6 ତାର୍ ସଃଙ୍ଗ୍ ଅଃମାର୍ ମିସାଣ୍ ଆଚେ, ଇରି କୟ୍ ଜଦି ଅଃମିମଃନ୍ ଅଃନ୍ଦାରେ ଜିବନ୍ କାଟୁନ୍ଦ୍, ସେନ୍ଅୟ୍ଲେକ୍ ଅଃମିମଃନ୍ ମିଚୁଆମଃନ୍ ଆର୍ ସଃତେ ଜିବନ୍ ନଃକାଟୁଲୁ । 7 ମଃତର୍ ସେ ଜଃନ୍କଃରି ଉଜାଳେ ବାସାକାରି, ଅଃମିମଃନ୍ ଜଦି ସେନ୍କଃରି ଉଜାଳେ ଚାଲ୍ଚାଲ୍ତି କଃରୁଲୁ, ତଃବେ ଅଃମିମଃନାର୍ ବିତ୍ରେ ମିସିକଃରି ଆଚେ । ଆରେକ୍ ତାର୍ ହୟିସି ଜିସୁର୍ ବଃନି ସଃବୁ ହାହେ ହୁଣି ଅଃମିମଃନ୍କେ ନିର୍ମୁଳ୍ କଃରେଦ୍ ।