32 ସାସ୍ତରାର୍ ଜୁୟ୍ରି ସେ ହଳ୍ତିରିଲା ସେରି ଇରି-
"ସେ ମେଣ୍ଡା ହର୍ ହୁଜା କଃରୁକେ ନେତା ମେଣ୍ଡା ହର୍ ଚିମ୍ରା ଅୟ୍ରିଲା,
ଆରେକ୍ ଗଃଡ୍ରା ମେଣ୍ଡାର୍ ରମ୍ କାଟ୍ତା ଲକ୍ମଃନାର୍ ତଃୟ୍ ଜଃନ୍କଃରି ତୁନ୍ହଃଳି ରଃୟ୍ଦ୍,
ସେନ୍କାର୍ ସେ ଟଣ୍ଡ୍ ହୁଟାୟ୍ ନଃକେଲା ।
33 ସେ ଦୁକ୍ ସଃମ୍ବାଳ୍ଲାକ୍ ତାର୍ ଡଃଣ୍ଡ୍ ଉଣା ନୟ୍ଲି ।
ତାର୍ ବଃଉଁସ୍ କେଏ କଃଉ ହାରେ ?
କାୟିତାକ୍ ବଃଲେକ୍ ତାର୍ ଜିବନ୍ ହୁର୍ତିବି ତଃୟ୍ ହୁଣି ନିଆ ଅୟ୍ଲି ।"
34 ଗୁମୁସ୍ତାବେଜୁ ପିଲିପକେ କୟ୍ଲା, "ମୁୟ୍ଁ ତକ୍ ଗଃଉଆରି କଃରୁଲେ, ବାବ୍ବାଦି କାର୍ କଃତା କଃଉଁଲା, ତାର୍ କଃତା କି ଆର୍ କାର୍ କଃତା ?" 35 ସେତାକ୍ ପିଲିପ୍ ଟଣ୍ଡ୍ ହୁଟାୟ୍ ସାସ୍ତରାର୍ ଇ କଃତାୟ୍ ହୁଣି ମୁଳ୍ୟାୟ୍ ତାର୍ ତଃୟ୍ ଜିସୁର୍ ନିକ କବୁର୍ ପର୍ଚାର୍ କଃଲା ।