ନଃଉଆଁ ଆଦେସ୍
7 ୨:୭ ଜହ ୧୩:୩୪. ଏ ଲାଡାର୍ ବାୟ୍ବେଣିମଃନ୍ ମୁଁୟ୍ ତୁମିମଃନାର୍ ହାକ୍ କାୟିହେଁ ନଃଉଆଁ ଆଦେସ୍ ନଃଲେକି ମଃତର୍ ଆରୁମେ ଜୁୟି ହଃର୍ନା ବଲ୍ ତୁମିମଃନ୍ ହାୟ୍ଁ ଆଚାସ୍, ସେରି ଲେକୁଲେ, ଜୁୟି ବିସୟ୍ ତୁମିମଃନ୍ ସୁଣି ଆଚାସ୍ ସେରି ହଃକା ସେ ହଃର୍ନା ଆଦେସ୍, 8 ଆରେକ୍ ଗଟ୍ତର୍, ମୁଁୟ୍ ନଃଉଆଁ ଆଦେସ୍ ହର୍ ମଃତର୍ ତୁମିମଃନାର୍ ହାକ୍ ଲେକୁଲେ ଇରି ତାର୍ ତଃୟ୍ ଆର୍ ତୁମାର୍ ତଃୟ୍ ସଃତ୍ ବଃଲି ଜାଣା ହଃଳେଦ୍ । କାୟିତାକ୍ବଃଲେକ୍ ଅଃନ୍ଦାର୍ ଗୁଚିଜଃଉଁଲି ଆର୍ ସଃତ୍ ଉଜାଳ୍ ଜାଣା ହଃଳ୍ଲିନି ।