Uma só carne
O conceito de 'uma só carne' é o fundamento bíblico do casamento. Desde a criação, Deus uniu homem e mulher em uma aliança indissolúvel de amor, compromisso e intimidade.
A instituição divina do casamento
Deus criou o homem e a mulher e os uniu em aliança. O casamento é obra de Deus, e o que Ele juntou não separe o ser humano.
ସବୁଦିନର୍ ମାପ୍ରୁ ପର୍ମେସର୍ ଆଦମ୍କେ ମଲାପାରା ସୁଆଇ ଦେଇକରି ତାର୍ ଗଟେକ୍ ପାଞ୍ଜ୍ରାଆଡ୍ ନେଇକରି ସେ ଜାଗା ଲଗେ ମାଉଁସ୍ ଜଡିଦେଲା । ଆରି ସବୁବେଲର୍ ମାପ୍ରୁ ପର୍ମେସର୍ ଆଦମର୍ ଲଗେଆନି ଜନ୍ ପାଞ୍ଜ୍ରାଆଡ୍ ନେଇରଇଲା ସେଟା ସଙ୍ଗେ ଗଟେକ୍, ମାଇଜି ତିଆର୍ କରି ଆଦମର୍ ଲଗେ ଆନ୍ଲା । ତେବର୍ପାଇ ଆଦମ୍ କଇଲା, ଏତର୍ ଅଇଲା, ଏଟା ମର୍ ଆଡର୍ ଆଡ୍ ଆରି ମାଉଁସର୍ ମାଉଁସ୍, ଆର୍ ନାଉଁ ଅଇଲାନି ମାଇଜି, କାଇକେ ବଇଲେ ନର୍ ଲକ୍ ତେଇ ଅନି ନେଇ ତିଆର୍ ଅଇଆଚେ । ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ ।
ତାର୍ପଚେ ସବୁବେଲର୍ ମାପ୍ରୁ ପର୍ମେସର୍ କଇଲା, ନର୍ଲକ୍ ଏକ୍ଲା ରଇବାଟା ଟିକ୍ ନାଇ, ମୁଇ ତାର୍ ପାଇଁ ସବୁବେଲେ ରଇ ଜିଇବା କାଇବାକେ ଗଟେକ୍ ମାଇଜି ଟକି ତିଆର୍ କର୍ବି ।
ସବୁ ଦିନର୍ ପର୍ମେସର୍ ନିଜର୍ ବାନିମୁର୍ତି ସଙ୍ଗ୍ ନର୍ ଜାତିକେ ତିଆର୍ କଲା, ପର୍ମେସର୍ ତାର୍ ନିଜର୍ ବାନି ମୁର୍ତି ପାରା ତାକେ ମୁନୁସ୍ ଆରି ମାଇଜି କରି ପର୍ମେସର୍ ସେମନ୍କେ ତିଆର୍ କଲା ।
ଜିସୁ କଇଲା, "ସାସ୍ତରେ ପଡାସ୍ ନାଇ କି ? ଆଦିପୁର୍ବେ ପର୍ମେସର୍ ନର୍ ଲକ୍କେ ମୁନୁସ୍ ଆରି ମାଇଜି କରି ତିଆର୍ କଲା । ସେଡେବେଲେ ମାପ୍ରୁ କଇରଇଲା, ଏଟାର୍ ପାଇ ବଲି ମୁନୁସ୍, ତାର୍ ଆୟା ବାବାର୍ତେଇ ଅନି ବିନେ ଅଇସି ଆରି ସେମନ୍ ଦୁଇ ଲକ୍ ଗଟେକ୍ ଅଇବାଇ । ଆରି ସେମନ୍ ଅଲ୍ଗା ନ ଅଅତ୍, ମିସି ରଇବାଇ । ସେମନ୍ ଦୁଇଲକ୍ ଇସାବେ ନ ରଅତ୍ । ଜନ୍ ଲକ୍ମନ୍କେ ପର୍ମେସର୍ ଜଡିଆଚେ, ଲକ୍ମନ୍ ସେମନ୍କେ ବେଗ୍ଲାଇବାଟା ଟିକ୍ନାଇ ।"
ଜେନ୍ତି ସାସ୍ତର୍ କଇଲାନି, ପର୍ମେସର୍ ଜେଡେବେଲେ ଏ ଦୁନିଆ ତିଆର୍କଲା, ସେବେଲେ ପର୍ମେସର୍ ମାଇଜି ଆରି ମୁନୁସ୍ କରି ତିଆର୍କଲା ଆଚେ । ସେଟାର୍ପାଇଁ ଗଟେକ୍ ମୁନୁସ୍ ତାର୍ ବାବା ମାକେ ଚାଡିକରି ତାର୍ ମାଇଜି ସଙ୍ଗ୍ ମିସ୍ସି । ସେ ଦୁଇଲକ୍ ଗଟେକ୍ ଅଇବାଇ, ଆରି ସେମନ୍ ଦୁଇଲକ୍ ଇସାବେ ନ ରଅତ୍, ମାତର୍ ଗଟେକ୍ ଲକ୍ ଇସାବେ ରଇବାଇ । ସେଟାର୍ପାଇଁ ପର୍ମେସର୍ ଜନ୍ ଦୁଇଲକ୍କେ ମିସାଇଆଚେ, କେ ମିସା ସେମନ୍କେ ବିନେ ନ ବେଗ୍ଲାଅତ୍ ।"
O mistério da união
Paulo ensina que a união conjugal é um grande mistério que aponta para Cristo e a Igreja. A intimidade reflete a comunhão espiritual plena.
ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି । କେ ମିସା କେବେ ନିଜର୍ ଗାଗଡ୍କେ ଗିନ୍ ନ କରେ । ମାତର୍ ତାର୍ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍ଟ ତାର୍ ମଣ୍ଡଲିର୍ ପାଇ ଜତନ୍ କଲାନି । କାଇକେବଇଲେ ଆମେ ସବୁ ତାର୍ ଗାଗଡର୍ ବାଗ୍ ଅଇଆଚୁ ।
ଏଟାର୍ପାଇ ଦରମ୍ ସାସ୍ତରେ ଲେକାଅଇଆଚେ ମୁନୁସ୍ ତାର୍ ନିଜର୍ ଆୟା ବାବାକେ ଚାଡି ନିଜର୍ ମାଇଜିର୍ ସଙ୍ଗ୍ ମିସି ଜାଇସି । ଆରି ସେ ଦୁଇଲକ୍ ମିସି ଗଟେକ୍ ଅଇବାଇ । ଏଟା ଗଟେକ୍ ବଡ୍ ଲୁଚି ରଇବା ବିସଇ । ମାତର୍ ମୁଇ କିରିସ୍ଟ ଆରି ମଣ୍ଡଲି ବିତ୍ରେ ମିସିବିଡି ରଇବା ବିସଇ କାତା ଅଇଲିନି । ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।
ତମର୍ ଗାଗଡ୍ କିରିସ୍ଟର୍ ଗାଗ୍ଡେ ମିସିକରି ଆଚେ, ଏଟା କାଇ ତମେ ନାଜାନାସ୍ କି ? ତେବେ ମୁଇ କାଇ କିରିସ୍ଟର୍ ଗାଗଡର୍ ଗଟେକ୍ ବାଗ୍ ନେଇକରି ବେସିଆର୍ ଗାଗ୍ଡେ ମିସାଇବି କି ? ନାଇ, ସେନ୍ତାରି କେବେ ମିସା ନ ଅ । ମାତର୍ ଜେ ବେସିଆ ସଙ୍ଗ୍ ମିସ୍ସି, ସେ ତାର୍ ସଙ୍ଗ୍ ଗଟେକ୍ ଗାଗଡ୍ ଅଇସି । ଏଟା ତମେ ନାଜାନାସ୍ କି ? କାଇକେବଇଲେ ଲେକା ଅଇଆଚେ, ସେ ଦୁଇଲକ୍ ଜାକ ଗଟେକ୍ ଅଇବାଇ । ମାତର୍ ଜେ ମାପ୍ରୁର୍ ସଙ୍ଗ୍ ମିସ୍ସି, ତାର୍ ଆତ୍ମା ଆରି ମାପ୍ରୁର୍ ଆତ୍ମା ଗଟେକ୍ ଅଇଜାଇସି ।
Fidelidade e alegria
A aliança conjugal exige fidelidade, respeito e dedicação mútua. A Bíblia celebra a alegria da intimidade dentro do casamento.
ତମର୍ ଜର୍ନା ପାନି ଦନିଅ ଅ, ଆରି, ତୁଇ ଦାଙ୍ଗ୍ଡା ବେଲେ ବିବା ଅଇଲା ମାଇଜିର୍ ସଙ୍ଗେ ସାର୍ଦା କର୍ । ଆଲାଦର୍ ସୁନ୍ଦର୍ ଡଙ୍ଗରର୍ କଟ୍ରା ପାରା, ତାର୍ ଦୁଦ୍ ପାନା ତକେ ସାନ୍ତି କର; ଆରି, ତାର୍ ଆଲାଦ୍ରେ ତୁଇ ସବୁବେଲେ ଲାଲାଇ ଅଇ ରଅ । ଏ ମର୍ ପିଲା, ଅଲ୍ଗା ମାଇଁଜି ମନ୍କେ ତୁଇ କାଇକେ ଲାଲ୍ସା କଲୁସ୍ନି ? ଆରି ଅଲ୍ଗା ମାଇଁଜିର୍ ପାନ୍ଦେ ତୁଇ କାଇକେ ପଡ୍ସୁ ?
ଏ ସବୁ ବିସଇ କରି ତମର୍ ବିତ୍ରେ ଆଲାଦ୍ କରାକରି ଉଆ । ସେନ୍ତାର୍ଆଲେ ତମେ ଗଟେକ୍ମନ୍ ଅଇକରି ରଇବାଟା ସିଦ୍ ଅଇସି । ତମେ ସବୁଲକ୍ ଗଟେକ୍ ଗାଗ୍ଡେ ରଇବା ବିନ୍ ବିନ୍ଟା ଅଇଲାର୍ ପାଇ, କର୍ବା ସବୁ କାମେ କିରିସ୍ଟ ତମ୍କେ ବାଟ୍ ଦେକାଅ । ସେ ତମ୍କେ ସାନ୍ତି ଦେଲା ଆଚେ । ତମେ ସାନ୍ତି ସଙ୍ଗ୍ ରଇବାକେ ସେ ତମ୍କେ ବାଚ୍ଲାଆଚେ । ଆରି ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
ତମର୍ ବିତ୍ରେ ମିଚ୍ କଇବାଟା ଚାଡିଦିଆସ୍, ନିଜର୍ ନିଜର୍ ବିତ୍ରେ ସତ୍ କୁଆକୁଇ ଉଆ । କାଇକେବଇଲେ ଆମେ ସବୁଲକ୍ ଗଟେକ୍ ଗାଗଡର୍ ବିନ୍ ବିନ୍ ବାଗ୍ ଅଇଲୁଆଚୁ ।