14 କ୍ରିସ୍ଟ ସେ ନିଜେ ଜିଉଦି ଆର୍ ଅଜିଉଦିକେ ମିସାୟ୍କଃରି ସୁସ୍ତା ଆଣିଆଚେ । ମଃଜାୟ୍ ରଃୟ୍ ଦୁୟ୍ବାଗ୍ କଃଲା କୁଡ୍କେ ନିଜାର୍ ଗଃଗାଳେ ବାଙ୍ଗାୟ୍ କଃରି ସଃତ୍ରୁ ନଃଉଁକେ ମିସାୟ୍ ଆଚେ । 15 ୨:୧୫ କଲ ୨:୧୪.ଜିଉଦି ମଃନାର୍ ବିଦିକେ ଇତିର୍ ବଲ୍ ଆର୍ ନିୟମେ ଲିବାୟ୍ ଦଃୟ୍ଆଚେ, ଜଃନ୍କଃରି ସୁସ୍ତା ଆଣିକଃରି ଜିଉଦି ଆର୍ ଅଜିଉଦିମଃନ୍କେ ହେଁ ଅଃହ୍ଣାର୍ ତଃୟ୍ ଗଟେକ୍ ନଃଉଆଁ ଲକ୍ ହର୍ ଉବ୍ଜାଣ୍ କଃରେଦ୍ ।
Publicidade