Nova criatura
Em Cristo somos nova criação. O velho se foi, tudo se fez novo. A transformação não é reforma — é renascimento completo pelo poder do Espírito Santo.
Novas criaturas em Cristo
Se alguém está em Cristo, nova criação é. As coisas velhas passaram e eis que tudo se fez novo. A transformação é radical e total.
ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
କେ ସୁନତ୍ ଅଇଲା, କେ ସୁନତ୍ ଅଏନାଇ, ସେଟା କିଚି ନାଇ । ମାତର୍ ପର୍ମେସର୍ ଆମ୍କେ ନୁଆ ଜନମ୍ ଦେଲାଆଚେ, ସବୁର୍ଟାନେଅନି ସେଟାସେ ମୁକିଅ ବିସଇ ।
ପର୍ମେସର୍ସେ ଆମ୍କେ ତିଆର୍ କଲା ଆଚେ । ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ନିକ କାମ୍ କର୍ବାକେ ସେ ଆମ୍କେ ନୁଆ କଲା ଆଚେ । ଏଟା ଆଗ୍ତୁଆନି ସେ ଆମର୍ ପାଇ ମନ୍ କରି ରଇଲା ।
ତାର୍ପଚେ ଜେ ବସ୍ବା ଜାଗାଇ ବସିରଇଲା, ସେ କଇଲା "ମୁଇ ଏବେ ସବୁ ବିସଇ ନୁଆ କଲିନି ।" ସେ ମକେ ଆରି କଇଲା "ଏଟା ଲେକିକରି ସଙ୍ଗ । କାଇକେବଇଲେ ଏ ବାକିଅ ସବୁ ସତ୍ । ଆରି ବିସ୍ବାସ୍ କରିଅଇସି ।"
Despir o velho e vestir o novo
Somos chamados a despir o velho homem e vestir o novo, criado segundo Deus em justiça e santidade provenientes da verdade.
ଆଗ୍ତୁ ଜନ୍ ପୁର୍ନା ଚଲାଚଲ୍ତି କରି ତମେ ଜିଉନା କାଉନା କର୍ତେ ରଇଲାସ୍, ସେଟା ଚାଡ୍ବାକେ ତମ୍କେ ସିକାଇ ରଇଲାଇ । ତମର୍ ମନେ କାରାପ୍ ଚିନ୍ତା ଆଇବାଟା, ତମ୍କେ ନାଡାଇକରି ତମର୍ ଜିବନ୍ ନସାଇ ଦେଲାଇ । ତମେ ଚିନ୍ତା କର୍ବାଟା ପର୍ମେସର୍ ନୁଆକରି ବାଦ୍ଲାଇବାକେ ତାକେ ସର୍ପି ଦିଆସ୍ ବଲି ସିକାଇଲାଇ ଆଚତ୍ । ପର୍ମେସର୍ ତମ୍କେ ତାକର୍ ଗୁନ୍ଚଲନ୍ ପାରା ରଇବା ନୁଆ ଗୁନ୍ଚଲନ୍ ଦେଲାଆଚେ । ତେବର୍ପାଇ ସେ ରକାମ୍ ଚଲାଚଲ୍ତି କରା । ପୁରାପୁରୁନ୍ ଦରମ୍ ଅଇକରି ସୁକଲ୍ ଅଇରୁଆ ।
ନିଜର୍ ନିଜର୍ ବିତ୍ରେ ମିଚ୍ କାତା କୁଆବଲା ଉଆନାଇ । କାଇକେ ବଇଲେ ତମେ ପୁର୍ନା ଗୁନ୍ଚଲନର୍ ସବୁ ଅବିଆସ୍ ଚାଡିଦେଇକରି, ନୁଆ ଚଲାଚଲ୍ତି ଆରାମ୍କରି ଆଚାସ୍ । ପର୍ମେସର୍ ତମ୍କେ ଦେଇରଇବା ଏ ନୁଆ ଚଲାଚଲ୍ତିତେଇ ତମେ ତାର୍ ବିସଇ ଅଦିକ୍ ଅଦିକ୍ ଜାନ୍ସା ଆରି ତାର୍ପାରା ଅଦିକ୍ ଅଦିକ୍ ଅଇଆଇସା ।
ସେଟାର୍ପାଇଁ ଡୁବନ୍ ନେଲାପଚେ ଆମେ ତାର୍ ମରନେ ମିସି, ତାର୍ ସଙ୍ଗ୍ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍ ଡାକ୍ପୁଟା ବପୁ ସଙ୍ଗ୍ ଆରିତରେକ୍ ଉଟ୍ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍ ପାଇକରି ଚଲାଚଲ୍ତି କର୍ବାର୍ ଆଚେ ।
କାଇକେବଇଲେ ଆମେ ମରନେ ମିସି ତାର୍ ସଙ୍ଗ୍ ଗଟେକ୍ ଅଇଲୁ ଆଚୁ, ତାକେ ଆରିତରେକ୍ ଉଟ୍ବାତେଇ ମିସା, ତାର୍ ସଙ୍ଗ୍ ଗଟେକ୍ ଅଇକରି ରଇବୁ । ଆମେ ଜାନିଆଚୁ, କିରିସ୍ଟର୍ ସଙ୍ଗ୍ କୁର୍ସେ ଆମର୍ ପୁର୍ନା ଜିବନ୍ ମରିଗାଲାଆଚେ । ତେଇଅନି ଆମର୍ ପାପର୍ ଚଲାଚଲ୍ତି କୁରୁପ୍ନାସ୍ ଅଇଲା ଆଚେ ଆରି ଆମେ ପାପର୍ ଗତିଅନି ମୁକ୍ଲିଆଚୁ । କାଇକେବଇଲେ ମୁନୁସ୍ ମରିଗାଲେସେ, ପାପର୍ ବାନ୍ଦନେଅନି ରକିଆ ପାଇସି ।
ପର୍ମେସରର୍ ପାଇ ବଁଚ୍ବାକେ ମକେ କିରିସଟର୍ ସଙ୍ଗ୍ କୁର୍ସେ ମରାଇଆଚେ । ଏବେ ମୁଇ ଜିଇକରି ରଇନାଇ । ମାତର୍ କିରିସ୍ଟ ମର୍ଟାନେ ଜିଇକରି ଆଚେ । ଏବେ ମର୍ ଗାଗଡ୍ ବିସ୍ବାସର୍ ଲାଗି ଜିବନ୍ ଆଚେ । ଜନ୍ଟା କି ପର୍ମେସରର୍ ପଅ ଜିସୁ କିରିସ୍ଟ ମକେ ଆଲାଦ୍ କରି ମର୍ପାଇ ସେ ନିଜେ ସର୍ପି ଅଇଲା । ତାକେ ବିସ୍ବାସ୍ କରି ମୁଇ ଜିଇଲି ଆଚି ।
Coração e Espírito novos
Deus promete dar um coração novo e um espírito novo. Pelo novo nascimento somos feitos participantes da natureza divina.
ଜିସୁ ତାକେ କଇଲା, "ମୁଇ ତକେ ସତ୍ କାତା କଇଲିନି, ଆରିତରେକ୍ ଜନମ୍ ନ ଅଇଲେ କେ ମିସା ପର୍ମେସରର୍ ରାଇଜ୍ ଦେକି ନାପାରତ୍ ।"
ତାର୍ ମଇମା ଆରି ଦରମର୍ ଲାଗି ସେ ଆମ୍କେ ବେସି ବଡ୍ ଆରି ବେସି ମୁଲିଅ ରଇବା ଦାନ୍ ଦେଲାଆଚେ । କିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନ୍ ଜେନ୍ତିକି କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେନ୍ତାରି ମନ୍କର୍ବା ଟାନେଅନି ମୁକ୍ଲାଇବାକେ ସେ ଆମ୍କେ ଏନ୍ତାରି କଲାଆଚେ । ଏ ସବୁ ବିସଇ ତାକର୍ ମନ୍କେ ନସାଇସି । ମାତର୍ ତମେ ପର୍ମେସରର୍ ପାରା ଦରମ୍ ଅଇପାର୍ସା ।
ତମେ ଆଗ୍ତୁର୍ କାତା ସବୁ ଏତାଆ ନାଇଁ, କି ପୁର୍ନା କାତାକେ ଚିନ୍ତା କରାନାଇଁ । ଦେକା, ମୁଇ ଗଟେକ୍ ନୁଆ କାମ୍ କର୍ବି; ସେଟା ଏବେ ଆଁକର୍ସି; ତମେ କାଇ ସେଟା ନାଜାନାସ୍? ଆରି, ମୁଇ ବନ୍ ରଇଲା ତେଇ ବାଟ୍ ଆରି ମରୁବାଲି ବୁଏଁ ଗାଡ୍ମନ୍ ତିଆର୍ କରି ଆଚି ।