Vida nova
Em Cristo, toda pessoa é transformada em uma nova criação. O velho passa e tudo se faz novo. A vida nova é o resultado da obra redentora de Jesus em nosso coração.
Morte e ressurreição com Cristo
O batismo simboliza nossa morte para o pecado e ressurreição para uma nova vida. Fomos sepultados com Cristo e ressuscitamos com Ele.
ତମେ ଜାନାସ୍, ଡୁବନ୍ ନେଲାକେ ଜିସୁକିରିସ୍ଟର୍ ସଙ୍ଗ୍ ମିସିକରି ଆମେ ତାର୍ ମରନେ ମିସା ମିସିଆଚୁ । ସେଟାର୍ପାଇଁ ଡୁବନ୍ ନେଲାପଚେ ଆମେ ତାର୍ ମରନେ ମିସି, ତାର୍ ସଙ୍ଗ୍ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍ ଡାକ୍ପୁଟା ବପୁ ସଙ୍ଗ୍ ଆରିତରେକ୍ ଉଟ୍ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍ ପାଇକରି ଚଲାଚଲ୍ତି କର୍ବାର୍ ଆଚେ ।
କାଇକେବଇଲେ ଆମେ ମରନେ ମିସି ତାର୍ ସଙ୍ଗ୍ ଗଟେକ୍ ଅଇଲୁ ଆଚୁ, ତାକେ ଆରିତରେକ୍ ଉଟ୍ବାତେଇ ମିସା, ତାର୍ ସଙ୍ଗ୍ ଗଟେକ୍ ଅଇକରି ରଇବୁ । ଆମେ ଜାନିଆଚୁ, କିରିସ୍ଟର୍ ସଙ୍ଗ୍ କୁର୍ସେ ଆମର୍ ପୁର୍ନା ଜିବନ୍ ମରିଗାଲାଆଚେ । ତେଇଅନି ଆମର୍ ପାପର୍ ଚଲାଚଲ୍ତି କୁରୁପ୍ନାସ୍ ଅଇଲା ଆଚେ ଆରି ଆମେ ପାପର୍ ଗତିଅନି ମୁକ୍ଲିଆଚୁ । କାଇକେବଇଲେ ମୁନୁସ୍ ମରିଗାଲେସେ, ପାପର୍ ବାନ୍ଦନେଅନି ରକିଆ ପାଇସି ।
ସେନ୍ତାରି ତମେ ମିସା ପାପେ ମରିଜାଇଆଚୁ ବଲି ଏତାଆ । ତମେ ଏବେ କିରିସ୍ଟ ଜିସୁର୍ ଜିବନେଅନି ପରମେସର୍ ସଙ୍ଗ୍ ମିସ୍ଲାସ୍ ।
Nova criação
Quando aceitamos Jesus, nascemos de novo. A velha natureza dá lugar a uma identidade renovada pelo Espírito Santo.
ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
ପର୍ମେସରର୍ ପାଇ ବଁଚ୍ବାକେ ମକେ କିରିସଟର୍ ସଙ୍ଗ୍ କୁର୍ସେ ମରାଇଆଚେ । ଏବେ ମୁଇ ଜିଇକରି ରଇନାଇ । ମାତର୍ କିରିସ୍ଟ ମର୍ଟାନେ ଜିଇକରି ଆଚେ । ଏବେ ମର୍ ଗାଗଡ୍ ବିସ୍ବାସର୍ ଲାଗି ଜିବନ୍ ଆଚେ । ଜନ୍ଟା କି ପର୍ମେସରର୍ ପଅ ଜିସୁ କିରିସ୍ଟ ମକେ ଆଲାଦ୍ କରି ମର୍ପାଇ ସେ ନିଜେ ସର୍ପି ଅଇଲା । ତାକେ ବିସ୍ବାସ୍ କରି ମୁଇ ଜିଇଲି ଆଚି ।
ତମେ ଜିଉଦି ଲକ୍ ଉଆ କି ଜିଉଦି ନ ଅଇଲା ଲକ୍ ଉଆ, ସୁନତ୍ ଅଇଲାଲକ୍ କି ସୁନତ୍ ନ ଅଇଲା ଲକ୍, ଦାପ୍ରେ ରିସା ଅଇ ମାରିମରାଇବା ଲକ୍ କି ବିନ୍ ଦେସର୍ ଗତିଦାଙ୍ଗ୍ଡା କି ମୁକ୍ଲାଇଲା ଲକ୍, ସେଟା କାଇଟା ନଏଁ । ମାତର୍ କିରିସ୍ଟ ସବୁର୍ଟାନେ ଆଚେ ଆରି ସେ ଆକା ସବୁର୍ ଉପ୍ରେ ସାସନ୍ କଲାନି ।
Despir o velho, vestir o novo
A vida nova se manifesta em abandonar os velhos hábitos e revestir-se do novo homem, criado segundo a vontade de Deus.
ଆଗ୍ତୁ ଜନ୍ ପୁର୍ନା ଚଲାଚଲ୍ତି କରି ତମେ ଜିଉନା କାଉନା କର୍ତେ ରଇଲାସ୍, ସେଟା ଚାଡ୍ବାକେ ତମ୍କେ ସିକାଇ ରଇଲାଇ । ତମର୍ ମନେ କାରାପ୍ ଚିନ୍ତା ଆଇବାଟା, ତମ୍କେ ନାଡାଇକରି ତମର୍ ଜିବନ୍ ନସାଇ ଦେଲାଇ । ତମେ ଚିନ୍ତା କର୍ବାଟା ପର୍ମେସର୍ ନୁଆକରି ବାଦ୍ଲାଇବାକେ ତାକେ ସର୍ପି ଦିଆସ୍ ବଲି ସିକାଇଲାଇ ଆଚତ୍ । ପର୍ମେସର୍ ତମ୍କେ ତାକର୍ ଗୁନ୍ଚଲନ୍ ପାରା ରଇବା ନୁଆ ଗୁନ୍ଚଲନ୍ ଦେଲାଆଚେ । ତେବର୍ପାଇ ସେ ରକାମ୍ ଚଲାଚଲ୍ତି କରା । ପୁରାପୁରୁନ୍ ଦରମ୍ ଅଇକରି ସୁକଲ୍ ଅଇରୁଆ ।
ମାତର୍ ଏବେ ସେନ୍ତାରି ବିସଇ କରା ନାଇ । ଜେନ୍ତିକି ରିସା ଅଇବାଟା, ଇସାତଲା କର୍ବାଟା, ବିନ୍ଲକ୍କେ ଗିନ୍ କର୍ବାଟା, ନିନ୍ଦାକାତା କଇବାଟା, ଆରି ପିଟ୍ତେ କାତାକଇବାଟା ଚାଡିଦିଆସ୍ । ନିଜର୍ ନିଜର୍ ବିତ୍ରେ ମିଚ୍ କାତା କୁଆବଲା ଉଆନାଇ । କାଇକେ ବଇଲେ ତମେ ପୁର୍ନା ଗୁନ୍ଚଲନର୍ ସବୁ ଅବିଆସ୍ ଚାଡିଦେଇକରି, ନୁଆ ଚଲାଚଲ୍ତି ଆରାମ୍କରି ଆଚାସ୍ । ପର୍ମେସର୍ ତମ୍କେ ଦେଇରଇବା ଏ ନୁଆ ଚଲାଚଲ୍ତିତେଇ ତମେ ତାର୍ ବିସଇ ଅଦିକ୍ ଅଦିକ୍ ଜାନ୍ସା ଆରି ତାର୍ପାରା ଅଦିକ୍ ଅଦିକ୍ ଅଇଆଇସା ।
ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି ।
Renovação interior
Deus promete dar um coração novo e um espírito novo. A transformação nasce do arrependimento e da purificação divina.
ସତଇସେ ଆମେ ସବୁଜାକ, ସେ ରକାମ୍ ରଇଲୁ ଆରି ଗାଗଡର୍ ଆରି ମନର୍ ଲାଲ୍ସା ଇସାବେ ଜିଉନା କାଉନା କର୍ତେ ରଇଲୁ । ଆରି ଅଲ୍ଗା ଲକ୍ମନର୍ ପାରା ଆମେମିସା ପର୍ମେସରର୍ ରିସାର୍ ଡଣ୍ଡ୍ ପାଇବାକେ ଜାଇତେ ରଇଲୁ ।
ମାତର୍ ଏ ରକାମ୍ ରଇଲେମିସା ଦୟାଦେକାଇବା ପର୍ମେସର୍, ଆମ୍କେ ଜନ୍ ବଡ୍ ଆଲାଦ୍ ସଙ୍ଗ୍ ଆଲାଦ୍ କଲା, ସେଟାର୍ପାଇଁ ଆମ୍କେ କିରିସ୍ଟର୍ ସଙ୍ଗ୍ ଜିବନ୍ କଲାଆଚେ, ସେ ଜିବନ୍ ଦୁକାଇଲାକେ ତମେ ମୁକ୍ତି ପାଇ ଆଚାସ୍ ।