Sexo
A Bíblia trata a sexualidade como um presente de Deus para o contexto do casamento. As Escrituras celebram a intimidade conjugal e orientam sobre pureza e santidade sexual.
A sexualidade no plano de Deus
Desde a criação, Deus projetou a intimidade sexual como expressão de amor entre marido e mulher, abençoando a união conjugal.
ସବୁ ଦିନର୍ ପର୍ମେସର୍ ନିଜର୍ ବାନିମୁର୍ତି ସଙ୍ଗ୍ ନର୍ ଜାତିକେ ତିଆର୍ କଲା, ପର୍ମେସର୍ ତାର୍ ନିଜର୍ ବାନି ମୁର୍ତି ପାରା ତାକେ ମୁନୁସ୍ ଆରି ମାଇଜି କରି ପର୍ମେସର୍ ସେମନ୍କେ ତିଆର୍ କଲା । ଆରି ପର୍ମେସର୍ ସେମନ୍କେ ଆସିର୍ବାଦ୍ କଲା; ଆରି, ପର୍ମେସର୍ ସେମନ୍କେ କଇଲା, ତମର୍ ଜାତିକୁଲ୍ ବେସି ଅଅତ୍, ଆରି ପୁର୍ତିବିସାରା ପୁରାପୁରୁନ୍ ଅଇକରି ବାସା ଅଅତ୍, ଆରି ପାନିଲଗେ ରଇବା ମାଚ୍ ମନ୍କେ ଆରି ଉଡିବୁଲ୍ବା ଚଡଇ ମନ୍କେ ଆରି ପେଟ୍ ସଙ୍ଗ୍ ରାଙ୍ଗ୍ବା ଜିବ୍ଜନ୍ତୁମନର୍ ଉପ୍ରେ ସାସନ୍ କରା ।
ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ ।
ଜିସୁ କଇଲା, "ସାସ୍ତରେ ପଡାସ୍ ନାଇ କି ? ଆଦିପୁର୍ବେ ପର୍ମେସର୍ ନର୍ ଲକ୍କେ ମୁନୁସ୍ ଆରି ମାଇଜି କରି ତିଆର୍ କଲା । ସେଡେବେଲେ ମାପ୍ରୁ କଇରଇଲା, ଏଟାର୍ ପାଇ ବଲି ମୁନୁସ୍, ତାର୍ ଆୟା ବାବାର୍ତେଇ ଅନି ବିନେ ଅଇସି ଆରି ସେମନ୍ ଦୁଇ ଲକ୍ ଗଟେକ୍ ଅଇବାଇ । ଆରି ସେମନ୍ ଅଲ୍ଗା ନ ଅଅତ୍, ମିସି ରଇବାଇ । ସେମନ୍ ଦୁଇଲକ୍ ଇସାବେ ନ ରଅତ୍ । ଜନ୍ ଲକ୍ମନ୍କେ ପର୍ମେସର୍ ଜଡିଆଚେ, ଲକ୍ମନ୍ ସେମନ୍କେ ବେଗ୍ଲାଇବାଟା ଟିକ୍ନାଇ ।"
ତମର୍ ଜର୍ନା ପାନି ଦନିଅ ଅ, ଆରି, ତୁଇ ଦାଙ୍ଗ୍ଡା ବେଲେ ବିବା ଅଇଲା ମାଇଜିର୍ ସଙ୍ଗେ ସାର୍ଦା କର୍ । ଆଲାଦର୍ ସୁନ୍ଦର୍ ଡଙ୍ଗରର୍ କଟ୍ରା ପାରା, ତାର୍ ଦୁଦ୍ ପାନା ତକେ ସାନ୍ତି କର; ଆରି, ତାର୍ ଆଲାଦ୍ରେ ତୁଇ ସବୁବେଲେ ଲାଲାଇ ଅଇ ରଅ ।
A santidade na intimidade
O leito conjugal é honroso. A Bíblia celebra a alegria da intimidade dentro do casamento e orienta o casal ao amor e respeito mútuo.
ବିବା ଅଇବାଟା ସବୁଲକ୍ ନିକ ବଲି ମାନତ୍ । ସବୁ ମାଇଜିମନସ୍ ମନ୍ ଗଟେକ୍ ମାଇଜି ଆରି ଗଟେକ୍ ମନସ୍ ଅଇକରି ସତ୍ସଙ୍ଗ୍ ରଇବାର୍ଆଚେ । ଜନ୍ ଲକ୍ମନ୍ ବେସିଆ କାମ୍ କରି ରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।
ଗଟେକ୍ ମନସ୍ ବିବା ଅଇଲାର୍ ଲାଗି, ତାର୍ ମାଇଜିକେ କରିରଇବା ସବୁ ଦାଇତ୍ କର୍ବାର୍ ଆଚେ । ସେନ୍ତାରିସେ ମାଇଜି ମିସା ତାର୍ ମୁନୁସ୍କେ କର୍ବାର୍ ଆଚେ । ମାଇଜିକେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମୁନୁସର୍ ଆଚେ । ସେନ୍ତାରିସେ ମୁନୁସ୍କେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମାଇଜିର୍ ଆଚେ ।
ମାତର୍ ତମେ ଜଦି ମନର୍ ଲାଲ୍ସା ମୁର୍ଚିକରି ରଇ ନାପାର୍ଲାସ୍ନି ବଇଲେ, ବିବା ଅଇବାଟା ନିକ । କାଇକେବଇଲେ ଲାଲ୍ସାଇ ପଡିଜିବା ବାଦୁଲେ ବିବା ଅଇବାଟା ନିକ ।
ତମର୍ ଗାଗଡ୍ କିରିସ୍ଟର୍ ଗାଗ୍ଡେ ମିସିକରି ଆଚେ, ଏଟା କାଇ ତମେ ନାଜାନାସ୍ କି ? ତେବେ ମୁଇ କାଇ କିରିସ୍ଟର୍ ଗାଗଡର୍ ଗଟେକ୍ ବାଗ୍ ନେଇକରି ବେସିଆର୍ ଗାଗ୍ଡେ ମିସାଇବି କି ? ନାଇ, ସେନ୍ତାରି କେବେ ମିସା ନ ଅ । ମାତର୍ ଜେ ବେସିଆ ସଙ୍ଗ୍ ମିସ୍ସି, ସେ ତାର୍ ସଙ୍ଗ୍ ଗଟେକ୍ ଗାଗଡ୍ ଅଇସି । ଏଟା ତମେ ନାଜାନାସ୍ କି ? କାଇକେବଇଲେ ଲେକା ଅଇଆଚେ, ସେ ଦୁଇଲକ୍ ଜାକ ଗଟେକ୍ ଅଇବାଇ । ମାତର୍ ଜେ ମାପ୍ରୁର୍ ସଙ୍ଗ୍ ମିସ୍ସି, ତାର୍ ଆତ୍ମା ଆରି ମାପ୍ରୁର୍ ଆତ୍ମା ଗଟେକ୍ ଅଇଜାଇସି ।
Pureza sexual
Deus nos chama à santificação e à fuga da imoralidade. O corpo do cristão é templo do Espírito Santo e deve ser tratado com honra.
ବେବିଚାର୍ କାମେଅନି ଦୁରିକେ ରୁଆ । ଲକ୍ମନ୍ କାଇ ବିନ୍ ପାପ୍ କଲେ ମିସା, ସେଟା ତାର୍ ଗାଗଡର୍ ବିରୁଦେ ନଏଁ । ମାତର୍ ଜେ ବେବିଚାର୍ କାମ୍ କର୍ସି, ସେ ନିଜର୍ ଗାଗଡ୍ ବିରୁଦେ ପାପ୍ କର୍ସି । ମନେ ରଅ, ତମର୍ ଗାଗଡ୍ ସୁକଲ୍ ଆତ୍ମା ରଇବା ମନ୍ଦିର୍, ଜନ୍ ଆତ୍ମା ତମର୍ ବିତ୍ରେ ବାସା ଅଇଲାଆଚେ, ସେଟା ପର୍ମେସରର୍ ଟାନେଅନି ମିଲାଇ ଆଚାସ୍ । ତମେ ନିଜେ, ନିଜର୍ ନୁଆସ୍ ମାତର୍ ପର୍ମେସରର୍ । କାଇକେବଇଲେ ପର୍ମେସର୍ ତମ୍କେ ଜବର୍ ଦାମ୍ ଦେଇକରି ଗେନିଆଚେ, ସେଟାର୍ ପାଇ ତମର୍ ଗାଗ୍ଡର୍ କାମ୍ ସଙ୍ଗ୍ ପର୍ମେସରର୍ ମଇମା କରା ।
ଜେନ୍ତାରି କି ତମେ ବେସିଆ କାମ୍ଟାନେଅନି ବିନେ ରଇକରି, ସୁକଲ୍ ସଙ୍ଗ୍ ରଇବାଟା ପର୍ମେସର୍ ମନ୍ କଲାନି । ସବୁଲକ୍ ସୁକଲ୍ ଆରି ଆଲାଦ୍ସଙ୍ଗ୍ ନିଜର୍ ନିଜର୍ ମାଇଜିମନର୍ ସଙ୍ଗ୍ ରଇବାକେ ସିକା । ଆରି, ଜେନ୍ତିକି ବିସ୍ବାସ୍ ନ କଲା ଲକ୍ମନର୍ପାରା ପର୍ମେସରର୍ ବାକିଅ ନ ମାନିକରି ଆସାର୍ କାମ୍ କରାନାଇ ।
ମାତର୍ ତମର୍ ବିତ୍ରେ ବେସିଆ ଇସାବେ ରଇବା ଚଲାଚଲ୍ତି, କି କାଇ ରକାମର୍ ସୁକଲ୍ ନ ଅଇବାଟା କି ଲବ୍ ଅଇବାଟା ଆଚେ, ବଲି ବିନ୍ ଲକ୍ମନ୍ ନ କଅତ୍ । କାଇକେବଇଲେ ଏଟା ସବୁ ପର୍ମେସରର୍ ସୁକଲ୍ ଲକ୍ମନ୍ କର୍ବା ଟିକ୍ ବିସଇ ନଏ ।
ମାତର୍ ମୁଇ ତମ୍କେ କଇଲିନି, ଜେ ମିସା ବିନ୍ ମାଇଜିକେ ବେସିଆକାମ୍ ଇସାବେ ଆଁକି ଦେକ୍ସି, ସେ ତାର୍ ସଙ୍ଗ୍ ମନେ ମନେ ବେସିଆ କାମର୍ ଅପ୍ରାଦ୍ କଲାଆଚେ ।
ବେସିଆମନର୍ ଦଲେ ମିସ୍ବାର୍ ନାଇ, ମାତୁଆଲ୍ମନର୍ ଦଲେ ଜିବାର୍ ନାଇ, ବିନ୍ ମାଇଜିମନର୍ ସଙ୍ଗ୍ ମିସିରଇବାର୍ ନାଇ, ଲାଗାଜଡା ଅଇବାର୍ ନାଇ ଆରି ଇଁସା ଅଇବାର୍ ନାଇ । ଆମେ ଜେତ୍କି ଲକ୍ ଉଜ୍ଲେ ରଇଆଚୁ, ଟିକ୍ ସଙ୍ଗ୍ ଚଲାଚଲ୍ତି କରୁ ।
ତମେ ବେସିଆ କାମ୍ କରା ନାଇ,
ସେମନ୍ ନିଜ୍କେ ଗିଆନି ବଲି ବାବ୍ଲାଇନି, ମାତର୍ ସତଇସେ ସେମନ୍ ବକୁଆ । ସତ୍ ପରମେସର୍କେ ନ ନାମିକରି ନସିଜିବା ମୁନୁସ୍, ପସୁ, ଚଡଇ, ସାଁପ୍ପାରା ପୁତ୍ଲା ତିଆର୍ କରି ସେଟାମନ୍କେ ପୁଜା କଲାଇନି ।
ସେଟାର୍ ପାଇ ପରମେସର୍ ସେମନ୍କେ ଚାଡିଦେଲାଆଚେ, ଆରି ସେମନ୍ ନିଜର୍ ନିଜର୍ ମନ୍ କଲା କାରାପ୍ କାମେ ବୁଡି ରଇଲାଇନି । ସେମନ୍ ତାକର୍ ତାକର୍ ବିତ୍ରେ ଲାଜ୍ଅଇଜିବା ମିସାବିଡା କର୍ବାଟା ସଙ୍ଗଇଆଚତ୍ । ସେମନ୍ ପରମେସରର୍ ବିସଇଟାନେ ରଇବା ସତ୍ ବାଦୁଲେ ମିଚ୍ ଦାରିକରି ଆଚତ୍ । ସବୁବେଲେ ଡାକ୍ପୁଟା ପାଇବା ପରମେସର୍କେ ପାର୍ତନା ନ କରି, ତିଆର୍ କଲା ଦିନ୍ସୁମନ୍କେ ପାର୍ତନା କଲାଇନି । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ ! ଆମେନ୍ ।
ସେମନ୍ ଲାଜ୍ଅଇଜିବା ପାପ୍କାମେ ବୁଡି ରଇଲାର୍ ପାଇ ପରମେସର୍ ସେମନ୍କେ ଚାଡି ଦେଲାଆଚେ । ତାକର୍ ମାଇଜିମନ୍ ନିଜର୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା ନ ଅଇ, କାରାପ୍ ଇସାବେ ବିନ୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା କଲାଇନି । ସେନ୍ତାରିସେ ମୁନୁସ୍ମନ୍ ମିସା ଆଲାଦେ ମାଇଜି ସଙ୍ଗ୍ ସୁଆବସା ନ କରି ନିଜର୍ ନିଜର୍ ବିତ୍ରେ କାରାପ୍ ଅଇ ମିସାବିଡା ଅଇବା ଚିନ୍ତାଇ ଜଲି ଗାଲାଇନି । ମୁନୁସ୍ମନ୍ ତାକର୍ ତାକର୍ ବିତ୍ରେ ଲାଜ୍ ଅଇବା ଚଲାଚଲ୍ତି କଲାଇନି ଆରି ସେଟାର୍ ପାଇ ଡଣ୍ଡ୍ ପାଇବାକେ ତିଆର୍ ଅଇଲାଇନି ।