Milagres de Jesus
Os Evangelhos registram dezenas de milagres realizados por Jesus — curas, ressurreições, domínio sobre a natureza e libertações. Cada milagre revelava sua divindade e compaixão.
Curas de cegos e surdos
Jesus devolveu a visão aos cegos e a audição aos surdos, manifestando seu poder sobre toda enfermidade e deficiência.
ଜିସୁ ଦୁଇଟା କାଣାକେ ନିକ କଲା
ଜିସୁ ସେ ଜାଗାଇଅନି ବାରଇ ଜିବାବେଲେ ଦୁଇଟା କାଣା, ତାର୍ ପଚେ ପଚେ ଇଣ୍ଡି ଆଇଲାଇ । ସେମନ୍ ଆଉଲି ଅଇକରି କଇବାର୍ ଦାର୍ଲାଇ । "ଏ ଦାଉଦ୍ ରାଜାର୍ ପଅ ! ଆମ୍କେ ଦୟା କରା ।"
ଜିସୁ ଗଟେକ୍ ଗରେ ଗାଲା ଆରି କାଣାମନ୍ ମିସା ତାର୍ ପଚ୍ ପଚ୍ ପୁର୍ଲାଇ । ପୁର୍ଲାକେ ଜିସୁ ସେମନ୍କେ ପାଚାର୍ଲା, "ମୁଇ ତମର୍ ଆଁକି ନିକ କରି ପାର୍ବି ବଲି ତମେ ବିସ୍ବାସ୍ କଲାସ୍ନି କି ?" ସେମନ୍ କଇଲାଇ "ଉଁ ମାପ୍ରୁ ।"
ତାର୍ ପଚେ ଜିସୁ ସେମନର୍ ଆଁକି ଚିଇକରି କଇଲା, "ମକେ ବିସ୍ବାସ୍ କଲାର୍ ଲାଗି ତମର୍ ଆଁକି ଡିସ ।" ଜିସୁ କଇଲା ଦାପ୍ରେ କାଣାମନ୍ ଆଁକି ଦେକିପାର୍ଲାଇ । ଆରି ଜିସୁ, ସେମନ୍କେ ଡାଟ୍କରି, "ଏ ବିସଇ କାକେ ମିସା କୁଆ ନାଇ ।" ବଲି କଇଲା ।
ମାତର୍ ସେମନ୍ ବାରଇ ଜାଇ ଜିସୁର୍ ଏ କରିରଇବାଟା ଗୁଲାଇ ଦେସେ ଜାନାଇଲାଇ ।
ଜିସୁ ଦୁଇଟା କାଣାମନ୍କେ ଦେକ୍ବା ବପୁ ଦେଲା
ଦିନେକ୍ ଜିସୁ ସିସ୍ମନର୍ ସଙ୍ଗ୍ ଜିରିଅ ସଅର୍ ଚାଡିକରି ଜିବାବେଲେ କେତେ କେତେ ଲକ୍ମନ୍ ତାର୍ ପଚେ ପଚେ ଇଣ୍ଡ୍ବାର୍ ଦାର୍ଲାଇ । ଆରି ଏଦେ ଦେକା ! ବାଟ୍ପାଲି ବସି ରଇବା ଦୁଇଟା କାଣା, ଜିସୁ ସେ ବାଟେ ଆଇଲାନି ବଲି ସୁନି, ଆକ୍ମାରି ଡାକ୍ଲାଇ, "ଏ ମାପ୍ରୁ ଦାଉଦର୍ ପଅ ! ଆମ୍କେ ଦୟା କର ।"
ଲକ୍ମନ୍ ସେମନ୍କେ ଦମ୍କାଇ କରି ଚୁପ୍ଅଇ ରଇବାକେ କଇଲାଇ । ମାତର୍ ସେମନ୍ ଅଦିକ୍ ଅଦିକ୍ ଆକ୍ମାରି କଇଲାଇ, "ଏ ମାପ୍ରୁ, ଦାଉଦର୍ ପଅ ! ଆମ୍କେ ଦୟା କର ।"
ଜିସୁ ତେଇ ଟିଆଅଇ ସେମନ୍କେ ଡାକି ପାଚାର୍ଲା, "ମୁଇ ତମର୍ ପାଇ କାଇଟା କର୍ବି ବଲି ମନ୍ କଲାସ୍ନି ?"
ସେମନ୍ କଇଲାଇ, "ମାପ୍ରୁ ଆମ୍କେ ଦେକ୍ବା ବପୁ ଦିଆ ।"
ଜିସୁ ସେମନର୍ ପାଇ ଦୟା ଅଇ, ତାକର୍ ଆଁକି ଚିଇଲା । ସେ ଦାପ୍ରେସେ ସେମନ୍ ଦେକିପାର୍ଲାଇ ଆରି ଜିସୁର୍ ପଚେ ପଚେ ଗାଲାଇ ।
ଜିସୁ ଗଟେକ୍ କାଣାକେ ଆଁକି ଦେକାଇଲା
ପଚେ ସେମନ୍ ବେତସାଇଦାଇ ଉଟି ଆଇଲାଇ, ଆରି ତେଇ କେତେକ୍ ଲକ୍ମନ୍ ଗଟେକ୍ କାଣାଲକ୍କେ ଜିସୁର୍ ଲଗେ ଆନିକରି ତାକେ ଚିଇକରି ନିକ କର୍ବାକେ କଇଲାଇ । ଜିସୁ ତାକେ ଆତେଦାରି ଗାଉଁ ବାଇରେ ଡାକିନେଲା, ଆରି ତୁକିକରି ତାର୍ ଲାଲ୍ ସେ କାଣାର୍ ଆଁକିତେଇ ଲାଗାଇଲା । ତାର୍ମୁଣ୍ଡେ ଆତ୍ ସଙ୍ଗଇକରି "ତୁଇ ଅଲପ୍ ମିସା ଦେକି ପାର୍ଲୁସ୍ନି କି ?" ବଲି ପାଚାର୍ଲା ।
ସେ ଚାରିବେଡ୍ତି ଦେକିକରି କଇଲା, "ମୁଇ ଲକ୍ମନ୍ ଇଣ୍ଡ୍ବାଟା ଦେକିପାର୍ଲିନି, ମାତର୍ ସେମନ୍ ଗଚ୍ପାରା ଡିସ୍ଲାଇନି" ବଲିକରି କଇଲା ।
ଜିସୁ ଆରିତରେକ୍ ସେ କାଣାଲକର୍ ଆଁକିତେଇ ଆତ୍ସଙ୍ଗ୍ ଚିଇଲା । ସେଦାପ୍ରେ ଅନି ତାର୍ ଆଁକି ନିମାନ୍ ଅଇଗାଲା ଆରି ପୁରାପୁରୁନ୍ ନିମାନ୍ ଦେକିପାର୍ଲା । ଆରି ଜିସୁ ତାକେ କଇଲା, "ଏବେ ତୁଇ ଗାଏଁ ନ ଜାଆ, ମାତର୍ ତର୍ ନିଜର୍ ଗରେ ଉଟିଜା" ବଲିକରି ପାଟାଇଦେଲା ।
ଜିସୁ ଗଟେକ୍ ଗୁଲା ବଇରାକେ ନିକ କଲା
ଜିସୁ ଆରିତରେକ୍ ସର ସନ୍ଦିଅନି ଜାଇ ସିଦନ୍ ଦେଇ ଦେକାପଲି ଦସ୍ଟା ସଅରେ ଉତ୍ରି ଗାଲିଲି ସମ୍ଦୁରେ ଗାଲା । ଆରି ତେଇ କେତେକ୍ ଲକ୍ମନ୍ ଗଟେକ୍ କସ୍ଟସଙ୍ଗ୍ କାତା ଅଇବା ବଇରାକେ ଜିସୁର୍ ଲଗେ ଆନି ତାର୍ ଉପ୍ରେ ଆତ୍ ସଙ୍ଗଇବାକେ ବାବୁଜିଆ କଲାଇ । ଜିସୁ ସେ ବଇରାକେ ଲକ୍ମନର୍ ଟାନେଅନି ବେଗ୍ଲାଇ କରି, ଡାକିନେଇ ତାର୍ ଦୁଇଟା କାନେ ଆଙ୍ଗ୍ଟି ପୁରାଇଲା ଆରି ତୁକିକରି ଆତ୍ସଙ୍ଗ୍ ସେ ଲକର୍ ଜିବେ ଲାଗାଇଲା, ଆରି ସରଗ୍ ବାଟେ ଦେକିକରି ଡେଙ୍ଗ୍ ପୁଣ୍ଡା ଦାରି ବଇରାକେ କଇଲା, "ଇପ୍ପତା !" ବଇଲେ ପୁଟିଅ ।
ସେ ଦାପ୍ରେ ତାର୍ କାନ୍ ଉଗାଡି ଅଇଲା, ଆରି ଜିବର୍ ବନ୍ଦନ୍ ପିଟିଗାଲା, ଆରି ସେ ନିମାନ୍ ସଙ୍ଗ୍ କାତା ଅଇବାର୍ ଦାର୍ଲା ।
ଜିସୁ ଲକ୍ମନ୍କେ ଏ ବିସଇ କାକେ ନ କଇବାକେ ଆଦେସ୍ ଦେଲା, ମାତର୍ ସେ ଲକ୍ମନ୍କେ ଜେତେକ୍ ନିଚୁବଇଲେ ମିସା ସେମନ୍ ଆରି ଅଦିକ୍ ଅଦିକ୍ ସେଟା ଜାନାଇଲାଇ । ଆରି ଲକ୍ମନ୍ ଅଦିକ୍ କାବା ଅଇ କଇଲାଇ, "ସେ ସବୁ କାମ୍ ନିମାନ୍ ସଙ୍ଗ୍ କରିଆଚେ, ସେ ବଇରାମନ୍କେ ସୁନ୍ବା ବପୁ ଆରି ଗୁଲାମନ୍କେ କଇବା ବପୁ ମିସା ଦେଇଆଚେ ।"
ଜିସୁ ବାର୍ତିମୟ କାଣାକେ ନିକ କଲା
ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ ଜିରିଅ ନାଉଁର୍ ଗଡେ କେଟ୍ଲାଇ । ସେ ଗଡ୍ ଚାଡିକରି ଗାଲାବେଲେ, ତିମାୟ ନାଉଁର୍ ଲକର୍ ପିଲା ବାର୍ତିମୟ ବଲି ଗଟେକ୍ କାଣା ଲକ୍ ବାଟ୍ପାଲି ବସି ବିକ୍ ମାଙ୍ଗ୍ତେରଇଲା । ନାଜରିତର୍ ଜିସୁ ଏବାଟେ ଆଇଲାନି ବଲି ସୁନି, ସେ ବେସି ଆଉଲି ଅଇକରି କଇଲା, "ଏ ଦାଉଦର୍ ପଅ ଜିସୁ, ମକେ ଦୟାକରା !"
ବେସି ଲକ୍ମନ୍ ତାକେ ଚିମ୍ରାଇଅଇ ରଇବାକେ କଇଲାଇ, ମାତର୍ ସେ କାଣାଲକ୍ ଅଦିକ୍ ଅଦିକ୍ ଆଉଲିଅଇକରି କଇଲା, "ଏ ଦାଉଦର୍ ପଅ ! ମକେ ଦୟା କରା ।"
ଜିସୁ ତେବିକରି କଇଲା, "ତାକେ ମର୍ ଲଗେ ଆଇବାକେ କୁଆ ।" ଲକ୍ମନ୍ କାଣାକେ ଡାକିକରି କଇଲାଇ, "ସାଆସ୍ ଦାରିକରି ଉଟ୍, ଜିସୁ ତକେ ଡାକ୍ଲାନି ।"
କାଣା ଲକ୍ ତାର୍ ଚାଦର୍ ତେଇ ପିଙ୍ଗିଦେଇକରି ଚିକାଲ୍ନା ଡେଗଇ ଉଟ୍ଲା ଆରି ଜିସୁର୍ ଲଗେ ଗାଲା ।
ଜିସୁ ତାକେ ପାଚାର୍ଲା "ମୁଇ ତର୍ପାଇ କାଇଟା କର୍ବି ବଲି ତୁଇ ମନ୍ କଲୁସ୍ନି ?" ସେ କଇଲା, "ଏ ଗୁରୁ, ମୁଇ ଜେନ୍ତିକି ଦେକି ପାର୍ବି ସେଟା ମନ୍ କଲିନି ।"
ଜିସୁ ତାକେ କଇଲା, "ଜା, ତୁଇ ନିମାନ୍ ଅଇଜାଇ ଆଚୁସ୍ । କାଇକେବଇଲେ ତୁଇ ମକେ ବିସ୍ବାସ୍ କରି ଆଁକି ଦେକି ପାର୍ଲୁସ୍ନି ।" ସେଦାପ୍ରେସେ କାଣା ଆଁକି ଦେକି ବାଟେ ବାଟେ ଜିସୁର୍ ପଚେ ଜିବାର୍ ଦାର୍ଲା ।
ଆଁକି ନ ଡିସ୍ବା ବିକାରିକେ ଜିସୁ ନିକକଲା
ଜିସୁ ଜିରିଅ ଗଡେ କେଟାକେଟି ଅଇଲାବେଲେ ଗଟେକ୍ କାଣା ବାଟ୍ପାଲି ବସି ବିକ୍ ମାଙ୍ଗ୍ତେ ରଇଲା । ଜିସୁର୍ ସଙ୍ଗ୍ ଜିବା ଲକର୍ କାତା ସୁନି, "ଏଟା କାଇଟା ଅଇଲାନି ?" ବଲି ତେଇ ରଇଲା ଲକ୍ମନ୍କେ ପାଚାର୍ଲା ।
ସେ ଲକ୍ମନ୍ କାଣାକେ କଇଲାଇ, "ନାଜରିତ୍ ଗାଉଁର୍ ଜିସୁ ଏ ବାଟେ ଗାଲାନି ।"
ତେଇ ସେ ଆଉଲିଅଇ କଇଲା, "ଏ ଦାଉଦ୍ ରାଜାର୍ କୁଟୁମର୍ ପିଲା ଜିସୁ ! ତମେ ମକେ ଦୟା କରା ।"
ଆଗେ ଜିବା ଲକ୍ମନ୍ କାଣାକେ ଦମ୍କାଇ କରି ଚୁପ୍ଅଇ ରଇବାକେ କଇଲାଇ । ମାତର୍ ସେ ଅଦିକ୍ ଅଦିକ୍ ଆଉଲି ଅଇ "ଏ ଦାଉଦ୍ ରାଜାର୍ କୁଟୁମର୍ ପିଲା ଜିସୁ ! ମକେ ଦୟା କରା !" ବଲି କଇଲା । ଜିସୁ ତାର୍ କାତା ସୁନି ଟିଆ ଅଇଲା ଆରି, "ତାକେ ମର୍ ଲଗେ ଆନା" ବଲି ଆଦେସ୍ ଦେଲା । କାଣା ବିକାରି ଜିସୁର୍ ଲଗେ ଆଇଲାଜେ, ଜିସୁ ତାକେ ପାଚାର୍ଲା, "ମୁଇ ତର୍ପାଇ କାଇଟା କର୍ବି ବଲି ମନ୍ କଲୁସ୍ନି ?" ସେ ଜିସୁକେ "ଏ ମାପ୍ରୁ, ମକେ ଦେକ୍ବା ବପୁ ଦିଆ । ସେନ୍ତି ମକେ ନିମାନ୍ କରିଦେ ।" ବଲି କଇଲା ।
ତେବେ ଜିସୁ ତାକେ କଇଲା, "ତୁଇ ଦେକ୍ବାକେ ପାଆ ! ମୁଇ ତର୍ ଆଁକି ନିକ କର୍ବି କାଇକେ ବଇଲେ, ତୁଇ ମର୍ତେଇ ବିସ୍ବାସ୍ କରି ଆଚୁସ୍ ।" ସେ ଦାପ୍ରେ, ସେ କାଣା ଦେକି ପାର୍ଲା । ଆରି ପର୍ମେସର୍କେ ଦନିଅବାଦ୍ କରିକରି ଜିସୁର୍ ସଙ୍ଗ୍ ଗାଲା । ଏ ଗଟ୍ନା ଦେକ୍ଲା ସବୁ ଲକ୍ମନ୍ ପର୍ମେସରର୍ ଡାକ୍ପୁଟା କଲାଇ ।
ଜିସୁ ଗଟେକ୍ ଜନ୍ମେଅନି କାଣା ରଇଲା ଲକ୍କେ ନିମାନ୍ କଲା
ଦିନେକ୍ ଜିସୁ ଜିବାବେଲେ ଗଟେକ୍ ଜନ୍ମେଅନି କାଣା ରଇଲା ଲକ୍କେ ଦେକ୍ଲା । ଆରି ତାର୍ ସିସ୍ମନ୍ ତାକେ ପାଚାର୍ଲାଇ, "ଏ ଗୁରୁ କେ ପାପ୍ କଲାଇଜେ ଏ ଲକ୍ କାଣାଅଇ ଜନମ୍ ଅଇଲା ? ସେ ନିଜେ କି ତାର୍ ବାବା ମାଆର୍ ପାପର୍ ଲାଗି ?"
ଜିସୁ କଇଲା, "ତାର୍ କି ତାର୍ ବାବା ମାଆର୍ କାଇ ପାପ୍ଦସ୍ ନାଇ । ପର୍ମେସରର୍ ବପୁ ତାର୍ଟାନେ ଜାନାପଡ୍ସି ବଲି, ସେ କାଣା ଅଇ ଜନମ୍ ଅଇଲା ଆଚେ । ବେଲ୍ ରଇତେସେ ମକେ ପାଟାଇରଇବା ପର୍ମେସରର୍ କାମ୍ ଆମେ କର୍ବାର୍ ଆଚେ । ଏନ୍ତି ଆନ୍ଦାର୍ ଆଇଲାନି ସେ ବେଲାଇ କେ ମିସା କାଇ କାମ୍ କରି ନାପାରତ୍ । ମୁଇ ଜେତେ ଦିନ୍ ଜାକ ଏ ଦୁନିଆଇ ରଇବି ସେତ୍କି ଦିନ୍ ଜାକ ଏ ଦୁନିଆର୍ ଉଜଲ୍ ।"
ଜିସୁ ଏ କାତା କଇଲା ପଚେ, ମାଟିତେଇ ତୁକି ସେ ତୁକ୍ ସଙ୍ଗ୍ କାଦ ଚକଟ୍ଲା । ଆରି ସେ କାଦ ନେଇକରି କାଣାର୍ ଦୁଇଟା ଆଁକିତେଇ ଲିପିଦେଲା । ଆରି ତାକେ କଇଲା, "ତୁଇ ଜା ଆରି ସିଲଅ ନାଉଁର୍ ବନ୍ଦେ ଜାଇକରି ମୁ ଦଇ ଆଉ ।" ସିଲଅର୍ ଅରତ୍ ଅଇଲାନି ପାଟାଇଲାଟା । ତାର୍ ପଚେ ସେ ଲକ୍ ବନ୍ଦେ ଜାଇକରି ମୁ ଦଇଲାଜେ, ଦେକିପାର୍ଲା ଆରି ଆଇଲା ।
Curas de paralíticos e enfermos
Paralíticos caminharam, leprosos ficaram limpos e todo tipo de doença foi curada pelo toque e pela palavra de Jesus.
ସେବେଲେ ଗଟେକ୍ ବଡ୍ ରଗି ଜିସୁର୍ ମୁଆଟେ ଆସି ମାଣ୍ଡିକୁଟା ଦେଇ କଇଲା, "ଏ ମାପ୍ରୁ, ତମେ ଜଦି ମନ୍ କଲାସ୍ନି ବଇଲେ ମକେ ସୁକଲ୍ କରି ପାରାସ୍ ।"
ତେଇ ଜିସୁ ଆତ୍ ଲାମାଇ ତାକେ ଚିଇ କଇଲା, "ମୁଇ ମନ୍ କଲିନି, ସୁକଲ୍ ଅ ।" ଜିସୁ ଏତ୍କି କଇଲା ଦାପ୍ରେ ସେ ଲକ୍ ବଡ୍ ରଗେଅନି ନିକ ଅଇଲା । ଜିସୁ ତାକେ କଇଲା, "ସୁନ୍, ତୁଇ କେନ୍ତିଅଇ ନିକ ଅଇଲୁସ୍, ଏ କାତା କାକେ ମିସା କ ନାଇ, ମାତର୍ ସିଦା ପୁଜାରିର୍ ଲଗେ ଜାଇକରି ନିଜ୍କେ ଦେକାଇ ଅ, ଆରି ତୁଇ ନିକ ଅଇ ଆଚୁସ୍ ବଲି ସବୁ ଲକର୍ ଟାନେ ଜାନାଇଅଇବାକେ ମସାର୍ ନିୟମ୍ ଇସାବେ ପର୍ମେସର୍କେ ସର୍ପିଦେସ୍ ।"
ଆରି ତେଇ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଆନ୍ଲାଇ । ଚେରେଙ୍ଗ୍ ରଗି ଅଚ୍ନାଇ ସଇରଇଲା । ସେ ଲକ୍ମନର୍ ବିସ୍ବାସ୍ ଦେକି ରଗିକେ କଇଲା, "ସାଆସ୍ ଦାର୍, ତର୍ ସବୁ ପାପ୍ କେମା ଅଇଗାଲା ।"
ଏ କାତା ସୁନି କେତେଟା ସାସ୍ତର୍ ସିକାଉମନ୍ ତାକର୍ ତାକର୍ ବିତ୍ରେ କାତା ଅଇଲାଇ, "ଏ ଲକ୍ କାଇକେ ପର୍ମେସରର୍ ନିନ୍ଦା କଲାନି ?"
ଜିସୁ ତାକର୍ ମନର୍ ଚିନ୍ତା ଜାନି କଇଲା, "ତମେ ନିଜର୍ ନିଜର୍ ମନେ କାଇକେ କାରାପ୍ ଚିନ୍ତା କଲାସ୍ନି ? ‘ତମର୍ ପାପ୍ସବୁ କେମା ଅଇଗାଲା ବଲି କଇବାଟା ସଅଜ୍ କି ଉଟିକରି, ଇଣ୍ଡିଜା ବଲି କଇବାଟା ଅଦିକ୍ ସଅଜ୍ ?’ ମାତର୍ ଜଗତର୍ ପାପ୍ କେମା କର୍ବାକେ ନର୍ପିଲା, ମର୍ ଅଦିକାର୍ ଆଚେ, ମୁଇ ଏଟା ତମର୍ ମୁଆଟେ ଦେକାଇବି ।" ତାର୍ ପଚେ ଜିସୁ ଚେରେଙ୍ଗ୍ ରଗିକେ କଇଲା, "ଉଟ୍, ନିଜର୍ ଟାଟି ଦାରି ଗରେ ଉଟିଜା ।"
ଆରି ସେ ଲକ୍ ଉଟିକରି ଗରେ ବାରିଗାଲା ।
ତେଇ ଆତ୍ ସୁକିଜାଇରଇଲା ଗଟେକ୍ ଲକ୍ ରଇଲା । ଜିସୁର୍ ଦସ୍ ଦାର୍ବାକେ ପାରୁସିମନ୍ ଗଟେକ୍ ଦଲଅଇ ତେଇ ଜାଗି ରଇଲାଇ । ସେଟାର୍ପାଇଁ ସେମନ୍ ଜିସୁକେ ପାଚାର୍ଲାଇ, "ବିସ୍ରାମ୍ବାରେ ନିମାନ୍ କର୍ବାଟା ଆମର୍ ନିୟମର୍ ବିରଦ୍ ନଏଁ କି ?"
ଜିସୁ କଇଲା, "ଜଦି ବିସ୍ରାମ୍ବାରେ ତମର୍ ବିତ୍ରେ କାର୍ଆଲେ ମେଣ୍ଡା ଗଟେକ୍ ଡେଙ୍ଗ୍ କାଲେ ଅଦର୍ଲେ, ତମେ ତାକେ ଜିକି ନ ଆନାସ୍ କି ? ମେଣ୍ଡାର୍ତେଇ ଅନି ଗଟେକ୍ ଲକର୍ ମୁଲିଅ କେତେକ୍ ଅଦିକ୍ । ସେଟାର୍ ପାଇ ଆମେ ବିସ୍ରାମ୍ବାରେ ବିନ୍ ଲକ୍କେ ସାଇଜ କର୍ବାଟା ସାସ୍ତରେ ରଇବା ରିତିନିତିର୍ ବିରଦ୍ ଅଇବା କାମ୍ ନଏଁ ।" ଏତ୍କି କଇକରି ସେ ଆତ୍ ସୁକିଜାଇରଇଲା ଲକ୍କେ କଇଲା, "ଆତ୍ ସଲକ୍ କର୍ ।"
ସେ ଲକ୍ ଆତ୍ ସଲକ୍ କଲା ଦାପ୍ରେ, ସେ ଆତ୍ ନିକ ଲକର୍ ଆତ୍ ପାରା ଅଇଗାଲା ।
ତେଇ ରଇଲା ଲକ୍ମନ୍ ସିମନର୍ ସାତ୍ରି ଜର୍କେ ସଇରଇଲା ବିସଇ ଜିସୁକେ କଇଲାଇ । ସେଟାର୍ପାଇଁ ଜିସୁ ଜାଇ ସିମନର୍ ସାତ୍ରିର୍ ଆତେ ଦାରି ଉଟାଇଲା, ସେଦାପ୍ରେ ତାର୍ ଜର୍ ଚାଡିଗାଲା, ଆରି ସେ ଜାଇ ସେମନ୍କେ ସେବା କର୍ବାର୍ ଦାର୍ଲା ।
ଜିସୁ ବଡ୍ ରଗିକେ ନିକ କଲା
ସେଡ୍କି ବେଲେ ଗଟେକ୍ ବଡ୍ ରଗି ତାର୍ ଲଗେ ଆସି ମାଣ୍ଡିକଟା ଦେଇ ତାକେ ବାବୁଜିଆ କରି କଇଲା, "ତମେ ଜଦି ମନ୍କଲେ ମକେ ସୁକଲ୍ କରି ପାର୍ସା ।"
ତେଇ ସେ ତାକେ ଜିବନ୍ ଦୁକାଇଲା ଆରି ଆତ୍ ଲାମାଇ କରି ତାକେ ଚିଇକରି କଇଲା, "ମୁଇ ମନ୍ କଲିନି, ତୁଇ ସୁକଲ୍ ଅ ।" ସେଦାପ୍ରେ ବଡ୍ ରଗ୍ ତାର୍ ଲଗେ ଅନି ଦୁର୍ଅଇଲା ଆରି ସେ ସୁକଲ୍ ଅଇଗାଲା ।
ସେଡ୍କି ବେଲେ କେତେକ୍ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଦାରିଆଇଲାଇ । ତାକର୍ ବିତ୍ରେ ଅନି ଚାର୍ଲକ୍ ରଗିକେ ବଇରଇଲାଇ । ମାତର୍ ଲକ୍ମନ୍ ଚିପାଟେଲା ଅଇରଇଲାଇକେ, ତାକେ ଜିସୁର୍ ଲଗେ ନେଇ ନାପାର୍ଲାଇ । ନାପାରିକରି, ଜିସୁ ଜନ୍ଟାନେ ରଇଲା, ତେଇର୍ ଚାନି ବଡ୍ଟା କାଣାକରି, ରଗିକେ କଟ୍ ମିସ୍ତେ ତାର୍ ମୁଆଟେ ସିଦା ଉତ୍ରାଇଦେଲାଇ । ଜିସୁ ସେମନର୍ ବିସ୍ବାସ୍ ଦେକି ଚେରେଙ୍ଗ୍ ରଗିକେ କଇଲା, "ବାବୁରେ ମୁଇ ତର୍ ପାପ୍ କେମା କରିଦେଲି ।"
ମାତର୍ ସେ ଗର୍ ବିତ୍ରେ କେତେଟା ସାସ୍ତର୍ ସିକାଇବା ଲକ୍ମନ୍ ବସି ନିଜର୍ ନିଜର୍ ମନ୍ ବିତ୍ରେ ବାବିଅଇତେରଇଲାଇ, "ଏ ଲକ୍ ଚେରେଙ୍ଗ୍ ରଗିକେ ‘ତର୍ ପାପ୍ କେମା କରିଦେଲି ।’ ବଲି କେନ୍ତି କଇପାର୍ଲା ? ଏ ପର୍ମେସର୍କେ ନିନ୍ଦା କର୍ସିଆଚେ, ସେ ଗଟେକ୍ ମାପ୍ରୁକେ ଚାଡିଦେଲେ, ଆରି କେ ମିସା ପାପ୍ କେମା କରି ପାରତ୍ କି ?"
ସେଦାପ୍ରେ ଜିସୁ ସେମନ୍ ମନେ ମନେ ଏନ୍ତାରି ବାବିଅଇଲାଟା, ନିଜର୍ ଆତ୍ମାଇ ଜାନି ସେମନ୍କେ କଇଲା, "ତମେ କାଇକେ ନିଜର୍ ନିଜର୍ ମନେ ଏ ସବୁଜାକ ବାବିଅଇଲାସ୍ନି ? କନ୍ଟା କର୍ବାଟା ସଅଜ୍ ଅଇଲାନି ? ବାବୁରେ ‘ମୁଇ ତର୍ ପାପ୍ କେମା କରିଦେଲି ।’ ବଲି କଇବାଟା, କି ‘ଉଟ୍ ତର୍ କଟ୍ ବଇ ଇଣ୍ଡିଜା ।’ ବଲ୍ବାଟା ? ମାତର୍ ଗୁଲାଇ ଜଗତର୍ ପାପ୍ କେମା କର୍ବାକେ ପର୍ମେସର୍ ପାଟାଇଲା ନର୍ପିଲା ମର୍ ଅଦିକାର୍ ଆଚେ ବଲି ଏବେ ମୁଇ, ଏ ଲକ୍କେ ନିକ କରି ଦେକାଇବି ।" ସେ ଚେରେଙ୍ଗ୍ ରଗିକେ କଇଲା, "ମୁଇ ତକେ କଇଲିନି ଉଟ୍, ତର୍ କଟ୍ ବଇ, ନିଜର୍ ଗରେ ବାରିଜା ।"
ସେଦାପ୍ରେ ସେ ରଗି ଉଟି କଟ୍ ବଇକରି ସବୁ ଲକର୍ ଦେକ୍ତେ ବାରଇ ଗାଲା । ସେବେଲାଇ ସବୁଲକ୍ କାବା ଅଇ ପର୍ମେସରର୍ ମଇମା କରି କରି କଇଲାଇ, "ଆମେ ଏନ୍ତାରିଟା କେବେ ମିସା ଦେକି ନ ରଇଲୁ ।"
ଜିସୁ ଗଟେକ୍ ଆତ୍ ସୁକ୍ଲା କଲା ଲକ୍କେ ନିକ କଲା
ପଚେ ଜିସୁ ଆରି ଗଟେକ୍ ତର୍ ଜିଉଦିମନର୍ ପାର୍ତନା ଗରେ ଗାଲା । ତେଇ ଗଟେକ୍ ଲକ୍ ରଇଲା । ତାର୍ ଗଟେକ୍ ଆତ୍ ସୁକିଜାଇରଇଲା । ଜିସୁ କେଜାନେ ବିସ୍ରାମ୍ ବାରେ ନିମାନ୍ କର୍ସି ବଲି, ସେମନ୍ ଆଁକି ନ ମରାଇତେ ଦେକ୍ତେରଇଲାଇ, କାଇକେବଇଲେ ଜେନ୍ତିକି ତାର୍ ବିରୁଦେ ଦସ୍ ଦାରିପାର୍ବାଇ । ଜନ୍ ଲକର୍ ଆତ୍ ସୁକି ଜାଇରଇଲା, ତାକେ ଜିସୁ କଇଲା, "ଆଉ ମଜାଇ ଟିଆ ଅ ।" ଆରି ଜିସୁ ଲକ୍ମନ୍କେ ପାଚାର୍ଲା, " ବିସ୍ରାମ୍ବାରେ କାଇଟା କର୍ବା ନିଅମ୍ ? ନିକ କର୍ବାର୍ କି ଆସାର୍ କର୍ବାର୍ ? ଜିବନ୍ ବଁଚାଇବାର୍ କି ମରାଇଦେବାର୍ ?" ମାତର୍ ସେମନ୍ କାଇଟା ନ କଇ ଚିମ୍ରାଅଇ ରଇଲାଇ । ସେବେଲେ ତାକର୍ ମନ୍ ଡାଟ୍ ରଇବାଟା ଦେକିକରି ଜିସୁ ଦୁକ୍ଅଇ ରିସାସଙ୍ଗ୍, ଚାରିବେଡ୍ତି ଦେକ୍ଲା । ଆରି ସେ ଲକ୍କେ କଇଲା, "ଆତ୍ ଲାମା ।" ସେ ଲକ୍ ଆତ୍ ଲାମାଇଲା, ଆରି ତାର୍ ଆତ୍ ନିମାନ୍ ଅଇଗାଲା ।
ଜିସୁ ଗଟେକ୍ ବଡ୍ ରଗିକେ ନିମାନ୍ କଲା
ତରେକ୍ ଜିସୁ ଗଟେକ୍ ନଅରେ ରଇଲାବେଲେ ଗଟେକ୍ ଗୁଲାଇ ଗାଗଡେ ବଡ୍ରଗ୍ ଅଇରଇବା ଲକ୍ ତେଇ ରଇଲା । ସେ ଡାଣ୍ଡାସନ୍ ପଡି ମୁ ବୁଏଁ ଚିଆଇ ଜିସୁକେ ବାବୁଜିଆ କରି କଇଲା, "ଏ ମାପ୍ରୁ, ତମେ ଜଦି ମନ୍କଲୁସ୍ନି ବଇଲେ, ମକେ ନିକ କରିପାରୁସ୍ ।"
ତେଇ ଜିସୁ ଆତ୍ ଲାମାଇ ତାକେ ଚିଇ କରି କଇଲା, "ମୁଇ ମନ୍ କଲିନି, ତୁଇ ସୁକଲ୍ ଅ ।" ଦାପ୍ରେସେ ତାର୍ ବଡ୍ ରଗ୍ ଚାଡିଗାଲା ।
ଆରି ଏଦେ ଦେକା ! ଗଟେକ୍ ଚେରେଙ୍ଗ୍ବାତ୍ ଦାର୍ଲା ମୁନୁସ୍କେ, କେତେଲକ୍ କଟ୍ ମିସ୍ତେ ବଇଆନିକରି, ଗର୍ ବିତ୍ରେ ନେଇ ଜିସୁର୍ ମୁଆଟେ ସଙ୍ଗଉବଲି, ଚେସ୍ଟା କରତେରଇଲାଇ । ମାତର୍ ଚିପାଟେଲାର୍ଲାଗି, ତାକେ ବିତ୍ରେ ନେବାକେ ବାଟ୍ ମିଲେନାଇ । ଏଦେ ଦେକା ! ସେମନ୍ ରଗିକେ ଗର୍ ଉପ୍ରେ ଚଗାଇ ଚାଉନି ଉଜାଡି, କଟ୍ ମିସ୍ତେ ଲକ୍ମନର୍ ମଜାଇ ଜିସୁର୍ ମୁଆଟେ ଉତ୍ରାଇଦେଲାଇ । ଜିସୁ ସେମନର୍ ବିସ୍ବାସ୍ ଦେକି କଇଲା, "ଏ ବାବୁ, ତମର୍ ସବୁ ପାପ୍ କେମା ଅଇଗାଲାବେ ।"
ସାସ୍ତର୍ ସିକାଇବା ଲକ୍ମନ୍ ଆରି ପାରୁସି ଲକ୍ମନ୍ ମନେ ମନେ କୁଆବଲା ଅଇ, ଏନ୍ତି କଇବାର୍ ଦାର୍ଲାଇ, "ଏ କେ ଜେ ପର୍ମେସରର୍ ନିନ୍ଦାକଲାନି ? ପର୍ମେସର୍କେ ଚାଡି ଆରି କେ ପାପ୍ କେମା କରିପାର୍ସି ?"
ତେଇ ସେମନ୍ ମନେ ମନେ କୁଆବଲା ଅଇବାଟା ଜାନିକରି ସେମନ୍କେ ଜିସୁ କଇଲା, "ତମେ କାଇକେ ସବୁଲକ୍ ନିଜର୍ ମନେ ମନେ ଏନ୍ତାରି କୁଆବଲା ଅଇଲାସ୍ନି ? କାଇଟା ଉପାସ୍ କାତା ? ତର୍ ସବୁ ପାପ୍ କେମା ଅଇଗାଲା ବଲି କଇବାଟା, କି ଉଟିକରି ଇଣ୍ଡି ଜା ବଲି କଇବାଟା ? ମାତର୍ ପୁର୍ତିବିର୍ ସବୁ ପାପ୍ କେମା କର୍ବାକେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମର୍ ଅଦିକାର୍ଆଚେ ।" ଏଟା ତମେ ଜେନ୍ତି ଜାନିପାରାସ୍ । ଏଟାର୍ପାଇ ଜିସୁ ଚେରେଙ୍ଗ୍ବାତ୍ ଦାର୍ଲା ରଗିକେ କଇଲା, "ମୁଇ ତକେ କଇଲିନି, ଉଟ୍ ନିଜର୍ ବିଚ୍ନା ଦାରି ଗରେ ଜା ।"
ସେଦାପ୍ରେ ଚେରେଙ୍ଗ୍ ଦାର୍ଲା ଲକ୍ ସବୁଲକର୍ ଦେକ୍ତେ ଉଟିକରି ଜନ୍ କଟେ ସଇରଇଲା, ସେଟା ବଇ ପର୍ମେସରର୍ ମଇମା କରି କରି ତାର୍ ଗରେ ଉଟିଗାଲା ।
ଆତ୍ ସୁକିଜାଇରଇଲା ଲକ୍ ନିକ ଅଇଲା
ଆରି ଜିସୁ ବିନ୍ ଗଟେକ୍ ବିସ୍ରାମ୍ବାରେ, ଜିଉଦି ଲକ୍ମନର୍ ପାର୍ତନା ଗରେ ଜାଇକରି ସିକାଇତେରଇଲା । ତେଇ ଗଟେକ୍ ଲକ୍ ରଇଲା । ତାର୍ ଉଜା ଆତ୍ ସୁକିଜାଇରଇଲା । ଆରି ଜିସୁ ବିସ୍ରାମ୍ବାରେ ମିସା କେ ଜାନେ ନିକ କର୍ସି, ଏଟା ଦେକୁ ବଲି ପାରୁସି ଲକ୍ମନ୍ ଆରି ସାସ୍ତର୍ ସିକାଉମନ୍ ତାକେସେ ଦେକି ଦେକି ରଇଲାଇ, କାଇକେବଇଲେ ତାର୍ ବିରୁଦେ ଦସ୍ ଦାର୍ବାକେ । ମାତର୍ ଜିସୁ ତାକର୍ ମନେ ବାବ୍ଲାଟା ଜାନିକରି, ଜନ୍ ଲକର୍ ଆତ୍ ସୁକିଜାଇରଇଲା, ତାକେ କଇଲା, "ଉଟ୍ ଆରି ସବୁଲକର୍ ମୁଆଟେ ଟିଆ ଅ ।" ଆରି ସେ ଲକ୍ ଉଟି ଟିଆଅଇଲା । ତେଇ ଜିସୁ ସେମନ୍କେ କଇଲା, "ମୁଇ ତମ୍କେ ପାଚାର୍ଲିନି, ବିସ୍ରାମ୍ବାରେ ବିଦି ଇସାବେ କାଇଟା କର୍ବାର୍ ? ନିକ କର୍ବାର୍ କି କାରାପ୍ କର୍ବାର୍ ? ଜିବନ୍ ବଁଚାଇବାର୍ କି ମରାଇବାର୍ ?" ଆରି ସେ ଚାରିବେଡ୍ତି ସବୁକେ ଦେକି ସେ ଲକ୍କେ କଇଲା, "ତମର୍ ଆତ୍ ଲାମାଆ ।" ତେଇ ସେ ସେନ୍ତାର୍ କଲା, ଆରି ତାର୍ ଆତ୍ ପୁରାପୁରୁନ୍ ନିକ ଅଇଗାଲା ।
ଜିସୁ ଗଟେକ୍ ରମିୟ ଲକର୍ ଗତି ଦାଙ୍ଗ୍ଡାକେ ନିକ କଲା
ଜିସୁ ଲକ୍ମନ୍କେ ସବୁ କାତା କଇ ସାରାଇକରି କପର୍ନାଉମ୍ ସଅରେ କେଟ୍ଲା । ସେବେଲେ ସଏଟା ସନିଅମନର୍ ମୁକିଆର୍ ଗଟେକ୍ ଗତିଦାଙ୍ଗ୍ଡା, ଜର୍ ଅଇକରି ମଲାପାରା ଅଇଜାଇରଇଲା । ସେ ତାକେ ନିଜର୍ଲକ୍ ପାରା ଆଲାଦ୍ କର୍ତେରଇଲା । ସେ ଜିସୁର୍ ବିସଇର୍ କବର୍ ସୁନି, ଜିସୁ ଜେନ୍ତିକି ଆସି ତାର୍ ଗତିଦାଙ୍ଗ୍ଡାର୍ ଜିବନ୍ ରକିଆ କର୍ସି ବଲି ବାବ୍ଲା । ସେଟାର୍ପାଇଁ ଜିସୁର୍ ଲଗେ କେତେଟା ଜିଉଦି ପାର୍ଚିନ୍ମନ୍କେ ପାଟାଇ ତାକେ ବାବୁଜିଆ କଲାଇ । ପାର୍ଚିନ୍ମନ୍ ଜିସୁର୍ଲଗେ କେଟିକରି ତାକେ ଜୁଆର୍ ବିଆର୍ କରି କଇବାର୍ ଦାର୍ଲାଇ, "ତାର୍ପାଇ ତମେ ଏନ୍ତାରି କରିରଇଲେ, ନିକରଇସି । କାଇକେବଇଲେ ସେ ଆମର୍ ଲକ୍ମନ୍କେ ଆଲାଦ୍ କର୍ସି ଆରି ନିଜେ ସେ ଆମର୍ ସବୁଲକର୍ ପାଇ ପାର୍ତନାଗର୍ ତିଆର୍କରି ଦେଇଆଚେ ।"
ତେଇ ଜିସୁ ତାକର୍ ସଙ୍ଗ୍ ଗାଲା । ସେ ଗରେ କେଟ୍ବାକେ କଣ୍ଡେକ୍ ଦୁର୍ ରଇଲାକେ, ସଏଟା ସନିଅମନର୍ ମୁକିଆ ଲକ୍ମନ୍କେ ପାଟାଇ ତାକେ କଇଲା, "ମାପ୍ରୁ, କସ୍ଟ ଉଆନାଇ, କାଇକେବଇଲେ ତମେ ଜେ ମର୍ ଗରେ ପାଦ୍ ପାକାଇସା, ମର୍ ଏନ୍ତାରି ବାଗିଅ ନାଇ । ଏଟାର୍ପାଇ ମୁଇ ତମର୍ଟାନେ ଆଇବାକେ ମନ୍ କରିନାଇ । ମାତର୍ ଗଟେକ୍ ପଦ୍ ଆଦେସ୍ କରା, ମର୍ ଗତିଦାଙ୍ଗ୍ଡା ନିକ ଅଇଜାଇସି । ମୁଇ ଗଟେକ୍ ଲକର୍ ତଲେ କାମ୍ କର୍ତେରଇଲେ ମିସା ମର୍ ତଲେ ସନିଅମନ୍ ଆଚତ୍ । ଆରି ମୁଇ ଗଟେକ୍ ଲକ୍କେ ଜା ବଲି କଇଲେ, ସେ ଜାଇସି । ବିନ୍ ଲକ୍କେ ଆଉ ବଇଲେ ସେ ଆଇସି । ମର୍ ଗତିଦାଙ୍ଗ୍ଡାକେ ଏଟା କର୍ ବଇଲେ, ସେ ସେଟା କର୍ସି ।"
ଜିସୁ ତାର୍ ଏ ସବୁ ବିସଇ ସୁନି କାବା ଅଇଗାଲା, ଆରି ବୁଲିକରି ତାର୍ ପଚେ ଆଇତେରଇବା ଲକ୍ମନ୍କେ କଇଲା, "ମୁଇ ତମ୍କେ କଇଲିନି, ଇସ୍ରାଏଲ୍ ବିତ୍ରେ ମିସା ଏତେକ୍ ବଡ୍ ବିସ୍ବାସି ନ ମିଲତ୍ ।"
ଆରି ଜିସୁକେ ଡାକ୍ବାକେ ଜାଇରଇଲା ଲକ୍ମନ୍ ଗରେ ବାଉଡି ଆସି ଗତିଦାଙ୍ଗ୍ଡା ନିକ ଅଇରଇବାଟା ଦେକ୍ଲାଇ ।
ତେଇ ଗଟେକ୍ ମାଇଜି ରଇଲା । ତାକେ ଡୁମା ଦାରି ଅଟ୍ର ବରସ୍ ଜାକ କୁବ୍ଡି ଅଇରଇଲା । ସେ ବିଲ୍କୁଲ୍ ସିଦା ଅଇ ଇଣ୍ଡି ନାପାର୍ତେ ରଇଲା । ଜିସୁ ତାକେ ଦେକି ଲଗେ ଡାକି କଇଲା, "ଏ ନିନି ତକେ ମୁଇ, ଏ କୁବ୍ଡି ରଗେଅନି ନିକ କଲିନି ।" ଜିସୁ ସେ ମାଇଜିର୍ ଉପ୍ରେ ଆତ୍ ସଙ୍ଗଇଲା । ସେ ମାଇଜି ସେ ଦାପ୍ରେସେ ସଲକ୍ ଅଇ ପର୍ମେସର୍କେ ମଇମା କର୍ବାର୍ ଲାଗ୍ଲା ।
ଜିସୁ ଗଟେକ୍ ରଗିକେ ନିକକଲା
ତରେକ୍ ଜିସୁ ବିସ୍ରାମ୍ବାରେ ବଜି କାଇବାକେ ଗଟେକ୍ ପାରୁସି ନେତାର୍ ଗରେ ଗାଲା । ଆରି ସେମନ୍ ଜିସୁକେ କାଇଆଲେ ବୁଲ୍ ଦାର୍ବାକେ ଆଁକିମରାଇ ଦେକ୍ତେ ରଇଲାଇ । ତେଇ ଜିସୁ ତାର୍ ମୁଆଟେ ଗଟେକ୍ ପୁଲାରଗ୍ ଅଇରଇଲା ଲକ୍କେ ଦେକ୍ଲା । ତାର୍ ପଚେ ଜିସୁ ସେ ପାରୁସି ଆରି ମସାର୍ ନିୟମ୍ ସିକାଇଦେବା ଲକ୍ମନ୍କେ ପାଚାର୍ଲା । "ମସାର୍ ନିୟମ୍ ଇସାବେ ବିସ୍ରାମ୍ବାରେ ଗଟେକ୍ ରଗ୍ ଅଇଲା ଲକ୍କେ ନିକ କର୍ବା ବିଦି ଆଚେ କି ନାଇ ?"
ମାତର୍ ସେମନ୍ କାଇଟାବଲି ମିସା ନ କଇ ଚୁପ୍ଚାପ୍ ଅଇ ରଇଲାଇ । ସେଟାର୍ ପାଇ ଜିସୁ ସେ ରଗିକେ ଚିଇଲା ଆରି ନିକ କରି ପାଟାଇ ଦେଲା ।
ଦସ୍ଟା ବଡ୍ରଗ୍ ଅଇଲା ଲକ୍ମନ୍ ନିକ ଅଇଲାଇ
ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଜିରୁସାଲମେ ଜିବା ବେଲେ ସେ ଗାଲିଲି ଆରି ସମିରଣ ଜିଲାର୍ ମଜାଇ କେଟ୍ଲା । ଆରି ସେ ଗାଉଁ ବିତ୍ରେ ପୁର୍ବା ବେଲେ ବଡ୍ରଗ୍ ଅଇରଇଲା ଦସ୍ଟା ଲକ୍ମନ୍ ତାକେ ଦୁରିକେଅନି ଦେକ୍ଲାଇ । ସେମନର୍ ନିୟମେ ବଡ୍ରଗ୍ ରଇଲା ଲକ୍ମନ୍, ବିନ୍ ଲକ୍ମନର୍ ଲଗେ ଆସି ନାପାରତ୍ । ସେଟାର୍ ପାଇ ସେମନ୍ ଜିସୁର୍ ଲଗେ ନ ଆସି ଦୁରିକେ ରଇକରି, ବେସି ଆଉଲିଅଇ କଇଲାଇ, "ଜିସୁ ! ଏ ଗୁରୁ ! ଆମ୍କେ ଦୟାକରା ।"
ଜିସୁ ସେମନ୍କେ ଦେକି କରି କଇଲା, "ତମେ ଜାଇକରି ପର୍ମେସରର୍ ପୁଜାରିମନ୍କେ ତମର୍ ଗାଗଡ୍ ଦେକାଆ । ତମେ ନିମାନ୍ ଅଇଲାସ୍ କି ନାଇ ବଲି ସେମନ୍ ଦେକତ୍ ।" ପଚେ ସେ ଦସ୍ ଲକ୍ ପର୍ମେସରର୍ ପୁଜାରିମନର୍ ଲଗେ ଜିବା ବେଲେ, ବାଟେ ନିମାନ୍ ଅଇଗାଲାଇ । ଏଦେ ଦେକା ! ସେମନର୍ ବିତ୍ରେଅନି ଗଟେକ୍ ଲକ୍ ନିଜର୍ ଗାଗଡ୍ ନିମାନ୍ ଅଇଲାଟା ଦେକି, ଜିସୁର୍ ଲଗେ ବାଉଡି ଆଇଲା । ଆରି ସେ ବେସି ଆଉଲି ଅଇ ପର୍ମେସରର୍ ଡାକ୍ପୁଟା କଲା । ସେ ପାଲାଇ ଆସି ଜିସୁର୍ ପାଦେ ଅଦର୍ଲା "ତମେ ମକେ ନିମାନ୍ କରିଆଚାସ୍" ବଲି ଦନିଅବାଦ୍ କଲା । ସେ ଜିଉଦି ଲକ୍ ନଏଁ । ସେ ସମିରଣିୟ ବଲି ଗଟେକ୍ ଜାଗାର୍ ଲକ୍ । ଜିସୁ ତାକେ କଇଲା, "ମୁଇତା ଦସ୍ଲକ୍କେ ନିମାନ୍ କରି ରଇଲି । ତକେ ଗଟେକ୍ ଲକ୍କେ ଚାଡି ଆରି ନଅ ଲକ୍ କେନେ ଗାଲାଇ ? ନିମାନ୍ ଅଇଲା ପଚେ ବାଉଡି ଆସି ପର୍ମେସର୍କେ ଦନିଅବାଦ୍ କର୍ବାକେ ଏ ଗଟେକ୍ ସମିରଣିୟ ଲକ୍ସେ ରଇଲା କି ?" ତାର୍ ପଚେ ଜିସୁ ତାକେ କଇଲା, "ତୁଇ ଏବେ ଉଟ୍ ଆରି ଜାଆ, କାଇକେ ବଇଲେ ମୁଇ ତକେ ନିମାନ୍ କରିପାର୍ବି ବଲି ବିସ୍ବାସ୍ କରିରଇଲୁସ୍ ।"
ଜିସୁ ବନ୍ଦ୍ଟାନେ ଗଟେକ୍ ରଗିକେ ନିକ କଲା
ତାର୍ ପଚେ ଜିଉଦିମନର୍ ଗଟେକ୍ ମୁକିଅ ପରବ୍ ରଇଲା । ସେଟାର୍ ପାଇ ଜିସୁ ଜିରୁସାଲାମ୍ ଗାଲା । ଜିରୁସାଲାମର୍ ମେଣ୍ଡା ଦୁଆର୍ ଲଗେ ଗଟେକ୍ ବନ୍ଦ୍ ରଇଲା । ସେଟାକେ ଏବ୍ରି ବାସାଇ ବେତେସ୍ଦା ବଲି କଇବାଇ । ତେଇ ପାଁଚ୍ଟା ମଣ୍ଡପ୍ ରଇଲା । ସେ ମଣ୍ଡପ୍ ମନର୍ଟାନେ କେତେକ୍ କେତେକ୍ ଜର୍ଦୁକା ଅଇଲା ଲକ୍ମନ୍ ରଇତେ ରଇଲାଇ । ରଗିମନର୍ ବିତ୍ରେଅନି କାଣା, ଚଟା, ଆରି କେତେକ୍ ଅଦୁଆ ରଗିମନ୍ ରଇଲାଇ । କାଇକେବଇଲେ କେଡେ କେଡେବଲ୍ ପର୍ମେସରର୍ ଗଟେକ୍ ଦୁତ୍ ଆସିକରି ସେ ବନ୍ଦର୍ ପାନି ଅଲ୍କା କର୍ତେ ରଇଲା । ଆରି ସେ ଅଲ୍କା ଅଇଲାପଚେ, ଜନ୍ ଲକ୍ ପର୍ତୁମ୍ ଜାଇତେ ରଇଲା, ତାକେ କାଇ ରଗ୍ ଅଇରଇଲେ ମିସା ନିମାନ୍ ଅଇଜାଇତେରଇଲା । ତାକର୍ ବିତ୍ରେ ତିରିସ୍ ଆଟ୍ ବରସ୍ ଜାକ ଡୁଲିରଇବା ଗଟେକ୍ ରଗି ଲକ୍ ରଇଲା । ତେଇ ଜିସୁ ସେ ରଗି ଡୁଲିରଇବାଟା ଦେକି, ଏ ଲକ୍ ବେସି ବରସର୍ ରଗି ବଲି ଜାନି ତାକେ ପାଚାର୍ଲା "ତମେ କାଇ ନିମାନ୍ ଅଇବାକେ ମନ୍ କଲାସ୍ନି କି ?"
ସେ ରଗି ଲକ୍ ଜିସୁକେ କଇଲା, "ଏ ଆଗିଆଁ ପାନି ଅଲ୍କା କଲାବେଲେ, ସେ ବନ୍ଦ୍ ବିତ୍ରେ ମକେ ନେବାକେ କେ ନାଇ । ଆରି ବନ୍ଦ୍ ବିତ୍ରେ ଜିବାକେ ଚେସ୍ଟା କଲାବେଲେ ବିନ୍ ଲକ୍ ମର୍ ଆଗ୍ତୁ ଉଟିଜିବାଇ ।"
ଜିସୁ ତାକେ କଇଲା, "ଉଟି ଟିଆଅ, ଆରି ତର୍ ଟାଟି ଦାରି ଇଣ୍ଡିଜା ।" ସେ ଦାପ୍ରେ ସେ ଲକ୍ ନିମାନ୍ ଅଇଗାଲା ଆରି ନିଜର୍ ଟାଟି ଦାରିକରି ଇଣ୍ଡ୍ବାର୍ ଦାର୍ଲା । ସେ ଦିନ୍ ବିସ୍ରାମ୍ବାର୍ ରଇଲା ।
ଜିସୁ ଗାଲିଲିର୍ କାନା ନାଉଁର୍ ଗଡେ ଆରି ତରେକ୍ ଗାଲା । ସେ ଗଡେସେ ପାନି ଅଙ୍ଗୁର୍ ରସ୍ କରିରଇଲା । ତେଇ ରମିଅ ସାସନ୍କାରିଆର୍ ଗଟେକ୍ ମୁକିଅ ଲକର୍ ପଅ କପର୍ନାଉମେ ଜର୍ ଅଇରଇଲା । ଜିସୁ ଜିଉଦାଇ ଅନି ଗାଲିଲି ଆଇଲା ଆଚେ ବଲି ସୁନିକରି ଜର୍ ଅଇଲା ପିଲାର୍ ବାବା ତାର୍ ଲଗେ ଗାଲା । ମର୍ବା ସମାନ୍ ଅଇରଇବା ପିଲାକେ ନିମାନ୍ କର୍ବାକେ କପର୍ନାଉମେ ଜୁ ବଲି ଜିସୁକେ ଜୁଆର୍ ବିଆର୍ କଲା । ଜିସୁ ତାକେ କଇଲା, "ତମେ କାବା ଅଇଜିବାଟା ଆରି କେବେ ନ ଅଇଲା ପାରା କାମର୍ ଚିନ୍ମନ୍ ନ ଦେକ୍ଲେ କେବେ ମିସା ମକେ ବିସ୍ବାସ୍ ନ କରାସ୍ ।"
ସେ ଲକ୍ ତାକେ କଇଲା, "ଏ ଗୁରୁ, ମର୍ ପିଲା ନ ମର୍ବା ଆଗ୍ତୁ ତମେ ମର୍ ସଙ୍ଗ୍ ଆସା ।"
ଜିସୁ ତାକେ କଇଲା, "ଏବେ ତୁଇ ତର୍ ଗରେ ଜା, ତର୍ ପିଲା ଜିବନ୍ ଅଇଗାଲାବେ ।" ସେ ଲକ୍ ଜିସୁ କଇରଇବା କାତା ବିସ୍ବାସ୍ କରି ବାଉଡିଗାଲା । ସେ ଗରେ ଗାଲାବେଲେ ତାର୍ କେତେଟା ଗତି ଦାଙ୍ଗ୍ଡାମନ୍ ତାକେ ବେଟ୍ପାଇକରି, "ତର୍ ପିଲା ନିମାନ୍ ଅଇଲାବେ" ବଲି କଇଲାଇ ।
ସେ ଲକ୍ ତାର୍ ଗତିଦାଙ୍ଗ୍ଡାମନ୍କେ ପାଚାର୍ଲା, "ପିଲା କେଡେବେଲେ ନିମାନ୍ ଅଇଲା ?" ଗତିଦାଙ୍ଗ୍ଡାମନ୍, "କାଲି ଗଁଟେ ବେଲେ ନିମାନ୍ ଅଇଲା" ବଲି କଇଲାଇ । ଜିସୁ ଟିକ୍ ସେବେଲାସେ ତର୍ ପିଲା ନିମାନ୍ ଅଇଲାବେ ବଲି କଇରଇଲାଟା ସେ ମୁକିଅ ଲକ୍ ମନେପାକାଇଲା । ସେଟାର୍ପାଇଁ ସେ ଲକ୍ ଆରି ତାର୍ ଗରର୍ ସବୁ ଲକ୍ ଜିସୁକେ ବିସ୍ବାସ୍ କଲାଇ ।
ଜିସୁ ଜିଉଦାଇ ଅନି ଗାଲିଲି ଦେସେ ଆଇଲା ପଚେ ଏଟାସଙ୍ଗ୍ ଦୁଇପାଲି କାବାଅଇଜିବା କାମ୍ କରି ରଇଲାଟା ।
A mulher com fluxo de sangue
Uma mulher que sofria há doze anos tocou a orla do manto de Jesus e foi curada instantaneamente pela sua fé.
ତେଇ ଗଟେକ୍ ମାଇଜି ଜିସୁର୍ ପଚ୍ବାଟେ ଆଇଲା । ତାକେ ବାର ବରସ୍ ଜାକ ବନି ଜାଇତେ ରଇବା ରଗ୍ ଅଇରଇଲା । ସେ ମାଇଜି ପଚେ ଜାଇ ଜିସୁର୍ ଲୁଗା ଚିଇଲା । ସେ ମନେ ମନେ ବାବ୍ଲା ମୁଇ ତାର୍ ପିନ୍ଦ୍ଲାଟା ଚିଇଲେ ନିମାନ୍ ଅଇଜିବି ।
ମାତର୍ ଜିସୁ ପାସ୍ଲି କରି ତାକେ ଦେକି କଇଲା, "ଏ ନୁନି, ଡର୍ନାଇ ସାଆସ୍ ଦାର୍, ତର୍ ବିସ୍ବାସ୍ ତକେ ନିମାନ୍ କରିଆଚେ ।" ଏତ୍କି କଇଲା ଦାପ୍ରେ ସେ ମାଇଜି ନିମାନ୍ ଅଇଗାଲା ।
ତେଇ ଗଟେକ୍ ବାର ବରସ୍ ଜାକ ଗାଗ୍ଡେଅନି ବନି ଜିବା ମାଇଜିଟକି ରଇଲା । ଜେ କି କେତେ କେତେ ଡାକ୍ଟର୍ଟାନେ ଜାଇକରି ମିସା ସାସ୍ତି ବଗି ସବୁ ବିକିଦେଇ ରଇଲା । ମାତର୍ ଅଲପ୍ମିସା ନିକ ନ ଅଇ ଅଦିକ୍ ଅଦିକ୍ ଅଇଜାଇତେରଇଲା । ଜେଡେବେଲେ ସେ ଜିସୁର୍ ବିସଇ ସୁନି, ଲକ୍ ଗଅଲି ବିତ୍ରେ ପଚ୍ବାଟେ ଆସି ଜିସୁର୍ ଲୁଗା ଚିଇଲା, କାଇକେବଇଲେ ସେ କଇତେ ରଇଲା, "କେନ୍ତି ମିସା ମୁଇ ତାର୍ ଲୁଗାଜାଲି ଅଲପ୍ ଚିଇଲେ ନିମାନ୍ ଅଇବି ।"
ସେ ଦାପ୍ରେ ତାର୍ ବନି ଜିବାଟା ବନ୍ଦ୍ଅଇଗାଲା, ସେଟା ସେ ନିଜେ ଜାନି ପାର୍ଲା ।
ସେଡ୍କିବେଲେ ବାର ବରସ୍ ଦାରି ବନି ଜାଇତେ ରଇବା ଗଟେକ୍ ରଗିନି ମାଇଜି ରଇଲା । ନିଜର୍ ସବୁଡାବୁ ସାରାଇକରି ମିସା କାର୍ ଲଗେ ଜାଇ ନିକ ଅଇ ନାପାର୍ଲା । ସେ ପଚ୍ବାଟେଅନି ଆସି ଜିସୁର୍ ଲୁଗା ଜାଲି ଚିଇଲା । ଚିଇଲା ଦାପ୍ରେ ତାର୍ ବନି ଜିବାଟା ତେବ୍ଲା । ତେଇ ଜିସୁ କଇଲା, "କେ ମକେ ଚିଇଲା ?" ମାତର୍ ସବୁ ଲକ୍ ନାଇ ବଲି କଇଲାଇଜେ, ପିତର୍ କଇଲା, "ଏ ଗୁରୁ ଲକ୍ମନ୍ ମାଣ୍ଡାଚୁଣ୍ଡାଅଇ ତମର୍ ଉପ୍ରେ ଡାବିଅଇଆଇଲାଇନି ।"
ମାତର୍ ଜିସୁ କଇଲା, "କେ କି ଗଟେକ୍ ଲକ୍ ମକେ ଚିଇଲା, କାଇକେ ବଇଲେ ମର୍ ବିତ୍ରେଅନି ବପୁ ବାରଇଲା ବଲି ମୁଇ ଜାନ୍ଲି ।" ଜେଡେବଲ୍ ମାଇଜି ଦେକ୍ଲାଜେ ମୁଇ ଲୁଚିନାପାରି, ସେ ତର୍ତରି ତର୍ତରି ଆସି ଜିସୁର୍ ପାଦେ ଅଦ୍ରି, କାଇଟାର୍ ପାଇ ତାକେ ଚିଇଲା, ଆରି କେନ୍ତାରି ଦାପ୍ରେ ନିକ ଅଇଲା, ସେଟା ସବୁ ଲକର୍ ମୁଆଟେ ଜାନାଇଲା । ତେଇ ଜିସୁ ତାକେ କଇଲା, "ନୁନି ତର୍ ବିସ୍ବାସ୍ ତକେ ନିମାନ୍ କଲାଆଚେ ସାନ୍ତିଅଇ ଉଟିଜା ।"
Ressurreições
Jesus ressuscitou mortos — a filha de Jairo, o filho da viúva de Naim e Lázaro. Ele é Senhor sobre a morte.
ଜାଇରସର୍ ଟକି ଆରି ଜିସୁର୍ ପଚିଆ ଜାଲି ଚିଇଲା ମାଇଜି
ଜିସୁ ସେମନ୍କେ ଏ ସବୁ କାତା କଇଲା ବେଲେ, ଦେକା ଗଟେକ୍ ଜିଉଦିମନର୍ ପାର୍ତନା ଗରର୍ ନେତା ଜିସୁର୍ ଲଗେ ଆସି ମାଣ୍ଡିକୁଟା ଦେଇ କଇଲା, "ମର୍ ଟକି ଏବେସେ ମରିଗାଲା ଆଚେ, ମାତର୍ ତୁଇ ଆସି ତାର୍ ଉପ୍ରେ ଆତ୍ ସଙ୍ଗଇଲେ ସେ ବଁଚ୍ସି ।"
ଜିସୁ ଦାପ୍ରେ ଉଟିକରି ତାର୍ ସିସ୍ମନର୍ ସଙ୍ଗ୍ ଗାଲା ।
ତାର୍ ପଚେ ଜିସୁ ଜିଉଦିମନର୍ ପାର୍ତନା ଗରର୍ ମୁକିଆର୍ ଗରେ କେଟ୍ଲା । ତେଇ ଦନ୍କର୍ବାକେ ଆସି ରଇଲା ଲକ୍ମନ୍, ଆରି ବାଜ୍ନିଆମନ୍ କାନ୍ଦାବୁବା ଅଇବାଟା ଦେକି, ଜିସୁ କଇଲା, "ସବୁ ଲକ୍ ଇତିଅନି ବାରଇଜା । ଏ ଟକିତା ମରେନାଇ, ସଇଆଚେ ।" ତାର୍ କାତା ସୁନି ତେଇ ରଇଲା ଲକ୍ମନ୍ ତାକେ କିଜାଇବାର୍ ଦାର୍ଲାଇ । ମାତର୍ ଲକ୍ମନ୍କେ ବାର୍କଲା ପଚେ ଜିସୁ ବାକ୍ରାଇ ଜାଇ ଟକିର୍ ଆତେ ଦାରି ତାକେ ଉଟାଇଲା । ଟକି ଦାପ୍ରେ ଉଟିକରି ଟିଆଅଇଲା ।
ସେଡ୍କିବେଲେ ଜିଉଦିମନର୍ ପାର୍ତନା ଗରର୍ ମୁକିଅ, ଜାଇରସ୍ ନାଉଁର୍ ଗଟେକ୍ ଲକ୍ ଆସି ଜିସୁକେ ଦେକି ତାର୍ ଗଡ୍ତଲେ ଅଦର୍ଲା । ଆରି ବେସି ବାବୁଜିଆ କରି କଇଲା, "ମର୍ ଟକି ମର୍ବା ଉପ୍ରେ ଆଚେ, ସେ ଜେନ୍ତି ନିକ ଅଇ ବଁଚ୍ସି, ତେବର୍ ପାଇ ତମେ ଆସି ତାର୍ ଉପ୍ରେ ଆତ୍ ସଙ୍ଗଇଦିଆସ୍ ।"
ଜିସୁ ତାକର୍ ସଙ୍ଗ୍ ଗାଲା, ଆରି ଗାଦିଲକ୍ ତାର୍ ପଚେ ପଚେ ଜିବାର୍ ଦାର୍ଲାଇ, ଆରି ଲକ୍ମନ୍ ତାକେ ଡାବାଡାବି ଅଇତେ ରଇଲାଇ ।
ସେମନ୍ ପାର୍ତନା ଚାଲାଉର୍ ଗରେ ଆଇଲା ଦାପ୍ରେ, ଜିସୁ, ଆଉଲି ଅଇବାଟା ଆରି ବେସି ମାର୍ଚପ୍ ଅଇ କାନ୍ଦ୍ବାଟା ଦେକ୍ଲା । ମାତର୍ ବିତ୍ରେ ଜାଇ ଲକ୍ମନ୍କେ କଇଲା, "କାଇକେ ଆଉଲି ଅଇ କାନ୍ଦ୍ଲାସ୍ନି ? ଏ ନୁନି ମରେ ନାଇ, ଅବ୍କା ସଇଦେଇଆଚେ ।" ସେଡ୍କି ବେଲେ ସେମନ୍ ଜିସୁକେ ଲାଜ୍ କରାଇ କଇବାର୍ ଦାର୍ଲାଇ ।
ମାତର୍ ସେ ସବୁକେ ବାର୍କରି ଟକିର୍ ଆୟାବାବାକେ ଆରି ନିଜର୍ ସିସ୍ମନର୍ ସଙ୍ଗ୍, ତାକେ ଜନ୍ ଲଗେ ଡୁଲାଇ ରଇଲାଇ, ସେ ଜାଗାଇ ଗାଲା । ଆରି ଟକିର୍ ଆତେଦାରି ତାକେ କଇଲା, "ଟଲିତାକୁମ୍ !" ବଇଲେ "ଏ ନୁନି ମୁଇଁ ତକେ କଇଲିନି ଉଟ୍ !"
ଏତ୍କି କଇଲା ଦାପ୍ରେ ଟକି ଉଟି ବୁଲ୍ବାର୍ ଦାର୍ଲା, ତାକେ ବାର ବରସ୍ ଅଇରଇଲା । ସେଡ୍କିବେଲେ ସବୁଲକ୍ମନ୍ ଦେକି ଅଦିକ୍ କାବାଅଇଗାଲାଇ ।
ଜିସୁ ଆରିତରେକ୍ କଇଲା, ଏବର୍ ଲକ୍ମନ୍କେ ମୁଇ କାର୍ ସଙ୍ଗ୍ ସମାନ୍ କର୍ବି ? ଆରି ସେମନ୍ କାର୍ ପାରା ? ଜନ୍ ପିଲାମନ୍ ଡାଣ୍ଡେବାଟେ ବସି ସେମନ୍ ସେମନ୍ ଡାକାଡାକିଅଇ କୁଆକୁଇ ଅଇବାଇ, " ଅଇରେ, ଆମେ ତମର୍ଲଗେ ବାଉଁସି ପୁକ୍ଲୁ, ତମେ ନାଟ୍ କରାସ୍ନାଇ, ଦୁକର୍ ଗିତ୍ ଗାଇଲୁ, ତମେ କାନ୍ଦାସ୍ନାଇ, ସେମନ୍ ତାକର୍ପାରା । କାଇକେବଇଲେ, ଡୁବନ୍ ଦେଉ ଜଅନ୍ ଆସି ଉପାସେ ରଇ, ଆମଟ୍ ଅଇଲା ପଲ୍ରସ୍ ମିସା କାଏନାଇ, ଆରି ତମେ ତାକେ କଇଲାସ୍ନି ଡୁମା ଦାରିଆଚେ ବଲି । ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ଆସି କିଆପିଆ କଲିନି, ଆରି ତମେମନ୍ କଇଲାସ୍ନି, ଦେକା ଅ ! ଏ ଗଟେକ୍ କାଉରାଟା ଆରି ମଦୁଆଟା, ସିସ୍ତୁମାଙ୍ଗୁମନର୍ ଆରି ପାପିମନର୍ ମଇତର୍ । ମାତର୍ ଜନ୍ଲକ୍ମନ୍ ପର୍ମେସରର୍ ଗିଆନ୍ ମାନ୍ବାଇ, ସେମନର୍ଟାନେ ମାପ୍ରୁ ସତ୍ ଇସାବେ ଡିସ୍ସି ।"
ପାରୁସି ସିମନର୍ ଗରେ ଜିସୁ
ଆରି ପାରୁସିମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ କାଇବାକେ ଡାକ୍ଲା । ତେଇ ଜିସୁ ପାରୁସିର୍ ଗରେ ଜାଇକରି କାଇବାକେ ବସ୍ଲା । ଆରି ଦେକା, ସେ ନଅରେ ଗଟେକ୍ ପାପି ମାଇଜି ରଇଲା । ଜିସୁ ପାରୁସିର୍ ଗରେ କାଇବାକେ ବସିଆଚେ ବଲି ଜାନିକରି, ସେ ଗଟେକ୍ କଣ୍ଡିତେଇ ବାସ୍ନା ଚିକନ୍ ଆନ୍ଲା ।
ଆରି ଏଦେ ଦେକା ! ଜାଇରସ୍ ନାଉଁର୍ ଗଟେକ୍ ଲକ୍ ଆଇଲା । ସେ ଜିଉଦି ଲକ୍ମନର୍ ପାର୍ତନା ଗରର୍ ମୁକିଆ ରଇଲା । ସେ ଜିସୁର୍ ପାଦ୍ ତଲେ ଅଦ୍ରି ତାର୍ ଗରେ ଆଇବାକେ ଗୁଆରି କଲା । କାଇକେ ବଇଲେ ତାଉଁକେ ଗଟେକ୍ସେ ବାର ବରସର୍ ଟକି ରଇଲା ଆରି ସେ ମଲାପାରା ଅଇଜାଇରଇଲା । ମାତର୍ ଜିସୁ ଜାଇତେ ରଇବାବେଲେ ଲକ୍ମନ୍ ତାର୍ ଉପ୍ରେ ମାଣ୍ଡାଚୁଣ୍ଡାଅଇଜାଇତେ ରଇଲାଇ ।
ସେ ଏ କାତା କଇବା ବେଲେ ଜିଉଦିମନର୍ ପାର୍ତନା ଗରର୍ ମୁକିଆ ଜାଇରସର୍ ଗରେଅନି ଗଟେକ୍ ଲକ୍ ଆସି କଇଲା, "ତମର୍ ଟକି ମରିଗାଲାବେ, ଗୁରୁକେ ଆରି କସ୍ଟ ଦିଆସ୍ ନାଇ ।"
ମାତର୍ ଜିସୁ ଏଟା ସୁନି ଜାଇରସ୍କେ କଇଲା, "ଡରାନାଇ ଅବ୍କା ବିସ୍ବାସ୍ କରା, ସେ ବଁଚ୍ସି ।"
ଜିସୁ ଜାଇରସର୍ ଗରେ ଆସି ପିତର୍, ଜଅନ୍ ଆରି ଜାକୁବ୍ ଆରି ଟକିର୍ ବାବା ମାଆ କେ ଚାଡିକରି କାକେ ମିସା ବିତ୍ରେ ଡାକିନେଏ ନାଇ । ମାତର୍ ସବୁ ଲକ୍ ଟକିର୍ ଲାଗି କାନ୍ଦି କାନ୍ଦି କରି ବୁକେ ମାରିଅଇତେ ରଇଲାଇ । ତେଇ ଜିସୁ କଇଲା "କାନ୍ଦା ନାଇ, ସେ ମରେ ନାଇ, ମାତର୍ ସଇ ଦେଲାଆଚେ ।"
ମାତର୍ ଟକି ମରିଗାଲାଆଚେ ବଲି ଜାନି ରଇଲାଇଜେ ଲକ୍ମନ୍ ଜିସୁକେ କିଜାଇବାର୍ ଦାର୍ଲାଇ । ମାତର୍ ଜିସୁ ଟକିର୍ ଆତେ ଦାରି କଇଲା, "ଏ ନୁନି ଉଟ୍ ।" ତେଇ ଟକିର୍ ଜିବନ୍ ବାଉଡି ଆଇଲା, ଆରି ସେ ସେଡ୍କି ବେଲେସେ ଉଟ୍ଲା । ଜିସୁ ତାକେ କାଇଟା ଆଲେ କାଇବାକେ ଦିଆସ୍ ବଲି ଆଦେସ୍ ଦେଲା । ତେଇ ଟକିର୍ ବାବା ମା କାବା ଅଇଗାଲାଇ, ମାତର୍ ଜିସୁ ସେ ଗଟ୍ନାର୍ କାତା କାକେ ଜାନାଆ ନାଇ ବଲି ଆଦେସ୍ ଦେଲା ।
ଲାଜାରର୍ ମରନ୍
ବେତ୍ନିଆ ଗଡେ ଲାଜାର୍ ନାଉଁର୍ ଗଟେକ୍ ଲକ୍କେ ଜର୍ ଅଇରଇଲା । ମରିୟମ୍ ଆରି ତାର୍ ବଇନି ମାର୍ତା ସେ ଗାଏଁ ରଇଲାଇ । ଏ ମରିୟମ୍ ଅଇଲାନି, ଜନ୍ ମାଇଜି କି ବେସି ଦାମ୍ଦେବା ବାସ୍ନା ଚିକନ୍ ଜିସୁର୍ ପାଦେ ରକଇକରି ତାର୍ ଚେଣ୍ଡିସଙ୍ଗ୍ ପୁଚିଦେଇରଇଲା । ତାର୍ ବାଇ ଲାଜାର୍କେ ଆକା ଜର୍ ଅଇରଇଲା । ସେଟାର୍ପାଇଁ ତାର୍ ବଇନିମନ୍ ଜିସୁର୍ ଲଗେ କବର୍ ପାଟାଇଲାଇ, "ମାପ୍ରୁ ତମେ ଜାକେ ଆଲାଦ୍ କଲାସ୍ନି, ସେ ବେସି ଜର୍ ଅଇଲାଆଚେ ।"
ମାତର୍ ଜିସୁ ଏ କାତା ସୁନିକରି କଇଲା, "ଏ ଜର୍ ମର୍ବାପାଇ ଅଏ ନାଇ, ମାତର୍ ପର୍ମେସରର୍ ମଇମାର୍ ପାଇ । ସେଟାର୍ ଲାଗି, ତାର୍ ପଅ, ମୁଇ ମିସା ମଇମା ପାଇବି ।"
ଜିସୁ, ମାର୍ତା, ତାର୍ ବଇନି ଆରି ଲାଜାର୍କେ ବେସି ଆଲାଦ୍ କର୍ତେରଇଲା । ସେଟାର୍ପାଇଁ ଲାଜାର୍ ନିକ ନ ରଇବା କବର୍ ପାଇ ଜିସୁ ଜନ୍ ଜାଗାଇ ରଇଲା, ସେ ଜାଗାଇ ଆରି ଦୁଇଦିନ୍ ରଇଲା । ତାର୍ ପଚେ ସେ ସିସ୍ମନ୍କେ କଇଲା, "ଆସା, ଆମେ ଆରିତରେକ୍ ଜିଉଦା ଦେସେ ବାଉଡି ଜୁ ।"
ସିସ୍ମନ୍ ତାକେ କଇଲାଇ, "ଏ ଗୁରୁ, ତମ୍କେତା କେତେ ଦିନ୍ ଆଗେ, ଲକ୍ମନ୍ ପାକ୍ନା ସଙ୍ଗ୍ ମାର୍ବାକେ ଚେସ୍ଟା କର୍ତେରଇଲାଇ, ତମେ ଆରିତରେକ୍ ତେଇ ଜିବାକେ ମନ୍ କଲାସ୍ନି କି ?"
ଜିସୁ କଇଲା "ଗଟେକ୍ ଦିନେ କାଇ ବାର ଗଁଟା ଉଜଲ୍ ନ ରଏ କି ? ଜନ୍ ଲକ୍ମନ୍ ଦିନ୍ବେଲାର୍ ଉଜ୍ଲେ ରଇବାଇ, ସେମନ୍ ଜଟିଆଇ ନ ଅଅତ୍, କାଇକେବଇଲେ ସେମନ୍କେ ଏ ଜଗତର୍ ଉଜଲ୍ ଡିସ୍ସି । ମାତର୍ ରାତିଆ ଇଣ୍ଡ୍ଲେ ଜଟିଆଇ ଅଇବାଇ । କାଇକେବଇଲେ ସେମନର୍ଟାନେ ଉଜଲ୍ ନ ରଏ ।" ଜିସୁ ଏ ସବୁ କାତା କଇଲା ପଚେ, ସିସ୍ମନ୍କେ କଇଲା, "ଆମର୍ ସବୁଲକର୍ ମଇତର୍ ଲାଜାର୍ ଏବେ ସଇଆଚେ, ତାକେ ମୁଇ ଉଟାଇବାର୍ ଗାଲିନି ।"
ତେଇ ସିସ୍ମନ୍ ଜିସୁକେ କଇଲାଇ, "ମାପ୍ରୁ, ଜଦି ସେ ସଇଲାଆଚେ ବଇଲେ ନିକ ଅଇସି ।" ଜିସୁ ଲାଜାରର୍ ମରନ୍ ବିସଇ ନେଇକରି କଇରଇଲା, ମାତର୍ ସିସ୍ମନ୍ ଲାଜାର୍କେ ଗୁନର୍ଲାଗି ସଇଲା ବିସଇ କଇଲାନି ବଲି ବାବ୍ଲାଇ । ସେଟାର୍ପାଇଁ ଜିସୁ ସେମନ୍କେ ନିକ ସଙ୍ଗ୍ ବୁଜ୍ଲା ପାରା କଇଲା, "ଲାଜାର୍ ମରିଗାଲାଆଚେ ।
Domínio sobre a natureza
Jesus acalmou a tempestade, andou sobre as águas e multiplicou pães. A natureza obedece à voz do seu Criador.
ଜିସୁ ବାଉ ପବନ୍କେ ତବିର୍ କଲା
ତାର୍ ପଚେ ଜିସୁ ଗଟେକ୍ ଡଙ୍ଗାଇ ଚଗ୍ଲାକେ ତାର୍ ସିସ୍ମନ୍ ମିସା ତାର୍ ସଙ୍ଗ୍ ଗାଲାଇ । ସେ ବେଲା ଅଟାତ୍ ସମ୍ଦୁରେ ଏନ୍ତି ବାଉପବନ୍ ଆଇଲା ଆରି ଉଲ୍କାର୍ ଲାଗି ଡଙ୍ଗା ପାନିତେଇ ବୁଡିଜିବା ପାରା ଅଇଲା । ମାତର୍ ଜିସୁ ଡଙ୍ଗାଇ ସଇଦେଇ ରଇଲା । ଆରି ସିସ୍ମନ୍ ଜିସୁର୍ ଲଗେ ଜାଇକରି ତାକେ ଉଟାଇ କଇଲାଇ, "ଏ ମାପ୍ରୁ ଆମ୍କେ ରକିଆ କର୍ । ନଇଲେ ଆମେ ବୁଡି ମରିଜିବୁବେ ।"
ଜିସୁ ସେମନ୍କେ କଇଲା, "ଏ ବିସ୍ବାସେ ଡାଟ୍ ନ ରଇଲା ଲକ୍ମନ୍, ତମେ କାଇକେ ଏତେକ୍ ଡରିଗାଲାସ୍ନି ?" ଜିସୁ ବାଉପବନ୍କେ ଆରି ଲଅଡିକେ ଦମ୍କାଇଲା । ତେବର୍ପାଇ ବାଉପବନ୍ ଆରି ଲଅଡି ତବିର୍ ଅଇଗାଲା ।
ଏଟା ଦେକି ସିସ୍ମନ୍ ବେସି କାବାଅଇଜାଇ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, "ଏ କେନ୍ତାର୍ ଲକ୍ ଜେ ବାଉପବନ୍ ଆରି ଲଅଡି ମିସା ଆର୍ କାତା ମାନ୍ଲାଇନି ।"
ସେଦିନେ ସଞ୍ଜ୍ବେଲାଇ, ସିସ୍ମନ୍ ଆସି ତାକେ କଇଲାଇ, "ବେସି ଅଲ୍ସମ୍ ଅଇଗାଲାନି । ଆରି ଏଟା ଗଟେକ୍ କିନରା ଜାଗା, ଲକ୍ମନ୍କେ କଇଦିଆସ୍, ସେମନ୍ ଗାଉଁମନ୍କେ ଜାଇ କାଦି ମିଲାଇବାଇ ।"
ମାତର୍ ଜିସୁ ସେମନ୍କେ କଇଲା, "ସେମନ୍ ଇତିଅନି ନ ଜାଅତ୍ । ତମେ ସେମନ୍କେ କାଇଟାଆଲେ କାଇବାକେ ଦିଆସ୍ ।"
ସିସ୍ମନ୍ କଇଲାଇ, "ଆମର୍ ଟାନେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ସେ ଆଚେ ।"
ଜିସୁ କଇଲା, "ସେଟା ମର୍ଟାନେ ଦାରିଆସା ।" ଜିସୁ ସବୁଲକ୍କେ ଗାଁସ୍ ଉପ୍ରେ ବସାଇବାକେ କଇଲା । ସେ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ରୁଟି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସବୁଲକ୍କେ ବାଟାକରି ଦେଲାଇ । ସେଟା ସବୁଲକ୍ କାଇକରି ସାନ୍ତି ଅଇଲାଇ । ତାର୍ପଚେ ସିସ୍ମନ୍ ଅଗ୍ଲି ରଇବା ରୁଟି ଆରି ମାଚ୍ ଟୁଲିଆଇ ବାର୍ଟା ଡାଲାଇ ବର୍ତି କଲାଇ । ତେଇ ମାଇଜିମନ୍ ଆରି ପିଲାମନ୍କେ ଚାଡି, ସେ କାଦି ପାଁଚ୍ ଅଜାର୍ ଲକ୍ କାଇରଇଲାଇ ।
କୁକ୍ଡା ଡାକେ, ଏଦେ ଦେକା ! ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ସିସ୍ମନର୍ ଲଗେ ଆଇଲା ।
ଜିସୁ ଚାରିଅଜାର୍ ଲକ୍କେ କୁଆଇଲା
ଜିସୁ ସିସ୍ମନ୍କେ ଡାକି କଇଲା, "ଏ ଲକ୍ମନ୍କେ ଦେକି ମକେ ଦୁକ୍ ଲାଗ୍ଲାନି, କାଇକେ ବଇଲେ ସେମନ୍ ମର୍ ସଙ୍ଗ୍ ତିନ୍ ଦିନ୍ ଅଇଲାନି ଆଚତ୍ ଆରି ସେମନର୍ ଲଗେ କାଇଟା ମିସା ନାଇ । ସେମନ୍ ନ କାଇ ଇତିଅନି ଉଟିଜାଅତ୍, ଏଟା ମୁଇ ମନ୍ କରି ନାଇ; କାଇକେ ବଇଲେ ବାଉଡିଗାଲାବେଲେ ବାଟେ ସେମନ୍ ତାକି ଜାଇ ଅଦର୍ ପଡ୍ ଅଇଜିବାଇ ।"
ସିସ୍ମନ୍ ତାକେ କଇଲାଇ, "ଏ ମରୁବାଲିବୁଏଁ ଏତେକ୍ ଲକ୍କେ କୁଆଇବାକେ ଆମେ କନ୍ତିଅନି ଏତେକ୍ମାଣ୍ଡ୍ କାଦି ଆନ୍ବୁ ?"
ଜିସୁ ପାଚାର୍ଲା, "ତମର୍ ଲଗେ କେତେଟା ରୁଟି ଆଚେ ?" ସେମନ୍ କଇଲାଇ,
"ସାତ୍ଟା ରୁଟି ଆରି କେତେଟା ସାନ୍ ମାଚ୍ ଆଚେ ।"
ଜିସୁ ଲକ୍ମନ୍କେ ବୁଏଁ ବସ୍ବାକେ କଇଲା । ତାର୍ପଚେ ସେ ସାତ୍ଟା ରୁଟି ଆରି ମାଚ୍ ନେଇ ପର୍ମେସର୍କେ ଦନିଅବାଦ୍ ଦେଲା ଆରି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସେଟା ଲକ୍ମନ୍କେ ବାଟାକରି ଦେଲାଇ । ସବୁ ଲକ୍ ପେଟ୍ପୁର୍ତେ କାଇଲାଇ । ଆରି ସିସ୍ମନ୍ ଅଗଲ୍ଲାଟା ସାତ୍ଟାଡାଲାଇ ବର୍ତି କଲାଇ । ମାଇଜିଟକି ଆରି ପିଲାମନ୍କେ ଚାଡି ଚାରି ଅଜାର୍ ଲକ୍ ଏ କାଦି କାଇରଇଲାଇ ।
ଜିସୁ ମନ୍ଦିରର୍ ସିସ୍ତୁମାଙ୍ଗୁମନ୍କେ ଦେଲା
ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ କେଟ୍ଲା ପଚେ ମନ୍ଦିର୍ ପାଇ ସିସ୍ତୁମାଙ୍ଗୁମନ୍ ପିତର୍କେ ପାଚାର୍ଲାଇ, "ତମର୍ ଗୁରୁ ମନ୍ଦିରର୍ ପାଇ ସିସ୍ତୁ ଦେଇସି କି ନାଇ ?"
ପିତର୍ କଇଲା, "ଦେଇସି ।" ପିତର୍ ଗର୍ ବିତ୍ରେ ପୁରୁପୁରୁ ଜିସୁ ତାକେ ପାଚାର୍ଲା, "ସିମନ୍, ତମେ କାଇଟା ବାବ୍ଲାସ୍ନି ? ଏ ଜଗତର୍ ରାଜାମନ୍ କାର୍ଟାନେଅନି ସିସ୍ତୁ ନେବାଇ ? ତାକର୍ ନିଜର୍ ଦେସର୍ ଲକ୍ମନର୍ଟାନେଅନି କି ବିନ୍ ଦେସର୍ ଲକ୍ମନର୍ଟାନେଅନି ?"
ପିତର୍ କଇଲା, "ବିନ୍ ଦେସର୍ ଲକ୍ମନର୍ତେଇଅନି ।" ଜିସୁ କଇଲା, "ସେନ୍ତି ବଇଲେ ରାଇଜର୍ ଲକ୍ମନ୍ ସିସ୍ତୁ ନ ଦେଅତ୍ ? ମାତର୍ ଆମେ ଏବେ ସେମନ୍କେ ଇନ୍ କର୍ବାକେ ମନ୍ କରୁ ନାଇ । ତୁଇ ଗାଡେ ଜାଇ ବଡ୍ସି ପାକାଆ ଆରି ଜନ୍ ମାଚ୍ ପର୍ତୁମ୍ ଲାଗ୍ସି, ତାର୍ ଟଣ୍ଡେଅନି ଗଟେକ୍ ଅଦ୍ଲି ମିଲାଇସୁ । ସେଟା ନେଇ ମର୍ ପାଇ ଆରି ତମର୍ ପାଇ ମନ୍ଦିରର୍ ସିସ୍ତୁମାଙ୍ଗୁମନ୍କେ ଦେଇଦେସ୍ ।"
ଜିସୁ ଡୁମ୍ରି ଗଚ୍କେ ସାଇପ୍ ଦେଲା
ତାର୍ ଆର୍କର୍ ଦିନେ ଜିସୁ ସାକାଲ୍ ସାକାଲ୍ ଜିରୁସାଲାମ୍ ବାଉଡ୍ଲା ବେଲେ ତାକେ ବୁକ୍ କଲା । ବାଟ୍ପାଲି ଗଟେକ୍ ଡୁମ୍ରି ଗଚ୍ ରଇଲା । ଜିସୁ ସେ ଗଚ୍ ଲଗେ ଜାଇ ତେଇ ପତର୍ ରଇବାଟା ଚାଡି, ଆରି କାଇଟା ଦେକେ ନାଇ । ତେବେ ସେ ଗଚ୍କେ କଇଲା, "ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍ !" ସେ ଦାପ୍ରେ ସେ ଡୁମ୍ରି ଗଚ୍ ସୁକିଗାଲା ।
ଏଟା ଦେକିକରି ସିସ୍ମନ୍ କାବା ଅଇଜାଇ ପାଚାର୍ଲାଇ, "ଏ ଗଚ୍ ଏତେକ୍ ଦାପ୍ରେ କେନ୍ତି ସୁକିଗାଲା ?"
ଜିସୁ କଇଲା, "ମୁଇ ତମ୍କେ ସତ୍ କଇଲିନି, ତମର୍ ମନେ ଅଇସି କି ନ ଅଏ ବଲି ଅଲପ୍ ମିସା ନ ବାବିକରି ଜଦି ପୁରାପୁରୁନ୍ ବିସ୍ବାସ୍ କର୍ସା ବଇଲେ ମୁଇ ଏ ଡୁମ୍ରି ଗଚ୍କେ ଜେନ୍ତି କରିଆଚି, ତମେ ମିସା ସେନ୍ତି କରିପାରାସ୍ । ସେତ୍କି ଆକା ନଏଁ, ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ବଲି କଇଲେ ମିସା ସେଟା ଅଇସି । ତମେ ବିସ୍ବାସ୍ କରି ପାର୍ତନାଇ ଜନ୍ଟା ମାଙ୍ଗ୍ସା, ସେଟା ମିଲ୍ସି ।"
ପଚେ ଅଟାତ୍ ବେସି ବାଉପବନ୍ ଆଇଲା, ଆରି ଲଅଡିର୍ ମାଡ୍କେ ଡଙ୍ଗାଇ ପାନି ପୁରୁନ୍ ଅଇବାର୍ ଦାର୍ଲା । ସେଡ୍କିବେଲେ ଜିସୁ ଡଙ୍ଗାର୍ ପଚ୍ ଚଟୁ ମାର୍ବା ଲଗେ ମଚ୍ଲା ମୁଣ୍ଡିସାକରି ସଇଦେଇ ରଇଲା । ସିସ୍ମନ୍ ତାକେ ଉଟାଇ କଇଲାଇ, "ଏ ଗୁରୁ, ଆମେ ବୁଡିଜିବୁବେ, ତମ୍କେ କାଇ ଚେତ୍ନା ନାଇ ?"
ସେଡ୍କିବେଲେ ଜିସୁ ଉଟି ପବନ୍କେ ଦମ୍କାଇ ଦେଇ ଲଅଡିକେ କଇଲା, "ତବିର୍ ଅଇ ଚୁପ୍ ର ।" ସେଡ୍କି ବେଲେ ପବନ୍ ବନ୍ଦ୍ ଅଇଲା, ଆରି ସବୁ ତବିର୍ ଅଇଲା । ଆରି ସେ ସିସ୍ମନ୍କେ କଇଲା, "କାଇକେ ଏତେକ୍ ଡର୍ଲାସ୍ନି ? ତମ୍କେ ଏବେଜାକ ମର୍ଲଗେ ବିସ୍ବାସ୍ ନାଇ କି ?"
ସେମନ୍ ବେସି ଡରି ଜାଇକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, "ତେବେ ଏ କେ ଜେ, ପବନ୍ ଆରି ଲଅଡି ମିସା ତାର୍ ଆଦେସ୍ ମାନ୍ଲାଇନି ?"
ଏତ୍କି ବିତ୍ରେ ବେଲ୍ ବସି ଆଇବାକେ ସିସ୍ମନ୍ ଆସି ଜିସୁକେ କଇଲାଇ, "ଏ ଜାଗା ତା ଚିମ୍ରା ଜାଗା ଆରି ବେଲ୍ ମିସା ବସିଆଇଲାନି, ତେବର୍ପାଇ ଲକ୍ମନ୍କେ ପାଟାଇ ଦିଆସ୍ । ଜେନ୍ତି କି ସେମନ୍ ଚାରିବେଡ୍ତିର୍ ଗାଉଁ ମନ୍କେ ଜାଇ ନିଜର୍ ନିଜର୍ ପାଇ କାଇବାକେ କାଇଟା ମିସା ଗେନତ୍ ।"
ମାତର୍ ଜିସୁ ସେମନ୍କେ କଇଲା, "ତମେ ସେମନ୍କେ କାଇଟା ମିସା କାଇବାକେ ଦିଆସ୍ ।" ସେମନ୍ ତାକେ କଇଲାଇ, "ଆମେ ଜାଇ ଆଟ୍ ମାସର୍ କୁଲି ଡାବୁ ନେଇ ଏମନ୍କେ ରୁଟି ଗେନିଆନି କୁଆଇବୁ କି ?"
ଜିସୁ ସେମନ୍କେ କଇଲା, "ତମର୍ ଲଗେ କେତେଟା ରୁଟି ଆଚେ ? ଜାଇ ଦେକା ।" ସେମନ୍ ଦେକିଆସି ତାକେ କଇଲାଇ, "ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ।"
ତେଇ ସବୁଲକ୍ ଜେନ୍ତି ଦଲ୍ଦଲ୍ ଅଇ କଅଁଲି ଗାଁସ୍ ଉପ୍ରେ ବସ୍ବାଇ, ଏଟାର୍ପାଇ ଜିସୁ ତାର୍ ସିସ୍ମନ୍କେ ତିଆର୍ଲା । ସେମନ୍ ସଏ ସଏ ଆରି ପଚାସ୍ ପଚାସ୍ ଲକ୍ ଦାଡି ଦାଡି ଅଇ ବସ୍ଲାଇ । ପଚେ ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି "ରୁଟି ବାଙ୍ଗାଇ ଲକ୍ମନ୍କେ ଦିଆସ୍ ।" ବଲି ସିସ୍ମନ୍କେ ଦେଲା । ଆରି, ସେ ଦୁଇଟା ମାଚ୍ ସବୁକେ ବାଟାକରି ଦେଲା । ତେଇ ସବୁଲକ୍ କାଇକରି ପେଟ୍ ପୁରାଇଲାଇ, ଆରି ସେମନ୍ ବାଙ୍ଗ୍ଲା ରୁଟି ଆରି ମାଚ୍ ରୁଣ୍ଡାଇ ବାର୍ଟା ଡାଲାଇ ପୁରୁନ୍ କଲାଇ । ତେଇ କାଇଲା ଲକ୍ମନର୍ ବିତ୍ରେ ଅବ୍କା ମନସ୍ ପିଲାମନ୍ ପାଁଚ୍ ଅଜାର୍ ରଇଲାଇ ।
ମୁଆଟ୍ ବାଟେ ଅନି ପବନ୍ ଆଇତେ ରଇଲାଜେ ତାର୍ ସିସ୍ମନ୍ ଡଙ୍ଗା ଗାଟ୍ବାକେ କସ୍ଟ ଅଇବାଟା ଜିସୁ ଦେକ୍ଲା । କୁକ୍ଡା ଡାକେ ଜିସୁ ସମ୍ଦୁର୍ ଉପ୍ରେ ଇଣ୍ଡି ଇଣ୍ଡି ସେମନର୍ ଲଗେ ଗାଲା, ଆରି ସେମନ୍କେ ବାଟ୍ ଦେଇ ଜିବାଟା ସିସ୍ମନ୍ ଦେକ୍ଲାଇ । ମାତର୍ ସେମନ୍ ଜିସୁ ପାନିତେଇ ଇଣ୍ଡ୍ବାଟା ଦେକି ଡୁମା ବଲି ବାବି କିର୍କିର୍ଲାଇ । କାଇକେବଇଲେ ସବୁଲକ୍ ତାକେ ଦେକି କିଲ୍ବିଲ୍ ଅଇଜାଇତେ ରଇଲାଇ । ସେଦାପ୍ରେ ଜିସୁ ସେମନର୍ ସଙ୍ଗ୍ କାତା ବାର୍ତା ଅଇ ସେମନ୍କେ କଇଲା, "ଡରାନାଇ ସାଆସ୍ ଦାରା, ଏଟାତା ମୁଇ ।"
ଆରି, ସେ ସେମନର୍ ଲଗେ ଜାଇ ଡଙ୍ଗାଇ ଚଗ୍ଲା, ଆରି ପବନ୍ ବନ୍ଦ୍ ଅଇଲା । ତେଇ ସେମନ୍ ମନେ ମନେ କାବା ଅଇଗାଲାଇ,
ଜିସୁ ଚାରିଅଜାର୍ ଲକ୍କେ କୁଆଇଲା
ସେବେଲେ ଆରି ତରେକ୍ ବେସି ଲକ୍ମନ୍ ମିସ୍ଲାଇ, ଆରି ସେମନର୍ ଲଗେ କାଇବା ପିଇବାକେ କାଇଟା ନ ରଇଲାଜେ ଜିସୁ ସିସ୍ମନ୍କେ ଲଗେଡାକି କଇଲା, "ଏ ଲକ୍ମନ୍କେ ଦେକି ମକେ ଦୁକ୍ ଲାଗ୍ଲାନି, କାଇକେବଇଲେ ଏମନ୍ ତିନ୍ଦିନ୍ ଅଇଲାନି ମର୍ ସଙ୍ଗ୍ ଆଚତ୍ ଆରି ଏମନର୍ ଲଗେ କାଇବାକେ କାଇଟା ମିସା ନାଇ । ତେବେ ମୁଇ ସେମନ୍କେ ନ କୁଆଇତେ ଗରେ ପାଟାଇଲେ, ବାଟେ ସେମନର୍ ଚେତା ଆଜିଜାଇସି, ସେମନର୍ ବିତ୍ରେ କେତେକ୍ ଲକ୍ ଦୁରେଅନି ଆସି ଆଚତ୍ ।"
ସିସ୍ମନ୍ ତାକେ କଇଲାଇ, "ଇତି ଏ ଚିମ୍ରା ଜାଗାଇ ଲକ୍ ନ ରଇବାଟାନେ କନ୍ତିଅନି ରୁଟି ଆନି ଏମନ୍କେ ପେଟ୍ ପୁରାଇବାର୍ ?" ଜିସୁ ସେମନ୍କେ ପାଚାର୍ଲା, "ତମର୍ଲଗେ କେତେଟା ରୁଟିଆଚେ ?" ସେମନ୍ କଇଲାଇ, "ସାତ୍ଟା ।"
ତେଇ ଜିସୁ ସେ ସବୁ ଲକ୍ମନ୍କେ ବୁଏଁ ବସ୍ବାକେ କଇଲା, ଆରି ସେ ସାତ୍ଟା ରୁଟି ଦାରିକରି ପର୍ମେସର୍କେ ଦନିଅବାଦ୍ ଦେଇ ସେଟା ସବୁ ବାଙ୍ଗାଇକରି ବାଟାକରିଦେବାକେ ତାର୍ ସିସ୍ମନ୍କେ ଦେଲା । ଆରି ସେମନ୍ ଲକ୍ମନ୍କେ ସେଟା ବାଟାକଲାଇ । ସେମନର୍ ଲଗେ ଜଡେକ୍ ପାରା କେତେଟା ସାନ୍ ମାଚ୍ ରଇଲା, ସେଟା ମିସା ସେ ପର୍ମେସର୍କେ ଦନିଅବାଦ୍ ଦେଇ ବାଟାକର୍ବାକେ କଇଲା । ତେଇ ସେମନ୍ ସବୁ ଲକ୍ ପେଟ୍ପୁର୍ତେ କାଇଲାଇ ଆରି ଅଗଲ୍ଲାଟା ସାତ୍ଡାଲା ବେଟ୍ଲାଇ । ତେଇ ଚାରିଅଜାର୍ ଲକ୍ମନ୍ ରଇଲାଇ ।
ଜିସୁ ଡୁମ୍ରି ଗଚ୍କେ ସାଇପ୍ଦେଲା
ତାର୍ ଆର୍କର୍ ଦିନେ ଜିସୁ ଆରି ତାର୍ ସିସ୍ମନ୍ ବେତ୍ନିଆଇଅନି ଜିରୁସାଲାମ୍ ଆଇବାବେଲେ ଜିସୁକେ ବେସି ବୁକ୍ କଲା । ଜିସୁ ଦୁରିକେ ଅନି ବେସି ପତର୍ ରଇବା ଗଟେକ୍ ଡୁମ୍ରିଗଚ୍ ଦେକ୍ଲା । ଆରି ସେ ଗଚେ କେତେଟା ପଲ୍ ଦାରିରଇସି ବଲି ବାବିକରି ଗଚ୍ବୁନ୍ଦେ ଗାଲା । ମାତର୍ ଗଚ୍ଲଗେ ଜାଇକରି ଦେକ୍ଲାଜେ, ଗଟେକ୍ ମିସା ପଲ୍ ମିଲେ ନାଇ । କାଇକେବଇଲେ, ସେଟା ଡୁମ୍ରିପଲ୍ ଦାର୍ବା ଦିନ୍ ନ ରଇଲା । ଜିସୁ ଗଚ୍କେ କଇଲା, "ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍ ।" ସେ କାତା ତାର୍ ସିସ୍ମନ୍ ସୁନ୍ଲାଇ ।
ଡୁମ୍ରି ଗଚର୍ତେଇ ଅନି ସିକିଆ
ତାର୍ ଆର୍କର୍ ଦିନର୍ ସାକାଲେ ବାଉଡି ଆଇବାବେଲେ, ଏଦେ ଦେକା ! ସେ ଡୁମ୍ରିଗଚ୍ ବୁନ୍ଦେଅନି ଟିପେଜାକ ସୁକି ଜାଇରଇଲାଟା ଦେକ୍ଲାଇ । ସେବେଲା ଜିସୁ ଆଗ୍ତୁ କଇରଇଲା କାତା ପିତର୍ ଏତାଇକରି ତାକେ କଇଲା, "ଏ ଗୁରୁ ଜନ୍ ଡୁମ୍ରି ଗଚ୍କେ ତମେ ସାଇପ୍ ଦେଇରଇଲାସ୍, ସେ ଗଚ୍ ସୁକିଗାଲା ଆଚେ ।"
ଜିସୁ ସେମନ୍କେ କଇଲା, "ତମେ ପର୍ମେସରର୍ ତେଇ ବିସ୍ବାସ୍ କରିରୁଆ । ମୁଇ ତମ୍କେ ସତ୍ କାତା କଇଲିନି, ଜେ ନିଜର୍ ମନେ ଅଇସି କି ନଏ ବଲିକରି ଏନେ ତେନେ ନ ଅଇ, ସେ କଇବା କାତାଇ ବିସ୍ବାସ୍ କରି, ‘ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ।’ ବଲି କଇଲେ ସେଟା ସେନ୍ତାରି ଅଇସି । ସେଟାର୍ପାଇଁ ମୁଇ ତମ୍କେ କଇଲିନି, ତମେ ପାର୍ତନାଇ ଜନ୍ଟା ମିଲ୍ସି ବଲି ବିସ୍ବାସ୍ କରି ମାଙ୍ଗ୍ଲେ, ସେଟା ତମ୍କେ ମିଲ୍ସି । ମାତର୍ ତମେ ପାର୍ତନା କର୍ବା ବେଲେ ତମର୍ ମନେ କାର୍ ବିରଦେ ମିସା କାଇ କାତା ରଇଲେ, ତାକେ କେମା ଦିଆସ୍ । ଏନ୍ତି କଲେ ତମର୍ ସରଗର୍ ବାବା ମିସା ତମ୍କେ ତମର୍ ପାପେଅନି କେମା ଦେଇସି ।
ଜିସୁ ପର୍ତୁମ୍ ସିସ୍ମନ୍କେ ଡାକ୍ଲା
ଦିନେକ୍ ଜିସୁ ଗିନେସରତ୍ ଗାଡ୍କଣ୍ଡି ଟିଆଅଇରଇଲା ବେଲେ ଲକ୍ମନ୍ ମାଣ୍ଡାଚୁଣ୍ଡା ଅଇ ପର୍ମେସରର୍ ବାକିଅ ସୁନ୍ତେରଇଲାଇ । ସେଡ୍କିବେଲେ ସେ ଗାଡ୍କଣ୍ଡି ଦୁଇଟା ଡଙ୍ଗା ରଇଲାଟା ଦେକ୍ଲା, କେଉଟ୍ମନ୍ ଡଙ୍ଗାଇଅନି ଉତ୍ରି ଜାଲ୍ ଦଇତେରଇଲାଇ । ସେ ଡଙ୍ଗାମନର୍ ବିତ୍ରେଅନି ଜନ୍ଟା କେଉଟ୍ ସିମନର୍ଟା ରଇଲା, ଜିସୁ ତେଇ ଚଗିକରି "କଣ୍ଡିତେଇଅନି କଣ୍ଡେକ୍ ଦୁର୍ ପାନିତେଇ ଚାଲାଇନେ ।" ବଲି ସିମନ୍କେ କଇଲା, ଆରି ଡଙ୍ଗାଇ ବସିକରି ସିକିଆ ଦେବାର୍ ଦାର୍ଲା ।
ଜିସୁ କାତା ସାରାଇକରି ସିମନ୍କେ କଇଲା, "ଡେଙ୍ଗ୍ ପାନିଟାନେ ଜାଇକରି ମାଚ୍ ଦାର୍ବାକେ ତମର୍ ଜାଲ୍ ପାକାଆ ।"
ତେଇ ସିମନ୍ କଇଲା, "ଏ ଗୁରୁ ଆମେ ସବୁଲକ୍ ଗୁଲାଇରାତି କସ୍ଟ କରି ଗଟେକ୍ ମିସା ଦାରୁନାଇ, ମାତର୍ ତମର୍ କାତା ଦାରି ମୁଇ ଜାଲ୍ ପାକାଇବି ।" ଆରି ଜାଲ୍ ପାକାଇଲାଇକେ, ଏଦେ ଦେକା ! ଏନ୍ତି ମାଚ୍ ଲାଗ୍ଲାଇଜେ ତାକର୍ ଜାଲ୍ ଚିରିଅଇବାର୍ ଦାର୍ଲା । ଡଙ୍ଗାଇ ମାଚ୍ ବର୍ତି କଲାଇଜେ ସେ ଦୁଇଟା ଡଙ୍ଗା ବୁଡ୍ଲା ପାରା ଅଇଗାଲା । ଏଟା ଦେକି ସିମନ୍ ପିତର୍ ଜିସୁର୍ ପାଦେ ମାଣ୍ଡିକୁଟା ଦେଇ ଜୁଆର୍ କରି କଇଲା, "ମର୍ଟାନେଅନି ଜାଆ ମାପ୍ରୁ, କାଇକେବଇଲେ ମୁଇ ଗଟେକ୍ ପାପି ମୁନୁସ୍ ।"
କାଇକେବଇଲେ ତେଇ ସେମନ୍ ଏତେକ୍ ମାଚ୍ ଦାରିରଇଲାଇଜେ, ସେଟା ଦେକି ସିମନର୍ ସଙ୍ଗାରିମନ୍ କାବାଅଇଗାଲାଇ । ଆରି ଜେବଦିର୍ ଦୁଇଟା ପ ଜାକୁବ୍ ଆରି ଜଅନ୍ ଜନ୍ଲକ୍ମନ୍ ସିମନର୍ ସଙ୍ଗାରି ରଇଲାଇ, ସେମନ୍ ମିସା ସେନ୍ତାରିସେ କାବା ଅଇଗାଲାଇ । ଆରି ଜିସୁ ସିମନ୍କେ କଇଲା, "ଡରାନାଇ, ଆଜିଅନି ତମେ ମାଚ୍ ନ ଦାରି, ଲକ୍ମନ୍କେ ମର୍ଟାନେ ଆନ୍ସା ।"
ତେଇ ସେମନ୍ ସବୁ ତାକର୍ ଡଙ୍ଗା କଣ୍ଡି ଆନି ଚାଡିଦେଇକରି ଜିସୁର୍ ପଚେ ପଚେ ଗାଲାଇ ।
ଜିସୁ ବାଉପବନ୍କେ ତେବାଇଲା
ଦିନେକ୍ ଜିସୁ ଆରି ତାର୍ ସିସ୍ମନ୍ ଗଟେକ୍ ଡଙ୍ଗାଇ ଚଗ୍ଲାଇ, ଆରି ସେ ସିସ୍ମନ୍କେ କଇଲା, "ଆସା, ଗାଡ୍ ସେପାଟେ ଜୁ ।" ତେଇ ସେମନ୍ ଡଙ୍ଗା ମେଲ୍ଲାଇ । ମାତର୍ ଡଙ୍ଗାଗାଟି ଗାଲାବେଲେ ଜିସୁ ସଇଦେଲା । ସେଡ୍କିବେଲେ ଗାଡେ ଅଟାତ୍ ବାଉପବନ୍ ଆଇଲା ଆରି ଡଙ୍ଗାଇ ପାନିପୁରି ବର୍ତି ଅଇବାର୍ ଦାର୍ଲା । ସେମନ୍ ବଡ୍ ବିପଦେ ପଡିଗାଲାଇ । ତେଇ ସିସ୍ମନ୍ ଜିସୁର୍ଲଗେ ଆସି ତାକେ ଉଟାଇ କଇଲା "ଏ ଗୁରୁ, ଏ ଗୁରୁ, ଆମେ ମରିଜିବୁବେ !" ତେଇ ଜିସୁ ଉଟିକରି ପବନ୍ ଆରି ବଡ୍ ଲଅଡିକେ ଦମ୍କାଇଲା, ଆରି ସେଟା ସବୁ ଚିମ୍ରାଇଅଇ ତବିର୍ ଅଇଲା । ସେ ସିସ୍ମନ୍କେ କଇଲା, "ତମର୍ ବିସ୍ବାସ୍ କେନେ ଅଇଲା ?" ମାତର୍ ସେମନ୍ ଡରିକରି କାବାଅଇ ନିଜେ ନିଜେ କଇବାର୍ ଦାର୍ଲାଇ । "ତେବେ ଏ କେ ଜେ ପବନ୍ ଆରି ପାନିକେ ମିସା ଆଦେସ୍ ଦେଲା ଦାପ୍ରେ, ସେଟା ସବୁ ତାର୍ ଆଦେସ୍ ମାନ୍ବାଇ ।"
ଜିସୁ ବାଉପବନ୍କେ ତେବାଇଲା
ଦିନେକ୍ ଜିସୁ ଆରି ତାର୍ ସିସ୍ମନ୍ ଗଟେକ୍ ଡଙ୍ଗାଇ ଚଗ୍ଲାଇ, ଆରି ସେ ସିସ୍ମନ୍କେ କଇଲା, "ଆସା, ଗାଡ୍ ସେପାଟେ ଜୁ ।" ତେଇ ସେମନ୍ ଡଙ୍ଗା ମେଲ୍ଲାଇ । ମାତର୍ ଡଙ୍ଗାଗାଟି ଗାଲାବେଲେ ଜିସୁ ସଇଦେଲା । ସେଡ୍କିବେଲେ ଗାଡେ ଅଟାତ୍ ବାଉପବନ୍ ଆଇଲା ଆରି ଡଙ୍ଗାଇ ପାନିପୁରି ବର୍ତି ଅଇବାର୍ ଦାର୍ଲା । ସେମନ୍ ବଡ୍ ବିପଦେ ପଡିଗାଲାଇ । ତେଇ ସିସ୍ମନ୍ ଜିସୁର୍ଲଗେ ଆସି ତାକେ ଉଟାଇ କଇଲା "ଏ ଗୁରୁ, ଏ ଗୁରୁ, ଆମେ ମରିଜିବୁବେ !" ତେଇ ଜିସୁ ଉଟିକରି ପବନ୍ ଆରି ବଡ୍ ଲଅଡିକେ ଦମ୍କାଇଲା, ଆରି ସେଟା ସବୁ ଚିମ୍ରାଇଅଇ ତବିର୍ ଅଇଲା । ସେ ସିସ୍ମନ୍କେ କଇଲା, "ତମର୍ ବିସ୍ବାସ୍ କେନେ ଅଇଲା ?" ମାତର୍ ସେମନ୍ ଡରିକରି କାବାଅଇ ନିଜେ ନିଜେ କଇବାର୍ ଦାର୍ଲାଇ । "ତେବେ ଏ କେ ଜେ ପବନ୍ ଆରି ପାନିକେ ମିସା ଆଦେସ୍ ଦେଲା ଦାପ୍ରେ, ସେଟା ସବୁ ତାର୍ ଆଦେସ୍ ମାନ୍ବାଇ ।"
ଜିସୁ ଗଟେକ୍ ଡୁମା ଦାରିରଇବା ଲକ୍କେ ନିକକଲା
ପଚେ ଜିସୁ ଆରି ତାର୍ ସିସ୍ମନ୍ ଗାଲିଲି ମୁଆଟର୍ ସେପାଟେ ଗରାସିୟମନର୍ ଜାଗାଇ କେଟ୍ଲାଇ ।
ଏତ୍କିବିତ୍ରେ ଦିନ୍ ସାରି ରାତିଅଇବାର୍ ଆରାମ୍ ଅଇଲା, ତେଇ ପାଟାଇରଇବା ବାର୍ଟା ସିସ୍ ଜିସୁର୍ଲଗେ ଆସି କଇଲାଇ, "ଲକ୍ମନ୍ ଜାଇକରି ତାକର୍ପାଇ ବାସା ଆରି କାଦିର୍ପାଇ ଚାରିବେଡ୍ତିର୍ ଗାଉଁ ଆରି ଗୁଡାମନ୍କେ କଜତ୍ । ସେଟାର୍ପାଇଁ ତମେ ସେମନ୍କେ ମେଲାନି ଦିଆସ୍ । କାଇକେବଇଲେ ଆମେ ଇତି ମେଲାନ୍ ଜାଗାଇ ଆଚୁ ।"
ମାତର୍ ଜିସୁ ସେମନ୍କେ କଇଲା, "ତମେ ସେମନ୍କେ କାଇବାକେ ଦିଆସ୍ ।" ସେମନ୍ କଇଲାଇ, "ଆମର୍ଲଗେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଚାଡି ଅଦିକ୍ ନାଇ । ସେନ୍ତାର୍ଆଲେ ଆମେ ଜାଇକରି ଏ ସବୁଲକର୍ପାଇ କନ୍ତିଅନି କାଦି ଗେନ୍ବୁ ?" କାଇକେବଇଲେ ସେମନ୍ ଅବ୍କା ମୁନୁସ୍ପିଲାମନ୍ସେ ପାଁଚ୍ ଅଜାର୍ ରଇଲାଇ । ଜିସୁ ସିସ୍ମନ୍କେ କଇଲା, "ଗଟେକ୍ ଗଟେକ୍ ଦାଡି, ପଚାସ୍ ଲକ୍କେ ଲାକା ବସାଆ ।"
ତେଇ ସେମନ୍ ସେନ୍ତାରିକରି ଲକ୍ମନ୍କେ ବସାଇଲାଇ । ଆରି, ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି, ସରଗ୍ବାଟେ ମୁ କରି ଦନିଅବାଦ୍ ଦେଲା ଆରି ବାଙ୍ଗାଇକରି ସିସ୍ମନ୍କେ ବାଟାକଲା । ତେଇ ସବୁଲକ୍ ପେଟ୍ ପୁର୍ତେ କାଇଲାଇ ଆରି ସାନ୍ତି ଅଇଲାଇ । ପଚେ ସିସ୍ମନ୍ ତେଇ ଅଗ୍ଲି ରଇବା ବାଙ୍ଗାଇଲାଟାମନ୍ ବାର ଡାଲା ଉବ୍ରାଇଲାଇ ।
କାନା ଗଡେ ବିବା
ଦୁଇ ଦିନ୍ ପଚେ ଗାଲିଲି ଦେସର୍ କାନା ନାଉଁର୍ ଗଡେ ଗଟେକ୍ ବିବା ଅଇତେ ରଇଲା । ସେ ବିବାତେଇ ଜିସୁର୍ ମାଆ ମରିୟମ୍ ରଇଲା । ଜିସୁ ଆରି ତାର୍ ସିସ୍ମନ୍କେ ମିସା ସେ ବିବାତେଇ ଡାକି ରଇଲାଇ । ବଜି ନ ସାର୍ତେ ଅଙ୍ଗୁର୍ ରସ୍ ସାରିଗାଲାକେ ଜିସୁର୍ ମାଆ ଆସି ତାକେ କଇଲା, "ସେମନର୍ ଅଙ୍ଗୁର୍ ରସ୍ ସାରିଗାଲାବେ ।" ଜିସୁ ତାକେ କଇଲା, "ଏ ମାଆ, ମର୍ଟାନେ ତର୍ କାଇଟା ଆଚେ ? ତୁଇ ମକେ କାଇଟା ମିସା କର୍ବାକେ କଅ ନାଇ । ମର୍ ବେଲା ଏବେ ଜାକ ଆସେ ନାଇତା ।"
ଜିସୁର୍ ମା ବାଣ୍ଡାର୍ଗରିଆମନ୍କେ କଇଲା, "ଜିସୁ ତମ୍କେ ଜାଇଟା କଇସି ସେଟା କରା ।"
ସେ ଜାଗାଇ ବଡ୍ ବଡ୍ ପାକ୍ନା ସଙ୍ଗ୍ ତିଆର୍ କଲା ଚଅଟା କୁଣ୍ଡ୍ ରଇଲା । ଜିଉଦି ଲକ୍ମନ୍ ସୁକଲ୍ ଅଇବାକେ ସେମନର୍ ରିତିନିତି ଇସାବେ ଏ କୁଣ୍ଡର୍ ପାନି କାମେ ଲାଗାଇତେ ରଇଲାଇ । ଗଟେକ୍ ଗଟେକ୍ କୁଣ୍ଡେ ସଏ ଲିଟର୍ ଲାକା ପାନି ଦାର୍ତେ ରଇଲା । ଜିସୁ ବାଣ୍ଡାର୍ଗରିଆମନ୍କେ "ସେ କୁଣ୍ଡ୍ମନ୍କେ ପାନି ବର୍ତି କରା" ବଲି କଇଲା ଆରି ସେମନ୍ ସେ ସବୁ କୁଣ୍ଡେ ପାନି ବର୍ତି କଲାଇ । ତାର୍ ପଚେ ଜିସୁ ସେମନ୍କେ ତେଇର୍ ପାନି ଡୁମିନେଇ ବଜି ଦାଇତେ ରଇଲା ଲକ୍କେ ଦିଆସ୍ ବଲି କଇଲା । ସେମନ୍ ତେଇର୍ ପାନି ଡୁମି ନେଇ ତାକେ ଦେଲାଇ । ମାତର୍ ସେ ସବୁ ପାନି ଅଙ୍ଗୁର୍ ରସ୍ ଅଇଜାଇରଇଲା । ବଜି ଦାଇତେ ରଇଲା ଲକ୍ ଅଙ୍ଗୁର୍ ରସ୍ କନ୍ତିଅନି ବଲି ଜାନି ନ ରଇଲା । ମାତର୍ ସେ ପାନି ଡୁମି ନେଲା ଲକ୍ମନ୍ ଜାନି ରଇଲାଇ, ପଚେ ସେ ଲକ୍ ଚାକି କରି ଏ ରସ୍ କନ୍ତିଅନି ଆନ୍ଲାଇ ବଲି ବିବା ଅଇବା ଦାଙ୍ଗ୍ଡାକେ ଡାକି ପାଚାର୍ଲା, "ଲକ୍ମନ୍ ସବୁ ବେଲା ପର୍ତୁମ୍ ପର୍ତୁମ୍ କାଇବାକେ ନିମାନ୍ ଅଙ୍ଗୁର୍ ରସ୍ ଦେବାଇ । ଆରି ଗତିଆ ଲକ୍ମନ୍ କାଇ ପୁରୁନ୍ ଅଇଲା ପଚେ ଚପ୍ରାଟା ଦେବାଇ । ମାତର୍ ତମେ ଏବେ ସାରାସାରି ଜାକ ନିମାନ୍ ଅଙ୍ଗୁର୍ ରସ୍ କନ୍ତି ସଙ୍ଗଇ ରଇଲାସ୍ ?"
ଏଟା ଜିସୁ ପର୍ତୁମ୍ କଲା କାବାଅଇଜିବା କାମ୍ । ସେଟା ଗାଲିଲି ଦେସର୍ କାନା ନଅରେ କରିରଇଲା । ଏନ୍ତି କରି ତାର୍ ମଇମା ଦେକାଇଲା ଆରି ତାର୍ ସିସ୍ମନ୍ ତାକେ ବିସ୍ବାସ୍ କଲାଇ ।
ମାତର୍ ପିଲିପ୍କେ ପରିକା କର୍ବାକେ ଜିସୁ ଏନ୍ତାରି ପାଚାରି ରଇଲା । କାଇକେ ବଇଲେ ଜିସୁ କାଇଟା କର୍ବାକେ ଗାଲାନି ବଲି ସେ ନିଜେ ଜାନିରଇଲା ।
ପିଲିପ୍ ଜିସୁକେ କଇଲା, "ଇତି ରଇଲା ସବୁ ଲକ୍ମନ୍କେ ଦୁଇସ ତେଇ ଅନି ଅଦିକ୍ ରୁପାଟାଙ୍ଗାର୍ ରୁଟି ଗେନ୍ବାକେ ପଡ୍ସି ।" ତେଇ ଆନ୍ଦ୍ରିୟ ନାଉଁର୍ ଗଟେକ୍ ସିସ୍ ରଇଲା, ସେ ସିମନ୍ ପିତରର୍ ବାଇ । ସେ କଇଲା, "ଇତି ଗଟେକ୍ ପିଲାର୍ ଟାନେ ପାଁଚ୍ଟା ରୁଟି ଆରି ଦୁଇଟା ବାଜ୍ଲା ସାନ୍ ମାଚ୍ ଆଚେ । ମାତର୍ ଏତ୍କି ଲକର୍ପାଇ ସେଟା ନ ଅଏ ।"
ଜିସୁ ତାର୍ ସିସ୍ମନ୍କେ କଇଲା, "ଲକ୍ମନ୍କେ ଗାଁସ୍ ଉପ୍ରେ ବସାଆ ।" ସେ ପଡିଆଇ ବେସି ଗାଁସ୍ ରଇଲା । ଗାଁସ୍ ଉପ୍ରେ ସବୁଲକ୍ ବସ୍ଲାଇ । ଆରି ତେଇ ଅବ୍କା ମୁନୁସ୍ ପିଲାସେ ପାଁଚ୍ ଅଜାର୍ ଲକ୍ ରଇଲାଇ । ଜିସୁ ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଲା ଆରି ତେଇ ବସିରଇବା ଲକ୍ମନ୍କେ ବାଟାକରି ଦେଲା । ସେନ୍ତିସେ ମାଚ୍ ମିସା ବାଟାକରି ଦେଲା । ତେଇ ସେମନ୍କେ ପେଟ୍ ପୁର୍ତେ କାଇବାକେ ମିଲ୍ଲା । ସବୁ ଲକ୍ମନ୍ ପେଟ୍ ପୁର୍ତେ କାଇଲା ପଚେ, ଜିସୁ ତାର୍ ସିସ୍ମନ୍କେ କଇଲା, "ଅଗଲ୍ଲା ମାଚ୍ ଆରି ରୁଟି ଗଟେକ୍ଟାନେ ଟୁଲିଆଉ, ତେବେ କଣ୍ଡେକ୍ ମିସା ନସ୍ଟ ନ ଅଏ ।" ଲକ୍ମନ୍ କାଇସାରାଇଲା ପଚେ, ସେ ପାଁଚ୍ଟା ରୁଟିଅନି ଜେତ୍କି ଅଗଲ୍ଲା, ସିସ୍ମନ୍ ସେଟା ଟୁଲିଆଇ କରି ବାର୍ଟା ଡାଲାଇ ବର୍ତି କଲାଇ ।
ସେମନ୍ ଚଟୁ ଗାଟି ଗାଟି ପାଁଚ୍ କି ଚଅ କିଲମିଟର୍ ଗାଲା ପଚେ, ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ଡଙ୍ଗା ଲଗେ ଆଇବାଟା ଦେକିକରି ସେମନ୍ ବେସି ଡରିଗାଲାଇ । ମାତର୍ ଜିସୁ ସେମନ୍କେ କଇଲା, "ଡରାନାଇ, ଏଟା ମୁଇସେ ।" ଜିସୁ ଏ କାତା କଇଲା ପଚେ, ସିସ୍ମନ୍ ତାକେ ବେସି ସାର୍ଦା ସଙ୍ଗ୍ ଡଙ୍ଗାଇ ଚଗାଇଲାଇ । ଆରି ସେମନ୍ ଜନ୍ ଜାଗାଇ ଜାଇତେରଇଲାଇ, ସେ ଜାଗାଇ ଦାପ୍ରେ ଜାଇ କେଟ୍ଲାଇ ।
ଜିସୁ ସାତ୍ଟା ସିସ୍ମନ୍କେ ଦେକାଇ ଅଇଲା
ତାର୍ ପଚେ ଜିସୁ ନିଜେ ଆରି ତରେକ୍ ସିସ୍ମନ୍କେ ତିବିରିଆର୍ ଗାଡ୍ପାଲି ଦେକାଇଅଇଲା । ସେଟା ଏନ୍ତି ଅଇଲା । ଜିସୁର୍ କେତେଟା ସିସ୍ମନ୍ ଗଟେକ୍ ତେଇ ରୁଣ୍ଡିରଇଲାଇ । ସେମନ୍ ଅଇଲାଇନି, ସିମନ୍ ପିତର୍, ବିଦୁମ୍ ବଲି ଡାକ୍ବା ତମା ନାଉଁର୍ ସିସ୍, ଗାଲିଲି ଦେସର୍ କାନା ଗଡେ ରଇଲା ନିତନିଏଲ୍, ଜେବଦିର୍ ଦୁଇଟା ପିଲା ଜାକୁବ୍, ଜଅନ୍ ଆରି ବିନ୍ ଦୁଇଟା ସିସ୍ମନ୍ । ସିମନ୍ ପିତର୍ ସେମନ୍କେ "ମୁଇ ମାଚ୍ ଦାର୍ବାର୍ ଗାଲିନି ।" ବଲି କଇଲା । ସେମନ୍ ମିସା "ତର୍ ସଙ୍ଗ୍ ଆଇବୁ ।" ବଲି କଇଲାଇ । ଆରି ଡଙ୍ଗାଇ ଚଗି, ସେମନ୍ ଗୁଲାଇ ରାତି ଜାଲ୍ ମାର୍ଲାଇ, ମାତର୍ ମୁଲ୍କେ ଦାରତ୍ନାଇ । ଆର୍କର୍ ଦିନେ ଜୁଲ୍ପୁଲ୍ ଉଜଲେ ଜିସୁ ଗାଡ୍କଣ୍ଡି ଟିଆଅଇରଇଲା । ମାତର୍ ସିସ୍ମନ୍ ତାକେ ଜିସୁ ବଲି ଚିନି ନାପାର୍ଲାଇ । ଜିସୁ ସେମନ୍କେ ପାଚାର୍ଲା, "ଏ ମଇତର୍ମନ୍ ତମେ ଜଡେକ୍ ମିସା ମାଚ୍ ଦାରାସ୍ ନାଇ କି ?" ସେମନ୍ "ମୁଲ୍କେ ଦାରୁ ନାଇ ।" ବଲି କଇଲାଇ । ଜିସୁ ସେମନ୍କେ କଇଲା, "ଡଙ୍ଗାର୍ ଉଜାବାଟେ ଜାଲ୍ ମାରା, ତମେ ମାଚ୍ଦାର୍ସା ଆଲେ ।" ସେ କଇଲା ପାରା ଜାଲ୍ ପାକାଇଲାଇ ଜେ, ଏତର୍ ତାକର୍ ଜାଲେ ଏତେକ୍ ମାଚ୍ ଲାଗ୍ଲାଇଜେ, ସେମନ୍ ଜାଲ୍ ଜିକି ନାପାର୍ଲାଇ । ଜିସୁ ଜନ୍ ସିସ୍କେ ଆଲାଦ୍ କର୍ତେ ରଇଲା, ସେ ସିସ୍ ପିତର୍କେ କଇଲା, "ଏଦେ ଦେକା ! ଏଟା ନିଜେ ଆମର୍ ମାପ୍ରୁ ସେ !" ପିତର୍ ଏଟା ମାପ୍ରୁ ଆକା ବଲି କଇଲାଟା ସୁନିକରି ବେଟି ସଙ୍ଗଇଲା ବସ୍ତର୍ ପିନ୍ଦି ଗାଡେ ଡେଗଇଦେଲା । କାଇକେ ବଇଲେ ସେ ମାଚ୍ ଦାର୍ବାବେଲେ, ଉପ୍ରେ ପିନ୍ଦ୍ଲା ବସ୍ତର୍ ବେଟି ସଙ୍ଗଇ ରଇଲା । ଆରି ବାକି ସିସ୍ମନ୍ ମାଚ୍ ବର୍ତି ରଇଲା ଜାଲ୍ ଜିକିଜିକି ଡଙ୍ଗା କଣ୍ଡିତେଇ ଆନି ଲାଗାଇଲାଇ । ସେମନ୍ କଣ୍ଡିଅନି ଦୁଇସ ଆତ୍ ଦୁରିକେସେ ରଇଲାଇ । ସିସ୍ମନ୍ ଡଙ୍ଗାଇଅନି ଉତ୍ରିକରି ପଦାଇ କେଟ୍ଲାବେଲେ, ଜଇରଇଲା ଇଙ୍ଗ୍ରା ଉପ୍ରେ କେତେଟା ବାଜିଅଇଲା ମାଚ୍ ଆରି ରୁଟି ସଙ୍ଗଇଅଇ ରଇଲାଟା ଦେକ୍ଲାଇ । ତାର୍ ପଚେ ଜିସୁ "ତମେ ଏବେ ଦାର୍ଲା କେତେଟା ମାଚ୍ ଆନା ।" ବଲି କଇଲା ।
ସେଟାର୍ ପାଇ ସିମନ୍ ପିତର୍ ଜାଇ ମାଚ୍ ବର୍ତି ରଇଲା ଜାଲ୍ ପଦାପାଲିକେ ଜିକି ଆନ୍ଲା । ସେ ଜାଲେ ସଏ ପଚାସ୍ ତିନ୍ଟା ବଡ୍ବଡ୍ ମାଚ୍ ଲାଗି ରଇଲାଇ । ମାଚ୍ମନର୍ ଲାଗି ବେସି ବଜ୍ ରଇଲା ମିସା, ଜାଲ୍ ଚିଡେନାଇ ।
Libertações
Jesus expulsou demônios com autoridade. Os espíritos impuros não resistiam à sua palavra e saíam imediatamente.
ଜିସୁ ରମିୟ ସନିଅମନର୍ ମୁକିଅର୍ ଗତିଦାଙ୍ଗ୍ଡାକେ ନିକ କଲା
ଜିସୁ କପର୍ନାଉମ୍ ସଅରେ କେଟ୍ଲା । ସେଦାପ୍ରେ ଗଟେକ୍ ରମିୟ ସନିଅମନର୍ ମୁକିଅ ତାକେ ବେଟ୍ ଅଇକରି ବାବୁଜିଆ କରି କଇଲା । "ଏ ମାପ୍ରୁ, ମର୍ ଗଟେକ୍ ଗତିଦାଙ୍ଗ୍ଡା ଅଚ୍ନାଇ ଡୁଲିକରି ବେସି କସ୍ଟ ପାଇଲାନି ଉଟେ ନାଇ, ବସେ ନାଇ ।"
ଜିସୁ ତାକେ କଇଲା, "ମୁଇ ଆସି ତାକେ ନିକ କର୍ବି ।"
ମାତର୍ ମୁକିଅ କଇଲା, "ନାଇ ମାପ୍ରୁ ତମେ ଜେ ମର୍ଗରେ ପାଦ୍ ପାକାଇସା, ଏଟାର୍ପାଇ ମର୍ ଅଦିକାର୍ ନଇ । ତମେ ପଦେକ୍ କଇଦିଆ, ମର୍ ଗତିଦାଙ୍ଗ୍ଡା ନିକ ଅଇଜାଇସି । କାଇକେବଇଲେ ମୁଇ ମର୍ ଉପ୍ରର୍ ଅଦିକାରିର୍ ତଲେ କାମ୍ କଲିନି, ଅଇଲେ ମିସା ମର୍ ତଲେ କେତେ କେତେ ସନିଅମନ୍ ଆଚତ୍ । ସେମନର୍ ବିତ୍ରେଅନି ଜଦି ମୁଇ ଗଟେକ୍ ଲକ୍କେ ଜାଆ ବଲି ଆଦେସ୍ ଦେଲେ, ସେ ଜାଇସି । ବିନ୍ଟାକେ ଆଉ ବଲି କଇଲେ ସେ ଆଇସି । ସେନ୍ତିସେ ମର୍ ଗତି ଦାଙ୍ଗ୍ଡାକେ ଏଟା କର୍ ବଲି କଇଲା ଦାପ୍ରେ ସେ ସେଟା କର୍ସି ।"
ଜିସୁ ଏଟା ସୁନି କାବା ଅଇଗାଲା, ଆରି ତାର୍ ସଙ୍ଗ୍ ଆଇବା ଲକ୍ମନ୍କେ କଇଲା, "ମୁଇ ସତ୍ କଇଲିନି, ଇସ୍ରାଏଲ୍ ବିତ୍ରେ କନ୍ ଲକର୍ଟାନେ ମିସା ଏ ଲକର୍ ପାରା ବିସ୍ବାସ୍ ମୁଇ ଦେକିନାଇ । ଏ କାତା ତମର୍ ମନେ ର, ପୁରୁବ୍ ଆରି ପସ୍ଚିମ୍ ବାଟର୍ ଦେସେଅନି କେତେ କେତେ ଲକ୍ ସରଗ୍ ରାଇଜେ ଆସି ଅବ୍ରାଆମ୍ ଇସାକ୍ ଆରି ଜାକୁବର୍ ସଙ୍ଗ୍ ବଜିତେଇ ଗଟେକ୍ଟାନେ କାଇବାକେ ବସ୍ବାଇ । ମାତର୍ ଜନ୍ ଲକ୍ମନ୍ ସରଗ୍ ରାଇଜେ ପୁର୍ବାର୍ ରଇଲାଇ, ସେମନ୍କେ ବାଇରର୍ ଆନ୍ଦାରେ ପିଙ୍ଗା ଅଇସି । ତେଇ ସେମନ୍ ଦାଁତ୍ ମୁଣ୍ଡ୍ କାତ୍ରି ମାରିଚପିଅଇ କାନ୍ଦ୍ବାଇ ।" ଜିସୁ ସନିଅମନର୍ ମୁକିଅକେ କଇଲା, "ତୁଇ ଏବେ ଗରେ ଜା । ତୁଇ ଜେନ୍ତି ବିସ୍ବାସ୍ କଲୁସ୍ନି ସେନ୍ତାରିସେ ଅଇସି ।" ସମାନ୍ ସେ ବେଲାଇସେ ତାର୍ ଗତିଦାଙ୍ଗ୍ଡା ପୁରାପୁରୁନ୍ ନିକ ଅଇଗାଲା ।
ଜିସୁ ଦୁଇଟା ଡୁମା ଡସାଇଅଉମନ୍କେ ନିକ କଲା
ଜିସୁ ଆରି ତାର୍ ସିସ୍ମନ୍ ଗାଡ୍ ସେପାଟର୍ ଗଦ୍ରିୟ ନାଉଁର୍ ଜାଗାଇ କେଟ୍ଲା ଦାପ୍ରେ, ଦୁଇଟା ଡୁମା ଡସ୍ଲା ଲକ୍ ତାକେ ବେଟ୍ ଅଇଲାଇ । ସେମନ୍ ମସନ୍ ବିତ୍ରେ ରଇତେରଇଲାଇ । ଆରି ସେମନ୍ ଏନ୍ତି ରଇଲାଇ ଜେ, ସେ ବାଟେ କେ ମିସା ଆସ୍ ଜା ନ ଅଇତେ ରଇଲାଇ । ସେ ଲକ୍ମନ୍ ବେସି କିର୍କିରି କରି କଇଲାଇ, "ଏ ପର୍ମେସରର୍ ପିଲା ଆମର୍ ଟାନେ ତର୍ କାଇ କାମ୍ ଆଚେ ? ବେଲ୍ କାଲ୍ ନ କେଟ୍ତେ ତୁଇ କାଇ ଡଣ୍ଡ୍ ଦେବାକେ ଇତି ଆଇଲୁସ୍ କି ?"
ସେବେଲାଇ ସେ ଜାଗାଇଅନି କଣ୍ଡେକ୍ ଦୁରିକେ ଗଟେକ୍ ବଡ୍ ଗୁସ୍ରି ମାନ୍ଦା ଚାରାଇତେରଇଲାଇ । କାରାପ୍ ଆତ୍ମାମନ୍ ଜିସୁକେ ଗୁଆରି କରି କଇଲାଇ, "ତୁଇ ଜଦି ଆମ୍କେ ଏ ଲକ୍ମନର୍ତେଇ ଅନି ବାର୍କରାଇ ଦେଇସୁ ବଇଲେ ସେ ଗୁସ୍ରି ମାନ୍ଦା ବିତ୍ରେ ଜିବାକେ, ଆଦେସ୍ ଦେ ।"
ଜିସୁ ସେମନ୍କେ ଜା ! ବଲି କଇଲାକେ କାରାପ୍ ଆତ୍ମାମନ୍ ସେ ଲକ୍ମନର୍ତେଇଅନି ବାରଇକରି ଗୁସ୍ରିମନର୍ ବିତ୍ରେ ପୁର୍ଲାଇ । ତେବର୍ ପାଇ, ଗୁସ୍ରିମନ୍ ଟିପେଅନି ଗସ୍ରି ସମ୍ଦୁରେ ବୁଡି ମଲାଇ ।
ଆରି ତେଇ ଗୁସ୍ରି ଚାରାଇତେ ରଇବା ଲକ୍ମନ୍ ପାଲାଇ କରି ଡୁମା ଡସି ରଇଲା ଲକ୍ମନ୍କେ କାଇକାଇଟା ଅଇଲା ସେଟା ସବୁ କଇଦେଲାଇ । ଆରି ସେ ଗଡର୍ ସବୁ ଲକ୍ମନ୍ ଜିସୁକେ ଦେକ୍ବାକେ ଆଇଲାଇ । ସେମନ୍ ତାକେ ଦେକିକରି ସେ ଜାଗା ଚାଡି ଜା ବଲି ଗୁଆରି କଇଲାଇ ।
ଗଟେକ୍ ଗୁଲା ଅଇଲା ଲକ୍ କାତା ଅଇ ପାର୍ଲା
ଜିସୁ ଆରି ତାର୍ ସିସ୍ମନ୍ ସେ ଗରେଅନି ବାରଇ ଗାଲାବେଲେ କେତେଟା ଲକ୍ମନ୍ ଗଟେକ୍ ଗୁଲା ଲକ୍କେ ତାର୍ ଲଗେ ଆନ୍ଲାଇ । ତାକେ ଡୁମାଦାରିରଇଲାକେ ସେ ଗୁଲା ଅଇଜାଇରଇଲା । ଜିସୁ ଡୁମାକେ ସେ ଲକର୍ତେଇଅନି କେଦ୍ଲା ପଚେ ସେ କାତାଅଇବାର୍ ଦାର୍ଲା । ଆରି ତେଇ ରଇଲା ଲକ୍ମନ୍ କାବାଅଇଜାଇ କଇଲାଇ । "ଇସ୍ରାଏଲ୍ ଦେସେ ଏନ୍ତାରି ଗଟ୍ନା ଆମେ କେବେ ଦେକି ନ ରଇଲୁ ।"
ଜିସୁ ଆରି ବାଲ୍ଜିବୁଲ୍
ତାର୍ ପଚେ ଦିନେକ୍ ଲକ୍ମନ୍ ଗଟେକ୍ କାଣା ଅଇ ଗୁଲା ଅଇଜାଇରଇଲା ଲକ୍କେ ଜିସୁର୍ ଲଗେ ଆନ୍ଲାଇ । ତାକେ ଡୁମା ଦାରିରଇଲାଜେ କାତାଅଇ ନାପାର୍ତେ ରଇଲା । ଜିସୁ ତାକେ ନିମାନ୍ କଲା । ଏଦେ ଦେକା ! ସେ ଦେକ୍ଲା ଆରି କାତା କଇପାର୍ଲା ।
ଗଟେକ୍ ମାଇଜିର୍ ବିସ୍ବାସ୍
ଜିସୁ ସେ ଜାଗା ଚାଡିକରି ସର ଆରି ସିଦନର୍ ସଅରେ ଗାଲା । ଆରି ଦେକା, ତେଇ ବାସାକରି ରଇଲା ଗଟେକ୍ କିଣାନିୟ ମାଇଜି ଜିସୁର୍ ଲଗେ ଆସି କଇଲା, "ଏ ଦାଉଦ୍ କୁଟୁମର୍ ମାପ୍ରୁ, ମକେ ଦୟାକରା । ମର୍ ଟକିକେ ଡୁମା ଦାର୍ଲା ଆଚେ ଆରି ସେ ବଡେ କସ୍ଟ ପାଇଲାନି ।"
ମାତର୍ ଜିସୁ ତାକେ ପଦେକ୍ କାତା ମିସା କଏ ନାଇ । ସିସ୍ମନ୍ ତାର୍ ଲଗେ ଆସି ବାବୁଜିଆ କଲାଇ, "ତାକେ ବିଗି ପାଟାଇ ଦିଆସ୍ । ଦେକା ସେ କେନ୍ତି ଆଉଲିଅଇ ଆମ୍କେ କେଦିଆନ୍ଲାନି ?"
ଜିସୁ କଇଲା, "ଆଜିରଇବା ମେଣ୍ଡାପାରା ବାଟ୍ ବାନା ଅଇଲା ଇସ୍ରାଏଲ୍ ଲକ୍ମନର୍ ଲଗେସେ ମୁଇ ଆଇଲି ଆଚି ।"
ସେ ମାଇଜି ଆସି ଜିସୁର୍ ଗଡ୍ତଲେ ମାଣ୍ଡିକୁଟା ଦେଇ ଜୁଆର୍ କରି କଇଲା, "ମାପ୍ରୁ ମକେ ଦୟା କରା ।"
ଜିସୁ କଇଲା, "ପିଲାମନର୍ କାଦି ନେଇ କୁକୁରର୍ ମୁଆଟେ ପିଙ୍ଗ୍ବାଟା ଟିକ୍ ନାଇ ।"
ସେ ମାଇଜି କଇଲା, ଏଟା ସତ୍ କାତା ମାପ୍ରୁ, ମାତର୍ କୁକୁର୍ମନ୍ ମିସା ସାଉକାରର୍ ଅଦର୍ଲା ସକ୍ଡି କାଇବାକେ ପାଇବାଇ ।
ଜିସୁ ତାକେ କଇଲା, "ତମେ ଗଟେକ୍ ଡାଟ୍ସଙ୍ଗ୍ ବିସ୍ବାସ୍ କର୍ବା ମାଇଜି । ତୁଇ ମନ୍କଲାଟା ପୁରୁନ୍ ଅଇସି ।" ସେଦାପ୍ରେ ତାର୍ ଟକି ନିମାନ୍ ଅଇଲା ।
ଜିସୁ ଡୁମା ଦାର୍ଲା ପିଲାକେ ନିକ କଲା ।
ଜିସୁ ଆରି ତାର୍ ସିସ୍ମନ୍ ଲକ୍ ଗଉଲି ବିତ୍ରେ ବାଉଡି ଆଇଲା ପଚେ, ଗଟେକ୍ ଲକ୍ ଜିସୁର୍ ଲଗେ ଆସି ମାଣ୍ଡିକୁଟା ଦେଇ କଇଲା, "ମାପ୍ରୁ, ମର୍ ପିଲାକେ ଦୟା କରା । ମୁର୍ଚା ବେମାର୍ ଲାଗି କସ୍ଟ ପାଇଲାନି । ସେ ବେସି ତର୍ ଜଇତେଇ ଆରି ପାନିତେଇ ଅଦ୍ରି ଦେଲାନି । ତାକେ ମୁଇ ତମର୍ ସିସ୍ମନର୍ ଲଗେ ଆନି ରଇଲି, ମାତର୍ ସେମନ୍ ନିକ କରି ନାପାର୍ଲାଇ ।"
ଜିସୁ କଇଲା, "ତମର୍ କେଡେ ଡାଟ୍ ନ ରଇବା ବିସ୍ବାସ୍ ଆରି ବୁଲ୍ ! ତମର୍ ସଙ୍ଗ୍ ଆରି ମୁଇ କେତେ ଦିନ୍ ରଇବି ? ଆରି କେତେ ଦିନ୍ ତମର୍ ଚଲାଚଲ୍ତିଟା ସୁନି ସୁନି ତୁମ୍ପୁଡି ରଇବି ? ସେ ପିଲାକେ ମର୍ ଲଗେ ଆନା ।" ପିଲା ବିତ୍ରେ ରଇଲା କାରାପ୍ ଆତ୍ମାକେ ଜିସୁ ଦମ୍କାଇଲା । କାରାପ୍ ଆତ୍ମା ଚାଡି ଉଟିଗାଲା ଆରି ସେ ଦାପ୍ରେସେ ପିଲା ନିକ ଅଇଗାଲା ।
ସେ ଦାପ୍ରେ ସେମନର୍ ପାର୍ତନା ଗରେ ଗଟେକ୍ ଡୁମା ଦାର୍ଲା ଲକ୍ କିର୍କିରି କରି ଜିସୁକେ କଇଲା, "ଏ ନାଜରିତ୍ ଗଡର୍ ଜିସୁ, ତୁଇ କାଇକେ ଆମ୍କେ ଅରିଆନ୍ କଲୁସ୍ନି ? ତୁଇ କାଇ ଆମ୍କେ ବିନାସ୍ କର୍ବାକେ ଆଇଲୁସ୍ କି ? ତୁଇ କେ, ସେଟା ମୁଇ ଜାନି, ତୁଇ ଅଇଲୁସ୍ନି ପର୍ମେସରର୍ ସୁକଲ୍ ଲକ୍ ।"
ଜିସୁ ଡୁମାକେ ଦମ୍କାଇ କରି କଇଲା, "ଚୁପ୍ ଅ, ଆରି ଏ ଲକର୍ତେଇ ଅନି ବାର୍ଇ ଜା ।"
ସେଡ୍କି ବେଲେ ଡୁମା ତାକେ ମଡିପିଙ୍ଗି ବେସି କିର୍କିରି କରି ତାର୍ଲଗେ ଅନି ବାରଇଗାଲା ।
ଡୁମାଦାର୍ଲା ଲକ୍କେ ଜିସୁ ନିମାନ୍ କଲା
ଜିସୁ ଆରି ତାର୍ ସିସ୍ମନ୍ ସମ୍ଦୁର୍ ସେପାଟେ ରଇବା ଗରାସିୟମନର୍ ଜାଗାଇ କେଟ୍ଲାଇ । ଜିସୁ ଡଙ୍ଗାଇଅନି ଉତର୍ଲା ଦାପ୍ରେ ଗଟେକ୍ ଡୁମା ଦାରିରଇବା ଲକ୍ ମସ୍ନେ ଅନି ବାରଇ ତାକେ ବେଟ୍ଅଇବାକେ ଆଇଲା । ସେ ଲକ୍ ମସ୍ନେ ବାସାଅଇରଇଲା, ଆରି କେ ମିସା ତାକେ ସିକିଲି ସଙ୍ଗ୍ ବାନ୍ଦି ନାପାର୍ତେ ରଇଲାଇ । ତାକେ କେତେକ୍ ତର୍ ଗଡେ କଡୁ ଆରି ଆତେ ସିକିଲି ସଙ୍ଗ୍ ବାନ୍ଦ୍ଲେ ମିସା, ସେ ସିକିଲି ସବୁ ଚିଡାଇ ଦେଇ, କଡୁ ସବୁ ବାଙ୍ଗାଇ ପାକାଇତେ ରଇଲା । ତାକେ ବାନ୍ଦି ସଙ୍ଗଇବାକେ କାର୍ ମିସା ବପୁ ନ ରଇଲା । ସେ ଦିନ୍ ରାତି ସବୁବେଲେ ମସ୍ନେ ଆରି କୁପ୍ଲିତେଇ ରଇ କିର୍କିର୍ତେ ରଇଲା, ଆରି ପାକ୍ନା ସଙ୍ଗ୍ ଗାଗ୍ଡେ ମୁଣ୍ଡେ ମାରିଅଇ କଣ୍ଡିଆ ବଣ୍ଡିଆ ଅଇଜାଇତେରଇଲା ।
ସେ ଜିସୁକେ ଦୁରିକେ ଅନି ଦେକି ପାଲାଇ ଆସି ତାର୍ ମୁଆଟେ ଅଦର୍ଲା । ଆରି ଆଉଲି ଅଇ କିର୍କିରି କରି କଇଲା, "ଏ ସବୁର୍ ଟାନେଅନି ବଡ୍ ପର୍ମେସରର୍ ପ ଜିସୁ, ମର୍ ଟାନେ ତମର୍ କାଇ କାମ୍ ଆଚେ ? ମୁଇ ତମ୍କେ ପର୍ମେସରର୍ ନାଉଁ ଦାରି ଗୁଆରି କରି କଇଲିନି, ମକେ କସ୍ଟ ଦିଆନାଇ ।" କାଇକେବଇଲେ ଜିସୁ ତାକେ ଆଗ୍ତୁ କଇତେରଇଲା, "ଏରେ ଡୁମା, ଏ ଲକର୍ଟାନେଅନି ବାରଇ ଜା ।"
ଆରି, ଜିସୁ ତାକେ ପାଚାର୍ଲା, "ତର୍ ନାଉଁ କାଇ ନାଉଁ ?" ସେ ତାକେ କଇଲା, "ମର୍ ନାଉଁ ବାଇନି ଡୁମା, ଏନ୍ତି ଆମେ ଜବର୍ ଆଚୁ ।"
ଆରି, ସେ ଲକ୍ ଜେନ୍ତିକି ସେମନ୍କେ ସେ ଜାଗାଇ ଅନି ବାଇରେ ନ ପାଟାଅ ବଲି, ଜିସୁକେ ତର୍କେ ତର୍ ଜୁଆର୍ ବିଆର୍ କଲା ।
ସେ ଲଗର୍ କୁପ୍ଲି ପାଲିକେ ବେସି ଗୁସ୍ରି ମାନ୍ଦା ଚାର୍ତେରଇଲାଇ । ଆରି ଡୁମାମନ୍ ଜିସୁକେ ଜୁଆର୍ ବିଆର୍ କରି କଇଲାଇ, "ସେ ଗୁସ୍ରିମନର୍ ବିତ୍ରେ ପୁର୍ବାକେ ଆମ୍କେ ପାଟାଆ ।" ଜିସୁ ସେମନ୍କେ ଆଦେସ୍ ଦେଲାଦାପ୍ରେ, ସେ ଲକର୍ ଲଗେଅନି ଡୁମାମନ୍ ବାରଇକରି ଗୁସ୍ରିମନର୍ ବିତ୍ରେ ପୁର୍ଲାଇ । ସେଡ୍କିବେଲେ, ସେ ଆଡାର୍ ବିଡ୍କିକରି ପାଲାଇଲାଇ ଆରି କୁପ୍ଲି ଅନି ଗସ୍ରିକରି ସମ୍ଦୁରେ ଜାଇ ବୁଡି ମରିଗାଲାଇ । ଆଡାରେ ଗୁସ୍ରି ମାନ୍ଦା ପାକାପାକି ଦୁଇଅଜାର୍ଟା ରଇଲାଇ ।
ଗୁସ୍ରିମନ୍କେ ଚାରାଇତେରଇବା ଲକ୍ମନ୍ ପାଲାଇ ଜାଇ ଗାଉଁ ଆରି ଗୁଡାମନ୍କେ ସେଟା ଜାନାଇଲାଇ । ଜାନାଇଲାଟା ସୁନି ଲକ୍ମନ୍ "ତେଇ କାଇଟା ଅଇଲାଆଚେ ?" ବଲି ଦେକ୍ବାର୍ ଆଇଲାଇ ।
ମାତର୍ ତମେ ସିକାଇଲାସ୍ନି କି ଜେବେ ବାବାକେ କି ମାକେ କଇସା, "ଜନ୍ଟା ମୁଇ ତମ୍କେ ଦେବାର୍ ରଇଲା ସେଟା କର୍ବାନ୍ ।" କର୍ବାନ୍ ବଇଲେ ମାପ୍ରୁକେ ଆକା ମାନତ୍ କର୍ବାଟା । ତେବେ ତମେ ତାର୍ ବାବାର୍ କି ମାଆର୍ କାଇ ଉପ୍କାର୍ କର୍ବାଟାକେ ତେବାଇଲାସ୍ନି । ଏନ୍ତାରି ତମେ ନିଜର୍ ଆନିଦାଦିମନର୍ ବେଲେ ଅନି ଆଇବା ରିତିନିତି ମାନିକରି ପର୍ମେସରର୍ ବାକିଅ ଏଡାଇ ଦେଲାସ୍ନି, ଆରି ଏନ୍ତାରି କେତେକ୍ କେତେକ୍ କାମ୍ମନ୍ କଲାସ୍ନି ।
ଗଟେକ୍ ଲକ୍କେ କାଇଟା ଅସୁକଲ୍ କର୍ସି
ଜିସୁ ଆରି ତରେକ୍ ଲକ୍ମନ୍କେ ଲଗେଡାକି କଇଲା, "ତମେ ସବୁଲକ୍ ମର୍ କାତା ସୁନା ଆରି ବୁଜା । ଲକର୍ ଟଣ୍ଡେଅନି ଏନ୍ତାରି କାଇ ବିସଇ ନାଇ, ଜନ୍ଟା ତାର୍ ବିତ୍ରେ ପୁରି ତାକେ ଅସୁକଲ୍ କରି ପାରେ, ମାତର୍ ଜନ୍ ଜନ୍ଟା ମୁନୁସ୍ମନର୍ଟାନେଅନି ବାରଇସି ସେ ସବୁ ତାକେ ଅସୁକଲ୍ କର୍ସି ।
ଗଟେକ୍ ମାଇଜିର୍ ଡାଟ୍ ବିସ୍ବାସ୍
ତାର୍ପଚେ ଜିସୁ ସେ ଜାଗା ଚାଡିକରି ସର ଆରି ସିଦନର୍ ସଅରେ ଗାଲା । ତେଇ ଗଟେକ୍ ଗରେ ପୁର୍ଲା । ଜେନ୍ତି କେ ମିସା ସେଟା ନାଜାନତ୍, ଏଟା ସେ ମନ୍ କର୍ତେ ରଇଲା, ମାତର୍ ସେ ନ ଜାନାଇ ଅଇତେ ରଇନାପାର୍ଲା । ଜିସୁ ଆଇଲାଆଚେ ବଲି ସୁନ୍ଲା ଦାପ୍ରେ, ଗଟେକ୍ ମାଇଜି ଜାର୍ ସାନ୍ ଟକିକେ ଡୁମା ଦାରିରଇଲା, ତାର୍ ଗଡ୍ତଲେ ଆସି ଅଦର୍ଲା । ସେ ସୁର ଦେସର୍ ପଇନିକିଆ ଜାଗାଇ ଜନମ୍ ଅଇ ଜିଉଦି ଜାତିର୍ ନ ରଇଲା, ତାର୍ ଟକିକେ ଡୁମା ଚାଡାଇବାକେ ସେ ଜିସୁକେ ବାବୁଜିଆ କଲା ।
ତେବେ ଜିସୁ ତାକେ କଇଲା, "ଆଗ୍ତୁ ପିଲାମନ୍କେ ପେଟ୍ ପୁରୁନ୍ କାଇବାକେ ଦେସ୍, କାଇକେବଇଲେ ପିଲାମନର୍ କାଦି ନେଇ କୁକୁର୍ମନର୍ ଟାନେ ପାକାଇବାଟା ଟିକ୍ନାଇ ।"
ମାତର୍ ମାଇଜି ତାକେ କଇଲା, "ଉଁ ମାପ୍ରୁ, କୁକୁର୍ମନ୍ ମିସା ପିଲାମନର୍ ଅଦ୍ରି ରଇଲା ସକ୍ଡି କାଇବାଇ ।"
ସେଡ୍କି ବେଲେ ଜିସୁ ତାକେ କଇଲା, "ଏନ୍ତାରି କଇଲାର୍ପାଇ ଜା, ତର୍ ଟକିତେଇଅନି ଡୁମା ବାରଇଗାଲାବେ ।"
ଆରି ସେ ମାଇଜି ଗରେ ଜାଇ, ଟକି କଟେ ସଇରଇବାଟା ଆରି ତାର୍ଟାନେଅନି ଡୁମା ବାରଇଜାଇ ରଇବାଟା ଦେକ୍ଲା ।
ସେ ମାନ୍ଦା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ ଡାକି କଇଲା, "ଏ ଗୁରୁ, ମୁଇ ମର୍ ପିଲାକେ ନିକ କର୍ବାକେ ତମର୍ ଟାନେ ଆନିରଇଲି । ତାର୍ ବିତ୍ରେ ଗଟେକ୍ କାରାପ୍ ଆତ୍ମା ପୁରିକରି ତାକେ କାତା ଅଇବାକେ ଦେଏ ନାଇ । ସେ କରାପ୍ ଆତ୍ମା ପିଲାକେ ଦାର୍ଲାବେଲେ, ତାକେ ମଡିକରି ଅଦ୍ରାଇଦେଲାନି ଆରି ତାର୍ ଟଣ୍ଡେଅନି ପେପୁଲ୍ ବାରଇଲାନି ଆରି ସେ ଦାତ୍ କାତର୍ସି । ଆରି ତାର୍ ଗାଗଡ୍ ସିଦା ଅଇଜାଇସି । ମୁଇ ତାର୍ତେଇ ଅନି କାରାପ୍ ଆତ୍ମାକେ ବାର୍କରାଇ କେଦିଦେବାଇ ବଲି ତମର୍ ସିସ୍ମନର୍ ଲଗେ ଆନିରଇଲି । ମାତର୍ ତମର୍ ସିସ୍ମନ୍ ନାପାର୍ଲାଇ ।"
ଜିସୁ ସେମନ୍କେ କଇଲା, "ଏ ପର୍ମେସର୍କେ ବିସ୍ବାସ୍ ନ ରଇବା ଆଜିକାଲିର୍ ଲକ୍ମନ୍, ତମେ ବିସ୍ବାସ୍ କର୍ବାକେ ଆରି କେତେ ଦିନ୍ ମୁଇ ତମର୍ ସଙ୍ଗ୍ ରଇବାର୍ ଆଚେ ? ଆରି କେତେଦିନ୍ ମୁଇ ସାଆସ୍ ଦାରି ତମର୍ ସଙ୍ଗ୍ ରଇବାର୍ ଆଚେ ? ସେ ପିଲାକେ ମର୍ଲଗେ ଆନା ।" ଆରି ଲକ୍ମନ୍ ସେ ପିଲାକେ ଜିସୁର୍ଲଗେ ଆନ୍ଲାଇ । ସେ କରାପ୍ ଆତ୍ମା ଜିସୁକେ ଦେକ୍ଲା ଦାପ୍ରେ ପିଲାକେ ତଲେ ମଡିକରି ଅଦ୍ରାଇଲା । ଆରି ଗୁଣ୍ଡ୍ଲି ଗୁଣ୍ଡ୍ଲି କରି ତାର୍ ଟଣ୍ଡେଅନି ପେପୁଲ୍ ବାରଇ ଜାଇତେରଇଲା ।
ଜିସୁ ସେ ପିଲାର୍ ବାବାକେ ପାଚାର୍ଲା, "ଏ ପିଲା ଏନ୍ତି ଅଇ କେତେଦିନ୍ ଅଇଲା ?" ପିଲାର୍ ବାବା କଇଲା, " ସାନ୍ବେଲେଅନି " ବଲି । ଆରି ସେ କଇଲା, "ସେ କାରାପ୍ ଆତ୍ମା ପିଲାକେ ମରାଇବାକେ ବେସିତର୍ ପାନିଟାନେ ଆରି ଜଇଟାନେ ମଡିକରି ଅଦ୍ରାଇ ଆଚେ । ମାତର୍ ତୁଇ ଜଦି କାଇଟା କର୍ବାକେ ପାରୁସ୍ ବଇଲେ ଆମର୍ ପାଇ ଦୟାକରି ସାଇଜ କର୍ ।"
ଜିସୁ ତାକେ କଇଲା, "କାଇକେ ଜଦି ପାରୁସ୍ ବଇଲେ ନିମାନ୍ କର୍ ବଲିକରି କଇଲୁସ୍ନି ? କାଇକେବଇଲେ ପର୍ମେସର୍କେ ବିସ୍ବାସ୍ କର୍ବା ଲକ୍ମନର୍ ତେଇ ସବୁ ଅଇସି ।"
ସେ ଦାପ୍ରେ ପିଲାର୍ ବାବା ଆଉଲିଅଇକରି, "ମୁଇ ବିସ୍ବାସ୍ କଲିନି, ଆରି ଅଦିକ୍ ବିସ୍ବାସ୍ କର୍ବାକେ ମକେ ସାଇଜ କର୍ ।" ବଲିକରି କଇଲା ।
ଏ ଗଟ୍ନାର୍ କାମ୍ ଦେକ୍ବାକେ ଲକ୍ମନ୍ ଏକାତରେ ପାଲାଇଆଇବାଟା ଜିସୁ ଦେକିକରି ସେ କାରାପ୍ ଆତ୍ମାକେ ଦମ୍କାଇକରି କଇଲା, "ଏ କରାପ୍ ଆତ୍ମା, ତୁଇ ଏ ପିଲାକେ ଗୁଲା ଆରି ବଇରା କରାଇଆଚୁସ୍ । ଏ ପିଲାର୍ ଗାଗ୍ଡେଅନି ବାରଇ ଉଟିଜା ଆରି କେବେ ମିସା ତାର୍ ଗାଗ୍ଡେ ନ ପୁର୍, ବଲି ମୁଇ ତକେ ଆଦେସ୍ ଦେଲିନି ।"
ଆରି କାରାପ୍ ଆତ୍ମା ବେସି ଆଉଲିଅଇକରି ପିଲାକେ ମଡିକରି ଅଦ୍ରାଇ, ତାର୍ଟାନେଅନି ବାରଇଗାଲା । ଆରି ପିଲା ମରିଗାଲା ଲକର୍ ପାରା ଡିସ୍ଲା, ଏନ୍ତିକି କେତେକ୍ ଲକ୍ମନ୍ "ସେ ମରିଗାଲା ।" ବଲିକରି କଇଲାଇ । ମାତର୍ ଜିସୁ ସେ ପିଲାକେ ଆତେଦାରି ଉଟାଇକରି ତାକେ ଟିଆ କରାଇଲାକେ ସେ ଟିଆଅଇଲା ।
ଜିସୁ କେତେ କେତେ ଲକ୍ମନ୍କେ ନିମାନ୍ କଲା
ପଚେ ଜିସୁ ଜିଉଦିମନର୍ ପାର୍ତନା ଗରେଅନି ଉଟି ସିମନର୍ ଗରେ ଗାଲା । ସିମନର୍ ସାତ୍ରିକେ ବେସି ଜର୍ ଅଇରଇଲାଜେ ସେମନ୍ ତାର୍ ବିସଇ ନେଇ ଜିସୁକେ କଇଲାଇ । ତେଇ ସେ ସିମନର୍ ସାତ୍ରିର୍ ଲଗେ ଟିଆଅଇ ଜର୍କେ ଦମ୍କାଇଲା ଆରି ତାକେ ଜର୍ ଚାଡିଗାଲା । ସେଦାପ୍ରେ ସେ ଉଟିକରି ସେମନ୍କେ ସେବା କର୍ବାର୍ ଦାର୍ଲା ।
ଜିସୁ ଡଙ୍ଗାଇଅନି ଉତର୍ଲା ଦାପ୍ରେ, ସେ ନଅରର୍ ଗଟେକ୍ ଡୁମାଦାର୍ଲା ଲକ୍ ତାକେ ବେଟ୍ଅଇଲା । ସେ ବେସି ଦିନେଅନି କାଇଟା ନ ପିନ୍ଦିକରି ଗରେ ନ ରଇ, ମସ୍ନେ ରଇତେ ରଇଲା । ସେ ଜିସୁକେ ଦେକି କିର୍କିରି ତାର୍ ପାଦେ ଅଦ୍ରି, ଆଉଲିଅଇ କଇଲା, "ଏ ବେସି ବପୁର୍ସଙ୍ଗ୍ ରଇବା ପର୍ମେସରର୍ ପଅ ଜିସୁ, ମର୍ ଲଗେ ତମର୍ କାଇ କାମ୍ ଆଚେ ? ମୁଇ ତମ୍କେ ବାବୁଜିଆ କରି କଇଲିନି, ମକେ କସ୍ଟ ନ ଦିଆ ।" କାଇକେ ବଇଲେ ଜିସୁ ଡୁମାକେ ସେ ମୁନୁସର୍ ଟାନେଅନି ବାରଇଜାଅ ବଲି ଆଦେସ୍ ଦେଇରଇଲା । ସେ ଡୁମା ସେଲକ୍କେ ଦାରିଲାଗିରଇଲା, ଆରି ଲକ୍ମନ୍ ତାକେ ସିକିଲି ସଙ୍ଗ୍ ବାନ୍ଦି ଜାଗ୍ତେ ରଇଲାଇ । ମାତର୍ ସେ ବାନ୍ଦ୍ଲାଟା ସବୁ ଚିଡାଇ ପାକାଇତେରଇଲା ଆରି ଡୁମା ତାକେ କିନରା ଜାଗାମନ୍କେ ଦାରିଜାଇତେରଇଲା ।
ଜିସୁ ତାକେ ପାଚାର୍ଲା, "ତର୍ ନାଉଁ କାଇ ନାଉଁ ?" ସେ କଇଲା, ବାଇନି, କାଇକେ ବଇଲେ ତାକେ ଗାଦା ଡୁମାମନ୍ ଦାରି ରଇଲାଇ । ଆରି ଜିସୁ ଜେନ୍ତିକି ସେମନ୍କେ ପାତାଲେ ଜିବାକେ ଆଦେସ୍ ନ ଦେଏ, ଏଟାର୍ ପାଇ ସେମନ୍ ତାକେ ବାବୁଜିଆ କର୍ବାର୍ ଦାର୍ଲାଇ ।
ତେଇ କୁପ୍ଲି ଲଗେ ଗଟେକ୍ ମାନ୍ଦା ଗୁସ୍ରି ରାସି ଚାର୍ତେ ରଇଲାଇ । ଆରି ସେ ଜେନ୍ତାରି ସେମନ୍କେ ସେ ଗୁସ୍ରି ମାନ୍ଦାର୍ ମଜାଇ ପୁର୍ବାକେ ଆଦେସ୍ ଦେଇସି, ଏଟାର୍ ପାଇ ସେମନ୍ ଜିସୁକେ ବାବୁଜିଆ କଲାଇ । ଜିସୁ ସେମନ୍କେ ଆଦେସ୍ ଦେଲା ଦାପ୍ରେ ଡୁମାମନ୍ ସେ ମୁନୁସର୍ଟାନେଅନି ବାରଇ ଗୁସ୍ରି ରାସିର୍ ମଜାଇ ପୁର୍ଲାଇ । ପୁର୍ଲାକେ ଗୁସ୍ରି ମାନ୍ଦା ଜବର୍ ପାଲାଇକରି ଗଡ୍ଗଡାବାଟେ ଜାଇ ଗାଡେ ଅଦ୍ରି ମରିଗାଲାଇ ।
ଗୁସ୍ରି ଚାରାଇତେ ରଇଲା ଲକ୍ମନ୍ ସେ ଗଟ୍ନା ଦେକି ପାଲାଇକରି ନଅରେ ଆରି ଗାଉଁମନ୍କେ ଜାଇ ସେ କାତା ଜାନାଇଲାଇ । ତେଇ ଲକ୍ମନ୍ ସେ ଗଟ୍ନା ଦେକ୍ବାକେ ବାରଇ ଆଇଲାଇ ଆରି, ସେମନ୍ ଜିସୁର୍ ଲଗେ ଆସି ଜନ୍ ମୁନୁସର୍ ଟାନେଅନି ଡୁମାମନ୍ ବାରଇଲାଇ, ସେ ଲକ୍ ଲୁଗା ପିନ୍ଦି ନିକ ମନର୍ ସଙ୍ଗ୍ ଜିସୁର୍ ପାଦ୍ ତଲେ ବସି ରଇବାଟା ଦେକି ଡରିଗାଲାଇ ।
ମାତର୍ ମୁଇ ତମ୍କେ ସତ୍ କଇଲିନି, ପର୍ମେସରର୍ ରାଇଜ୍ ନ ଦେକ୍ବାଜାକ ଇତି ଟିଆଅଇରଇବା ଲକ୍ମନର୍ ବିତ୍ରେଅନି କେତେଲକ୍, ପର୍ମେସରର୍ ରାଇଜ୍ ଦେକ୍ବାଇ ।"
ଜିସୁ ବିନ୍ ରକାମ୍ ଡିସ୍ଲା
ଜିସୁ ଏ ସବୁ କଇ ପାକାପାକି ଆଟ୍ଦିନ୍ ଗାଲାପଚେ, ଜଅନ୍, ପିତର୍ ଆରି ଜାକୁବର୍ ସଙ୍ଗ୍ ପାର୍ତନା କର୍ବାକେ ପର୍ବତ୍ ଉପ୍ରେ ଗାଲା । ଆରି, ସେ ପାର୍ତନା କର୍ବାବେଲେ ତାର୍ ମୁ ବିନ୍ ଅଇଗାଲା ଆରି ସେ ପିନ୍ଦ୍ଲା ଲୁଗା ଦବ୍ ଅଇ ବିଜ୍ଲିପାରା ଜିକ୍ମିକିଗାଲା । ଆରି ଏଦେ ଦେକା ! ସେଦାପ୍ରେ ମସା ଆରି ଏଲିୟ ତାର୍ସଙ୍ଗ୍ କାତାବାର୍ତା ଅଇବାର୍ ଦାର୍ଲାଇ । ସେମନ୍ ସରଗର୍ ମଇମାସଙ୍ଗ୍ ଡିସ୍ତେ ରଇଲାଇ । ସେ କେନ୍ତି ଜିରୁସାଲାମେ ଦୁକ୍ କସ୍ଟ ପାଇ ମରିକରି ପର୍ମେସରର୍ ଜଜ୍ନା ସିଦ୍ କର୍ବାର୍ ଆଚେ ବଲି ସେମନ୍ ଜିସୁର୍ସଙ୍ଗ୍ କାତା ଅଇଲାଇ ।
ସେଡ୍କିବେଲେ ପିତର୍ ଆରି ତାର୍ ସଙ୍ଗର୍ ଲକ୍ମନ୍ ଟାଟିଅଇତେ ସଇଦେଇରଇଲାଇ, ମାତର୍ ସେମନ୍ ଚେତାଅଇ ଜାଗ୍ରତ୍ ଅଇବାକେ, ଜିସୁର୍ ମଇମା ଆରି ତାର୍ସଙ୍ଗ୍ ଦୁଇଲକ୍ ଟିଆଅଇରଇବାଟା ଦେକ୍ଲାଇ । ମସା ଆରି ଏଲିୟ ବାରଇ ଜିବା ବେଲେ ପିତର୍ ଜିସୁକେ କଇବାର୍ ଦାର୍ଲା, "ଏ ଗୁରୁ, ଆମେ ତା ଏ ଜାଗାଇ ଆଚୁ, ଏଟା ନିକ ଜାଗା, ଇତି ତିନ୍ଟା କୁଡିଆ ତିଆର୍ କରୁ । ତମର୍ପାଇ ଗଟେକ୍, ମସାର୍ପାଇ ଗଟେକ୍ ଆରି ଏଲିୟର୍ପାଇ ଗଟେକ୍ ।" ମାତର୍ ସେ କାଇଟା କଇଲାନି, ସେଟା ସେ ଜାନିନାପାର୍ଲା ।
ଆରି ଦେକା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଆଉଲିଅଇ କଇଲା, "ଏ ଗୁରୁ ମୁଇ ତମ୍କେ ବାବୁଜିଆ କଲିନି, ମର୍ ପିଲାକେ ଅଲପ୍ ଦେକି ଦୟାକରା, କାଇକେବଇଲେ ସେ ମର୍ ଗଟେକ୍ ବଲି ପଅ । ଦେକା, ତାକେ ଗଟେକ୍ ଡୁମା ଦାର୍ସି, ଆରି ସେ ଅଟାତ୍ କିର୍କିରି ଉଟ୍ସି, ତାକେ ସେ ଏନ୍ତି ମଡିପାକାଇସିଜେ, ତାର୍ ମୁଏଅନି ପେପୁଲ୍ ବାରଇଜାଇସି, ଆରି ସେ ତାକେ କଣ୍ଡିଆବଣ୍ଡିଆ କରି ତାର୍ଟାନେଅନି କସ୍ଟେ ବାରଇଜାଇସି । ତାକେ ଡୁମା ଚାଡାଇବାକେ ବଲି ମୁଇ ତମର୍ ସିସ୍ମନର୍ ଲଗେ ଆନି ଗୁଆରି କରିରଇଲି, ମାତର୍ ସେମନ୍ ନାପାର୍ଲାଇ ।"
ଜିସୁ କଇଲା, "ଏରେ କରାପ୍ବାଟେ ଜାଇ ବିସ୍ବାସ୍ ନ କଲା ଲକ୍ମନ୍, କେତେ କାଲ୍ ଆରି ମୁଇ ତମର୍ସଙ୍ଗ୍ ମୁର୍ଚି ରଇବି, ପିଲାକେ ଇତି ଦାରିଆସା ।"
ପିଲା ଆଇବାବେଲେ କାର୍ ଆତ୍ମା ତାକେ ବୁଏଁ ଆପ୍ଟିଦେଇ ମଡିପାକାଇଲା, ସେ ଆତ୍ମାକେ ଜିସୁ ଦମ୍କାଇଲା ଆରି ପିଲାକେ ନିକକରି ତାର୍ ବାବାକେ ସର୍ପିଦେଲା । ତେଇ କେବେ ଦେକି ନ ରଇବା ପର୍ମେସରର୍ ବପୁ ଦେକି ସବୁଲକ୍ କାବା ଅଇଗାଲାଇ ।
ଜିସୁ ଆରି ବାଆଲ୍ଜିବୁଲ୍
ତରେକ୍ ଜିସୁ ଗଟେକ୍ ଲକର୍ତେଇଅନି ଡୁମା ଚାଡାଇତେରଇଲା । ସେ ଡୁମା ଗୁଲାଟା । ଡୁମା ବାରଇଗାଲା ପଚେ ଗୁଲା ଲକ୍ କାତା କଇଲା । କାତାକଇଲାକେ ତେଇ ରଇବା ଲକ୍ମନ୍ କାବାଅଇଗାଲାଇ ।
ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍, ବଡ୍ ପୁଜାରିର୍ ଗତିଦାଙ୍ଗ୍ଡାର୍ ଉଜା କାନ୍ ଚିଡ୍ତେ କାଟିପାକାଇଲା ।
ଏଟା ଦେକି ଜିସୁ କଇଲା, "ନିଚୁ" । ସେ ଚିଡ୍ଲା କାନ୍ ଚିଇକରି ନିକ କଲା ।
ଜଅନର୍ ସିସ୍ମନ୍ ବାଉଡିଗାଲାପଚେ ଜିସୁ ଲକ୍ମନ୍କେ ଜଅନର୍ ବିସଇ କଇବାର୍ଦାର୍ଲା, "କାଇଟା ଦେକ୍ବାକେ ତମେ ମରୁବାଲି ବୁଏଁ ବାରଇ ଜାଇରଇଲାସ୍ ? କାଇ ପବନେ ଜୁଲ୍ତେରଇବା ବାଉଁସ୍ ନାଲା ? ସେଟା ନଇଲେ ତମେ କାଇଟା ଦେକ୍ବାକେ ବାରଇଜାଇ ରଇଲାସ୍ ? କାଇ ଜବର୍ ଡାବୁଦେଇ ବସ୍ତର୍ ଗେନି ପିନ୍ଦିରଇବା ଗଟେକ୍ ଲକ୍କେ ଦେକ୍ବାକେ ? ଦେକା, ଜନ୍ ଲକ୍ମନ୍ ଜେ କି ସୁନ୍ଦର୍ ବସ୍ତର୍ ପିନ୍ଦିକରି, ସୁକର୍ ସଙ୍ଗ୍ ଦିନ୍ ବିତାଇବାଇ, ସେମନ୍ ତା ରାଜାର୍ ନଅରେ ରଇବାଇ । ସେନ୍ତାର୍ ନଇଲେ କାଇକେ ବାରଇ ଜାଇରଇଲାସ୍ ? କାଇ ଗଟେକ୍ ବବିସତ୍ବକ୍ତାକେ ଦେକ୍ବାକେ ? ମୁଇ ତମ୍କେ ସତ୍ କଇଲିନି, ଜଅନ୍ ବବିସତ୍ବକ୍ତାମନର୍ ତେଇଅନି ମିସା ଅଦିକାର୍ ରଇବା ଲକ୍ ।" ଜାର୍ ବିସଇ ନେଇକରି ଦରମ୍ ସାସ୍ତରେ ଲେକା ଅଇଲା ଆଚେ । ପର୍ମେସର୍ କଇଲା, "ଆମେ ନିଜର୍ ଦୁତ୍କେ ତମର୍ ଆଗେ ପାଟାଇଲୁନି, ସେ ତମର୍ ମୁଆଟେ ତମର୍ପାଇ ବାଟ୍ ତିଆର୍ କର୍ସି, ଏ ସେ ଲକ୍ । ମୁଇ ତମ୍କେ ସତ୍ କଇଲିନି, ମାଇଜିମନର୍ ଟାନେଅନି ଜାତ୍ କରିରଇବା ସବୁର୍ ବିତ୍ରେ, ଜଅନର୍ ଟାନେଅନି ଆରି ମୁକିଅ କେ ମିସା ନାଇ, ଏଲେମିସା ପର୍ମେସରର୍ ରାଇଜେ ଜେ ସାନ୍, ସେ ଜଅନର୍ ଟାନେଅନି ବଡ୍ ।"
ଜନ୍ଲକ୍ମନ୍ ଏ ସବୁ କାତା ସୁନ୍ତେରଇଲାଇ, ସେମନ୍, ଜେନ୍ତାରିକି ସିସ୍ତୁମାଙ୍ଗୁମନ୍ ମିସା ପର୍ମେସରର୍ ଦାବିକଲାଟା ମାନି ଜଅନର୍ ଟାନେ ଡୁବନ୍ ନେଇରଇଲାଇ । ମାତର୍ ପାରୁସିମନ୍ ଆରି ନିଅମ୍ ସିକାଉମନ୍ ତାକର୍ ଜିବନର୍ପାଇ ପର୍ମେସର୍ କରିରଇବା ଜଜ୍ନା ମାନତ୍ନାଇ, ଆରି ଜଅନର୍ଟାନେ ଡୁବନ୍ ନେଅତ୍ନାଇ ।