Motivação
Motivação verdadeira vem de Deus. A Bíblia nos inspira a correr a carreira da fé com perseverança, sabendo que o Senhor fortalece, guia e recompensa os fiéis.
Força do alto
Tudo posso naquele que me fortalece. Deus dá poder aos fracos e renova a força dos cansados — Ele é a fonte de toda motivação.
ଏ ସବୁ ଗଟ୍ନା ଆଇଲେ ମିସା ମୁଇ ମୁର୍ଚିକରି ରଇବାକେ ସିକ୍ଲିଆଚି । କାଇକେବଇଲେ, କିରିସ୍ଟ ମକେ ବପୁ ଦେଲାନି ।
ସେ ତାକ୍ଲା ଲକ୍ମନ୍କେ ବପୁ ଦେଇସି ଆରି ବପୁ ନଇଲା ଲକ୍ମନ୍କେ ବପୁ ଦେଇସି । ବେଣ୍ଡିଆ ଲକ୍ମନ୍ ତାକ୍ବାଇ, ଆରି ଦାଙ୍ଗ୍ଡା ପିଲାମନ୍ ଜଟିଆଇ ଅଇ ଅଦର୍ ବାଇ। ମାତର୍ ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁକେ ଜାଗି ରଇବାଇ, ସେମନ୍ ନୁଆଁ ନୁଆଁ ବପୁ ପାଇବାଇ; ସେମନ୍ ଚଚନ୍ ଚଡଇ ପାରା ଉପ୍ରେ ଉଡ୍ତେ ଜିବାଇ; ସେମନ୍ ନ ତାକ୍ତେ ପାଲାଇବାଇ; ସେମନ୍ ନ ତାକ୍ତେ ଇଣ୍ଡ୍ବାଇ ।
ମୁଇଁ ସବୁବେଲର୍ ମାପ୍ରୁର୍ ଲଗେ ବେସି ସାର୍ଦା କର୍ବି; ମର୍ ମନ୍ପରାନ୍ ମର୍ ପର୍ମେସରର୍ ଲଗେ ସାର୍ଦା ଅଇସି, କାଇକେ ବଇଲେ ବିବା ଦାଙ୍ଗ୍ଡା ଜେନ୍ତିକି ସାଜ୍ବାଜ୍ ଅଇସି, ଆରି କନିଆ ଦାଙ୍ଗ୍ଡା ଜେନ୍ତିକି ନିଜ୍କେ ବିବା ଅଇବାବେଲେ ସଜାଇ ଅଇସି, ସେ ରକାମ୍ ସେ ଉଦାର୍ କର୍ବା ବସ୍ତର୍ ସଙ୍ଗ୍ ମକେ ପିନ୍ଦାଇ ଆଚେ ଆରି ସୁକଲ୍ ରାଜ୍ ବସ୍ତର୍ ମକେ ଡାବାଇ ଆଚେ ।
ପର୍ମେସର୍ ନିଜେ ତମର୍ ବିତ୍ରେ ଏ କାମ୍ କଲାର୍ପାଇ ତମେ ଏଟା କରିପାର୍ସା । ତମ୍କେ ଜାଇଟା କରତ୍ ବଲି ସେ ମନ୍ କଲାନି, ସେ ସମାନ୍ ମନ୍ କର୍ବାଟା, ତମ୍କେ ମିସା ଦେଇସି । ଆରି ସେଟା କର୍ବାକେ ବପୁ ମିସା ଦେଇସି ।
Correr para o alvo
Prossigo para o alvo, para o prêmio da soberana vocação de Deus em Cristo Jesus. A corrida da fé exige disciplina e foco.
ନାଇ, ମର୍ ବାଇବଇନିମନ୍, ଏ ସବୁଜାକ କରିସାରାଇଆଚି ବଲି ମୁଇ କଇନାଇ । ମାତର୍ ଅଦିକ୍ ଗଟେକ୍ ମୁକିଅ ରଇବା ବିସଇ ମୁଇ କଲିନି, । ଜେତ୍କି ସବୁ ବିସଇ ଅଇସାର୍ଲା ଆଚେ, ସେଟା ସବୁ ପାସ୍ରି ଚାଡିଦେଇକରି କିରିସ୍ଟ ଜନ୍ ରକାମ୍ ମକେ ଅଇବାର୍ଆଚେ ବଲି ମନ୍ କଲାନି, ସେନ୍ତାରି ଅଇବାକେ ମୁଇ ଚେସ୍ଟା କଲିନି । ମର୍ ସାରାସାରି ଜାଗାଇ କେଟ୍ବା ଜାକ ଆଗ୍ତୁ ଆଗ୍ତୁ ଗାଲିନି । ଜେନ୍ତିକି ମୁଇ ସର୍ଗେ ପୁରୁସ୍କାର୍ ପାଇବି । ଜିସୁକିରିସ୍ଟ ମର୍ପାଇ ଜେତ୍କି ବିସଇ କଲାଆଚେ, ସେଟାର୍ପାଇଁ ସେ ପୁରୁସ୍କାର୍ ମୁଇ ସର୍ଗେ ପାଇବି ।
ଆରାଜିତା ଟାନେ ପାଲାଇବା ଲକ୍ ବେସି ଆଚତ୍, ଏଟା ସତ୍ । ମାତର୍ ଗଟେକ୍ ଲକ୍କେସେ ପୁରୁସ୍କାର୍ ମିଲ୍ସି । ଏଟା ତମେ ଜାନିଆଚାସ୍ । ତମେ ମିସା ପୁରୁସ୍କାର୍ ପାଇଲା ପାରା ପାଲାଆ । ଜେ ପାଲାଇବାଟାନେ ବାଗ୍ ନେଇସି, ସେ ଅବିଆସ୍ କରି, ତାର୍ ଗାଗଡ୍ ଡାଟ୍ କରିରଇସି । ଆରି ସେ ଦାପେ ନସିଜିବା ପୁରୁସ୍କାର୍ ମିଲାଇବାକେ ସେଟା କର୍ସି । ମାତର୍ ଆମେ, କେବେ ମିସା ନ ନସ୍ବା ପୁରୁସ୍କାର୍ ପାଇବାକେ, ସେଟା କଲୁନି । ମୁଇ ଏନେତେନେ ନ ଦେକି ସାରାସାରି କେଟ୍ବାଟାନେ ପାଲାଇବା ଲକର୍ ପାରା ଆଚି । ମୁଇ ଗଟେକ୍ ବିଦା ସଙ୍ଗ୍ ଜୁଇଦ୍ କର୍ବା ଲକର୍ପାରା, ଜେକି ତାର୍ ବିଦା ମାର୍ଲେ ପାଇସି ଆକା । ମୁଇ କସ୍ଟ ମୁର୍ଚିକରି ଗାଗଡ୍ ମେଲା ଚାଡିନାଇ । କାଇକେ ବଇଲେ ବିନ୍ ଲକ୍ମନର୍ ଲଗେ ସୁବ୍କବର୍ ଜାନାଇରଇଲେ ମିସା ମକେ ଜେନ୍ତିକି ନାଇବଲିକରି ନ କଅତ୍ ।
ପର୍ମେସର୍ ଆମର୍ ବାବା
ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ । ଆମର୍ ଆଁକି ଜିସୁର୍ଟାନେ ସଙ୍ଗଉ । ତାକେ ଆମେ ଆରାମେ ଅନି ସାରାସାରି ଜାକ ବିସ୍ବାସ୍ କରିଆଚୁ । ଜନ୍ ସାର୍ଦା ତାର୍ ମୁଆଟେ ସଙ୍ଗଇରଇଲା, ସେ ସାର୍ଦାର୍ଲାଗି ରଇବା ଦୁକ୍କସ୍ଟ ମୁର୍ଚି କରି ରଇଲା । ଆରି ତେଇ ମର୍ବା ଲାଜର୍ ବିସଇ ମନେ ଦାରେନାଇ । ପର୍ମେସର୍ ଆଜି ଜନ୍ ଜାଗାଇ ବସ୍ଲାଆଚେ, ତାର୍ ଉଜାବାଟେ ସେ ମିସା ବସ୍ଲାଆଚେ ।
ବାବିଦେକା, ସେ କେତେକ୍ ଦୁକ୍ କସ୍ଟ ପାଇଆଚେ । ସେ ପାପିମନର୍ ଟାନେଅନି କେତେକ୍ ଉଡା ସୁନିଆଚେ । ଜେନ୍ତାର୍କି ଆସା ନ କରି ଚାଡି ଦିଆସ୍ ନାଇ ।
ତମେ ଜାଇଟା କଲେମିସା ପୁରାପୁରୁନ୍ ମନ୍, ଦିଆନ୍, ଜିବନ୍, ପରାନ୍ ଦେଇ ମାପ୍ରୁର୍ପାଇ କଲା ଇସାବେ କରା । ଲକ୍ମନର୍ ପାଇ କାମ୍ କଲାପାରା କରାନାଇ ।
Propósito e missão
Deus tem planos de esperança para nós. Cada dia é oportunidade de fazer a sua vontade e avançar com confiança na missão.
ତମେ ମର୍ ନାଉଁଦାରି ଜାଇଟା ମାଙ୍ଗ୍ସା ସେଟା ସବୁ ମୁଇ ତମ୍କେ ଦେବି । ଇତିଅନି ବାବାର୍ ଡାକ୍ପୁଟା ମର୍ତେଇ ଜାନାପଡ୍ସି । ତମେ ଜଦି କାଇ ବିସଇ ମିସା ମର୍ ନାଉଁଦାରି ମାଙ୍ଗ୍ସା ବଇଲେ ମୁଇ ସେଟା ଦେବି ।
ତେବେ ତମେ ଦେସ୍ମନ୍କେ ରଇବା ସବୁ ବାସାର୍ ଲକ୍ମନର୍ ଲଗେ ଜାଇ, ସେମନ୍କେ ମର୍ ସିସ୍ କରାଆ । ବାବା, ପଅ ଆରି ସୁକଲ୍ ଆତ୍ମାର୍ ନାଉଁଦାରି ସେମନ୍କେ ଡୁବନ୍ ଦିଆସ୍ । ଆରି ମୁଇ ଜନ୍ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍ କାଲ୍ ଜୁଗ୍ ଜୁଗ୍ ମୁଇ ସବୁବେଲେ ତମର୍ ସଙ୍ଗ୍ ରଇବି ।"
ତମର୍ ଆତ୍ ଜନ୍ଟା କର୍ବାକେ ମନ୍ କର୍ସି, ସେଟା ନିଜର୍ ବପୁ ସଙ୍ଗେ କାମ୍ କରା; କାଇକେବଇଲେ ତମେ କନ୍ ଜାଗାଇ ଗାଲାସ୍ନି, ସେ ଜାଗାଇ କାଇ କାମ୍ କି ବାବ୍ନା କି ବିଦିଆ କି ଗିଆନ୍ ନାଇଁ ।
"ଆରି କାଇଟା କାଇବୁ ? ବଲି ଚିନ୍ତାକରି ଲାଗିରୁଆନାଇ, କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ମନ୍ ଏ ସବୁ ବିସଇ କଜିବୁଲ୍ବାଇ । ମାତର୍ ଏ ସବୁ ବିସଇ ତମ୍କେ ଦର୍କାର୍, ସେଟା ତମର୍ ବାବା ଜାନିରଇସି ।
ତମର୍ ସଙ୍ଗ୍ ରଇଲାବେଲେ ଆମେ ତମ୍କେ କଇରଇଲୁ, ଜନ୍ ଲକ୍ ପାଇଟି କାବାଡ୍ ନ କରେ, ସେ ବାତ୍ପେଜ୍ ନ କାଅ ।
ଏବେ ଏ କାତା ଆରିତରେକ୍ କଇଲୁନି, କାଇକେବଇଲେ ଆମେ କବର୍ ପାଇଲୁ ଆଚୁଜେ, ତମର୍ ବିତ୍ରେ କେତେକ୍ ଲକ୍ମନ୍ ବାଡୁ ଅଇକରି ଜିଉନାକାଉନା କଲାଇନି । କାଇ ପାଇଟି ନକରି ବିନ୍ ଲକର୍ କାମେ ମଜାଇ ଅଇସି ଆରି କାଇଟାମିସା ନ କରତ୍ । ମାପ୍ରୁ ଜିସୁକିରିସ୍ଟର୍ ନାଉଁ ଦାରି ଆମେ ସେ ଲକ୍ମନ୍କେ ଜାଗ୍ରତ୍କରି ଆଦେସ୍ଦେଲୁନି, ସେମନ୍ ସେନ୍ତାରି କର୍ବାଟା ଚାଡିଦେସ୍ । ଜେନ୍ତାରିକି ନିଜର୍ ପେଟର୍ପାଇ କାଦି ପାଇବାକେ ପାଇଟି କରତ୍ ।
ମାତର୍ ଏ ବାଇବଇନିମନ୍ ତମେ ସତ୍କାମ୍ କର୍ବାକେ ତାକିଜାଆ ନାଇ ।