Sofrimento
O sofrimento é uma realidade da vida neste mundo, mas a Bíblia revela que Deus está presente em toda dor, produzindo caráter, esperança e redenção através das tribulações.
O sofrimento de Cristo
Jesus sofreu por nós, carregando nossas dores e enfermidades. Ele é o modelo supremo de como enfrentar o sofrimento com fé e obediência.
ଆମେ ତାକେ ଗିନ୍ ବାବିକରି ଚାଡିଦେଲୁ; ଦୁକ୍ ର୍ଲକ୍ ଆରି ଲକ୍ମନ୍ ଦେକ୍ବାକେ ଇଚାମିସା ନ କଲାପାରା ଲକ୍ ସେ ଅପ୍ମାନ୍ ପାଇଲା, ଆରି ଆମେମନ୍ ତାକେ ନ ମାନ୍ଲୁ ଆରି ଆମେ ତାକେ ମାନୁନାଇଁ ।
ସତୟ୍ ସେ ଆମର୍ କସ୍ଟକେ ସବୁ ନେଇଗାଲା ଆଚେ ଆରି ଆମର୍ ଦୁକାସବୁ ବଇଆଚେ । ଅଇଲେ ମିସା ଆମେମନ୍ ତାକେ ମାଡ୍ ଅଇଆଚେ ଆରି ପର୍ମେସରର୍ ଲାଗି ମାଡ୍ କାଇ ଆଚେ ଆରି ଦୁକ୍ ପାଇ ଆଚେ ବଲି ବାବ୍ଲୁ ।
ସେ ପିନ୍ଦି ରଇବାଟା ବେଟି ନେଇକରି ତାକେ ଗଟେକ୍ ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦାଇ ଦେଲାଇ । କାଟାର୍ ମୁକୁଟ୍ ତିଆର୍ କରି ତାର୍ ମୁଣ୍ଡେ ପିନ୍ଦାଇ ଦେଲାଇ ଆରି ତାର୍ ଉଜା ଆତେ ଗଟେକ୍ ଡାଙ୍ଗ୍ ଦାରାଇ ଦେଲାଇ । ତାର୍ ପଚେ, ତାର୍ ମୁଆଟେ ମାଣ୍ଡିକୁଟା ଦେଇ କିଜାଇକରି କଇଲାଇ, "ଏ ଜିଉଦିମନର୍ ରାଜା ! ବେସି ଦିନ୍ ବଁଚି ରଅ ।"
ସେନ୍ତାରି ଚଲାଚଲ୍ତି କର୍ବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । କିରିସ୍ଟ ତମର୍ପାଇ ଦୁକ୍କସ୍ଟ ମୁର୍ଚି କରି, ତମେ ଚଲାଚଲ୍ତି କର୍ବାଟା ଦେକାଇଆଚେ ।
ମୁଇ କିରିସ୍ଟକେ ଜାନ୍ବି ବଲି ମନ୍ କଲିନି । ଆରି ପର୍ମେସର୍ ତାକେ ଜନ୍ ବପୁସଙ୍ଗ୍ ମଲାତେଇଅନି ଉଟାଇଲା, ସେ ବପୁ ମୁଇ ମର୍ ଜିବନେ ମିଲାଇବି ବଲି ଆସା କଲିନି । ସେ ଜେନ୍ତାରି ମର୍ପାଇ ଦୁକ୍ କସ୍ଟ ପାଇଲା, ସେନ୍ତାରିସେ ମୁଇମିସା ତାର୍ପାଇ ଦୁକ୍ କସ୍ଟ ପାଇବି ଆରି ତାର୍ ମରନେ ମିସ୍ବି ।
O propósito do sofrimento
Deus usa as tribulações para produzir perseverança, caráter e esperança. O sofrimento presente não se compara com a glória que será revelada.
ସବୁ ରକାମର୍ ଦୁକ୍ କସ୍ଟ ମୁର୍ଚି କରି ସାର୍ଦା ଅଇଲୁନି, କାଇକେବଇଲେ ତେରେପେତେ ନ ଅଇ କସ୍ଟ ମୁରଚ୍ଲେ, ମନେ ସାଆସ୍ ଆଇସି । ସାଆସ୍ ଦାରି ରଇଲେ ପରମେସର୍ ସାର୍ଦା ଅଇସି । ତାର୍ ସାର୍ଦାଇଅନି ଆସା ଆଇସି ।
ଜନ୍ ଡାକ୍ପୁଟାର୍ ଦିନେ ଆମେ ମିସ୍ବାକେ ଗାଲୁନି, ଦେକ୍ଲେସରି ଏ ଜିବନେ ଅଇବା ଆମର୍ ଦୁକ୍ କସ୍ଟ କିଚି ନାଇ ।
କାଇକେ ବଇଲେ ଆମର୍ ଦୁକ୍ କସ୍ଟ ସବୁ ଉନା ଅଇକରି ଚନେକର୍ପାଇ । ମାତର୍ ସେଟା ଆମ୍କେ ନ ସର୍ବା ସବୁଦିନର୍ ମଇମା ଆନ୍ସି । ସେଟା ଆମର୍ ଦୁକ୍ କସ୍ଟ ଟାନେଅନି ବଡ୍ ରଇସି ।
କାଇକେବଇଲେ ଜେନ୍ତିକି କିରିସ୍ଟର୍ତେଇ ମିସ୍ଲାର୍ପାଇ ଆମର୍ ଦୁକ୍, କସ୍ଟ ଅଦିକ୍ ଅଦିକ୍ ଅଇଆଚେ, ସେନ୍ତାରିସେ କିରିସ୍ଟର୍ ଲାଗି ଆମର୍ ଦୁକ୍ ସାରାଇବାଟା ମିସା ଅଦିକ୍ ଅଦିକ୍ ଅଇଲାନି ।
କାଇକେବଇଲେ ପର୍ମେସର୍ ତମ୍କେ କିରିସ୍ଟକେ ଅବ୍କା ବିସ୍ବାସ୍ କର୍ବା ଦାନ୍ ଦେଏନାଇ, ମାତର୍ ତାର୍ପାଇ ଦୁକ୍ କସ୍ଟ ପାଇକରି ରଇବା ଦାନ୍ ମିସା ଦେଲାଆଚେ ।
କିରିସ୍ଟ ନିଜର୍ ଗାଗ୍ଡେ ଦୁକ୍କସ୍ଟ ମୁର୍ଚିକରି ଜେନ୍ତାରି ଚିନ୍ତା କର୍ତେ ରଇଲା, ତମେମିସା ସେନ୍ତାରି ଚିନ୍ତାକରି ଡାଟ୍ ଉଆ । କାଇକେବଇଲେ ଜେ ଗାଗ୍ଡେ ଦୁକ୍କସ୍ଟ ମୁରଚ୍ସି, ସେ ଆରି ପାପ୍ କର୍ବାକେ ମନ୍ ନ କରେ ।
Consolação e companhia
Deus consola os aflitos para que possamos consolar outros. Nunca estamos sozinhos no sofrimento — Ele é o Pai das misericórdias.
ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । ସେ ଆମର୍ ଦୟାକାରିଆ ବାବା ଆରି ଜାର୍ ଟାନେଅନି କି ଆମ୍କେ ସବୁ ବିସଇର୍ ସାଇଜ ଆଇସି । ସେ ଆମ୍କେ ସବୁ ଦୁକ୍ କସ୍ଟ ଆଇଲେ ସାଇଜ କର୍ସି । ସେନ୍ତାରିସେ ବିନ୍ ବିନ୍ ରକାମର୍ କସ୍ଟ ପାଇତେରଇବା ଲକ୍ମନ୍କେ ଆମେ ଜେନ୍ତି ଦୁକ୍ ସାରାଇବୁ । ପର୍ମେସର୍ ଟାନେଅନି ଜନ୍ ସାଇଜ ଆମେ ପାଇଲୁଆଚୁ, ସେ ସାଇଜର୍ ଲାଗି, ଆମେ ମିସା ବିନ୍ ଲକ୍କେ ସାଇଜ କର୍ବୁ ।
ତମର୍ ତମର୍ ବିତ୍ରେ, ଜିବନେ ଆଇବା ବଜ୍ ବିସଇ ବଇବାକେ ସାଇଜ କରାକରି ଉଆ । ଏନ୍ତାରି କଲେ ତମେ କିରିସ୍ଟର୍ ଆଦେସ୍ ମାନ୍ସା ।
ଚନେକର୍ ଆଇବା ଦୁକ୍କସ୍ଟ ମୁର୍ଚି ସାରାଇଲେ, ତମ୍କେ ପର୍ମେସର୍ କାଇ ଦସ୍ ନ ରଇବା, ତାର୍ ସିଦ୍ ଲକ୍ କୁରାଇସି । ତମର୍ ବିସ୍ବାସ୍ ଡାଟ୍ ଅଇବାକେ ସେ ତମ୍କେ ବପୁ ଦେଇସି । ଆରି ତମ୍କେ ନିକ କୁନାଦି ପାରା ତିଆର୍ କର୍ସି । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ତାର୍ ନ ସାର୍ବା ମଇମାତେଇ ମିସ୍ବାକେ ତମ୍କେ ଡାକ୍ଲାଆଚେ । ସେ ତମ୍କେ ଜିବନ୍ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ ।
ସତ୍ କାମ୍ କରି ମୁର୍ଚି ରଇଲେ ତମେ କେଡେକ୍ କରମର୍ ଲକ୍ । ଜନ୍ ଲକ୍ମନ୍ ତମ୍କେ କସ୍ଟ ଦେଲାଇନି, ସେମନ୍କେ ଡରିକରି ଚିନ୍ତା କରାନାଇ ।
Fé em meio à dor
Os grandes homens e mulheres de fé sofreram e perseveraram. O sofrimento nos aproxima de Deus e nos leva a entender seu coração.
ଜନ୍ ଲକ୍ ନିଜର୍ କୁରୁସ୍ ବଇ ମର୍ ସଙ୍ଗ୍ ନ ଆସେ ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ ।
ଜନ୍ଲକ୍ ନିଜର୍ ଜିବନ୍ ରକିଆ କର୍ବାକେ ଚେସ୍ଟା କର୍ସି ବଇଲେ ସେ ସେଟା ଆରାଇସି । ମାତର୍ ଜେ ମର୍ ଲାଗି ତାର୍ ଜିବନ୍ ଆରାଇସି ବଇଲେ, ସେ ସତଇସେ ସେଟା ରକିଆ କର୍ସି ।"
ଆରି ସେ ନରକ୍ କୁଣ୍ଡେ ଗାଲା । ତେଇ ସେ ବେସି କସ୍ଟ ପାଇବାବେଲା ଉପ୍ରେ ସରଗ୍ପୁରେ ଦେକ୍ଲେ ଲାଜାର୍ ଅବ୍ରାଆମର୍ ଲଗେ ବସି ଆଚେ । ସେ ଆଉଲି ଅଇ କଇଲା, "ଏ ବାବା ଅବ୍ରାଆମ୍, ମକେ ଦୟା କର୍ । ଲାଜାର୍କେ ମର ଲଗେ ପାଟାଇଦେସ୍ । ସେ ଆସିକରି ନିଜର୍ ଆଙ୍ଗ୍ଟି ସଙ୍ଗ୍ ପାନି ଦେଇ, ମର୍ ଜିବ୍ କାକର୍ କର । କାଇକେ ବଇଲେ ମୁଇ ଏ ନରକ୍ପୁରର୍ ଜଇଲଗେ ବେସି କସ୍ଟ ପାଇଲିନି ।"
ସେନ୍ତାର୍ଆଲେ ତେବେ କେ ମିସା ଆମ୍କେ କିରିସ୍ଟର୍ ଆଲାଦେଅନି ବେଗ୍ଲାଇ ନାପାରତ୍ । ଦୁକେ ରଇଲେ ମିସା, କସ୍ଟ ପାଇକରି ରଇଲେ ମିସା, ନିନ୍ଦା ପାଇକରି ରଇଲେ ମିସା, କାକୁର୍ତି ଅଇକରି ରଇଲେ ମିସା, ବୁକେ ରଇଲେ ମିସା, ବିପଦେ ରଇଲେ ମିସା କି ମରାଇଲେ ମିସା ଏ ସବୁ ବେଗ୍ଲାଇ ନାପାରେ ।
ଜଦି ମୁଇ ମର୍ ସବୁ ଦନ୍ ସଁପତି ଅର୍କିତ୍ ଲକ୍ମନ୍କେ ଦେଇରଇଲେ ମିସା, ଆରି କିରିସ୍ଟର୍ପାଇ ମର୍ ଗାଗଡ୍ ପଡାଇବାକେ ସର୍ପି ଦେଲେ ମିସା ମର୍ ଆଲାଦ୍ ନାଇ ବଇଲେ, ମର୍ପାଇ କାଇ ଲାବ୍ ନାଇ ।
ମାତର୍ ପର୍ମେସର୍ ମକେ ଆଜିକେଜାକ ରକିଆ କଲାଆଚେ ଆରି ସେଟାର୍ପାଇଁ ଆଜି ସାନ୍ ବଡ୍ ସବୁ ଲକର୍ ଲଗେ ସମାନ୍ ଇସାବେ ମର୍ ସାକିଦେବାକେ ଟିଆକରାଇଆଚେ । ବବିସତ୍ବକ୍ତା ଆରି ମସା ଜାଇଟା ଗଟ୍ସି ବଲି କଇରଇଲାଇ, ଟିକ୍ ସେ କାତା ମୁଇ କଇଲିନି । ମସିଅ ଦୁକ୍ ପାଇସି ଆରି ମଲାଲକ୍ମନର୍ ବିତ୍ରେଅନି ସିଗ୍ ପର୍ତୁମେ ଉଟି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ ଲଗେ ମୁକ୍ତିର୍ ଉଜଲ୍ ଦେକାଇସି ।"
ସବୁ ଲକର୍ ସଙ୍ଗ୍ ସୁସାରେ ଆରି ସୁକଲ୍ ସଙ୍ଗ୍ ରଇବାକେ ଚେସ୍ଟା କରା, ଆରିକେ ସୁକଲ୍ ନ ଅଇକରି ମାପ୍ରୁକେ ଦେକି ନାପାରତ୍ ।