Morte de Jesus
A morte de Jesus é o sacrifício supremo do amor de Deus. Na cruz, o Cordeiro de Deus carregou os pecados do mundo, satisfez a justiça divina e abriu o caminho da salvação para todos.
O sacrifício na cruz
Jesus disse: 'Está consumado!' Na cruz, Ele cumpriu toda a lei, pagou o preço do pecado e reconciliou a humanidade com Deus.
ଇତାର୍ ହଃଚେ ଜିସୁ ଦଃର୍ମ୍ ସାସ୍ତର୍ ତଃୟ୍ର୍ ବଃଚନ୍ ଜଃନ୍କଃରି ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ସଃବୁ ବିସୟ୍ ଅଃବେ ସଃରିଆଚେ ବଃଲି ଜାଣି କୟ୍ଲା, "ମକ୍ ସସ୍ ଲାଗୁଲି ।"
ସେତି ହିତା ଅଙ୍ଗୁର୍ ରଃସ୍ ବଃର୍ତି ଅୟ୍ରିଲା ଗଟେକ୍ ଡକା ରିଲି; ତଃବେ ସେମଃନ୍ ସେତି କଃଣ୍ଡେକ୍ ସ୍ପଞ୍ଜ୍ ବୁଡାୟ୍ ସେରି ହାଟ୍ଳି ସଃଙ୍ଗ୍ ଗଟେକ୍ ଡେଙ୍ଗ୍ ଡାଙ୍ଗେ ଗୁଳିଆୟ୍ ତାର୍ ଟଣ୍ଡ୍ ଲଃଗେ ଦିଲାୟ୍ । ସେତାକ୍ ଜିସୁ ସେ ହିତା ଅଙ୍ଗୁର୍ ରଃସ୍ ସୁରି କୟ୍ଲା, "ସେସ୍ ଅୟ୍ଲି ।"
ଆର୍ ସେ ମୁଣ୍ଡ୍ ଲଃସାୟ୍ କଃରି ଆତ୍ମା ଚାଡ୍ଲା ।
ସଃଇନ୍ମଃନ୍ ଜିସୁକେ କ୍ରୁସ୍ ଉହ୍ରେ ଚଃଗାୟ୍ଲା ହଃଚେ ଚାରି ଗଟ୍ ସଃଇନ୍ ତାର୍ ବଃସ୍ତର୍ ଚାରି ବାଗ୍ କଃରି ବାଟାକଃରି ନିଲାୟ୍, ହଃତି ସଃଇନ୍ମଃନାର୍ ଗିନେ ଗଟେକ୍ ଗଟେକ୍ ବାଗ୍, ଆର୍ ସେମଃନ୍ ତାର୍ ଆଙ୍ଗିକ୍ ହେଁ ନିଲାୟ୍ । ମଃତର୍ ତାର୍ ଉହ୍ରେ ହିନ୍ଦ୍ଲା ଆଙ୍ଗି ସିଲାୟ୍ ନାୟ୍ ଉହ୍ରେ ହୁଣି ତଃଳେ ହଃତେକ୍ ସଃବୁ ବୁଣା ଅୟ୍ରିଲି । ତଃବେ ସଃଇନ୍ମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ଲାୟ୍, "ଇତାକ୍ ଚିରୁ ନଃଚୁଆଁ, ମଃତର୍ ଇରି କାର୍ ଅୟ୍ଦ୍, ସେତାର୍ ଗିନେ କେଳି ବାଚୁଆଁ ।" ଜଃନ୍କଃରି ଦଃର୍ମ୍ ସାସ୍ତର୍ ତଃୟ୍ର୍ ଇ ବଃଚନ୍ ହୁରୁଣ୍ ଅୟ୍ଦ୍,
"ସେମଃନ୍ ଅଃହ୍ଣା ଅଃହ୍ଣାର୍ ବିତ୍ରେ ମର୍ ବଃସ୍ତର୍ ବାଟା କଃଲାୟି,
ଆରେକ୍ ମର୍ ଆଙ୍ଗିର୍ ଗିନେ କେଳି ବାଚ୍ଲାୟ୍ ।"
ତଃବେ ସଃଇନ୍ମଃନ୍ ଇ ସଃବୁ କଃଲାୟି ।
ମଃତର୍ ଜିସୁ କ୍ରୁସ୍ ଲଃଗେ ତାର୍ ଆୟ୍ସି, ତାର୍ ଆୟ୍ସିର୍ ବେଣ୍ସି, କ୍ଲପାର୍ ଡକୁର୍ସି ମରିୟମ୍ ଆର୍ ମଗ୍ଦଲିନି ମରିୟମ୍ ଟିଆ ଅୟ୍ରିଲାୟ୍ । ଜିସୁ ତାର୍ ଆୟ୍ସି ଆର୍ ଜୁୟି ଚେଲାମଃନ୍କେ ଲାଡ୍ କଃର୍ତିରିଲା, ସେମଃନ୍କେ ଲଃଗେ ଟିଆ ଅୟ୍ରିଲାର୍ ଦଃକି ଆୟ୍ସିକ୍ କୟ୍ଲା, "ଏ ଆୟା, ଦଃକ୍, ତର୍ ହୟ୍ଦି ।"
ସେଦାହ୍ରେ ସେ ଚେଲାକେ କୟ୍ଲା, "ଦଃକା, ତର୍ ଆୟ୍ଦି !" ଆର୍ ସେଦାହ୍ରେ ହୁଣି ସେ ଚେଲା ଜିସୁର୍ ଆୟ୍ସିକ୍ ଅଃହ୍ଣାର୍ ଗଃରେ ନିଲା ।
ଆର୍ ସେମଃନ୍ "କଃହାଳ୍" ନାଉଁଆର୍ ଜଃଗାୟ୍ ହଚି ସେତି ଜିସୁକେ କ୍ରୁସ୍ ଉହ୍ରେ ଚଃଗାୟ୍ଲାୟ୍, ଆରେକ୍ ଚର୍ମଃନାର୍ ବିତ୍ରେ ଏକ୍ଲାକେ ଜିସୁର୍ କାତାବାଟ୍ୟା ଆରେକ୍ ଏକ୍ଲାକେ ଡେବ୍ରିବାଟ୍ୟା କ୍ରୁସ୍କାଟେ ଚଃଗାୟ୍ଲାୟ୍ । ସଃଡେବଃଳ୍ ଜିସୁ କୟ୍ଲା, "ଉବା, ଇ ଲକ୍ମଃନ୍କାର୍ ହାହ୍ କେମା କଃର୍, ବଃଲେକ୍ ଇ ଲକ୍ମଃନ୍ କାୟି କଃରୁଲାୟ୍ ସେରି ଜାଣୁ ନଃହାରୁଲାୟ୍ ।"
ଆର୍ ସେମଃନ୍ ଜିସୁର୍ ବଃସ୍ତର୍ ବାଟା କଃରୁକେ କେଳିବାଚ୍ଲାୟ୍ । ଆରେକ୍ ମୁଳିକାମଃନ୍ ଟିଅୟ୍ କଃରି ଦଃକ୍ତି ରିଲାୟ୍, ଆର୍ ବଃଡ୍ ଲକ୍ମଃନ୍ ହେଁ ତାକ୍ ଗେଙ୍ଗ୍ରାୟ୍କଃରି କଃଉଁକେ ଦଃର୍ଲାୟ୍, "ସେ ବିନ୍ ଲକ୍କେ ବାଚାୟ୍ଲା; ସେ ଜଦି ଇସ୍ୱର୍ ବାଚ୍ଲା କ୍ରିସ୍ଟ ତଃବେ ନିଜ୍କେ ବଚାଉ ।"
ତାର୍ହଃଚେ ସଃଇନ୍ମଃନ୍ ହେଁ ଆସି ତାକ୍ ହିତା ରଃସ୍ ଦଃୟି ଗେଙ୍ଗ୍ରାୟ୍ଲାୟ୍ । "ତୁୟ୍ ଜଦି ଜିଉଦିମଃନାର୍ ରଃଜା ନିଜ୍କେ ବଚାଉ ।"
ଆର୍ ତାର୍ ମୁଣ୍ଡ୍ ଉହ୍ରାର୍ କାଟେ ଇରି ଲେକା ଅୟ୍ରିଲି, "ଏ ଜିଉଦିମଃନାର୍ ରଃଜା ।"
ଆର୍, କ୍ରୁସ୍ଉହ୍ରେ ରିଲା ଚର୍ମଃନାର୍ ବିତ୍ରେ ଏକ୍ଲା ଲିନ୍ଦା କଃରି କଃଉଁକେ ଦଃର୍ଲା, "ତୁୟ୍ କାୟି କ୍ରିସ୍ଟ ନୟ୍ ? ତୁୟ୍ ନିଜ୍କେ ଆର୍ ଅଃମିକ୍ ବଚାଉ ।"
ମଃତର୍ ବିନ୍ ଚର୍ ତାକେ ଦଃକାଦଃୟ୍ କୟ୍ଲା, "ତୁୟ୍ ହେଁ ସଃମାନ୍ ବିଚାର୍ ଡଃଣ୍ଡ୍ ହାଉଁଲିସ୍, ଇସ୍ୱର୍କେ କାୟି ତର୍ ଡିର୍ ହେଁ ନାୟ୍ ? ଆର୍ ଅଃମିମଃନ୍ ସିନା ନ୍ୟାୟ୍ ହଃର୍କାରେ ଡଃଣ୍ଡ୍ ହାଉଁଲୁ, କାୟିତାକ୍ବଃଲେକ୍ ଅଃମିମଃନ୍ ନିଜାର୍ ନିଜାର୍ ଦଃସାର୍ ହାୟ୍ଁ ଡଃଣ୍ଡ୍ ହାଉଁଲୁ, ମଃତର୍ ଇ ମାନାୟ୍ କାୟି ଦଃସ୍ ହେଁ ନଃକେରେ ।" ଆର୍ ସେ ଜିସୁକେ କୟ୍ଲା, "ଏ ଜିସୁ, ତୁୟ୍ ନିଜାର୍ ରାଇଜେ ଗଃଲେକ୍ ମକେ ଏତାଉ ।"
ସେତାକ୍ ଜିସୁ ତାକେ କୟ୍ଲା, "ମୁଁୟ୍ ତକେ ସଃତ୍ କଃଉଁଲେ, ଆଜି ତୁୟ୍ ମର୍ ସଃଙ୍ଗ୍ ସଃର୍ଗ୍ ରାଜାୟ୍ ହଚ୍ସି ।"
ସେଦିନ୍ ମଃୟ୍ଦାନ୍ ମୁଣ୍ଡେବଃଳ୍ହୁଣି ତିନି ଗଃଟାହଃତେକ୍ ଦେସ୍ଜାକ ଅଃନ୍ଦାର୍ ଅୟ୍ଲି । ତିନି ଗଃଟା ବଃଳ୍ ଜିସୁ ଉଲ୍ଗାଟ୍ ଅୟି କୟ୍ଲା "ଏଲହି, ଏଲହି, ଲାମା ସାବାକ୍ତାନି । ବଃଲେକ୍, ଏ ମର୍ ଇସ୍ୱର୍, ଏ ମର୍ ଇସ୍ୱର୍, ମକେ କାୟି କଃରୁକେ ହାକ୍ରେହଃକାୟ୍ ଆଚ୍ସି ?"
ଆରେକ୍ ଦଃକା ମନ୍ଦିର୍କେ ଦୁୟ୍ ବାଗ୍ କଃର୍ତା ମଃଜାୟ୍ ଅଳାୟ୍ରିଲା ପର୍ଦା ଉହ୍ରେ ହୁଣି ତଃଳ୍ ହଃତେକ୍ ଚିରି ଅୟି ଦୁୟ୍ ହଳା ଅୟ୍ଲି, ଆର୍ ବୁୟ୍ଁ ଲଃଦ୍ବଃଦ୍ଲି ଆର୍ ଡଙ୍ଗ୍ରାର୍ ଟେଳାମଃନ୍ ହୁଟ୍ଲି । ଆରେକ୍ ମଃସୁଣ୍ କାଲ୍ମଃନ୍ ମେଲା ଅୟ୍ଲି, ଆର୍ ଗାଦେକ୍ ମଃଲା ଇସ୍ୱରାର୍ ପବିତ୍ର ଲଃକ୍ମଃନ୍ ଉଟ୍ଲାୟ୍ । ଆରେକ୍ ସେମଃନ୍ ମଃରି ଉଟି ମଃସୁଣ୍ କାଲେ ହୁଣି ବାରାୟ୍ଲାୟ୍, ଆର୍ ଜିସୁ ମଃରି ଉଟ୍ଲା ହଃଚେ, ସେମଃନ୍ ପବିତ୍ର ଜିରୁସାଲମ୍ ଗଃଳେ ଗଃଲାୟି ଆର୍ ଗାଦେକ୍ ଲକ୍ମଃନ୍କେ ଦଃକାୟ୍ ଅୟଃଲାୟ୍ ।
ହାଁଚ୍ କଳି ସଃଇନ୍ମଃନାର୍ ମୁଳିକା ଆର୍ ତାର୍ ସଃଙ୍ଗ୍ ଜୁୟି ଲକ୍ମଃନ୍ ଜିସୁକେ ଜାଗି ରିଲାୟ୍, ସେମଃନ୍ ଦଃର୍ତି ଲଃଦ୍ବଃଦ୍ଲାର୍ ଗଃଟ୍ଣା ଦଃକି ବଃଡେ ଡିରିକଃରି କୟ୍ଲାୟ୍, "ସଃତ୍କଃରି, ଏ ଇସ୍ୱରାର୍ ହୟିସି ରିଲା ।"
ମଃତର୍ ସେ ଅଃମାର୍ ଅଃଦଃର୍ମ୍ ଗିନେ କଃଣ୍ଡିଆ କାବ୍ରା ଅୟ୍ଲା, ଅଃମିମଃନାର୍ ହାହାର୍ ଗିନେ କଃଣ୍ଡ୍ କଃଣ୍ଡ୍ ଅୟ୍ଲା; ଅଃମିମଃନାର୍ ସାନ୍ତି ହାଉତା ଦଃଣ୍ଡ୍ ତାର୍ ଉହ୍ରେ ହଃଳ୍ଲି ଆର୍ ତାକେ ମାଡ୍ ଅୟ୍ଲାକେ ଅଃମି ସୁସ୍ତ୍ ଅୟ୍ଲୁ। ଅଃମିମଃନ୍ ସଃବୁ ମେଣ୍ଡା ହର୍ ବିନ୍ବାଟେ ଜାୟ୍ଆଚୁ; ଅଃମିମଃନ୍ ନିଜାର୍ ନିଜାର୍ ବାଟେ ବାଉଡ଼ି ଆଚୁ ଆର୍ ଇସ୍ୱର୍ ଅଃମାର୍ ସଃବୁଲକାର୍ ହାହ୍ ତାର୍ଉହ୍ରେ ଲାଦିଅୟ୍ଲା। ସେ ଇନସ୍ତା ବେବାର୍ ହାୟ୍ଲା, ଅୟିଲେକ୍ ହେଁ ସେ ନିଜ୍କେ ତଃଳେ କଃରି ନିଜାର୍ ମୁଁ ହିଟାୟ୍ ନଃକେଲା ହେଁ; ହୁଜ୍ତା ଟାଣେ ନେତା ମେଣ୍ଡାବକା ହର୍ ଅୟି ମେଣ୍ଡାବାଳ୍ କାଟ୍ତା, ଲକ୍ମଃନାର୍ ତଃୟ୍ ରିଲା ହର୍ ଚିମ୍ରା ଅୟି ରିଲା।
O amor que se entrega
Ninguém tem maior amor do que aquele que dá a vida pelos amigos. Deus prova seu amor em que Cristo morreu por nós quando ainda éramos pecadores.
ଅଃହ୍ଣାର୍ ନିଜାର୍ ଲକାର୍ ଗିନେ ନିଜାର୍ ଜିବନ୍ ଦେତାର୍ ଚାଡି କାର୍ ଆରେକ୍ ଅଃଦିକ୍ ବଃଡ୍ ଲାଡ୍ ନାୟ୍ ।
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
ବଃଲେକ୍ ଅଃମିମଃନ୍ ଇସ୍ୱରାର୍ ସଃତ୍ରୁ ରିଲାବଃଳ୍ ଜଦି ଇସ୍ୱରାର୍ ସଃଙ୍ଗ୍ ତାର୍ ହୟ୍ସିର୍ ମଃର୍ନ୍ ତଃୟ୍ ମିସ୍ତାର୍, ତଃବେ ଇରି ଅଃଦିକ୍ ସଃତ୍ ଜେ ଅଃମିମଃନ୍ ମିସିକଃରି କ୍ରିସ୍ଟର୍ ଜିବନେ ମୁକ୍ତି ହାଉନ୍ଦ୍ ।
ଜିସୁକ୍ରିସ୍ଟ ଅଃମାର୍ ଗିନେ ଜିବନ୍ ଦିଲାକ୍, ଅଃମିମଃନ୍ ଲାଡ୍ କାୟିରି ଜାଣି ଆଚୁ; ଆରେକ୍ ବାୟ୍ ବେଣିମଃନାର୍ ଗିନେ ହେଁ ଅଃମାର୍ ଜିବନ୍ ଦେତାର୍ ଲଳା ।
ଆର୍ ସେ ଅଃମିମଃନାର୍ ହାହାର୍ ଗିନେ, ଅଃକାୟ୍ ଅଃମାର୍ ହାହାର୍ ଗିନେ ନଃୟ୍ ମଃତର୍ ହୁର୍ତି ଜାକର୍ ହାହାର୍ ଗିନେ ହେଁ ହୁଜା ଅୟିଆଚେ ।
ଆରେକ୍ କ୍ରୁସେ ମଃର୍ତା ହଃତେକ୍ ହେଁ,
ମାୟ୍ନ୍କାରି ଅୟ୍କଃରି ଅଃହ୍ଣାକ୍ ସାନ୍ କଃଲା ।
Morte e ressurreição
Jesus morreu e ressuscitou, e a morte não mais tem domínio sobre Ele. Pelo batismo, participamos de sua morte e ressurreição.
ଇରି ତ ଅଃମିମଃନ୍ ଜାଣୁ, କ୍ରିସ୍ଟ ମଃଲା ଲକାର୍ ତଃୟ୍ ହୁଣି ଉଟ୍ଲାକ୍, ଆର୍ କଃବେ ନଃମେରେ; ଜିସୁର୍ ଉହ୍ରେ ମଃର୍ନାର୍ ଆର୍ ଅଃଦିକାର୍ ନାୟ୍ । କାୟିତାକ୍ବଃଲେକ୍ ସେ ଜୁୟି ମଃର୍ନ୍ ବୟଃଗ୍ କଃଲା, ସେତାର୍ ଗିନେ ସେ ଗଟେକ୍ ତର୍ ହାହ୍ ଗିନେ ମଃଲା, ମଃତର୍ ସେ ଜୁୟି ଜିବନେ ବାଚିଆଚେ ସେରି ଇସ୍ୱରାର୍ ତଃୟ୍ ବାଚ୍ଲା ଆଚେ ।
ଅଃମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟ ଜିସୁର୍ ତଃୟ୍ ବାପ୍ତିସମ୍ ଅୟି ଆଚୁ, ସଃବୁଲକ୍ ଜେ ତାର୍ ମଃର୍ନେ ବାପ୍ତିସମ୍ ଅୟି ଆଚୁ, ଇରି କି ତୁମିମଃନ୍ ନଃଜାଣାସ୍ ? ବଃଲେକ୍ ଅଃମିମଃନ୍ ବାପ୍ତିସମ୍ ତଃୟ୍ ମଃଲାକ୍ ତାର୍ ସଃଙ୍ଗ୍ ତହି ଅୟି ଆଚୁ, ଜଃନ୍କଃରି କ୍ରିସ୍ଟ ଉବାର୍ ଜଃଜ୍ମାନାର୍ ସଃକ୍ତିଏ ମଃଲା ଲକ୍ ତଃୟ୍ହୁଣି ଜୁୟି ହଃର୍କାରେ ଉଟ୍ଲା ଅଃମିମଃନ୍ ହେଁ ସେ ହଃର୍କାରେ ଜିବନାର୍ ନଃଉଆଁ ବାବେ ଚାଲାଚାଲ୍ତି କଃରୁଆଁ ।
ମାନାୟ୍ମଃନାର୍ ଗିନେ ଜଃନ୍କାର୍ ତରେକ୍ ମଃତର୍ ମଃର୍ନ୍, ଆର୍ ତରେକ୍ ମଃତର୍ ବିଚାର୍ ଆଚେ । ସେବାନ୍ୟା କ୍ରିସ୍ଟ ହେଁ ଗାଦେକ୍ ଲକାର୍ ହାହ୍ ବୟ୍ନେଉଁକେ ତରେକ୍ ହଃକା ସଃହ୍ରି ଅୟିଆଚେ, ଆରେକ୍ ତରେକ୍ ହାହ୍ ଗିନେ ନାୟ୍, ମଃତର୍ ଜୁୟି ଲକ୍ମଃନ୍ ତାକେ ଜାଗି ଆଚ୍ତି, ସେମଃନାର୍ ମୁକ୍ତିର୍ ଗିନେ ଦଃକାୟ୍ ଅଃଉତି ।
"ଏ ଇସ୍ରାଏଲ୍ ଲକ୍ମଃନ୍ ଇ ସଃବୁ କଃତା ସୁଣା ନାଜରିତାର୍ ଜିସୁ କଃତେକ୍ ସଃକ୍ତିର୍ କାମ୍, କାବା ଅଃଉତା କାମ୍, ଆର୍ ଚିନା ଦଃକାୟ୍ ତୁମିମଃନାର୍ ଚଃମେ ଇସ୍ୱରାର୍ ହଃଟାୟ୍ଲା ଲକ୍ ବଃଲି ଚିନାୟ୍ଅୟ୍ ଆଚେ, ତାର୍ ତଃୟ୍ ଇସ୍ୱର୍ ଜେ ତୁମିମଃନାର୍ ବିତ୍ରେ ଇତି ସଃବୁ କାମ୍ କଃରିଆଚେ, ଇରି ତୁମିମଃନ୍ ନିଜେ ନିଜେ ଜାଣାସ୍ । ଇସ୍ୱର୍ ତାର୍ ଜଃଜ୍ନା ହଃର୍କାରେ ଜିସୁକେ ତୁମାର୍ ଆତେ ସଃହ୍ରି ଦେଉଁକେ ତିର୍ କଃରିରିଲା । ଆରେକ୍ ତୁମି ତାକେ ବିଦିନୟ୍ଲା ହାହିମଃନାର୍ ସଃଙ୍ଗ୍ କ୍ରୁସେ ଚଗାୟ୍ ମାର୍ଲାସ୍ । ମଃତର୍ ଇସ୍ୱର୍ ମଃର୍ନ୍ ବାନ୍ଦୁଣ୍ ଇଟାୟ୍ ତାକେ ଉଟାୟ୍ ଆଚେ, କାୟିତାକ୍ ବଃଲେକ୍ ସେ ମଃରି କଃରି ସଃବୁଦିନ୍ ରେତା ହାବଳ୍ ।
"ମୁୟ୍ ନିକ ମେଣ୍ଡା ଗଃଉଳିଆ, ମେଣ୍ଡାମଃନାର୍ ଗିନେ ମର୍ ଜିବନ୍ ଦଃୟ୍ନ୍ଦ୍ ।
କାୟିତାକ୍ବଃଲେକ୍ ଜଃତିତର୍ ତୁମିମଃନ୍ ଇ ରୁଟି କାହାସ୍ ଆର୍ ଇ ସୁର୍ତା ଗିନାୟ୍ହୁଣି ସୁରାସ୍ ସଃତେକ୍ ତର୍ ତୁମିମଃନ୍ ମାପୁରାର୍ ଆସ୍ତାର୍ ହଃତେକ୍ ତାର୍ ମଃର୍ନାର୍ କବୁର୍ ପର୍ଚାର୍ କଃରାସ୍ ।