37 ସେତାକ୍ ପିଲାତ ଜିସୁକେ ହଃଚାର୍ଲା, "ତଃବେ ତୁୟ୍ କାୟି ଗଟେକ୍ ରଃଜା ?"
ଜିସୁ ଉତୁର୍ ଦିଲା, "ତୁୟ୍ ତ କଃଉଁଲିସ୍, ମୁୟ୍ ଗଟେକ୍ ରଃଜା । ମୁୟ୍ ଜଃନ୍କଃରି ସଃତ୍ ବାଟ୍ୟା ଅୟି ସାକି ଦଃୟ୍ନ୍ଦ୍, ଇତାର୍ ଗିନେ ମୁୟ୍ ଜଃଲମ୍ ଅୟି ଆଚି ଆର୍ ଜଃଗତେ ଆସିଆଚି । ଜୁୟି ଲକ୍ ସଃତାର୍ ହୟିସି, ସେ ମର୍ କଃତା ସୁଣେଦ୍ ।"