13 ତାର୍ହଃଚେ ମୁୟ୍ ଦଃକ୍ଲେ, ସାହ୍ ଟଣ୍ଡେହୁଣି, ଜଃତୁର୍ ଟଣ୍ଡେହୁଣି ଆର୍ ବମ୍ଳାଉତା ବାବ୍ବାଦିର୍ ଟଣ୍ଡେହୁଣି ବେଙ୍ଗ୍ ହର୍ ତିନିଗଟ୍ ବିଟାଳ୍ ଆତ୍ମା ବାରାୟ୍ଲାୟ୍ । 14 ସେମଃନ୍ କାବା ଅଃଉତା କାମ୍ କଃର୍ତା ବୁତ୍ ଆତ୍ମାମଃନ୍ । ଇ ତିନିଗଟ୍ ଆତ୍ମାମଃନ୍ ସଃକ୍ତିମାନ୍ ଇସ୍ୱରାର୍ ବଃଡ୍ ଦିନାର୍ ଜୁଜାର୍ ଗିନେ ସଃବୁ ଜଃଗତାର୍ ରଃଜାମଃନ୍କେ ଗଟେତଃୟ୍ କଃରୁକେ ସେମଃନାର୍ ହାକ୍ ବାରାୟ୍ ଗଃଳାୟ୍ ।
15 ୧୬:୧୫ ମାତି ୨୪:୪୩,୪୪; ଲୁକ ୧୨:୩୯,୪୦; ପ୍ରକା ୩:୩. "ସୁଣା, ମୁୟ୍ ଚର୍ ହର୍ ଆସୁଲେ । ଜେ ଜଃଗ୍ରାତ୍ ରଃୟ୍ ଅଃହ୍ଣାର୍ ବଃସ୍ତର୍ ବାଚାୟ୍ଦ୍, ତାର୍ ବାୟ୍ଗ୍, କାୟିତାକ୍ବଃଲେକ୍ ସେରି କଃଲେକ୍ ସେ ନଃଗ୍ଳା ଅୟି ନଃବୁଲେ ଆର୍ ଲକ୍ମଃନ୍ ତାକ୍ ଲାଜ୍ ନଃକେରାଉତି ।"
16 ତାର୍ହଃଚେ ସେ ବିଟାଳ୍ ଆତ୍ମାମଃନ୍ ହୁର୍ତିର୍ ରଃଜାମଃନ୍କେ ଏବ୍ରି ବାସାୟ୍ ହର୍ମିଗିଦନ୍ ନାଉଁଆର୍ ଗଟେକ୍ ଜଃଗାୟ୍ ରୁଣ୍ଡାୟ୍ଲାୟ୍ ।