ଡୁମ୍ବୁର୍ ଗଃଚାର୍ ସିକ୍ୟା
20 ତାର୍ ଆର୍କ ଦିନାର୍ ସଃକାଳ୍ୟା ସେମଃନ୍ ଜାତି ରିଲାବଃଳ୍, ସେ ବାଟେ ରିଲା ଜୁୟି ଡୁମ୍ବୁର୍ ଗଃଚ୍କେ ଜିସୁ ସାୟ୍ପ୍ ଦଃୟ୍ରିଲା, ସେ ଗଃଚ୍କେ ବୁନ୍ଦେହୁଣି ସୁକି ଜାୟ୍ରିଲାର୍ ଦଃକ୍ଲାୟ୍ । 21 ପିତର୍ ତାର୍ ହଃଚାର୍ ଦିନାର୍ କଃତା ଏତାୟ୍ କଃରି କୟ୍ଲା, "ଏ ଗୁରୁ, ଦଃକ୍, ଇ ଡୁମ୍ବୁର୍ ଗଃଚ୍କେ ତୁୟ୍ ଜଃନ୍କଃରି ସାୟ୍ପ୍ ଦଃୟରିଲିସ୍, ତଃନ୍କଃରି ସେ ଗଃଚ୍ ସୁକି ଜଃଉଁଲି ।"
22 ଜିସୁ ଚେଲାମଃନ୍କେ କୟ୍ଲା, "ଇସ୍ୱର୍ ଲଃଗେ ବିସ୍ୱାସ୍ କଃରା । 23 ୧୧:୨୩ ମାତି ୧୭:୨୦; ୧ କର ୧୩:୨.ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜଃଡେବଃଳ୍ ଜୁୟି ମାନାୟ୍ ଗଟେକ୍ ଡଙ୍ଗୁର୍କେ ଉଟ୍କି ଅୟି ଜାଆ ଆର୍ ସଃମ୍ନ୍ଦେ ଅଦୁର୍ ବଃଲି କୟ୍ଦ୍, ଆର୍ ସେ ନିଜାର୍ ମଃନ୍ ବିତ୍ରେ ଅବିସ୍ୱାସ୍ ନଃକେରି, ଜୁୟ୍ରି ଅୟ୍ଦ୍ ବଃଲି ବିସ୍ୱାସ୍ କଃରେଦ୍, ତାର୍ ଗିନେ ନିଜ୍କଃରି ସେରଃକମ୍ ଅୟ୍ଦ୍ । 24 ଇତାର୍ ଗିନେ ମୁଁୟ୍ ତୁମିମଃନ୍କେ କଃଉଁଲେ, ତୁମି ପାର୍ତ୍ନା କଃରି ଜାୟ୍ ଜାୟ୍ରି ମାଗାସ୍, ସେରି ହାୟ୍ଆଚୁ ବଃଲି ବିସ୍ୱାସ୍ କଃରା, ତଃବେ ତୁମିମଃନ୍କେ ସେରି ସଃବୁ ମିଳେଦ୍ । 25 ୧୧:୨୫ ମାତି ୬:୧୪,୧୫.ଜଃଡେବଃଳ୍ ତୁମି ପାର୍ତ୍ନା କଃରୁକେ ଟିଆ ଅଃଉଆସ୍, ତଃବେ ସଃଡେବଃଳ୍ ତୁମାର୍ ବିରୁଦେ କାର୍ ଦଃସ୍ ରଃୟ୍ଦ୍ ବଃଲେକ୍ ତୁମି ତାକ୍ କେମା ଦିଆସ୍, ତଃବେ ତୁମାର୍ ଉବାଦି ଜେ ସଃର୍ଗେ ଆଚେ, ସେ ହେଁ ତୁମିମଃନ୍କେ କେମା ଦଃୟ୍ଦ୍ ।