Pai da mentira
A Bíblia revela que o diabo é o pai da mentira. Ele engana, acusa e tenta destruir. Mas Cristo veio para desfazer as obras do maligno e nos dar vitória.
O caráter do diabo
Jesus disse que o diabo é mentiroso e homicida desde o princípio. Não há verdade nele — a mentira é sua natureza.
ସଇତାନ୍ ଅଇଲାନି ତମର୍ ବାବା । ଆରି ତମେ ସେ କର୍ବା କାରାପ୍ କାମ୍ମନ୍ କର୍ବାକେ ମନ୍ କଲାସ୍ନି । ସେ ଆଗ୍ତୁଅନି ଲକ୍ମନ୍କେ ନସ୍ଟ କଲାନି, ଆରି ସେ ସତ୍ ବିସଇ ଗିନ୍ କଲାନି । ତାର୍ତେଇ ସତ୍ ବିସଇ ନାଇ । ଜେଡେବେଲା ସେ ମିଚ୍ କଇଲାନି, ସେବେଲା ସେ ନିଜର୍ ଗୁନ୍ ଚଲନ୍ଅନି ସେନ୍ତି କଇଲାନି । କାଇକେ ବଇଲେ ସେ ମିଚ୍ କଇବା ଲକ୍, ଆରି ମିଚ୍ କଇବା ଲକ୍ମନର୍ ବାବା ।
ସେଦିନର୍ ରାତି ଜିସୁ ଆରି ତାର୍ ସିସ୍ମନ୍ କାଇବାକେ ବସିରଇଲାଇ । ଜିସୁକେ ବିସ୍ବାସେ ବିସ୍ ଦେଲାପାରା କରାଇବା ଚିନ୍ତା, ସଇତାନ୍ ସିମନ୍ ଇସ୍କାରିୟତର୍ ପିଲା ଜିଉଦାର୍ ମନେ ପୁରିକରି ଦେଲା ।
ସେ ଅସୁର୍ ସାଁପ୍କେ ବାଇରେ ବେଟି ପିଙ୍ଗିଦେଲାଇ । ସେ ଅସୁର୍ସାଁପ୍ ଦିଆବଲ୍ ବଲି ଡାକ୍ବା ସାଁପ୍ ରଇଲା । ଜେ କି ଗୁଲାଇ ଜଗତ୍ ନାଡାଇରଇଲା । ତାର୍ ଦୁତ୍ମନ୍କେ ଆରି ତାକେ ମିସ୍ତେ ଦର୍ତନି ଉପ୍ରେ ପିଙ୍ଗିଦେଲାଇ ।
ତାର୍ପଚେ ସର୍ଗେ ଗଟେକ୍ ଜବର୍ ସବଦ୍ ଅଇବାଟା ମୁଇ ସୁନ୍ଲି । ସେ ସବଦ୍ କଲା "ଏବେ ଲକ୍ମନର୍ପାଇ ଅଇରଇବା ପର୍ମେସରର୍ ମୁକ୍ତି ସିଦ୍ ଅଇଲାଆଚେ । ରାଜା ଇସାବେ ତାର୍ ବପୁ ସେ ଦେକାଇଆଚେ । ତାର୍ ମସିଅ, ତାର୍ ଅଦିକାର୍ ଦେକାଇଲା ଆଚେ ।" କାଇକେବଇଲେ, ଜେ କି ପର୍ମେସରର୍ ମୁଆଟେ ଟିଆଅଇ ଆମର୍ ବାଇବଇନିମନ୍କେ ଦସ୍ ଦେଇତେରଇଲା, ତାକେ ସର୍ଗେଅନି ବାର୍କରାଇ ଦେଲାଆଚେ ।
ଏଟା ଦେକି କାବାଅଇ ଜାଆ ନାଇ । କାଇକେବଇଲେ, ସଇତାନ୍ ମିସା ନିଜେ ବାଦ୍ଲାଇଅଇ ଉଜଲର୍ ଦୁତ୍ ପାରା ଦେକାଇ ଅଇସି ।
ଏ ଜଗତର୍ କାରାପ୍ ସାସନ୍କାରିଆ ତାକର୍ ମନ୍ ଆନ୍ଦାର୍ କରି ଦେଇଆଚେ ଜେ, ସେମନ୍ ବିସ୍ବାସ୍ କରତ୍ ନାଇ । ଜନ୍ ଉଜଲ୍ ତାକର୍ ଉପ୍ରେ ଉଜଲ୍ ଦେଲାନି, ସେଟା ନ ଦେକ୍ବାକେ ସେ ଆଗ୍ଟିଦେଲାନି । କିରିସ୍ଟର୍ ମଇମାର୍ ଉଜଲ୍ ତାର୍ ସୁବ୍କବରେଅନି ଆଇସି । କିରିସ୍ଟ ସମାନ୍ ପର୍ମେସରର୍ ପାରାସେ ଆଚେ ।
As obras do inimigo
O diabo rouba a Palavra semeada, cega o entendimento dos incrédulos e anda em derredor como leão rugidor buscando a quem devorar.
ଜନ୍ ଲକ୍ମନ୍ ସରଗ୍ ରାଇଜର୍ ବାକିଅ ସୁନି ନ ବୁଜତ୍, ସଇତାନ୍ ଆସି ସେମନର୍ ମନ୍ ବିତ୍ରେ ଅନି ଜନ୍ଟା ବୁନାଅଇ ରଇସି, ସେଟା ଜିକି ଦାରିଜାଇସି । ଏଟା ଅଇଲାନି ବାଟେ ଅଦ୍ରି ରଇବା ବିଅନର୍ ଅରତ୍ ।"
ଏ ଦୁନିଆ ଅଇଲାନି ଜମି । ଜେମନ୍ ସରଗ୍ ରାଇଜର୍ ଲକ୍, ସେମନ୍ ନିକ ବିଅନ୍ । ଜୁଡ୍ ଗାଁସ୍ ଅଇଲାନି ସଇତାନର୍ ବାଟେ ଜିବା ଲକ୍ । ଜନ୍ ବିରଦି ଲକ୍ ଜୁଡ୍ ଗାଁସ୍ ମୁଞ୍ଜି ବୁନ୍ଲା, ସେ ସଇତାନ୍ । କାଟାବେଟାର୍ ବେଲା ଅଇଲାନି ଜୁଗ୍ ସାର୍ବା ଦିନ୍ । ତାସ୍ କାଟ୍ବା ଲକ୍ମନ୍ ଅଇଲାଇନି ସରଗର୍ ଦୁତ୍ମନ୍ ।
ଜାଗର୍ତା ଅଇକରି ଜାଗିରୁଆ, କାଇକେବଇଲେ ଆମର୍ ସତ୍ରୁ ସଇତାନ୍ କାକେ ମିସା ଗିଲ୍ବି ବଲି ଅଡ୍ରି ବୁଲ୍ଲାନି ।
ସେ କାରାପ୍ ଲକ୍, ସଇତାନର୍ ବପୁ ପାଇକରି ଆଇସି । ଆରି କାବା ଅଇବା କାମ୍ମନ୍ କରି ଦେକାଇସି ।
ମୁଇ ତମର୍ ସଙ୍ଗ୍ ଆରି ଅଦିକ୍ ପର୍ କାତାବାର୍ତା କରି ନାପାରି । କାଇକେ ବଇଲେ, ଏ ଦୁନିଆର୍ ସାସନ୍କାରିଆ ଆଇଲାନି । ଆରି ମର୍ଟାନେ ତାର୍ କାଇ ଅଦିକାର୍ ନାଇ ।
Vitória em Cristo
Cristo apareceu para destruir as obras do diabo. Quem está em Deus é protegido, e o maligno não o toca.
ମାତର୍ ପାପ୍କରି ଲାଗିରଇବା ଲକ୍ମନ୍ ସଇତାନର୍ । କାଇକେବଇଲେ କାଇଟା ତିଆର୍ ନଅଇବା ଆଗ୍ତୁ ସଇତାନ୍ ପାପ୍ କରିଆଇଲାନି । ସଇତାନ୍ କରିରଇବା କାମ୍ କୁରୁପ୍ନାସ୍ କର୍ବାକେ ପର୍ମେସରର୍ ପଅ ଏ ଜଗତେ ଆଇଲା ।
ଆମେ ଜାନିଆଚୁ, ଜେ ପର୍ମେସରର୍ ପିଲା ଅଇଗାଲା ଆଚେ, ସେ ପାପ୍କାମ୍ କରିଲାଗି ନ ରଏ । କାଇକେବଇଲେ ପର୍ମେସରର୍ ପଅ ତାକେ ଦେକାରକା କର୍ସି । ଆରି ସଇତାନ୍ ଜେ କି ସବୁ ରକାମ୍ କାରାପ୍ କାମ୍ କୁରାଇସି, ତାକେ କାଇଟା କରିନଏଁ ।
ଆମେ ଜାନିଆଚୁ, ଆମେ ପର୍ମେସରର୍ ପିଲାଜିଲା ଆରି ଜେ କି ତାକେ ନାଜାନେ, ସଇତାନ୍ ସେମନ୍କେ ସାସନ୍ କଲାନି ।
ତୁଇ ସେମନର୍ ଆଁକି ପିଟାଇଦେସ୍ ବଲି ମୁଇ ତକେ କଇଲିନି । ଜେନ୍ତିକି ସେମନ୍ ଆନ୍ଦାରେଅନି ଉଜଲେ ଆରି ସଇତାନର୍ ବାନ୍ଦନେଅନି ମାପ୍ରୁର୍ ବାଟେ ବାଅଡ୍ବାଇ । ଜେନ୍ତିକି ମକେ ବିସ୍ବାସ୍ କଲାର୍ ପାଇ, ସେମନର୍ ପାପ୍ କେମା ଅଇସି । ଆରି ମାପ୍ରୁ ବାଚ୍ଲା ଲକ୍ମନର୍ ସଙ୍ଗ୍ ସେମନ୍କେ ମିସା ଡାକିନେବାଇ ।"
ତାର୍ପଚେ ସଇତାନ୍ ଜେ କି ସେମନ୍କେ ନାଡାଇଲା, ଜଇ ଆରି ଗନ୍ଦ୍ରସ୍ ରଇବା ଗାଡେ ପିଙ୍ଗାଅଇଲା । ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଆଗେଅନି ତେଇ ପିଙ୍ଗାଅଇରଇଲାଇ । ସେମନ୍ ତେଇରଇକରି ଦିନ୍ ରାତି କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଲକ୍ମନ୍କେ କାବା କରିରଇଲା, ତାକେ ଜଇ ଆରି ଗନ୍ଦ୍ତେ ରଇବା ଗାଡେ ନସ୍ଟ କରାଇଲା, ସେ ତେଇ ସେ ପସୁ ଆରି ମିଚ୍ସିକିଆ ଦେଉଁ ବାବବାଦିମନ୍ ମିସା ଆଚତ୍, ଆରି ସେ ଲକ୍ମନ୍ ଦିନ୍ରାତିଜାକ କସ୍ଟ ବଗ୍ବାଇ ।
ତେବର୍ ପାଇ, ତମେ ପର୍ମେସର୍କେ ସର୍ପାଇଉଆ । ସଇତାନ୍କେ ଜାକି ଦିଆସ୍ । ସେନ୍ତାରି କଲେ ସଇତାନ୍ ତମର୍ଲଗେ ଅନି ପାଲାଇସି ।
ଜିସୁ ତାକେ କଇଲା, "ମୁଇ ସତ୍, ବାଟ୍ ଆରି ଜିବନ୍ । ମର୍ବାଟେ ନ ଗାଲେ ବାବା ପର୍ମେସର୍ ଲଗେ କେ ମିସା ଜାଇନାପାରେ ।"