Nascimento
O nascimento é obra das mãos de Deus. Cada criança é formada por Ele no ventre materno com propósito e amor. A Bíblia celebra a vida desde a concepção até a eternidade.
O nascimento de Jesus
O maior nascimento da história mudou o curso da humanidade. Jesus nasceu de uma virgem pelo poder do Espírito Santo, conforme as profecias.
ଏଟା ଅଇଲାନି ଜିସୁ କିରିସ୍ଟର୍ ଜନମ୍ ବିସଇ । ଜିସୁର୍ ମା ମରିୟମର୍ ସଙ୍ଗ୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାର୍ ପାଇ ବିବା ମାଙ୍ଗ୍ନି ଅଇରଇଲା । ମାତର୍ ସେମନର୍ ବିବା ନ ଅଇତେ ସୁକଲ୍ ଆତ୍ମାଇ ଅନି ଗାଗ୍ଡେ ଅଇରଇବାଟା ମରିୟମ୍ ଜାନିପାର୍ଲା । ଜସେପ୍ ଗଟେକ୍ ଦରମ୍ ଲକ୍ ରଇଲା ଆରି ସବୁବେଲେ ସତ୍ କାମ୍ କର୍ତେରଇଲା । ଆରି ମରିୟମ୍କେ ଲକ୍ମନର୍ ଟାନେ ନିନ୍ଦା କାତା ସୁନାଇବାକେ ମନ୍ ନ କର୍ତେ ରଇଲା । ସେଟାର୍ପାଇଁ କେ ନାଜାନ୍ତେ ତାର୍ ବିବା ମାଙ୍ଗ୍ନି ପିଟାଇଦେବାକେ ଉପାଇ ପାଁଚ୍ତେ ରଇଲା । ସେ ଏନ୍ତି ଉପାଇ ପାଁଚ୍ଲା ବେଲେ, ଜସେପ୍କେ ଗଟେକ୍ ପର୍ମେସରର୍ ଦୁତ୍ ସପ୍ନେ ଦେକାଇ ଅଇ କଇଲା, ଏ ଦାଉଦର୍ ନାତିର୍ ତିତି ଜସେପ୍, ଡର୍ନାଇ । ମରିୟମ୍କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍ ଆତ୍ମାଇ ଅନି ସେ ଗାଗ୍ଡେ ଅଇଲାଆଚେ ।
ତାର୍ଟାନେଅନି ଗଟେକ୍ ପିଲା ଜନମ୍ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍, କାଇକେବଇଲେ ସେ ତାର୍ ଲକ୍ମନ୍କେ ସେମନର୍ ପାପେଅନି ଉଦାର୍ କର୍ସି ।
ଆଇବା ଦିନ୍ମନ୍କେ କାଇଟା ଅଇସି ବଲି, ପର୍ମେସର୍ ଗଟେକ୍ ବବିସତ୍ବକ୍ତାକେ ପାଟାଇ ଜନ୍ କାତା ସୁନାଇରଇଲା, ସେଟା ପୁରାପୁରୁନ୍ ଅଇବାକେ ଏ ସବୁ ଅଇଲା । ଗଟେକ୍ ଦାଙ୍ଗ୍ଡି ଗାଗ୍ଡେ ଅଇ ପିଲା ଜନମ୍ କର୍ସି, ଆରି ସେ ପିଲା ଲକ୍ମନର୍ ଟାନେ ଇମାନୁଏଲ୍ ବଲି ନାମାଇ ଅଇସି, ଏ ନାଉଁର୍ ଅରତ୍ ଅଇଲାନି, ପର୍ମେସର୍ ଆମର୍ ସଙ୍ଗ୍ ଆଚେ ।
ଜସେପ୍ ସଇଲା ଟାନେଅନି ଉଟି, ପର୍ମେସରର୍ ଦୁତ୍ ଜେନ୍ତି କଇରଇଲା, ସେନ୍ତି କଲା । ମରିୟମ୍କେ ବିବା ଅଇଲା । ମାତର୍ ସେ ପିଲା ଜନମ୍ ନ ଅଇବା ଜାକ ମରିୟମ୍ ସଙ୍ଗ୍ ସୁଆବସା କରେନାଇ । ଜସେପ୍ ସେ ପିଲାକେ ଜିସୁ ବଲି ନାଉଁ ଦେଲା ।
ସେଟାର୍ ପାଇଁ ସବୁବେଲର୍ ମାପ୍ରୁ ନିଜେ ତମ୍କେ ଗଟେକ୍ ଚିନ୍ ଦେଇସି; ଦେକା ଏ ଦାଙ୍ଗ୍ଡି ଗାଗ୍ଡେ ଅଇକରି ଗଟେକ୍ ପିଲା ଜନମ୍ ଦେଇସି ଆରି ତାର୍ ନାଉଁ ଇମାନୁଏଲ୍ ବଲିକରି ଦେଇସି ତାକେ ଆମର୍ ସଙ୍ଗେ ରଇବାକେ ପର୍ମେସର୍ ଚାଡ୍ସି।
ଏଲିସାବେତ୍ ଗାଗ୍ଡେଅଇ ଚ ମାସ୍ ଅଇଲାକେ, ପର୍ମେସର୍ ଗାବ୍ରିଏଲ୍ ଦୁତ୍କେ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ନଅରେ ଗଟେକ୍ ଦାଙ୍ଗ୍ଡିର୍ ଟାନେ ପାଟାଇଲା । ସେ ଦାଙ୍ଗ୍ଡିର୍ ନାଉଁ ମରିୟମ୍, ଦାଉଦ୍ ବଁସର୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡା ସଙ୍ଗ୍ ତାର୍ ମାଙ୍ଗ୍ନି ଅଇରଇଲା ।
ଦୁତ୍ ତାକେ କଇଲା, "ମରିୟମ ଡର୍ ନାଇ, ତୁଇ ମାପ୍ରୁର୍ ଦୟା ପାଇଆଚୁସ୍ । ଦେକ୍ ତୁଇ ଗାଗ୍ଡେ ଅଇ ପିଲା ଗଟେକ୍ ଜନମ୍ କର୍ସୁ ଆରି ତାର୍ ନାଉଁ ଜିସୁ ଦେଇସା । ସେ ଗଟେକ୍ ଡାକ୍ପୁଟା ଲକ୍ ଅଇସି ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ପଅ ବଲି କଇବାଇ, ସରଗର୍ ମାପ୍ରୁ ତାକେ, ତାର୍ ଆନିଦାଦି ଦାଉଦର୍ ପାରା ରାଜା କୁରାଇସି । ସେ କାଲ୍କାଲ୍ ଜୁଗ୍ଜୁଗ୍ ଇସ୍ରାଏଲ୍ ଲକ୍ମନ୍କେ ସାସନ୍ କର୍ସି । ତାର୍ ରାଇଜ୍ କେବେ ନ ସାରେ ।"
ମରିୟମ୍ ଦୁତ୍କେ କଇଲା, "ଏଟା କେନ୍ତି ଅଇସି ? ମୁଇତା ମୁନୁସ୍କେ ନାଜାନି !" ଦୁତ୍ ତାକେ କଇଲା, "ସୁକଲ୍ ଆତ୍ମା ଆସି ତକେ ଡାବି ଅଇସି, ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ବପୁ ତକେ ଗୁଡିଆଇ ଅଇସି, ତେବର୍ପାଇ ଜେ ଜାତ୍ ଅଇସି, ସେ ସୁକଲ୍ ପର୍ମେସରର୍ ପଅ ବଲି ଡାକ୍ପୁଟା ଅଇସି ।"
Formados desde o ventre
Deus nos teceu no ventre de nossa mãe. Antes de nascermos, Ele já nos conhecia e nos separou para um propósito sagrado.
ତାର୍ପଚେ ସବୁବେଲର୍ ମାପ୍ରୁ କଇଲାନି, ମାଇଜି ଟକିମନ୍ ନିଜର୍ ଜନମ୍ ଦେଇ ରଇଲା ପିଲା ଜିଲା ମନ୍କେ ଜତନ୍ ନ କରି ନିଜର୍ ଦୁଦ୍ କାଇବା କଁଲା ପିଲାମନ୍କେ ପାସ୍ରି ମିସା ଜାଇ ପାରତ୍ ? ଉଁ, ଏମନ୍ ପାସ୍ରି ମିସା ଜାଇ ପାରତ୍ , ଅଇଲେ ମିସା ମୁଇଁ ତମ୍କେ ନ ପାସ୍ରି ।
ସବୁବେଲର୍ ମାପ୍ରୁ କଇଲାନି, ଆମେ ପିଲା ଜନମ୍ କର୍ବା ଦିନ୍ କେଟାଇ କରି କାଇ ପିଲା ଜନମ୍ କରି ନାପାରୁ କି? ତମର୍ ପର୍ମେସର୍ କଇଲାନି, ପିଲା ଜନମ୍ କରାଇବା ଲକ୍ ଜେ , ମୁଇ କାଇ ପିଲା ଜନମ୍ ଅଇବାଟାକେ ବନ୍ଦ୍ କର୍ବି?
Crianças — bênção e promessa
Jesus acolheu as crianças e disse: delas é o Reino dos céus. Os filhos são herança do Senhor e motivo de alegria para os pais.
ମାତର୍ ଜିସୁ କଇଲା, "ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍ । ସେମନ୍କେ ମନା କରା ନାଇ । କାଇକେ ବଇଲେ ଏମନ୍ ଆକା ସରଗ୍ ରାଇଜେ ରଇବା ଲକ୍ ।"
ଜେ ନିଜ୍କେ ସୁଆଲ୍ କରି ସାନ୍ ପିଲାପାରା ଅଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ବଡ୍, ଆରି, ଜେକି ମର୍ ନାଉଁ ଦାରି ଏ ସାନ୍ ପିଲାକେ ନାମ୍ସି, ସେ ମକେ ମିସା ନାମ୍ସି ।"
ତାର୍ପଚେ ଜିସୁ ସାନ୍ ସାନ୍ ପିଲାଟକିମନ୍କେ ଉଁଚାରି ତାକର୍ ମୁଣ୍ଡେ ଚିଇକରି ଆସିର୍ବାଦ୍ କଲା ।
Nascer de novo
Jesus ensinou que é preciso nascer de novo para ver o Reino de Deus. O novo nascimento é espiritual — pelo Espírito e pela Palavra.
ଜିସୁ ତାକେ କଇଲା, "ମୁଇ ତକେ ସତ୍ କାତା କଇଲିନି, ଆରିତରେକ୍ ଜନମ୍ ନ ଅଇଲେ କେ ମିସା ପର୍ମେସରର୍ ରାଇଜ୍ ଦେକି ନାପାରତ୍ ।"
ଗଟେକ୍ ମାଇଜି ନିକ ଅଇବା ବେଲା କେଟ୍ଲେ ବେସି ଦୁକ୍ ଅଇସି । କାଇକେବଇଲେ ତାର୍ ଦୁକ୍ କସ୍ଟର୍ ବେଲା କେଟିଆଚେ । ମାତର୍ ନିମାନ୍ ଅଇସାର୍ଲା ପଚେ ତାର୍ ଦୁକ୍ କସ୍ଟ ପାସ୍ରିଜାଇସି । କାଇକେ ବଇଲେ ତାର୍ତେଇଅନି ଗଟେକ୍ ପିଲା ଦୁନିଆଇ ଜନମ୍ ଅଇଲା ଆଚେ ।
ପର୍ମେସରର୍ ପିଲା ଅଇରଇବା କେ ମିସା ପାପ୍କରିଲାଗି ରଇବାର୍ ନାଇ । କାଇକେବଇଲେ ପର୍ମେସରର୍ ଗୁନ୍ଚଲନ୍ ତାକର୍ ବିତ୍ରେ ଆଚେ । ସେମନ୍ ପର୍ମେସରର୍ ପିଲାଜିଲା ଅଇଲାଇକେ, ପାପ୍କରିଲାଗି ନ ରଅତ୍ ।