48 ଚେଲାମଃନ୍ ଡଙ୍ଗା ଗାଟୁକେ କଃସ୍ଟ ହାଉତାର୍ ଜିସୁ ଦଃକ୍ଲା, କାୟିତାକ୍ବଃଲେକ୍ ତାକାର୍ ଆଗ୍ବାଟ୍ୟା ବାଉ ଅଃଉତି ରିଲି, ଉଜାଳ୍ ଅଃଉତାବଃଳ୍ ଚାର୍ଟା ବଃଳ୍ ଜିସୁ ସଃମ୍ନ୍ଦ୍ ଉହ୍ରେ ଇଣ୍ଡି ଇଣ୍ଡି ତାକାର୍ ଚଃମେ ଆୟ୍ଲା, ଆର୍ ସେମଃନ୍କେ ଜିଣ୍ତେ ହାକ୍ମାରି ଜଃଉଁକେ ମଃନ୍ କଃର୍ତିରିଲା । 49 ମଃତର୍ ସେମଃନ୍ ତାକ୍ ସଃମ୍ନ୍ଦ୍ ଉହ୍ରେ ଇଣ୍ଡ୍ତାର୍ ଦଃକି ଡୁମା ବଃଲି ବେଲ୍କି ଅୟ୍ଲାୟ୍ । 50 କାୟିତାକ୍ବଃଲେକ୍ ସଃବୁଲକ୍ ତାକ୍ ଦଃକି ଡିରି ଗଃଲାୟି ।
ମଃତର୍ ଜିସୁ ତଃତ୍କାଣ୍ ତାକାର୍ ସଃଙ୍ଗ୍ କଃତାଅୟ୍ କୟ୍ଲା, "ଡିରା ନାୟ୍ ସାସ୍ ଦଃରା, ଇରି ତ ମୁଁୟ୍ ।" 51 ଆରେକ୍ ସେ ସେମଃନାର୍ ଲଃଗେ ଜାୟ୍ ଡଙ୍ଗାୟ୍ ବଃସ୍ଲା, ଆର୍ ବାଉ ବଃନ୍ଦ୍ ଅୟ୍ଲି, ସେତାର୍ଗିନେ ଚେଲାମଃନ୍ ମଃନେ ମଃନେ ଅଃପର୍ବଳ୍ କାବା ଅୟ୍ଲାୟ୍ ।