38 ସଃଡେବଃଳ୍ ଜିସୁ ଡଙ୍ଗାର୍ ହଃଚ୍ବାଟ୍ ମୁଚ୍ଳା ଉହ୍ରେ ମୁଣ୍ଡ୍ ଲାଦି ସୟ୍ରିଲା; ଆର୍ ଚେଲାମଃନ୍ ଜିସୁକେ ଉଟାୟ୍ କୟ୍ଲାୟ୍, "ଏ ଗୁରୁ, ଅଃମିମଃନ୍ ମଃଲୁ, ଅଃମାର୍ ଗିନେ ତର୍ କାୟି ଚିତା ନାୟ୍ ?"
39 ଜିସୁ ଉଟିକଃରି ବାଉହାଣିକେ ଦଃକା ଦଃୟି ସଃମ୍ନ୍ଦ୍କେ କୟ୍ଲା, "ତୁନ୍ହାଳ୍, ଚୁପ୍ଅଃଉ ।" ସେତାକ୍ ବାଉ ତେବ୍ଲି ଆର୍ ସଃବୁ ତିର୍ ଅୟ୍ଲି । 40 ତାର୍ହଃଚେ ଜିସୁ ଚେଲାମଃନ୍କେ କୟ୍ଲା, "ତୁମିମଃନ୍ କାୟିତାକ୍ ଅଃତେକ୍ ଡିରୁଲାସ୍, ଅଃବେ ହଃତେକ୍ କାୟି ତୁମାର୍ ବିସ୍ୱାସ୍ ନାୟ୍ ?"