Cristo o venceu. A Bíblia ensina que para quem crê, a morte perdeu o aguilhão — não é mais motivo de terror, mas porta para a eternidade com Deus.
Cristo venceu a morte
Jesus assumiu carne e sangue para, pela morte, destruir o que tinha o poder da morte e libertar os que viviam em escravidão pelo medo dela.
ଇତି ଜନ୍ ଲକ୍ମନ୍କେ ପିଲାମନ୍ ବଲି ଡାକ୍ଲାଇନି, ସେମନ୍ ବନି ମାଉଁସ୍ ରଇବା ଗାଗଡ୍ ସଙ୍ଗର୍ ଲକ୍ମନ୍ । ଜିସୁ ମିସା ସେମନର୍ ପାରା ଗଟେକ୍ ଗାଗଡ୍ ନେଲା ଆରି ତାକର୍ ଗୁନ୍ଚଲନ୍ତେଇ ମିସ୍ଲା । ତାର୍ ମରନର୍ ଲାଗି ସେ ମରନର୍ ଉପ୍ରେ ବପୁ ରଇବା ସଇତାନ୍କେ ପୁରାପୁରୁନ୍ ବାବେ ଆରାଇଲା । ଜନ୍ ଲକ୍ମନ୍ ମରନ୍କେ ଡରିକରି ରଇଲାଇ, ସେଟାର୍ ପାଇ ସେମନ୍ ଜନମେ ଅନି ଗତିଦାଙ୍ଗ୍ଡା ପାରା ଅଇରଇଲାଇ । ସେମନ୍କେ ସେ ମରନର୍ ଡଣ୍ଡେଅନି ମୁକ୍ଲାଇଲା ।
ସେଟା ଅଇଲାବେଲେ ଜନ୍ଟା କି ସାସ୍ତରେ ଲେକା ଅଇରଇଲା, ସେଟା ପୁରାପୁରୁନ୍ ଅଇସି ମରନ୍ ଆରିଜାଇକରି, ଜିତ୍ବାଟା ପୁରାପୁରୁନ୍ ଅଇଲା ।
ତେବେ ଆମେ କଇ ପାର୍ବୁ,
ଅଇରେ ମରନ୍ ! ତୁଇ କେନେ ଜିତ୍ଲୁସ୍ ?
ଅଇରେ ମରନ୍ ! କେନେ ତର୍ ବପୁ ?
ଆମର୍ ପାପେଅନି ଆମ୍କେ ବାଦ୍ବା ବପୁ ମରନ୍ ପାଇଲା ଆଚେ । ଆରି ପର୍ମେସରର୍ ନିୟମ୍ ନ ମାନ୍ଲାତେଇଅନି ପାପ୍ ବପୁ ପାଇସି । ମାତର୍ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । କାଇକେବଇଲେ ଆମର୍ ମାପ୍ରୁ ଜିସୁ କିରିସ୍ଟ କଲା କାମେଅନି ପାପ୍କେ ଆରି ମରନ୍କେ ଆରାଇବା ବପୁ ସେ ଆମ୍କେ ଦେଲାଆଚେ ।
ସେଟାର୍ପାଇଁ ଡୁବନ୍ ନେଲାପଚେ ଆମେ ତାର୍ ମରନେ ମିସି, ତାର୍ ସଙ୍ଗ୍ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍ ଡାକ୍ପୁଟା ବପୁ ସଙ୍ଗ୍ ଆରିତରେକ୍ ଉଟ୍ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍ ପାଇକରି ଚଲାଚଲ୍ତି କର୍ବାର୍ ଆଚେ ।
କାଇକେବଇଲେ ଆମେ ମରନେ ମିସି ତାର୍ ସଙ୍ଗ୍ ଗଟେକ୍ ଅଇଲୁ ଆଚୁ, ତାକେ ଆରିତରେକ୍ ଉଟ୍ବାତେଇ ମିସା, ତାର୍ ସଙ୍ଗ୍ ଗଟେକ୍ ଅଇକରି ରଇବୁ ।
A promessa da vida eterna
Quem ouve a Palavra e crê já passou da morte para a vida. O amor perfeito lança fora o medo, até o medo da morte.
"ମୁଇ ତମ୍କେ ସତ୍ କଇଲିନି, ଜେ ମର୍ କାତା ସୁନି ମକେ ପାଟାଇଲା ପର୍ମେସର୍କେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ଆରି ସେ ବିଚାର୍ନା କରାଇ ନ ଅଏ । କାଇକେବଇଲେ ସେ ମରନ୍କେ ଜିତି କରି ଜିବନ୍ ପାଇଆଚେ ।
ଜିସୁ ତାକେ କଇଲା, "ମୁଇ ଜିବନ୍ ଆରି ମରିକରି ଆରିତରେକ୍ ଉଟ୍ବା ଲକ୍ । ଜେ ମକେ ବିସ୍ବାସ୍ କର୍ସି, ସେ ମଲେ ମିସା, ବଁଚ୍ସି ।
ମୁଇ ତମ୍କେ ସତ୍କାତା କଇଲିନି, ଜେ ମୁଇ ସିକାଇବା କାତା ମାନ୍ସି, ସେ କେବେ ମିସା ନ ମରେ ।"
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ ।
ଜେ ପର୍ମେସର୍କେ ଆଲାଦ୍ କର୍ସି, ସେ ତାକେ ନ ଡରେ । ତାର୍ ଆଲାଦ୍ ଆମର୍ ବିତ୍ରେ କାମ୍ କର୍ସି, ଆମେ ତାକେ ଡରିନଏଁ । ସେ ସେମନ୍କେ ଡଣ୍ଡ୍ ଦେଇସି ବଲି ଲକ୍ମନ୍ ତାକେ ଡର୍ଲାଇନି । ଜଦି କେ ମିସା ପର୍ମେସର୍କେ ଡର୍ସି, ତାର୍ ଆଲାଦ୍ ସେ ଲକର୍ଟାନେ କାମ୍ କରେନାଇ ବଲି ଜାନାପଡ୍ସି ।
Não temas
Jesus disse: não temais os que matam o corpo. No vale da sombra da morte, o Senhor está conosco como pastor e protetor.
ଜନ୍ଲକ୍ମନ୍ ତମର୍ ଗାଗଡ୍ ନସ୍ଟ କର୍ବାଇ ମାତର୍ ତମର୍ ଆତ୍ମାକେ କାଇଟା କରିନାପାରତ୍ ସେମନ୍କେ ଡରାନାଇ । ମାତର୍ ଜନ୍ ପର୍ମେସର୍ ତମର୍ ଗାଗଡ୍ ଆରି ଆତ୍ମାକେ ନରକ୍ କୁଣ୍ଡେ ପିଙ୍ଗ୍ସି, ତାକେ ଡରା ।
ସେ ତାକର୍ ଆଁସୁ ପୁଚିଦେଇସି । କେ ଆରି ନ ମରତ୍ । କାନ୍ଦାବୁବା, ଦୁକାସୁକା ନ ରଏ । ପୁର୍ନା ବିସଇ ଆରି ନ ଡିସେ ।
ତମେ ଜେତ୍କି ଦୁକ୍ କସ୍ଟ ମୁର୍ଚିକରି ରଇବାକେ ଗାଲାସ୍ନି, ସେ ବିସଇ ଚିନ୍ତା କରି ଡରାନାଇ । ସୁନା ତମ୍କେ ସଇତାନ୍ ବନ୍ଦିଗରେ ପାକାଇକରି ପରିକା କର୍ସି, ଦସ୍ଦିନ୍ ଜାକ ତମେ କସ୍ଟେ ରଇସା । ମାତର୍ ମର୍ବାକେ ପଡ୍ଲେ ମିସା ମକେ ବିସ୍ବାସ୍ କରି ରୁଆ । ଆରି ଇନାମ୍ ଇସାବେ ତମ୍କେ ନ ସାର୍ବା ଜିବନ୍ ଦେବି ।
ସେ ସାନ୍ତି ସଙ୍ଗ୍ ପୁର୍ସି; ଦରମ୍ ବାଟେ ଜିବା ସବୁଲକ୍ ନିଜର୍ ନିଜର୍ ଅଚ୍ନାଇ ପୁଣ୍ଡ୍ବାଇ ।
କାଇକେବଇଲେ "ଜେ ମିସା ମାପ୍ରୁର୍ ନାଉଁ ଦାରି ପାର୍ତନା କର୍ସି, ସେ ମୁକ୍ତି ପାଇସି ।"
ସାସ୍ତରେ ଲେକାଆଚେ,
"ତମର୍ଲାଗି ସବୁ ଦିନ୍ ଆମେ ମରନର୍ ମୁଆଟେ ଗାଲୁନି,
ପୁଜ୍ବାକେ ନେଲା ମେଣ୍ଡାପିଲା ପାରା ଆମେ ବାଚି ଅଇଲୁ ଆଚୁ ।"
ଜେ ଆମ୍କେ ଆଲାଦ୍ କଲାଇନି, ତାର୍ ସାଇଜ ସଙ୍ଗ୍ ଆମେ ଏ ସବୁର୍ ଉପ୍ରେ ଜିତି ଆଚୁ । ମୁଇ ସତଇସେ ଜାନ୍ଲିନି ଜେ, ପର୍ମେସର୍ ଜନ୍ ବଡ୍ ଆଲାଦ୍ ଆମ୍କେ ଦେକାଇଲାଆଚେ, ସେ ଆଲାଦେଅନି କାଇଟା ମିସା ଆମ୍କେ ବେଗ୍ଲାଇ ନାପାରେ । ଆମେ ମରିଗାଲେ କି ଜିବନ୍ ରଇଲେ, ସରଗର୍ ଦୁତ୍ ଅଅତ୍ କି ସାସନ୍କାରିଆମନ୍, କି କାଇ ବିନ୍ ବପୁ, କି ଏବେ ଜନ୍ଟା ଅଇଲାନି, ପଚ୍କେ ଜନ୍ଟା ଅଇସି, ଉପ୍ରର୍ ଦୁନିଆ କି ତଲର୍ ଦୁନିଆ, ଏ ଜଗତେ ତିଆର୍ ଅଇରଇବା କାଇ ବିସଇ ମିସା ପର୍ମେସରର୍ ବଡ୍ ଆଲାଦେ ଅନି ଆମ୍କେ ବେଗ୍ଲାଇ ନାପାରେ । ଆମର୍ ମାପ୍ରୁ ଜିସୁକିରିସ୍ଟକେ ଦେଲା ପରମେସରର୍ ସେ ବଡ୍ ଆଲାଦେ ଅନି, ଏ ସବୁ ବିସଇ ଆମ୍କେ ଦେକାଇଲା ଆଚେ । ଏଟା ମୁଇ ଜାନିଆଚି ।