16 ଜିସୁ ଗାଲିଲି ସଃମ୍ନ୍ଦ୍ କଃଣ୍ଡିବାଟ୍ ଜାତିରିଲା ବଃଳ୍, ସେ ସିମନ୍ ଆର୍ ତାର୍ ବାୟ୍ସି ଆନ୍ଦ୍ରିଅକ୍ ମାଚ୍ ଦଃରୁକେ ସଃମ୍ନ୍ଦେ ବୟ୍ଜାଲ୍ ହଃକାଉତି ରିଲାର୍ ଦଃକ୍ଲା । ବଃଲେକ୍ ସେମଃନ୍ ମାଚୁଆ ରିଲାୟ୍ । 17 ଜିସୁ ସେମଃନ୍କେ କୟ୍ଲା, "ମର୍ ହଃଚେ ଆସା, ମୁଁୟ୍ ତୁମିମଃନ୍କେ ନଃର୍ମଃନ୍କେ ମାପୁରାର୍ ଲଃଗେ ଆଣୁକେ ସିକାୟ୍ନ୍ଦ୍ ।" 18 ସେଦାହ୍ରେ ସେମଃନ୍ ତାକାର୍ ଜାଲ୍ ଚାଡ୍ଲାୟ୍ ଆର୍ ଜିସୁର୍ ହଃଚେ ଗଃଲାୟି ।