Ressurreição
A ressurreição é o pilar da fé cristã. Se Cristo não ressuscitou, é vã a nossa fé. Mas Ele venceu a morte, e essa é a garantia da nossa própria ressurreição.
Cristo ressuscitou
O túmulo está vazio! Os anjos declararam: 'Ele não está aqui; ressuscitou!' A ressurreição de Cristo é o fato mais transformador da história.
ସରଗର୍ ଦୁତ୍ ମାଇଜିମନ୍କେ କଇଲା, "ଡରା ନାଇ । ମୁଇ ଜାନି, ତମେ କୁର୍ସେ ମରିରଇବା ଜିସୁକେ ଦେକ୍ବାର୍ ଆସିଆଚାସ୍ । ସେ ଇତି ନାଇ । ସେ କଇଲା ଇସାବେ ଆରି ତରେକ୍ ଉଟି ଆଚେ । ଆସି ଦେକା, ଇତି ତାର୍ ମଲା ଗାଗଡ୍ ସଙ୍ଗଇରଇଲାଇ ।"
ମାତର୍ ସେ ଲକ୍ ସେମନ୍କେ କଇଲା, "ଡରାନାଇ, ତମେ କୁର୍ସେ ମଲା ନାଜରିତ୍ ଗଡର୍ ଜିସୁ କିରିସ୍ଟକେ କଜ୍ଲାସ୍ନି କି ? ସେ ଇତି ନାଇନି, ଏବେ ମଲାଟାନେଅନି ଉଟ୍ଲା ଆଚେ । ତାର୍ ମଡ୍ ସଙ୍ଗଇଲା ଜାଗା ଦେକା ।" ବଲି କଇଲା ।
ଜିସୁ ଇତି ନାଇ, ପର୍ମେସର୍ ତାକେ ଉଟାଇଲାଆଚେ । ସେ ତମର୍ ସଙ୍ଗ୍ ଗାଲିଲିତେଇ ମିସ୍ତେ ରଇଲା ବେଲେ ତମ୍କେ କାଇବଲି କଇରଇଲା, ସେଟା ତମର୍ ମନେ ନାଇ କି ? ନର୍ପିଲା ପାପି ଲକ୍ମନର୍ ଆତେ ସର୍ପାଇ ଅଇସି ଆରି ସେମନ୍ ତାକେ କୁର୍ସେ କୁଟିମାରି ମରାଇ ଦେବାଇ । ମାତର୍ ତିନ୍ଦିନ୍ ଗାଲାପଚେ ସେ ଆରି ତରେକ୍ ଜିବନ୍ ଅଇ ଉଟ୍ସି ।"
ତାର୍ ପଚେ ସେ ବିନ୍ ସିସ୍ ଜେକି ଆଗ୍ତୁ କେଟି ରଇଲା ସେ ପାଆର୍ ବିତ୍ରେ ଜାଇକରି ସେଟା ସବୁ ଦେକିକରି ବିସ୍ବାସ୍ କଲା । ସେ ସିସ୍ମନ୍ ସେ ବେଲା ଜାକ ପର୍ମେସରର୍ ବଇତେଇ ଲେକା ଅଇଲା ଇସାବେ, ଜିସୁ ମଲାଟାନେଅନି ଆରି ତରେକ୍ ଜିବନ୍ ଅଇ ଉଟ୍ସି ବଲି ବୁଜି ନ ରଇଲାଇ ।
କାଇକେବଇଲେ ଜନ୍ ସିକିଆ ମୁଇ ପାଇରଇଲି, ତେଇଅନି ଏ ବଡ୍ ସିକିଆ ତମ୍କେ ସିକାଇ ରଇଲି । ସାସ୍ତର୍ ଇସାବେ କିରିସ୍ଟ ଆମର୍ ପାପ୍ କେମା ଅଇବାକେ ମରିଗାଲା । ତାକେ ତପିରଇଲାଇଜେ, ସାସ୍ତର୍ ଇସାବେ ତିନ୍ଦିନ୍ ନ ଅଇତେ ତାକେ ପର୍ମେସର୍ ଜିବନ୍ କରି ଉଟାଇଲା ।
Ressurreição e vida eterna
Jesus disse: 'Eu sou a ressurreição e a vida.' Quem crê nele viverá, mesmo que morra. A morte foi derrotada na cruz e no túmulo vazio.
ଜିସୁ ତାକେ କଇଲା, "ମୁଇ ଜିବନ୍ ଆରି ମରିକରି ଆରିତରେକ୍ ଉଟ୍ବା ଲକ୍ । ଜେ ମକେ ବିସ୍ବାସ୍ କର୍ସି, ସେ ମଲେ ମିସା, ବଁଚ୍ସି । ଆରି ଜେ ଜଦି ବଁଚି ରଇକରି ବିସ୍ବାସ୍ କର୍ସି, ସେ କେବେ ମିସା ନ ମରେ । ଏ କାତା ବିସ୍ବାସ୍ କଲାସ୍ନି କି ?"
କାଇକେବଇଲେ ଗଟେକ୍ ଲକର୍ ଲାଗି ଗୁଲାଇ ଲକ୍ ମର୍ବାର୍ଆଚେ । ସେନ୍ତାରିସେ ଗଟେକ୍ ଲକର୍ ଲାଗି ଗୁଲାଇ ଲକ୍କେ ମଲାତେଇଅନି ଉଟାଅଇସି ।
କାଇକେବଇଲେ ଜିସୁ ମରିକରି ଆରିତରେକ୍ ଉଟିଆଚେ ବଲିକରି ଆମେ ବିସ୍ବାସ୍ କଲୁନି । ତେବେ ଆମେ ଡାଟ୍ ସଙ୍ଗ୍ ଜାନି ଆଚୁ କି, ଜନ୍ ଲକ୍ମନ୍ ଜିସୁକେ ବିସ୍ବାସ୍ କରି ମରିଆଚତ୍, ସେ ଆରିତରେକ୍ ଆଇଲେ ପର୍ମେସର୍ ତାର୍ ସଙ୍ଗ୍ ସେମନ୍କେ ଦାରିଜାଇସି ।
କିରିସ୍ଟର୍ ଆଲାଦ୍ ଆମ୍କେ ବାଟ୍ ଦେକାଇଲାନି । ସେଟା ଆମେ ଜାନିଆଚୁ । ସେଟାର୍ ଲାଗି ଆମେ ସବୁଲକ୍ ତାର୍ ମରନେ ମିସିଆଚୁ । ସେ ସବୁ ଲକର୍ପାଇ ମଲାଆଚେ । ଜେନ୍ତି କି ଜନ୍ଲକ୍ମନ୍ ବଁଚି ଆଚତ୍, ସେମନ୍ ନିଜର୍ ପାଇ ନ ବଁଚତ୍ । ଜେ ତାକର୍ ପାଇ ମରିକରି ଜିବନ୍ ଅଇ ଉଟ୍ଲା, ଅବ୍କା ତାର୍ ପାଇସେ ବଁଚ୍ବାର୍ ଆଚେ ।
କାଇକେବଇଲେ ଆମେ ମରନେ ମିସି ତାର୍ ସଙ୍ଗ୍ ଗଟେକ୍ ଅଇଲୁ ଆଚୁ, ତାକେ ଆରିତରେକ୍ ଉଟ୍ବାତେଇ ମିସା, ତାର୍ ସଙ୍ଗ୍ ଗଟେକ୍ ଅଇକରି ରଇବୁ । ଆମେ ଜାନିଆଚୁ, କିରିସ୍ଟର୍ ସଙ୍ଗ୍ କୁର୍ସେ ଆମର୍ ପୁର୍ନା ଜିବନ୍ ମରିଗାଲାଆଚେ । ତେଇଅନି ଆମର୍ ପାପର୍ ଚଲାଚଲ୍ତି କୁରୁପ୍ନାସ୍ ଅଇଲା ଆଚେ ଆରି ଆମେ ପାପର୍ ଗତିଅନି ମୁକ୍ଲିଆଚୁ ।
Nossa esperança futura
A ressurreição de Cristo garante nossa esperança viva. O Deus de paz trouxe dos mortos o grande Pastor das ovelhas para nossa salvação.
ଜିବନ୍ ରଇବା ଆସା
ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଜବର୍ ଅଇତେ ଦୟା କଲାର୍ପାଇ ଆମ୍କେ ନୁଆ ଜିବନ୍ ଦେଲା ଆଚେ । ଜିସୁକିରିସ୍ଟକେ ମଲାଟାନେଅନି ଉଟାଇକରି ଏନ୍ତାରି କରିଆଚେ । ଆମେ ମଲେ ମିସା ଆମ୍କେ ଉଟାଇସି ବଲିକରି ପୁରାପୁରୁନ୍ ଆସାଆଚେ ।
ସେ ପାନି ଆମର୍ ଡୁବନ୍ ବିସଇ ଜାନାଇଲାନି । ତମେ ଡୁବନ୍ ନେଲାକେ ତମର୍ ଗାଗଡର୍ ମୁର୍କି ଦଇଅଇଲାର୍ ପାଇ ନଏଁ, ମାତର୍ ଗଟେକ୍ ନିକ ବିବେକ୍ ସଙ୍ଗ୍ ପର୍ମେସର୍କେ ଦେଇରଇଲା କାତାର୍ ଲାଗି ତମ୍କେ ମୁକ୍ତି କର୍ସି । ଜିସୁ କିରିସ୍ଟ ମଲାତେଇଅନି ଜିବନ୍ ଅଇକରି ଉଟ୍ଲାକେ ଏଟା ଅଇସି ।
ସାରାସାରିର୍ ପାର୍ତନା
ଆମର୍ ମାପ୍ରୁ ଜିସୁକେ ପର୍ମେସର୍ ମଲାତେଇଅନି ଉଟାଇଲା । ସେ ଗଟେକ୍ ଗଉଡ୍ପାରା ଆମ୍କେ ଜାଗିରଇସି । ଆମେ ପର୍ମେସର୍ ସଙ୍ଗ୍ ସବୁଦିନର୍ପାଇ ଗଟେକ୍ ଅଇବାଟାକେ ତାର୍ ବନି ଜରାଇଲା । ଜିସୁକିରିସ୍ଟର୍ ଲାଗି ସାନ୍ତି ଦେବା ପର୍ମେସର୍ ତମ୍କେ ସବୁ ରକାମର୍ ସାଇଜ ଦେଅ । ଜେନ୍ତାରି କି ସେ ମନ୍ କଲାଟା ତମେ ପୁରାପୁରୁନ୍ କର୍ସା । ଆମେ କର୍ବା କାମ୍ ତାକେ ସାର୍ଦା ଦେଅ । ଜିସୁକିରିସ୍ଟକେ ଆମେ ନ ସାର୍ବା ଦିନ୍ଜାକ ଡାକ୍ପୁଟା ଦେଉଁ ।
ମୁଇ କିରିସ୍ଟକେ ଜାନ୍ବି ବଲି ମନ୍ କଲିନି । ଆରି ପର୍ମେସର୍ ତାକେ ଜନ୍ ବପୁସଙ୍ଗ୍ ମଲାତେଇଅନି ଉଟାଇଲା, ସେ ବପୁ ମୁଇ ମର୍ ଜିବନେ ମିଲାଇବି ବଲି ଆସା କଲିନି । ସେ ଜେନ୍ତାରି ମର୍ପାଇ ଦୁକ୍ କସ୍ଟ ପାଇଲା, ସେନ୍ତାରିସେ ମୁଇମିସା ତାର୍ପାଇ ଦୁକ୍ କସ୍ଟ ପାଇବି ଆରି ତାର୍ ମରନେ ମିସ୍ବି ।
ମଲାତେଇଅନି ପର୍ତମେ ଜେତ୍କି ଲକ୍କେ ଉଟାଇରଇଲାଇ, ସେମନ୍ କେଡେକ୍ କରମର୍ ଲକ୍ । ପଚର୍ ମରନ୍ ତାକର୍ ଉପ୍ରେ ସାସନ୍ ନ କରେ । ସେମନ୍ ପର୍ମେସରର୍ ଆରି କିରିସ୍ଟର୍ ପୁଜାରି ଅଇବାଇ । ସେମନ୍ ତାକର୍ ସଙ୍ଗ୍ ଅଜାର୍ବରସ୍ ଜାକ ସାସନ୍ କର୍ବାଇ ।
ତାର୍ପଚେ ମୁଇ ଜେତ୍କି ମଲା ବଡ୍ ସାନ୍ ଲକ୍କେ ଦେକ୍ଲି । ସେମନ୍ ବସ୍ବା ଜାଗାର୍ ମୁଆଟେ ଟିଆଅଇରଇବାଟା ମୁଇ ଦେକ୍ଲି । ବଇମନ୍ ଉଗାଡି ଅଇଲା, ଜିବନ୍ ରଇବା ଲକ୍ମନର୍ ବଇ ମିସା ଉଗାଡି ଅଇଲା । ସେମନ୍ କଲା କାମ୍ ଇସାବେ ମଲା ଲକ୍ମନ୍କେ ବିଚାର୍ କଲାଇ । ସେମନ୍ କରିରଇବା କାମ୍ମନ୍ ବଇଟାନେ ଆଗ୍ତୁଅନି ଲେକା ଅଇରଇଲା । ତାର୍ ପଚେ ସମ୍ଦୁରେ ଜେତ୍କିଲକ୍ ମରିରଇଲାଇ, ସେମନ୍ ବାରଇଆଇଲାଇ । ମରନ୍ ଆରି ପାତାଲ୍ ମିସା ସେମନ୍ ଦାରିରଇବା ମଲାଲକ୍ମନ୍କେ ଚାଡିଦେଲାଇ । ସେମନ୍କେ ସବୁକେ କରିରଇବା କାମ୍ ଇସାବେ ବିଚାର୍ନା କଲାଇ ।
ମାତର୍ ପର୍ମେସର୍ ମକେ ଆଜିକେଜାକ ରକିଆ କଲାଆଚେ ଆରି ସେଟାର୍ପାଇଁ ଆଜି ସାନ୍ ବଡ୍ ସବୁ ଲକର୍ ଲଗେ ସମାନ୍ ଇସାବେ ମର୍ ସାକିଦେବାକେ ଟିଆକରାଇଆଚେ । ବବିସତ୍ବକ୍ତା ଆରି ମସା ଜାଇଟା ଗଟ୍ସି ବଲି କଇରଇଲାଇ, ଟିକ୍ ସେ କାତା ମୁଇ କଇଲିନି । ମସିଅ ଦୁକ୍ ପାଇସି ଆରି ମଲାଲକ୍ମନର୍ ବିତ୍ରେଅନି ସିଗ୍ ପର୍ତୁମେ ଉଟି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ ଲଗେ ମୁକ୍ତିର୍ ଉଜଲ୍ ଦେକାଇସି ।"
"ସୁନା, ଆମେ ଜିରୁସାଲମେ ଗାଲୁନି । ତେଇ ନର୍ପିଲା ମୁଇ, ମୁକିଅ ପୁଜାରି ଆରି ଦରମ୍ ଗୁରୁମନ୍କେ ସର୍ପି ଅଇବି । ସେମନ୍ ମକେ ମରନ୍ ଡଣ୍ଡ୍ ଦେବାଇ । ତାର୍ପଚେ ସେମନ୍ ମକେ, ଜିଉଦି ନ ଅଇଲା ଲକ୍ମନ୍କେ ସର୍ପି ଦେବାଇ । ଜିଉଦି ନ ଅଇଲା ଲକ୍ମନ୍, ମକେ କିଜାଇବାଇ, କର୍ଡା ସଙ୍ଗ୍ ମାର୍ବାଇ ଆରି କୁର୍ସେ ଚଗାଇବାଇ । ମାତର୍ ତିନ୍ଦିନ୍ ପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।"