Sonhos
Sonhos aparecem em toda a Bíblia como meio de revelação divina. Deus falou através de sonhos a patriarcas, profetas e servos, mas também alertou contra falsos sonhadores.
Sonhos como revelação divina
Deus usou sonhos para comunicar sua vontade a homens e mulheres ao longo da história bíblica, revelando caminhos e mistérios.
ମଃତର୍ ପିତର୍ ଏଗାର୍ଗଟ୍ ସଃଙ୍ଗ୍ ଟିଆଅୟ୍ ବଃଡ୍ ଟଣ୍ଡ୍କଃରି ସେମଃନାର୍ ଚଃମେ କଃତା କଃଉଁକ୍ ଦଃର୍ଲା, "ଆର୍ ଏ ଜିଉଦି ଲକ୍ମଃନ୍ ଆର୍ ଜିରୁସାଲମାର୍ ସଃବୁ ଲକ୍ ତୁମିମଃନ୍ ଇରି ସୁଣା ଆର୍ ମର୍ କଃତାର୍ ଅଃର୍ତ୍ ବୁଜାୟ୍ କଃଉଁଲେ ଜାଣା । କାୟିତାକ୍ବଃଲେକ୍ ତୁମିମଃନ୍ ଜଃନ୍କଃରି ମଃନେ ବାବୁଲାସ୍ ଇମଃନ୍ ସେମଃନାର୍ ହର୍ ମାତୁଆଳି ନାୟ୍, ବଃଲେକ୍ ଅଃବେ ସଃକାଳ୍ ନଅଃ ଗଃଟା ଅୟିଆଚେ । ମଃତର୍ ଜୟେଲ୍ ବାବ୍ବାଦି ଜାୟ୍ରି କୟ୍ଆଚେ, ଇରି ସେ ଗଃଟ୍ଣା ।"
"ଇସ୍ୱର୍ କୟ୍ଆଚେ ସେସ୍ କାଳେ ଅଃନ୍କାର୍ ଇରି ମୁୟ୍ଁ କଃରିନ୍ଦ୍ ।
ମୁୟ୍ଁ ସଃବୁ ଲକାର୍ ଉହ୍ରେ ନିଜାର୍ ଆତ୍ମା ବଃର୍ସାଇନ୍ଦ୍
ସେତାକ୍ ମର୍ କବୁର୍ କଃଉତି ହୟ୍ଦି ଜିଦିମଃନ୍ ବାବ୍ବାଣି କଃଉତି;
ଆର୍ ତୁମିମଃନାର୍ ବେଣ୍ଡ୍ୟାମଃନ୍ ନିକ କଃତାମଃନ୍ ଦଃକ୍ତି,
ଆରେକ୍ ତୁମାର୍ ପାରାଚିନ୍ମଃନ୍ ଚଃହୁନ୍ ଦଃକ୍ତି ।
ଆରେକ୍, ମାପୁର୍ ସେ ଚାରି ଲକେ ସଃବୁ ବିଦ୍ୟା ଆର୍ ଗିଆନେ, ବୁଦି ଆର୍ ବଃଲ୍ ସିକ୍ୟା ଦିଲା, ଆରେକ୍, ଦାନିୟେଲ୍ ସଃବୁ ଦଃର୍ସନ୍ ଆର୍ ଚହୁନ୍ ବିସୟେ ଅଃର୍ତ୍ କଃଉଁକେ ବୁଜୁହାର୍ତା ଲକ୍ ଅୟ୍ଲା।
ରଃଜା ସେ ଦାନିୟେଲ୍ ଜାର୍ ନାଉ ବେଲ୍ଟସର୍କେ ହଃଚାର୍ଲା, ମୁୟ୍ ଜୁୟ୍ରି ଚଃହ୍ନେ ଦଃକିଆଚି, ତୁୟ୍ ସେରି ଆର୍ ସେତିର୍ ଅଃର୍ତ୍ ମକେ ଜାଣାଉହାର୍ସି କି? ଦାନିୟେଲ୍ ରଃଜାକ୍ ଉତୁର୍ଦଃୟ୍ କୟ୍ଲା, ମଃହାରାଜ୍ ଜୁଣ୍ ଗୁପ୍ତ କଃତା ହଃଚାରି ଆଚ୍ସି, ସେରି ଗିଆନି ଲକ୍ କି ହଃଣ୍ଡିତ୍ କି ଗୁଣିଆଁମଃନ୍ ମଃହାରଃଜାର୍ ଚଃମେ ଜାଣାଉଁ ନଃହାର୍ତି; ମଃତର୍ ଜେ ଗୁପ୍ତ ବିସୟ୍ମଃନ୍ ଜାଣାୟ୍ଦ୍, ଇରଃକମ୍ ଗଟେକ୍ ଇସ୍ୱର୍ ସଃର୍ଗେ ଆଚେ, ଆରେକ୍, ସେସ୍ କାଳେ ଜୁଣ୍ ଜୁଣ୍ରି ଗଃଟେଦ୍, ସେରି ସେ ମଃହାରଃଜା ନବୁକଦ୍ନିତ୍ସର୍କେ ଜାଣାୟ୍ଆଚେ। ତର୍ ଚଃହ୍ନାର୍ ଆର୍ ସୟ୍ଲା ଅଚ୍ନା ଉହ୍ରେ ତର୍ ମଃନାର୍ ଦର୍ସନ୍ ଇରି;
Sonhos na história da Bíblia
De José no Egito a José pai de Jesus, Deus guiou a história da salvação através de sonhos, protegendo e dirigindo seu povo.
ସେମଃନ୍ କୟ୍ଲାୟ୍, "ଅଃମିମଃନ୍ ଚଃହୁନ୍ ଦଃକିଆଚୁ, ମଃତର୍ ସେତିର୍ ଅଃର୍ତ୍ କଃରୁକେ କେହେଁ ନାୟ୍।" ତଃବେ ଜସେପ୍ ସେମଃନ୍କେ କୟ୍ଲା, "ଅଃର୍ତ୍ ଗ୍ୟାନ୍ କଃରୁକେ ଇସ୍ୱରାର୍ ଆୟ୍ତେ ନାୟ୍କି?" ଗଃଉଆରି କଃରୁଲେ ତୁମିମଃନାର୍ ଚଃହୁନ୍ ମକେ କଃଉଆ।
ତଃବେ ପାର୍ ଜସେପ୍କେ କୟ୍ଲା, "ମୁୟ୍ ଗଟ୍ ଚଃହୁନ୍ ଦଃକିଆଚି, କେଏ ହେଁ ତାର୍ ଅଃର୍ତ୍ କଃରୁନଃହାରୁଲାୟ୍; ମଃତର୍ ମୁୟ୍ ତର୍ କଃତା ସୁଣିଆଚି, ତୁୟ୍ ଚଃହୁନ୍ ସୁଣ୍ଲେକ୍, ତାର୍ ଅଃର୍ତ୍ କଃଉସି।"
ସେତାକ୍ ଜସେପ୍ କୟ୍ଲା, "ସେରି ମର୍ ସଃକ୍ତିର୍ କଃତା ନୟ୍, ମଃତର୍ ଇସ୍ୱର୍ ପାରକେ ସୁବ୍ କଃତା ଦଃୟ୍ଦ୍।"
ମଃତର୍ ସେ ଇରି ମଃନେ ହାଚ୍ଲା ହଃଚେ, ଦଃକା, ମାପୁରାର୍ ଗଟେକ୍ ଦୁତ୍ ତାକ୍ ଚଃହ୍ନେ ଦଃକାୟ୍ ଅୟି କୟ୍ଲା, "ଏ ଦାଉଦ୍ ବଃଉଁସାର୍ ଜସେପ୍ ! ମରିୟମ୍କେ ବିବା ଅଃଉଁକେ ଡିର୍ନାୟ୍, କାୟିତାକ୍ବଃଲେକ୍ ସେ ପବିତ୍ର ଆତ୍ମାୟ୍ ଆଙ୍ଗେ ଅୟିଆଚେ । ସେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ତୁମି ତାର୍ ନାଉ ଜିସୁ ସଃଙ୍ଗାଉଆସ୍, କାୟିତାକ୍ବଃଲେକ୍ ସେ ତାର୍ ଲକ୍ମଃନ୍କେ ସେମଃନାର୍ ହାହେ ହୁଣି ମୁକ୍ଳାୟ୍ଦ୍ ।"
ଆର୍ ପିଲାତ ବିଚାର୍ କଃର୍ତା ଟାଣେ ବଃସିରିଲାବଃଳ୍ ତାର୍ ଡକୁର୍ସି ତାର୍ ଚଃମେ କବୁର୍ ହଃଟାୟ୍ଲି, "ସେ ଦଃର୍ମି ଲକାର୍ କଃତାୟ୍ ତୁୟ୍ ମୁଳ୍କେ ଆତ୍ ଦେସ୍ନାୟ୍, କାୟିତାକ୍ବଃଲେକ୍ ତାର୍ ଗିନେ ମୁଁୟ୍ ଆଜି ଚଃହ୍ନେ ବଃଡେ କଃସ୍ଟ ହାୟ୍ଁ ଆଚି ।"
Sabedoria sobre sonhos
A Bíblia ensina discernimento: nem todo sonho vem de Deus. Devemos entregar nossos planos ao Senhor e confiar na direção dele.
ଇସ୍ୱରାର୍ ତାଣେ ତୁମାର୍ ସଃବୁ କାମ୍ ସଃହ୍ରି ଦିୟାସ୍, ତଃବେ ତୁମି ସଃବୁକାମେ ଜିତୁହାରାସ୍।
ମାନାୟିର୍ ମଃନେ ନାନା ଜଃଜ୍ନା ରଃୟିଦ୍ , ମଃତର୍ ଇସ୍ୱରାର୍ ଜଜ୍ନା ତିର୍ ଅୟିଦ୍।
କାୟତାକ୍ବଃଲେକ୍ କାମ୍ ବେସି ଅୟିଲେକ୍ ଚଃହ୍ନୁକ୍ ଅୟିଦ୍; ଆରେକ୍ ବେସିକଃତା ଅଗିଆନିର୍ ଡାକ୍ ଅୟିଦ୍।
କାୟତାକ୍ବଃଲେକ୍ ଜଃତେକ୍ ଚଃହୁନ୍ଲେକ୍ ହେଁ, ଆର୍ ଜଃତେକ୍ କାମ୍ କଃଲେକ୍ ହେଁ କଃରାପାର୍ ଗିନେ ଆର୍ ବେସି କଃତା କଃଉତାର୍ ଗିନେ ଇହର୍ ଗଃଟେଦ୍; ମଃତର୍ ତୁମି ମାପୁର୍କେ ଡିରା।