13 କ୍ରିସ୍ଟ କାୟି ବାଗ୍ ଅୟିଆଚେ ? ତୁମାର୍ ଗିନେ କାୟି ପାଉଲ କ୍ରୁସେ ମଃରି ରିଲା ? ଆର୍ ତୁମିମଃନ୍କେ କାୟି ପାଉଲାର୍ ନାଉଁଏ ବାପ୍ତିସମ୍ ଅୟ୍ରିଲାସ୍ ?
14 କ୍ରିସ୍ପ ଆର୍ ଗାୟକ୍ ଚାଡି ତୁମିମଃନ୍କାର୍ ବିତ୍ରେ ଆର୍ କାକେହେଁ ବାପ୍ତିସମ୍ ନଃଦେୟ୍ଁ ବଃଲି ମୁଁୟ୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ, 15 ଇତାର୍ ଗିନେ କେଏ ତୁମିମଃନ୍କେ ମର୍ ନାଉଁଏ ବାପ୍ତିସମ୍ ଅୟି ଆଚାସ୍ ବଃଲି କେଏ ନଃକଃଉଅତ୍ । 16 ହେଁ ସ୍ତିପାନାର୍ କୁଟୁମ୍କେ ହେଁ ବାପ୍ତିସମ୍ ଦଃୟ୍ଆଚି; ଇରି ଚାଡି ମୁୟ୍ଁ ଆର୍ କାକେ ବାପ୍ତିସମ୍ ଦଃୟ୍ଆଚି ବଃଲି ମୁୟ୍ଁ ଏତୁ କଃରୁଲେ । 17 କାୟିତାକ୍ବଃଲେକ୍ କ୍ରିସ୍ଟ ମକେ ବାପ୍ତିସମ୍ ଦେଉଁକେ ହଃଟାୟ୍ ନଃକେରେ, ନିକ କବୁର୍ ପର୍ଚାର୍ କଃରୁକେ ହଃଟାୟ୍ଲା, ସେରି ହେଁ କଃତାର୍ ବଃଡ୍ହାଣ୍ ଗିଆନେ ନାୟ୍, ଚଃନେମଃନେ କ୍ରୁସ୍ ଉହ୍ରେ କ୍ରିସ୍ଟର୍ ମଃର୍ନ୍ ହଲ୍ୟା ଅୟ୍ଦ୍ ।