କ୍ରିସ୍ଟ ଆର୍ ତାର୍ କାମ୍
15 କ୍ରିସ୍ଟ ନଃଡିସ୍ତାର୍ ଇସ୍ୱରାର୍ ଡିସ୍ତାର୍ ବାନି ମୁର୍ତି, ସଃବୁ ଉବ୍ଜାଣାର୍ ହଃର୍ତୁ ଜାତ୍ ଆର୍ ସଃବୁ ଉବ୍ଜାଣ୍ ତଃୟ୍ ହୁଣି ବଃଡ୍ । 16 କାୟିତାକ୍ବଃଲେକ୍ ଡିସ୍ତାର୍ ଆର୍ ନଃଡିସ୍ତାର୍ ଆସ୍ତିବାଡି, ସଃର୍ଗେ ଆର୍ ହୁର୍ତିଏ ସଃବୁ ବିସୟ୍ ସେ ଉବ୍ଜାଣ୍ କଃଲା, ରାଜ୍ଗାଦି କି ରଃଜାମଃନ୍ ଆର୍ ସଃବୁ ଅଃଦିକାରି ମଃନ୍କେ ଉବ୍ଜାୟ୍ଲା ଇସ୍ୱର୍ ସେ ନିଜେ ଆର୍ ତାର୍ ଗିନେ ସଃବୁ ଜଃଗତ୍ ଉବ୍ଜାଣ୍ କଃଲା ଆର୍ ତାର୍ ହାଁୟ୍ ଉବ୍ଜାଣ୍ ଅୟିଆଚେ । 17 ସଃବୁ ଉବ୍ଜାଣ୍ ଅଃଉତା ହୁର୍ବେହୁଣି କ୍ରିସ୍ଟ ଆଚେ ଆର୍ ତାର୍ ତଃୟ୍ ଜଳି ଅୟ୍ଲାକ୍ ସଃବୁ କଃତାର୍ ରୁହ୍ ଆଚେ । 18 ୧:୧୮ ଏପି ୧:୨୨,୨୩.ଆର୍ ସେ ମଣ୍ଡ୍ଳି ରୁହାର୍ ଗଃଗାଳାର୍ ମୁଣ୍ଡ୍ହର୍, ସେ ମୁଳେହଃଣି, ମଃଲାମଃନ୍କାର୍ ବିତ୍ରେ ହଃର୍ତୁ ଉଟିରିଲା ହଃର୍ତୁଜାତ୍ ହିଲା, ଜୁୟ୍ତାର୍ ଗିନେ ସେ ସଃବୁ ବିସୟେ ହଃର୍ତୁ ଟାଣ୍ ହାଉତାର୍ ଜୟ୍ଗ୍ । 19 କାୟିତାକ୍ବଃଲେକ୍ ଇସ୍ୱରାର୍ ଟିକ୍ କଃଲା ହଃର୍କାରେ ହୟିସି ନିଜେ ଇସ୍ୱରାର୍ ହୁର୍ନ୍ ଗୁଣ୍ ଦଃରେଦ୍ । 20 ୧:୨୦ ଏପି ୨:୧୬.ହୟସି ଗିନେ ସଃବୁ ଜଃଗତ୍କେ ବାଉଳାୟ୍ ଆଣୁକେ ଟିକ୍ କଃଲା ଆର୍ କ୍ରୁସେ ତାର୍ ହୟ୍ସିର୍ ମଃର୍ନ୍ ଗିନେ ତିର୍ କଃରିଆଚେ । ଆର୍ ହୁର୍ତି ଆର୍ ସଃର୍ଗେ ରିଲାର୍ ସଃବୁ ବିସୟ୍କେ ନିଜାର୍ ତଃୟ୍ ବାଉଳାୟ୍ ଆଣେଦ୍ ।