ଜିସୁ ଚାରି ଅଃଜାର୍ ଲକ୍କେ କାଳାୟ୍ଲା
1 ସଃଡେବଃଳ୍ ଆରେକ୍ ଗାଦେକ୍ ଲକ୍ ଜିସୁର୍ ଚଃମେ ଆସି ରୁଣ୍ଡ୍ଲାୟ୍, ସେମଃନାର୍ ହାକ୍ କାଉଁକେ କାୟିରି ହେଁ ନଃରିଲି । ଆର୍ ଜିସୁ ତାର୍ ଚେଲାମଃନ୍କେ ତାର୍ ଚଃମେ କୁଦି କୟ୍ଲା, 2 "ଇ ଲକ୍ମଃନାର୍ ଗିନେ ମକ୍ ବଃଡେ ଦଃୟା ଅଃଉଁଲି । ଇ ଲକ୍ମଃନ୍ ତିନି ଦିନ୍ ଅୟ୍ଲିନି ମର୍ ସଃଙ୍ଗ୍ ଆଚ୍ତି, ଅଃବେ ସେମଃନାର୍ ହାକ୍ କାଉଁକେ କାୟିରି ହେଁ ନାୟ୍ । 3 ଜଦି ମୁଁୟ୍ ସେମଃନ୍କେ ବୁକେ ଗଃରେ ହଃଟାୟ୍ନ୍ଦ୍, ତଃବେ ଜାତାବାଟେ ସେମଃନ୍ ମୁର୍ଚା ଅୟ୍ଜାତି, ସେମଃନାର୍ ବିତ୍ରେ କଃତେକ୍ ଲକ୍ ବଃଡେ ଦୁରିକ୍ ହୁଣି ଆସି ଆଚ୍ତି ।"
4 ତାର୍ ଚେଲାମଃନ୍ ଜିସୁକେ କୟ୍ଲାୟ୍, "ଇତି ଲକ୍ବାକ୍ ନୟ୍ଲା ଟାଣେ କୁୟ୍ତି ହୁଣି ରୁଟି ଆଣି ଇମଃନ୍କେ ହେଟ୍ହୁର୍ନେ କାଉଁକେ ଦେଉଁନ୍ଦ୍ ?"
5 ଜିସୁ ଚେଲାମଃନ୍କେ ହଃଚାର୍ଲା, "କଃତିଗଟ୍ ରୁଟି ତୁମାର୍ ହାକ୍ ଆଚେ ?"
ସେମଃନ୍ କୟ୍ଲାୟ୍, "ସାତ୍ଗଟ୍ ।"
6 ତାର୍ହଃଚେ ଜିସୁ ଲକ୍ମଃନ୍କେ ମାଟାୟ୍ ବଃସୁକେ କୟ୍ଲା, ଆରେକ୍ ଜିସୁ ସେ ସାତ୍ଗଟ୍ ରୁଟିକେ ଆତେ ଦଃରି ଇସ୍ୱର୍କେ ପାର୍ତ୍ନାକଃରି ରୁଟିସଃବୁ କଃଣ୍ଡ୍ କଃଣ୍ଡ୍ କଃରି ଲକ୍ମଃନ୍କେ ବାଟି ଦିଆସ୍ ବଃଲି ତାର୍ ଚେଲାମଃନ୍କେ ଦିଲା; ଚେଲାମଃନ୍ ସଃବୁ ଲକ୍ମଃନ୍କେ ସେରି ବାଟାକଃରି ଦିଲାୟ୍ । 7 ଚେଲାମଃନାର୍ ହାକ୍ କଃତିଗଟ୍ ସାନ୍ ମାଚ୍ ହେଁ ରିିଲି; ସେ ମାଚ୍କେ ହେଁ ଦଃରି ଜିସୁ ଆସିର୍ବାଦ୍ କଃରି ଲକ୍ମଃନ୍କେ ବାଟାକଃରି ଦେଉଁକେ ତାର୍ ଚେଲାମଃନ୍କେ କୟ୍ଲା । 8 ସଃବୁ ଲକ୍ମଃନ୍ ହେଟ୍ ହୁର୍ନେ କାୟ୍ଲାୟ୍ ଆର୍ ଚେଲାମଃନ୍ ଉବୁର୍ଲାର୍ ବାଙ୍ଗ୍ଲା ରୁଟି ବେଟି ସାତ୍ ଡଃଲା ବଃର୍ତି କଃଲାୟି । 9 କାୟିଲା ଲକ୍ମଃନ୍ ହାକାହାକି ଚାରି ଆଜାର୍ ଲକ୍ ରିଲାୟ୍ ।