Milagres
Os milagres manifestam o poder soberano de Deus. Desde a criação até os sinais de Jesus e dos apóstolos, Deus intervém sobrenaturalmente na história para revelar sua glória e amor.
O Deus dos milagres
Para Deus nada é impossível. Ele abriu o mar, fez cair fogo do céu e ressuscitou mortos. Seu poder não tem limites.
ଜିସୁ ସେମନର୍ ବାଟେ ଦିରେକରି ଦେକି କଇଲା, "ମୁନୁସ୍ମନର୍ଟାନେ ଏଟା ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।"
ଜିସୁ ସେମନର୍ ବାଟେ ଦିରେକରି ଦେକି କଇଲା, "ମୁନୁସ୍ମନର୍ଟାନେ ଏଟା ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।"
କାଇକେବଇଲେ ପର୍ମେସରର୍ଟାନେ କାଇଟା ମିସା ନ ଅଇବା କାମ୍ ନାଇ, ବଲି କଇଲା ।
ସେଡ୍କିବେଲେ ମସା ସମ୍ଦୁର୍ ଉପ୍ରେ ନିଜର୍ ଆତ୍ ଚିଇଲାକେ, ସବୁବେଲର୍ ମାପ୍ରୁର୍ ନାଅ ଦାରି ଡାଙ୍ଗ୍ ପାନି ତେଇ ଚିଆଇଲାକେ, ରାତି ସାରା ପୁରୁବ୍ ଦିଗେ ଅନି ପବନ୍ ଆସି ପାନିକେ ଦୁଇ ବାଗ୍ କରି ସୁକାଇ ଦେଲା । ତାର୍ପଚେ ଇସ୍ରାଏଲର୍ ଲକ୍ ସମ୍ଦୁର୍ ଦୁଇ ବାଗ୍ ଅଇଲା ସୁକ୍ଲା ମାଟି ତେଇ ଇଣ୍ଡ୍ଲାଇ ଆରି ତାକର୍ ଉଜାବାଟେ ଆରି ଡେବ୍ରି ବାଟେ କୁଡ୍ ପାରା ପାନି ଟେକି ଅଇ ରଇଲା।
Milagres pela fé
Se tiverdes fé como um grão de mostarda, movereis montanhas. A fé é a chave que acessa o poder miraculoso de Deus.
ଜିସୁ ସେମନ୍କେ କଇଲା, "ତମର୍ ବିସ୍ବାସ୍ ବେସି ଦୁର୍ବଲ୍ । ମୁଇ ତମ୍କେ ସତ୍ କଇଲିନି, ଜଦି ଗଟେକ୍ ସର୍ସୁ ମୁଞ୍ଜି ଏତ୍କି ତମର୍ ବିସ୍ବାସ୍ ରଇଲେ, ଏ ଡଙ୍ଗର୍, ଇତିଅନି ତେଇ ଗୁଚି ଜିବାକେ କଇଲେ, ସେଟା ଗୁଚି ଜାଇସି । ବିସ୍ବାସର୍ ଲାଗି ତମେ ସବୁ ବିସଇ କରିପାରାସ୍ ।"
ଜିସୁ କଇଲା, "ମୁଇ ତମ୍କେ ସତ୍ କଇଲିନି, ତମର୍ ମନେ ଅଇସି କି ନ ଅଏ ବଲି ଅଲପ୍ ମିସା ନ ବାବିକରି ଜଦି ପୁରାପୁରୁନ୍ ବିସ୍ବାସ୍ କର୍ସା ବଇଲେ ମୁଇ ଏ ଡୁମ୍ରି ଗଚ୍କେ ଜେନ୍ତି କରିଆଚି, ତମେ ମିସା ସେନ୍ତି କରିପାରାସ୍ । ସେତ୍କି ଆକା ନଏଁ, ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ବଲି କଇଲେ ମିସା ସେଟା ଅଇସି ।
ଜିସୁ ତାକେ କଇଲା, "କାଇକେ ଜଦି ପାରୁସ୍ ବଇଲେ ନିମାନ୍ କର୍ ବଲିକରି କଇଲୁସ୍ନି ? କାଇକେବଇଲେ ପର୍ମେସର୍କେ ବିସ୍ବାସ୍ କର୍ବା ଲକ୍ମନର୍ ତେଇ ସବୁ ଅଇସି ।"
ଜିସୁ ସେମନ୍କେ ଦେକିକରି କଇଲା, "ଏ ବିସଇ ଲକ୍ମନର୍ ଟାନେ ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।"
ଜିସୁ କଇଲା, "ପର୍ମେସରର୍ ଟାନେ ନାପାର୍ଲା ବିସଇ କାଇଟା ନାଇ ।"
କାଇକେବଇଲେ ସେମନ୍ ଜିସୁକେ ବିସ୍ବାସ୍ କରତ୍ ନାଇଜେ ସେ ତେଇ ଆରି ଅଦିକ୍ କାବା ଅଇଜିବା କାମ୍ମନ୍ କରେ ନାଇ ।
Sinais e prodígios
Os apóstolos realizaram sinais e maravilhas em nome de Jesus. Os dons do Espírito incluem a operação de milagres e a fé sobrenatural.
ପିତର୍ କଇଲା, "ଏ ଇସ୍ରାଏଲ୍ ଦେସର୍ ଲକ୍ମନ୍ ତମେ ମୁଇ କଇବା କାତା ସୁନା । ପରମେସର୍ସେ ବାଚି ପାଟାଇଲା ଲକ୍, ନାଜରିତ୍ ଗଡର୍ ଜିସୁ ବଲିକରି ସେ ତମର୍ ଲଗେ ରଇଲା ବେଲେ, ଦେକାଇଦେଲା । ସେଟା କେନ୍ତାର୍ ବଇଲେ, ପରମେସର୍ ତାର୍ତେଇଅନି କାବା ଅଇଜିବା କାମ୍ କଲାଆଚେ । ଏଟା ସତ୍ ବଲି ତମେ ଜାନିଆଚାସ୍ ।
ସେମନ୍ ପାର୍ତନା କରିସାରାଇଲା ପଚେ ଜନ୍ ଜାଗାଇ ରୁଣ୍ଡିରଇଲାଇ, ସେଟା ଚୁଲ୍ବୁଲିଗାଲା । ସେମନ୍ ସବୁ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇଲା । ଆରି ନ ଡର୍ତେ ପର୍ମେସରର୍ କାତା ଜାନାଇବାର୍ ଦାର୍ଲାଇ ।
ପର୍ମେସର୍ ପାଉଲର୍ତେଇଅନି ବେସି ବଡ୍ ବଡ୍ କାବାଅଇଜିବା କାମ୍ମନ୍ କଲା । ଏନ୍ତି କି ପାଉଲ୍ ପୁଚିଅଇବା ଉର୍ମାଲ୍ ଆରି ବସ୍ତର୍ ରଗିମନର୍ ଲଗେ ନେଲେ, ସେମନ୍ ନିମାନ୍ ଅଇତେ ରଇଲାଇ । ସେମନର୍ ଗାଗ୍ଡେଅନି କାରାପ୍ ଆତ୍ମାମନ୍ ସବୁ ବାରଇଜାଇତେ ରଇଲାଇ ।
ଜେଡେବେଲେ ମୁଇ ତମର୍ଟାନେ ରଇଲି, ସେ ବେଲେ ମୁଇ ମୁର୍ଚିକରି ରଇବା କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ ତମେ ଦେକିରଇଲାସ୍ । ସେଟା ଦେକି ମୁଇ ଗଟେକ୍ ପେରିତ୍ ବଲି ତମେ ଜାନ୍ଲାସ୍ ।
କିରିସ୍ଟର୍ ଏ ଗାଗ୍ଡେ ପର୍ମେସର୍ ବିନ୍ ବିନ୍ ଲକ୍ମନ୍କେ ବିନ୍ ବିନ୍ କାମ୍ ଦେଲାଆଚେ । ପର୍ତୁମ୍ ପେରିତ୍ ଇସାବେ ବାଚ୍ଲା ଲକ୍, ତାର୍ ପଚେ ବବିସତ୍ କାତା କଇବା ଲକ୍ମନ୍କେ, ସିକାଉମନ୍କେ, କାବାଅଇଜିବା କାମ୍ କର୍ବା ଲକ୍କେ, ନିକ କର୍ବା ଲକ୍ମନ୍କେ, ସାଇଜ କର୍ବା ଲକ୍ମନ୍କେ, ନେତା ଇସାବେ ଦାଇତ୍ ନେବାକେ, ଆରି ନାଜାନ୍ଲା ବାସାଇ କାତା କଇବା ଲକ୍ମନ୍କେ ବାଚ୍ଲା ଆଚେ ।
ସୁକଲ୍ ଆତ୍ମା କାକେ କାକେ ବୁଦିର୍ ବାକିଅ କଇବାକେ ଦେଇସି, ଆରି କାକେ କାକେ ଗିଆନର୍ ବାକିଅ ଦେଇସି । ସେ ଗଟେକ୍ ସୁକଲ୍ ଆତ୍ମାସେ କାକେ କାକେ ବିସ୍ବାସ୍ ଦେଇସି ଆରି କାକେ କାକେ ନିକ ଅଇବା ବପୁର୍ ଦାନ୍ ଦେଇସି । କାକେ କାକେ କାବାଅଇଜିବା କାମ୍ କରିପାର୍ବା ବପୁ, କାକେ କାକେ ପର୍ମେସର୍ ଜାନାଇଲା କାତା କଇବା ବପୁ, କେତେ ଲକ୍କେ ଆତ୍ମା ଦେଇରଇବା ଦାନ୍ ଚିନ୍ବା ବପୁ, ଆରି କେତେକ୍ ଲକ୍କେ ସେ ନାଜାନି ରଇବା ବିନ୍ ବିନ୍ ବାସାଇ କାତା କଇବା ବପୁ, ଆରି କେତେକ୍ ଲକ୍କେ ସେ ବାସାର୍ ଅରତ୍ ବୁଜାଇବା ବପୁ ଦେଇରଇସି ।
ମାତର୍ ଜିସୁ କଇଲା, "ତାକେ ଏନ୍ତି ନ କର୍ ବଲି ତେବାଆ ନାଇ କାଇକେବଇଲେ, ମର୍ ନାଉଁର୍ ବପୁ ପାଇକରି କାବା ଅଇଜିବା କାମ୍ମନ୍ କରିପାର୍ବା ଲକ୍, ମର୍ ବିରୁଦେ କାରାପ୍ କାତା ନ କଏ । କାଇକେବଇଲେ ଜେ ଆମ୍କେ ବିରଦ୍ ନ କରେ, ସେ ଆମର୍ ନିଜର୍ ଲକ୍ ।
Milagres de cura e provisão
A oração da fé salvará o enfermo. Deus provê, cura e intervém quando clamamos a Ele com fé genuína.
ବିସ୍ବାସ୍ ସଙ୍ଗ୍ ସରପ୍ଲା ପାର୍ତନା ଜରର୍ ଲକ୍କେ ନିମାନ୍ କରି ଉଟାଇସି । ଜଦିସେ ପାପ୍କରି ରଇସି ବଇଲେ ମାପ୍ରୁ ତାକେ କେମା କର୍ସି । ନିଜର୍ ନିଜର୍ ଲଗେ ପାପ୍ କଲାଟା ଜାନାଆ ଆରି ନିଜର୍ ନିଜର୍ ପାଇ ପାର୍ତନା କରା । ସେନ୍ତାର୍ କଲେ, ତମେ ନିକ ଅଇସା । ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
ଏଲିଅର୍ ବିସଇ ବାବିଦେକା, ସେ ମିସା ଆମର୍ ପାରାସେ ରଇଲା । ପୁର୍ବେ ଇସ୍ରାଏଲ୍ ଦେସେ ପାନି ନ ମାର ବଲି ସେ ମନ୍ଦିଆନ୍ ଦେଇ ପାର୍ତନା କର୍ତେରଇଲା । ସେଟାର୍ପାଇଁ ସେ ଦେସେ ତିନ୍ ବରସ୍ ଚ ମାସ୍ ଜାକ ପାନି ମାରେ ନାଇ । ଆରି ତରେକ୍ ପାନି ମାର ବଲି ପାର୍ତନା କଲାକେ ବାଦ୍ଲେଅନି ପାନି ମାର୍ଲା । ତେବର୍ପାଇ ଜମିଟାନେ ତାସ୍ ଅଇଲା ।
ଆରି, ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି, ସରଗ୍ବାଟେ ମୁ କରି ଦନିଅବାଦ୍ ଦେଲା ଆରି ବାଙ୍ଗାଇକରି ସିସ୍ମନ୍କେ ବାଟାକଲା । ତେଇ ସବୁଲକ୍ ପେଟ୍ ପୁର୍ତେ କାଇଲାଇ ଆରି ସାନ୍ତି ଅଇଲାଇ । ପଚେ ସିସ୍ମନ୍ ତେଇ ଅଗ୍ଲି ରଇବା ବାଙ୍ଗାଇଲାଟାମନ୍ ବାର ଡାଲା ଉବ୍ରାଇଲାଇ ।
ତରେକ୍ ଜିସୁ ବିସ୍ରାମ୍ବାରେ ଗଟେକ୍ ପାର୍ତନା ଗରେ ସିକିଆ ଦେଇତେରଇଲା । ତେଇ ଗଟେକ୍ ମାଇଜି ରଇଲା । ତାକେ ଡୁମା ଦାରି ଅଟ୍ର ବରସ୍ ଜାକ କୁବ୍ଡି ଅଇରଇଲା । ସେ ବିଲ୍କୁଲ୍ ସିଦା ଅଇ ଇଣ୍ଡି ନାପାର୍ତେ ରଇଲା । ଜିସୁ ତାକେ ଦେକି ଲଗେ ଡାକି କଇଲା, "ଏ ନିନି ତକେ ମୁଇ, ଏ କୁବ୍ଡି ରଗେଅନି ନିକ କଲିନି ।" ଜିସୁ ସେ ମାଇଜିର୍ ଉପ୍ରେ ଆତ୍ ସଙ୍ଗଇଲା । ସେ ମାଇଜି ସେ ଦାପ୍ରେସେ ସଲକ୍ ଅଇ ପର୍ମେସର୍କେ ମଇମା କର୍ବାର୍ ଲାଗ୍ଲା । ଜିସୁ ବିସ୍ରାମ୍ଦିନେ ସେ ମାଇଜିକେ ନିକ କଲାଟା ଦେକି ଜିଉଦିମନର୍ ପାର୍ତନା ଗରର୍ ମୁକିଆ ବେସି ରିସା ଅଇଗାଲାଇ । କାଇକେ ବଇଲେ ଲକ୍ମନ୍କେ ନିକ କର୍ବାଟା ଗଟେକ୍ କାମ୍ ବଲି ଜିଉଦି ଲକ୍ମନ୍ ବାବ୍ତେ ରଇଲାଇ । ସେଟାର୍ ପାଇ ପାର୍ତନା ଗରର୍ ମୁକିଅ କଇଲା, "ଗଟେକ୍ ଆଟେ କାମ୍ କର୍ବାକେ ଚଅ ଦିନ୍ ଆଚେ, ସେ ଦିନ୍ ମନ୍କେ ତମେ ନିକ ଅଇବାକେ ଆସା । ମାତର୍ ବିସ୍ରାମ୍ବାରେ ନିକ ଅଇବାକେ କେବେ ମିସା ଆସାନାଇ ।"
ମାତର୍ ଜିସୁ ତାକେ ଆରି ତେଇ ରଇଲା ଲକ୍ମନ୍କେ କଇଲା, "ଏ କୁଟିଆଲ୍ମନ୍ ! ତମେ ତମର୍ ଗରୁମନ୍କେ ମେଲି ପାନି କୁଆଇବାକେ ନିଆସ୍ ନାଇ କି ? ସେଟା ମିସା ଗଟେକ୍ କାମ୍ସେ ।"
"ମୁଇ ତାକେ ନିକ କଲି ଆଚି । ଏ ମାଇଜି ଅବ୍ରାଆମର୍ କୁଟୁମର୍ ଲକ୍ । ସଇତାନ୍ ତାକେ ଅଟ୍ର ବରସ୍ ଜାକ ଦାରି ରଇଲା । ସେ ମାଇଜି ବିସ୍ରାମ୍ ବାରେ ନିକ ଅଇବାଟା ଟିକ୍ ନଏଁ କି ?" ଜିସୁ କଇଲା କାତା ସୁନି ତାର୍ ବିରଦି ଲକ୍ମନ୍ ଲାଜ୍ ଅଇଲାଇ । ମାତର୍ ବିନ୍ ଲକ୍ମନ୍ ସେ କର୍ବା ସବୁ କାବାଅଇଜିବା କାମ୍ ଦେକି ସାର୍ଦା ଅଇଗାଲାଇ ।
ଏଟା ଜିସୁ ପର୍ତୁମ୍ କଲା କାବାଅଇଜିବା କାମ୍ । ସେଟା ଗାଲିଲି ଦେସର୍ କାନା ନଅରେ କରିରଇଲା । ଏନ୍ତି କରି ତାର୍ ମଇମା ଦେକାଇଲା ଆରି ତାର୍ ସିସ୍ମନ୍ ତାକେ ବିସ୍ବାସ୍ କଲାଇ ।
ଜିସୁ କଲା ଏ କାବାଅଇଜିବା କାମ୍ ଦେକିକରି ତେଇ ରଇଲା ଲକ୍ମନ୍ କଇଲାଇ "ଏ ଦୁନିଆଇ ପର୍ମେସରର୍ ଜନ୍ ବବିସତ୍ବକ୍ତା ଆଇବାର୍ ରଇଲା, ସତଇସେ ଏ ଆକା ।"
ଜିସୁ ତାକେ କଇଲା, "ତୁଇ ମକେ ଦେକିକରି ବିସ୍ବାସ୍ କଲୁସ୍ନି କି ? ମାତର୍ ଜନ୍ ଲକ୍ମନ୍ ମକେ ନ ଦେକିକରି ମିସା ବିସ୍ବାସ୍ କଲାଇନି, ସେମନ୍ କେତେ ସାର୍ଦା ପାଇବାଇ ! "
ଜିସୁ ସିସ୍ମନର୍ ସଙ୍ଗ୍ ରଇଲାବେଲେ କେତେକ୍ କେତେକ୍ କାବାଅଇଜିବା କାମ୍ମନ୍ କରିରଇଲା । ସେଟା ସବୁ ଏ ବଇତେଇ ଲେକା ଅଏନାଇ । ମାତର୍ ଏତ୍କିସେ ଲେକାଅଇଲା, "ତମେ ଜେନ୍ତିକି ବିସ୍ବାସ୍ କର୍ସା ଜେ, ଜିସୁସେ ପର୍ମେସରର୍ ପଅ, ଜେକି ମସିଅ, ଆରି ତାକେ ବିସ୍ବାସ୍ କଲେସେ ତମେ ଜିବନ୍ ପାଇସା ।"
ତାର୍ ପଚେ ସେ ବିନ୍ ସିସ୍ ଜେକି ଆଗ୍ତୁ କେଟି ରଇଲା ସେ ପାଆର୍ ବିତ୍ରେ ଜାଇକରି ସେଟା ସବୁ ଦେକିକରି ବିସ୍ବାସ୍ କଲା । ସେ ସିସ୍ମନ୍ ସେ ବେଲା ଜାକ ପର୍ମେସରର୍ ବଇତେଇ ଲେକା ଅଇଲା ଇସାବେ, ଜିସୁ ମଲାଟାନେଅନି ଆରି ତରେକ୍ ଜିବନ୍ ଅଇ ଉଟ୍ସି ବଲି ବୁଜି ନ ରଇଲାଇ ।
Discernimento nos sinais
A Bíblia alerta contra falsos milagres e sinais enganosos. Devemos provar os espíritos e não seguir sinais que desviam de Deus.
ତାର୍ପଚେ ତିନ୍ଟା ବେଙ୍ଗ୍ପାରା ଡିସ୍ବା ଅସୁକଲ୍ ଆତ୍ମାମନ୍କେ ମୁଇ ଦେକ୍ଲି । ସେମନ୍ ଅସୁର୍ସାଁପର୍ ଟଣ୍ଡେଅନି, ପସୁର୍ ଟଣ୍ଡେଅନି ଆରି ମିଚ୍ କଇବା ବବିସତ୍ବକ୍ତାର୍ ଟଣ୍ଡେଅନି ବାରଇ ଆଇତେରଇଲାଇ । ସେମନ୍ କାବାଅଇଜିବା କାମ୍ କର୍ବା ଡୁମାମନର୍ ଆତ୍ମାମନ୍ । ଏ ତିନ୍ଟା ଆତ୍ମା ଜଗତେ ରଇବା ସବୁ ରାଜାମନର୍ଟାନେ ଗାଲାଇ । ବେସି ବପୁ ରଇବା ପର୍ମେସରର୍ ବଡ୍ ଦିନର୍ ଜୁଇଦେ ସେ ଆତ୍ମାମନ୍ ସବୁ ରାଜାମନ୍କେ ଟୁଲିଆଇ ଆନ୍ବାଇ ।
ଗଟେକ୍ ଦିନେ ଜିଉଦି ମନର୍ ନିୟମ୍ ସିକାଇଦେବା ଲକ୍ମନ୍ ଆରି ପାରୁସି ଲକ୍ମନର୍ ବିତ୍ରେଅନି କେତେଲକ୍ ଜିସୁକେ କଇଲାଇ, "ଏ ଗୁରୁ, ତମର୍ ଗଟେକ୍ କାବାଅଇଜିବା ଚିନ୍ ଦେକ୍ବାକେ ଆମେ ମନ୍କଲୁନି ।"
ଜିସୁ ସେମନ୍କେ କଇଲା, "ଏ ଜୁଗର୍ ବିସ୍ବାସ୍ ନ କରୁମନ୍ କେଡେ କାରାପ୍, ଆରି ପର୍ମେସର୍କେ ବିସ୍ବାସ୍ କରତ୍ନାଇ । ତମେ ମକେ ଗଟେକ୍ କାବାଅଇଜିବା କାମ୍ ଦେକାଇବାକେ କଇଲାସ୍ନି ? ନାଇ, ଅବ୍କା ବାବବାଦି ଜୁନସର୍ ଜିବନେ ଗଟିରଇଲା କାବାଅଇଜିବାଟା ତମ୍କେ ଦେକାଇଦେଇ ଅଇସି ।"
"ଜୁନସ୍ ଜେନ୍ତି ମାଚ୍ ପେଟେ ତିନ୍ ଦିନ୍ ତିନ୍ ରାତି ରଇଲା, ସେନ୍ତି ନର୍ପିଲା ମୁଇ ମିସା ମାଟି ତଲେ ତିନ୍ ଦିନ୍ ତିନ୍ ରାତି କାଟାଇବି ।
ଜନ୍ ଗଡ୍ମନ୍କେ ଜିସୁ ତାର୍ ବେସି କାବାଅଇଜିବା କାମ୍ମନ୍ କରିରଇଲା, ସେ ଗଡର୍ ଲକ୍ମନ୍ ନିଜେ କରିରଇବା ପାପ୍ଲାଗି ମନ୍ ନ ବାଦ୍ଲାଇଲାଟା ଦେକି, ଜିସୁ ସେ ଗଡର୍ ଲକ୍ମନ୍କେ ନିନ୍ଦା କରି କଇଲା, "ଏ କରାଜିନର୍ ଲକ୍ମନ୍, ତମେ କେଡେ ଇନସ୍ତା ଅଇ ଡଣ୍ଡ୍ ପାଇସା ! ଏ ବେତ୍ସାଇଦାର୍ ଲକ୍ମନ୍, ତମର୍ ଦସା ମିସା ସେନ୍ତିସେ । ତମର୍ ବିତରେ ଜନ୍ କାବାଅଇଜିବା କାମ୍ମନ୍ କରାଅଇଲାଆଚେ, ସେଟା ସବୁ ଜଦି ମୁଇ ସର ଆରି ସିଦନ୍ ଗଡେ କରି ରଇଲେ, ସେ ଗଡର୍ ଲକ୍ମନ୍ ପାପେଅନି ବାଅଡ୍ଲୁ ବଲି ଦେକାଇବାକେ ଗାଗ୍ଡେ ଚାର୍ ଡାଲିଅଇ, ବାସ୍ତା ପିନ୍ଦିକରି ମନ୍ ବାଦ୍ଲାଇତାଇ ।"
"ମୁଇ ତମ୍କେ ସତ୍ କଇଲିନି, ପର୍ମେସରର୍ ବିଚାରର୍ ଦିନେ ତମର୍ତେଇଅନି ସର୍ ଆରି ସିଦନ୍ ଗଡର୍ ଲକ୍ମନ୍କେ ସେ ଅଦିକ୍ ଦୟା ଦେକାଇସି ।" ଏ କପର୍ନାଉମର୍ ଲକ୍ମନ୍ ! ତମେ କାଇ ନିଜେ ସର୍ଗେ ଜିବାକେ ଚେସ୍ଟା କଲାସ୍ନି ? ତମେ ନର୍କେ ପିଙ୍ଗା ଅଇସି । ତମର୍ ବିତ୍ରେ ମୁଇ ଜନ୍ କାବାଅଇଜିବା କାମ୍ମନ୍ କରିରଇଲି, ସେଟା ଜଦି ସଦମ୍ ଗଡେ କରି ରଇଲେ, ସେ ଗଡ୍ ଆଜିକେ ଜାକ ରଇତା ।
"ମୁଇ ତମ୍କେ ସତ୍ କାତା କଇଲିନି, ପର୍ମେସରର୍ ବିଚାର୍ନା ଦିନେ ତମର୍ତେଇଅନି ସଦମର୍ ଲକ୍ମନ୍କେ ସେ ଅଦିକ୍ ଦୟା ଦେକାଇସି ।"
A criação como milagre
O próprio corpo humano é milagre de Deus. Toda a criação testifica do poder e da sabedoria do Criador.
ସେଟାର୍ ପାଇଁ ସବୁବେଲର୍ ମାପ୍ରୁ ନିଜେ ତମ୍କେ ଗଟେକ୍ ଚିନ୍ ଦେଇସି; ଦେକା ଏ ଦାଙ୍ଗ୍ଡି ଗାଗ୍ଡେ ଅଇକରି ଗଟେକ୍ ପିଲା ଜନମ୍ ଦେଇସି ଆରି ତାର୍ ନାଉଁ ଇମାନୁଏଲ୍ ବଲିକରି ଦେଇସି ତାକେ ଆମର୍ ସଙ୍ଗେ ରଇବାକେ ପର୍ମେସର୍ ଚାଡ୍ସି।
ଆଇବା ଦିନ୍ମନ୍କେ କାଇଟା ଅଇସି ବଲି, ପର୍ମେସର୍ ଗଟେକ୍ ବବିସତ୍ବକ୍ତାକେ ପାଟାଇ ଜନ୍ କାତା ସୁନାଇରଇଲା, ସେଟା ପୁରାପୁରୁନ୍ ଅଇବାକେ ଏ ସବୁ ଅଇଲା । ଗଟେକ୍ ଦାଙ୍ଗ୍ଡି ଗାଗ୍ଡେ ଅଇ ପିଲା ଜନମ୍ କର୍ସି, ଆରି ସେ ପିଲା ଲକ୍ମନର୍ ଟାନେ ଇମାନୁଏଲ୍ ବଲି ନାମାଇ ଅଇସି, ଏ ନାଉଁର୍ ଅରତ୍ ଅଇଲାନି, ପର୍ମେସର୍ ଆମର୍ ସଙ୍ଗ୍ ଆଚେ ।
ମାତର୍ ସେମନ୍ ଜିସୁ ପାନିତେଇ ଇଣ୍ଡ୍ବାଟା ଦେକି ଡୁମା ବଲି ବାବି କିର୍କିର୍ଲାଇ । କାଇକେବଇଲେ ସବୁଲକ୍ ତାକେ ଦେକି କିଲ୍ବିଲ୍ ଅଇଜାଇତେ ରଇଲାଇ । ସେଦାପ୍ରେ ଜିସୁ ସେମନର୍ ସଙ୍ଗ୍ କାତା ବାର୍ତା ଅଇ ସେମନ୍କେ କଇଲା, "ଡରାନାଇ ସାଆସ୍ ଦାରା, ଏଟାତା ମୁଇ ।"
ମାତର୍ ଜିସୁ ଏଟା ସୁନି ଜାଇରସ୍କେ କଇଲା, "ଡରାନାଇ ଅବ୍କା ବିସ୍ବାସ୍ କରା, ସେ ବଁଚ୍ସି ।"
ଜିସୁ ଜେଡେବଲ୍ ଜିତ୍ଗଚ୍ମନ୍ ରଇଲା ଗଡ୍ଗଡା ଜାଗା ଲଗେ କେଟ୍ଲା, ସେବେଲା ତେଇ ରଇଲା ତାର୍ ଜେତ୍କି ସିସ୍ ମାନ୍ଦା ସେ କରିରଇଲା କାବାଅଇଜିବା କାମ୍ ଏତାଇ, ସାର୍ଦାଅଇ ଆଉଲିଅଇକରି ପର୍ମେସର୍କେ ଜୁଆର୍ କରି କଇଲାଇ, "ପର୍ମେସରର୍ ନାଉଁ ନେଇକରି ଜନ୍ ରାଜା ଆଇଲାନି ତାକେ ସେ ଆସିର୍ବାଦ୍ କର । ସର୍ଗେ ସାନ୍ତି ଅ, ଆରି ସବୁର୍ଟାନେ ଅନି ବଡ୍ ପର୍ମେସରର୍ ମଇମା ଅ ।"
ଏତ୍କି କାତା ସେମନ୍କେ କଇସାରାଇଲା ପଚେ, ସେମନ୍ ଜିସୁକେ ସର୍ଗେ ନେବାଟା ଦେକ୍ଲାଇ । ଗଟେକ୍ ଚେଲ୍କା ବାଦଲ୍ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍ ତାକେ ଦେକି ନାପାର୍ଲାଇ ।
ମୁଇ ବୁଏଁ ଉମ୍ତାଡିଅଇ ଅଦ୍ରିଗାଲି ଆରି ମର୍ପାଇ ଏ କାତା ସୁନ୍ଲି, ସାଉଲ୍, ସାଉଲ୍ ! ମକେ ତୁଇ କାଇକେ କସ୍ଟ ଦେଲୁସ୍ନି ?
ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ତମେ ପାର ରାଜାର୍ ଲଗେ ଜାଆ; କାଇକେବଇଲେ ଆମେ ଲକ୍ମନର୍ ବିତ୍ରେ ଏ ସବୁ ଚିନ୍ ଦେକାଇବୁ, ଆରି ଆମେ ମିସର୍ ଦେସର୍ ଲକ୍ମନର୍ ଉପ୍ରେ ଜାଇଜାଇ କାମ୍ କରି ଆଚି, ଆରି ସେମନର୍ ଲଗେ ଆମର୍ ଚିନ୍ ବାବ୍ଏରେ ଜନ୍ଜନ୍ କାମ୍ କରିଆଚୁ ସେଟା ସବୁ ତମର୍ ପିଲା ଆରି ନାତିନୁତର୍କେ କଅ, ତେବେ ଜାନବାଇ ଜେ, ମୁଇ ସବୁବେଲର୍ ମାପ୍ରୁ, ସେଟାର୍ପାଇଁ ମୁଇ ପାର ରାଜା ଆରି ତାର୍ ଦାଙ୍ଗ୍ଡାମନର୍ ମନ୍କେ ଡାଟ୍ କରାଇଲି ।