Nova aliança
A Nova Aliança é o pacto de graça que Deus estabeleceu através de Jesus Cristo. Diferente da antiga, ela é escrita no coração, mediada pelo sangue de Cristo e acessível a todos.
A profecia da Nova Aliança
Jeremias profetizou uma aliança nova em que Deus escreveria sua lei no coração do povo. Essa promessa se cumpriu em Cristo.
ଏ ଜଗତର୍ ପୁଜାରିମନର୍ କାମ୍ତେଇଅନି ଜନ୍ କାମ୍ ପର୍ମେସର୍ ଜିସୁକେ ସର୍ପିଦେଲା, ସେ କାମ୍ ଅଦିକ୍ ଗୁର୍ତୁ ରଇବାଟା । ସେନ୍ତାରିସେ ଜନ୍ ନୁଆ ରାଜିନାମାସଙ୍ଗ୍ ସେ ପର୍ମେସର୍ ଆରି ମନୁସ୍ଜାତିକେ ଆରିତରେକ୍ ମିସାଇଲା, ସେଟା ପୁର୍ନା ରାଜିନାମାତେଇ ଅନି ନିକ । କାଇକେବଇଲେ, ନୁଆ ରାଜିନାମାତେଇ ରଇବା ପର୍ମେସରର୍ ସପତ୍ ସବୁ ବେସି ନିକ ଆଚେ ।
ପର୍ତୁମର୍ ରାଜିନାମାତେଇ ଜଦି କାଇ ବୁଲ୍ ନ ରଇତା, ତେବେ ପର୍ମେସର୍ ସେଟା ନ ବାଦ୍ଲାଇତା ।
ଏବେ ଗଟେକ୍ ନୁଆ ରାଜିନାମା ଆଚେ ବଲି ପର୍ମେସର୍ କଇଲାକେ ପୁର୍ନା ରାଜିନାମାକେ କାଇ ମୁଲିଅ ନାଇ ବଲି ଆମେ ଜାନୁ । ଜନ୍ଟା ପୁର୍ନା ଅଇଗାଲା ଆରି କାଇଟା ପାଇ ମିସା ଲଡାକେ ନ ଆଇଲେ, ସେଟା ବାଇରେ ପିଙ୍ଗିଦେବାଇ ।
କାଇକେବଇଲେ ପର୍ମେସର୍ ଜନ୍ ସପତ୍ ତାକେ ଦେଇରଇଲା, ତାର୍ ନୁଆ ରାଜିନାମା ପୁରାପୁରୁନ୍ ଅଇସିଆକା ବଲି ଜିସୁ ଡାଁଟ୍ ସଙ୍ଗ୍ କଇଲାନି ।
Selada com sangue
Jesus instituiu a Nova Aliança na Última Ceia: 'Este cálice é a nova aliança no meu sangue.' Seu sacrifício é definitivo e perfeito.
ସେନ୍ତାରିସେ କାଇଲା ପଚେ ସେ ମୁତାଇ ଅଙ୍ଗୁର୍ ରସ୍ ଦାରି କଇଲା, "ଏ ମୁତା ମର୍ ବନିତେଇ, ପର୍ମେସର୍ ଲକ୍ମନର୍ ସଙ୍ଗ୍ କଲା ନୁଆ ରାଜିନାମା । ଏଟା ତମର୍ପାଇ ଜର୍ଲା ମର୍ ବନି ।"
ତାର୍ପଚେ ଅଙ୍ଗୁର୍ରସ୍ ରଇଲା ମୁତା ଦାରି ପର୍ମେସର୍କେ ଦନିଅବାଦ୍ ଦେଲା ଆରି ତାର୍ ସିସ୍ମନ୍କେ କଇଲା, "ତମେ ସବୁ ଲକ୍ ଏ ମୁତାର୍ଟା କାଆ । ଏଟା ମର୍ ବନି । ମୁନୁସ୍ମନର୍ ପାପ୍କେମାର୍ ଲାଗି ମୁଇ ମର୍ ଜନ୍ ବନି ଡାଲି ଦେବି ବଲି ଗାଲିନି, ସେଟା ପର୍ମେସର୍ ନୁଆ ନିୟମ୍ ଟିକ୍ କର୍ସି ।
ଏଟା ଜଦି ଲକ୍ମନର୍ ଗାଗଡ୍ ଦଇପାର୍ଲା, ସେନ୍ତାର୍ଆଲେ କିରିସ୍ଟର୍ ବନିସଙ୍ଗ୍ ଆରି କେତେକ୍ ଅଦିକ୍ କରିଅଇସି ? ନ ସାର୍ବା ଆତ୍ମାର୍ପାଇ ସେ ନିଜେ ପରମେସରର୍ ସାଇଜ ନେଇ, କାଇ ପାପ୍ଦସ୍ ନ ଅଇତେ ବିରୁ ଇସାବେ ନିଜ୍କେ ପୁରାପୁରୁନ୍ ସର୍ପି ଦେଲାଆଚେ । ତାର୍ ବନିର୍ଲାଗି ବାନିଆ ରିତିନିତି କାମେଅନି ଜିତି କରି ଆମର୍ ବିବେକ୍ ସୁକଲ୍ ଅଇସି । ଆରି ଆମେ ସତଇସେ ଜିବନ୍ ରଇଲା ପରମେସରର୍ ସେବା କର୍ବା ଅଦିକାର୍ ପାଇଆଚୁ ।
ଏଟାର୍ପାଇ କିରିସ୍ଟସେ ନୁଆ ନିୟମ୍ ସାଦନ୍ କଲାଆଚେ । ଜେନ୍ତାରି କି, ଜେତ୍କି ଲକ୍ମନ୍କେ ପରମେସର୍ ଡାକିଆଚେ, ସେମନ୍ ପରମେସର୍ ସପତ୍ କରି କଇରଇବା ନ ସାର୍ବା ଆସିର୍ବାଦ୍ ପାଇବାଇ । କିରିସ୍ଟ ମଲାର୍ପାଇ ଆଗର୍ ରାଜିନାମାତେଇ କରିରଇବା ସବୁ ପାପେଅନି ସେମନ୍ ମୁକଲ୍ଲାଇ ।
ଗଟେକ୍ ଲକ୍ ଜଦି ତାର୍ ଦନ୍ ସଁପତି ବାଗ୍ ବାଟା କର୍ବା ବିସଇର୍ ଚିଟି କରିରଇସି । ସେଟା ଜାନାଇବାକେ ସେ ଲକର୍ ନାଉଁଦାରି ରାଜିନାମା ପାଆଟା ପତର୍ ରଇବାର୍ ଆଚେ । ସେ ମରିଗାଲାପଚେ ତାର୍ଟା ଜାନାପଡ୍ବାର୍ ଆଚେ । କାଇକେ ବଇଲେ ବାଗ୍ବାଟା ଲେକିରଇଲା ଲକ୍ ବଁଚି ରଇଲା ଜାକ, ବାଗ୍ବାଟାର୍ କାଗଜ୍ ପତରର୍ କିଚି ମୁଲିଅ ନାଇ । ସେଟା ତାର୍ ମରିଗାଲା ପଚେ ସେ କାମ୍ ଦେଇସି । ସେନ୍ତାରିସେ, ପର୍ତୁମ୍ ରାଜିନାମା ମିସା ବନି ଜରାଇଲାକେସେ ସେଟାର୍ ମୁଲିଅ ରଇଲା । ମସା ପର୍ତୁମ୍ ନିୟମର୍ ଆଦେସ୍ ଲକ୍ମନର୍ ଲଗେ କଇଲା । ତାର୍ପଚେ ସେ ବଲଦ୍ ଆରି ଚେଲିମନର୍ ବନି ନେଇ ପାନି ସଙ୍ଗ୍ ମିସାଇଲା । ତାର୍ପଚେ ଅଲପ୍ ମେଣ୍ଡାର୍ ବାଲେ ଏସୁବ୍ ନାଉଁର୍ ଗଚର୍ କେନ୍ଦିତେଇ ଗୁଡାଇଲା । ପଚେ ସେଟା ବନିଟାନେ ବୁଡାଇ ନିୟମର୍ ବଇତେଇ ଆରି ଲକ୍ମନର୍ ଉପ୍ରେ ଚିଚ୍ଲା । ସେ କଇଲା, ଜନ୍ ନିୟମ୍ ମାନ୍ବାକେ ପରମେସର୍ ତମ୍କେ ଆଦେସ୍ ଦେଲାଆଚେ, ଏ ବନି ସେ ନିୟମ୍କେ ଚିନ୍ ମାରିଆଚେ ।
ମସାର୍ ନିୟମ୍ ଅବ୍କା ଗଟେକ୍ ବାନା ପାରା ରଇଲା । ଜନ୍ ନିକ ଆସିର୍ବାଦ୍ କିରିସ୍ଟ ଆମ୍କେ ଦେଇସି, ସେ ଆସିର୍ବାଦର୍ ଗୁନ୍ଚଲନ୍ ତେଇ ଡିସ୍ତେରଇଲା । ମାତର୍ ସେଟା ଆସିର୍ବାଦର୍ ସମାନ୍ ନଏଁ । ତେବର୍ପାଇ ନିୟମ୍ ମାଙ୍ଗ୍ଲା ଇସାବେ, ସେମନ୍ ସବୁ ବର୍ସେ ବଲି ସର୍ପାଇ ଅଇତେରଇଲାଇ । ମାତର୍ ସେ ସବୁ ବଲି ସରପ୍ବାଟା ପର୍ମେସର୍ଟାନେ ଆଇବା ଲକ୍ମନ୍କେ ସିଦ୍ କରିନାପାର୍ଲା । ସେନ୍ତାରି ଜନ୍ ଲକ୍ମନ୍ ପର୍ମେସର୍କେ ଉପାସନା କର୍ତେରଇଲାଇ, ଜଦି ସେମନ୍ ତାକର୍ ପାପେ ଅନି ସୁକଲ୍ ଅଇତାଇ, ତେବେ ସେମନ୍କେ ତାକର୍ ପାପ୍ ଦସି ନ କରାଇତା । ଆରି ସବୁ ବଲିଦେବାଟା ସାରିଜାଇତା । ମାତର୍ ସବୁ ବରସେ ସେ ସମାନ୍ ବେଲାଇ ବଲି ସର୍ପିଦେବାଟା କର୍ବାକେ ପଡ୍ଲା । ସେମନର୍ ପାପ୍ ରଇଗାଲା ଆଚେ ବଲି ସେମନ୍ ତେଇଅନି ଜାନ୍ଲାଇ । କାଇକେବଇଲେ ବଲଦ୍ମନର୍ ଆରି ଚେଲିମନର୍ ବନି କେବେ ମିସା ଆମର୍ ପାପ୍ ଦାରି ନ ନେଏ ।
Reconciliação e vida nova
Pela Nova Aliança somos reconciliados com Deus, trazidos para perto pelo sangue de Cristo e feitos embaixadores da reconciliação.
ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ । ଏଟା ସବୁ ପର୍ମେସର୍ କଲାଆଚେ । ସେ କିରିସ୍ଟକେ ଦେଇ ଆମ୍କେ ସତ୍ରୁ ରଇବା ତେଇଅନି ମଇତର୍ କରିଆଚେ । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ । ତେବେ ଆମେ ଏ ବିସଇ ଜାନାଇଦେଲୁନି, ଜେ କିରିସ୍ଟର୍ ଲାଗି ପର୍ମେସର୍ ସବୁ ମୁନୁସ୍ ଜାତିକେ ତାର୍ ନିଜର୍ ମଇତର୍ କରିପାର୍ସି । ଆରି ସେ ତାକର୍ ସବୁ ପାପ୍ କେମା କରିଦେଇସି । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ ।
ପର୍ମେସର୍ ଆମ୍କେ ଦେଇ ତମ୍କେ ବାବୁଜିଆ କଲାନି । ଏଟାର୍ପାଇ କିରିସ୍ଟ ଆମ୍କେ ପାଟାଇଲା ଆଚେ । ଆରି କିରିସ୍ଟର୍ ଲାଗି ଆମେ ମିସା ତମ୍କେ ବାବୁଜିଆ କଲୁନି । ପର୍ମେସର୍ ତମ୍କେ ସତ୍ରୁଟାନେଅନି ମଇତର୍ କର । କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
ଆରି କିସ୍ଟର୍ ଲାଗି ପର୍ମେସର୍କେ ଆସା କରି ଆମେ ସାଆସ୍ ସଙ୍ଗ୍ କଇପାର୍ଲୁନି । ଏ କାମ୍ ଆମେ ନିଜର୍ ବପୁ ସଙ୍ଗ୍ କରି ପାର୍ବୁ ବଲି କଉନାଇ । ପର୍ମେସର୍ ଆକା ଆମ୍କେ ବପୁ ଦେଇସି । ସେ ତା ଆମ୍କେ ବପୁ ଦେଲାଆଚେ, ଜେନ୍ତିକି ଆମେ ତାର୍ ନୁଆ ରାଜିନାମା କଲାଟା ସବୁକେ ଜାନାଇ ପାର୍ବୁ । ସେଟା ଲେକ୍ଲା ନିୟମ୍ ନଏଁ, ମାତର୍ ତାର୍ ଆତ୍ମାଇ ଅନି ଅଇଲାଟା । ଲେକ୍ଲା ନିୟମ୍ ମରନ୍ ଆନ୍ସି, ମାତର୍ ପର୍ମେସରର୍ ଆତ୍ମା ନ ସାର୍ବା ଜିବନ୍ ଦେଇସି ।
ତମେ, ଜିଉଦି ନ ଅଇଲା ଲକ୍ମନ୍, ଆଗେ କେନ୍ତାର୍ ରଇଲାସ୍ ଏତାଇ ଦେକା । ନିଜେ ସୁନତ୍ ବଲାଇଅଇତେ ରଇବା ଜିଉଦିମନ୍ ତମ୍କେ ସୁନତ୍ ନ ଅଇଲା ଲକ୍ ବଲି କଇତେ ରଇଲାଇ । ମାତର୍ ସୁନତ୍ ଅଇବାଟା ଗାଗଡେ କର୍ବା କାମ୍ । ଆଗେ ତମେ କିରିସ୍ଟର୍ ଲଗେ ଅନି ଦୁର୍କେ ରଇଲାସ୍ । ଆରି ପର୍ମେସର୍ ବାଚିରଇବା ଲକ୍ମନର୍ଟାନେ ମିସି ନ ରଇଲାସ୍ । ତାର୍ ଲକ୍ମନ୍କେ କାତା ଦେଇ, ତିଆର୍ କରିରଇବା ନିୟମ୍ଟାନେ, ତମର୍ କାଇ ମିସା ଅଦିକାର୍ ନ ରଇଲା । ତମେ ଜଗତେ ବାସାକରି, କାଇ ଆସା ନ ରଇକରି ପର୍ମେସରର୍ ଲକ୍ ନ ଅଇ ରଇଲାସ୍ । ଗଟେକ୍ ବେଲାଇ ଦୁରିକେ ରଇଲାସ୍ । ଏବେ ଜିସୁର୍ ସଙ୍ଗ୍ ମିସିକରି କିରିସ୍ଟ ବନି ଦେଇ ମଲାର୍ପାଇ ତାର୍ ଲଗେ ଅଇଆଚାସ୍ ।
ଏନ୍ତାରି ନଏଁଜେ, ଆମେ ପର୍ମେସର୍କେ ଆଲାଦ୍ କଲୁ, ମାତର୍ ସେ ଆମ୍କେ ଆଲାଦ୍ କଲା । ଆରି କୁରୁସ୍କାଟେ ମଲାର୍ପାଇ ଆମର୍ ଡଣ୍ଡ୍ ପାଇବାକେ ତାର୍ ପଅକେ ପାଟାଇଲା । ଏଟା ଅଇଲାନି ସତ୍ସଙ୍ଗ୍ ଆଲାଦ୍ କର୍ବାଟା ।