Pais e filhos
A relação entre pais e filhos é uma das mais preciosas na Bíblia. Deus estabeleceu a família como escola de fé, amor e formação de caráter.
Honrar pai e mãe
Honrar os pais é o primeiro mandamento com promessa. Os filhos são chamados a obedecer, respeitar e cuidar de seus pais.
ତମେ ତମର୍ ବାବାକେ ଆରି ମାଆକେ ଆଲାଦ୍ କରା, ତାର୍ପଚେ ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ ଜନ୍ ଦେସ୍ ଦେଇସି, ସେ ଦେସେ ତମେ ବେସି ଦିନ୍ ଜିଇସା ।
ବାବା ମାଆ ଆରି ପିଲାଟକି
ଏ ମର୍ ପିଲାଟକିମନ୍, ତମେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଆୟା ବାବାର୍ କାତା ମାନିକରି ରୁଆ । ତମେ ଏନ୍ତାରି କର୍ବାର୍ ଆଚେଆକା । ଏନ୍ତାରି ଲେକା ଅଇଲାଆଚେ, ନିଜର୍ ଆୟା ବାବାକେ ସନ୍ମାନ୍ ଦିଆସ୍ । ଜେନ୍ତାରି କି ତମର୍ପାଇ ସବୁ ବିସଇ ମଙ୍ଗଲ୍ ରଇସି । ଆରି ତମେ ସାର୍ଦା ଅଇ ବେସି ଦିନ୍ ଜାକ ଏ ଜଗତେ ବଁଚିରଇସା । ଏଟା ଅଇଲାନି ପର୍ମେସରର୍ ପର୍ତୁମ୍ ଆଦେସ୍ ଜନ୍ଟା କି ସେ ଗଟେକ୍ ଦେଇରଇବା କାତା ମିସା ତେଇ ମିସାଇଆଚେ ।
ଏ ପିଲାଟକିମନ୍, ତମର୍ ଆୟାବାବାର୍ କାତା ମାନିକରି ରୁଆ । ସେଟା ପର୍ମେସର୍କେ ସାର୍ଦା କୁରାଇସି ।
ତମ୍କେ ଜନମ୍ ଦେଇ ରଇବା ଆୟାବାବାର୍ କାତାକେ ମାନା, ଆରି ଆୟାବାବା ବୁଡାବୁଡି ଅଇଲେ ସରି ସେମନ୍କେ ଅରିଆନ୍ କରାନାଇଁ ।
ଜନ୍ ପିଲା ତାର୍ ବାବାର୍ ଦନ୍ ନସ୍ଟ କର୍ସି, ଆରି ଆୟାକେ କେଦି ଦେଇସି, ସେ ଲାଜ୍ ଆରି ଅପ୍ମାନ୍ ଅଇସି।
ଜେ ଜଦି ନିଜର୍ ଆୟାବାବାକେ ଆନ୍ଦୁରିଆ କର୍ସି, ତାକେ ସବୁ ଗର୍ ଜାକ ଆନ୍ଦାର୍ ଅଇ ଜାଇସି ।
ଜଦି କନ୍ ରାଣ୍ଡିମାଇଜିକେ ପିଲାଟକି କି ନାତିତିତି ରଇଲେ, ସେମନ୍ ନିଜର୍ କୁଟୁମର୍ ଲକ୍ ଇସାବେ ତାକେ ଜତନ୍ କରତ୍ । ସେନ୍ତାରି ସେମନ୍ ଆୟା ବାବାମନ୍କେ ଆରି ଆନିଦାଦିମନ୍କେ ତାକର୍ ଆଲାଦ୍ ବାଉଡାଇ ଦେଅତ୍ । ଏଟା ପର୍ମେସର୍କେ ସାର୍ଦା କୁରାଇସି ।
Instruir os filhos
Os pais devem instruir os filhos no caminho certo. A educação começa cedo, com disciplina amorosa e ensino constante da Palavra.
ପିଲାମନ୍କେ ନିମାନ୍ ବାଟେ ଜିବାକେ ସିକିଆ ଦିଆସ୍; ତେବର୍ ପାଇଁ ସେମନ୍ ବୁଡା ବୁଡି ଅଇଲେ ମିସା ପାସ୍ରି ନ ଜାଅତ୍ ।
ଏ ମର୍ ପିଲା, ତର୍ ବାବାର୍ ସିକିଆକେ ସୁନ୍ ଆରି ତର୍ ଆୟାର୍ ସିକିଆକେ ଅମାନିଆଁ କର୍ ନାଇଁ । କାଇକେବଇଲେ ସେ ତର୍ ମୁଣ୍ଡେ ପିନ୍ଦ୍ବା ଆସିର୍ବାଦର୍ ମୁକୁଟ୍ ଆରି ଗାଲାଇ ପିନ୍ଦ୍ବା ମାଲି ପାରା ଅଇସି ।
ଏ ବାବାମନ୍, ପିଲାମନ୍କେ ରିସା କରାଆ ନାଇ । ତାର୍ ବାଦୁଲେ ସେମନ୍କେ ମାପ୍ରୁର୍ ବାକିଅ ଇସାବେ ସିକାଇକରି ବଡାଆ ।
ଏ ଆୟା ବାବାମନ୍, ତମର୍ ପିଲାଟକିମନ୍କେ ସବୁବେଲେ ଲାଗିକରି ମନ୍ ବାଙ୍ଗାଆ ନାଇ ।
ନିମାନ୍ ବଚାର୍ ଆରି ଦିଆନ୍ ଦେବାଟା ଗାନ୍ ଦେସ; ମାତର୍ ପଲାକେ ତାର୍ ଇଚାରେ ଚାଡ ଦେଲେ ସେ ତାର୍ ଆୟାଏ ଲାଜ୍ ରାସ ।
ଜେ କି ଡାଙ୍ଗ୍ ସଙ୍ଗ୍ ମାର୍ବାକେ ଇଚା ନ କରେ, ସେ ତାର୍ ପିଲାଟକିକେ ଲାଡ୍ ମୁଆଁସ୍ କରେ ନାଇଁ; ମାତର୍ ଜେ କି ତାର୍ ପିଲାକେ ଲାଡ୍ କର୍ସି ସେ ସବୁବେଲେ ତାର୍ ପିଲାଟକିକେ ସାସ୍ତି ଦେଇସି ।
ତେବର୍ପାଇ ତମର୍ ଦୁକ୍କସ୍ଟ ସବୁ ତମର୍ ବାବାର୍ତେଇଅନି ମିଲିରଇବା ଡଣ୍ଡ୍ ପାରା ବଲି ବାବ୍ବାର୍ ଆଚେ । ପର୍ମେସର୍ ତମ୍କେ ତାର୍ ପିଲା ଜିଲା ବଲି ଏଜ୍ଲାନି । ଏଟା ତମର୍ ଦୁକ୍କସ୍ଟ ପାଇବାତେଇଅନି ଜାନାପଡ୍ସି । କାଇକେବଇଲେ, ତାର୍ ପିଲାକେ ଡଣ୍ଡ୍ ନ ଦେଲା ବାବା କେ ଆଚେ ?
Filhos como bênção
Os filhos são herança do Senhor. A coroa dos velhos são os filhos dos filhos, e a glória dos filhos são seus pais.
ପିଲାମନର୍ ପିଲାମନ୍ ଡକ୍ରା ଲକ୍ମନର୍ ମୁଣ୍ଡର୍ ମୁକୁଟ୍; ଆରି, ପିଲାମନର୍ ଡାକ୍ପୁଟା ଅଇଲାନି ସେମନର୍ ଆନିଦାଦିମନ୍ ।
ଦରମ୍ ରଇଲା ପିଲାର୍ ଆୟାବାବା ବେସି ସାର୍ଦା ଅଇବାଇ, ଆରି ଗିଆନ୍ ପିଲାର୍ ଆୟାବାବା ତାର୍ ପାଇଁ ବଲିକରି ବେସି ସାର୍ଦା ଅଇବାଇ ।
ସଲ୍ମନର୍ ନିମାନ୍ ସିକିଆ
ସଲ୍ମନର୍ ସିକିଆ । ଗିଆନି ପିଲା ବାବାର୍ ନାଉଁ ରକ୍ସି; ମାତର୍ ବୁଦି ନଇଲା ପିଲା ଗର୍କେ ଦୁକ୍ ଆନ୍ସି ।
"ଆରି ତମର୍ ବିତ୍ରେ ଏନ୍ତାରି ବାବା କେ ଆଚେ, ଜେ କି ଜନ୍ ବାବାକେ ତାର୍ ପଅ ମାଚ୍ ମାଙ୍ଗ୍ଲେ, ତାକେ ମାଚ୍ ନ ଦେଇ ସାଁପ୍ ଦେଇସି ? କି ଗାର୍ ମାଙ୍ଗ୍ଲେ, ସେ ତାକେ ବିସ୍କାକ୍ଡା ଦେଇସି ? ତେବେ ତମେ କରାପ୍ ଲକ୍ ଅଇଲେ ମିସା, ନିଜର୍ ନିଜର୍ ପିଲାମନ୍କେ ନିକ ନିକ ବିସଇ ଦେବାର୍ ଜାନାସ୍ । ତେବେ ଜନ୍ ବାବା ସର୍ଗେଅନି ଦାନ୍ କଲାନି, ସେ ଜାନେ, ସେ ତାକେ ମାଙ୍ଗ୍ବା ଲକ୍କେ କେତେକ୍ ଅଦିକ୍ ସୁକଲ୍ ଆତ୍ମା ଦେଇସି !"
କେ ଜଦି, ତାର୍ ନିଜର୍ ଲକ୍ମନ୍କେ କି କୁଟୁମର୍ ଲକ୍ମନ୍କେ ଲଡାକେ ରଇବା ବିସଇ ନ ଦେଲେ, ସେ ଜନ୍ଟା ବିସ୍ବାସ୍ କଲିନି ବଲି କଇସି, ସେ ସତଇସେ ସେଟା ବିସ୍ବାସ୍ କରେନାଇ । ସେ ବିସ୍ବାସ୍ ନ କରିରଇବା ଲକର୍ଟାନେଅନି ଅଦିକ୍ ଇନ୍ ।
ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ ।