ଜିସୁ ଗଟେକ୍ ବଃଡ୍ ରଗ୍ୟାକେ ନିକ କଃଲା
40 ଗଟେକ୍ ବଃଡ୍ ରଗି ଆୟ୍ଲା, ଆର୍ ଜିସୁର୍ ମୁଏଁ ମାଣ୍ଡିକୁଟା ଟେସି ହାଦେଡୁଳି ଗଃଉଆରି କଃରି କୟ୍ଲା, "ତୁୟ୍ ମଃନ୍ କଃଲେକ୍ ମକ୍ ଉଜ୍ କଃରୁ ହାର୍ସି ।"୧:୪୦ ବଃଡ୍ ରଗ୍ ଅୟ୍ଲା ଜିଉଦି ଲକ୍, ମାପୁରାର୍ ହୁଜା ବିଦି କଃରୁ ନଃହାର୍ତି ରିଲା, କାୟିତାକ୍ବଃଲେକ୍ ଜିଉଦିମଃନ୍ ବଃଡ୍ ରଗ୍କେ ବିଟାଳ୍ ବଃଲି ମାନ୍ତି ରିଲାୟ୍ ।
41 ଜିସୁ ତାର୍ ଉହ୍ରେ ଦଃୟା ଦଃକାୟ୍ଲା ଆର୍ ଆତ୍ ଲାମାୟ୍ ତାକ୍ ଚୁୟ୍କଃରି କୟ୍ଲା, "ମୁଁୟ୍ ମଃନ୍ କଃରୁଲେ ତୁୟ୍ ଉଜ୍ ଅଃଉ !" 42 ଆର୍ ସେଦାହ୍ରେ ସେମାନାୟ୍ର୍ ବଃଡ୍ ରଗ୍ ଚାଡ୍ଲି, ଆର୍ ସେ ଉଜ୍ ଅୟ୍ଲା ।