17 ସେ ଲକ୍ ମଃନ୍ଦାର୍ ବିତ୍ରେହୁଣି ଗଟେକ୍ ମାନାୟ୍ କୟ୍ଲା, "ଏ ଗୁରୁ, ମର୍ ହଅକେ ଗୁଲା ବୁତ୍ ଦଃରିଆଚେ, ଆର୍ ସେ ଟଣ୍ଡ୍ ଅଃଉଁକେ ନଃହାରୁଲା ଲାଗି ମୁଁୟ୍ ତାକ୍ ତର୍ ଲଃଗେ ଆଣି ରିଲେ । 18 ଆର୍ ଜଃଡେବଃଳ୍ ତାକ୍ ଜୁୟ୍ତି ବୁତ୍ ଦଃରେଦ୍, ତାକ୍ ତଃଳେ ଅଦ୍ରାୟ୍ ଦଃୟ୍ଦ୍ ଆର୍ ତାର୍ ଟଣ୍ଡେହୁଣି ହେହୁଲ୍ ବାର୍ କଃରେଦ୍ ଆର୍ ସେ ଦାତ୍ କିଟ୍କିଟ୍ କଃରେଦ୍, ସେ ସୁକି ଜଃଉଁଲା । ସେ ବୁତ୍ ଚାଡାଉଁକେ ମୁଁୟ୍ ତର୍ ଚେଲାମଃନ୍କେ କୟିଲେ, ମଃତର୍ ସେମଃନ୍ ଚାଡାଉଁ ନାହାର୍ଲାୟ୍ ।"
19 ଜିସୁ ସେମଃନ୍କେ କୟ୍ଲା, "ଏ ଅବିସ୍ୱାସି ଜାତି, ମୁଁୟ୍ ତୁମାର୍ ସଃଙ୍ଗ୍ କଃତେକ୍ ଦିନ୍ ରଃୟ୍ନ୍ଦ୍, ମୁଁୟ୍ ତୁମାର୍ କାମ୍ ଦଃକି କଃତେକ୍ କାଳ୍ ସଃମ୍ବାଳିନ୍ଦ୍; ସେ ହିଲାକ୍ ମର୍ ଲଃଗେ ଆଣା !" 20 ସେ ହିଲାକ୍ ଜିସୁର୍ ଲଃଗେ ଆଣ୍ଲାୟି ।
ତାକ୍ ଡଃସିରିଲା ବୁତ୍ ଜିସୁକେ ଦଃକିକଃରି ସେ ହିଲାକ୍ ବୟ୍ଙ୍କାର୍ ବାବେ ମଳିକଃରି ମାଟାୟ୍ ଅଦ୍ରାୟ୍ଲି ଆର୍ ତାର୍ ମୁଏଁ ହେହୁଲ୍ ତୁମା ବାର୍କଃରି ସେ ହିଲା ଡୁଳ୍ଗୁଣ୍ଡୁଳ୍ ଅଃଉଁକେ ଦଃର୍ଲା । 21 ଜିସୁ ସେ ହିଲାର୍ ଉବାସିକ୍ ହଃଚାର୍ଲା, "ଇ ହିଲାକ୍ କଃବେ ହୁଣି ଇବାନ୍ୟା ଅଃଉଁଲି ?"
ଉବାସି କୟ୍ଲା, "ହିଲାବଃଳ୍ ହୁଣି; 22 ଇ ବୁତ୍ ହିଲାକ୍ ମଃରାଉଁକେ କଃତିତର୍ ଜୟ୍ ଲଃଗେ ଆର୍ କଃତିତର୍ ହାଣି ଲଃଗେ ଅଦ୍ରାୟ୍ ଆଚେ, ମଃତର୍ ତୁୟ୍ ଜଦି ବଃଲ୍ କଃରୁ ହାର୍ସି, ତଃବେ ଅଃମାର୍ ଉହ୍ରେ ଦଃର୍ମ୍ କଃର୍ସି ।"
23 ଜିସୁ ତାକ୍ କୟ୍ଲା, "କାୟିରି କଃଉଁଲିସ୍ ? ଜଦି କଃରୁ ହାର୍ସି ! ବିସ୍ୱାସ୍ କଃର୍ତା ଲକାର୍ ଗିନେ ସଃବୁ ଅଃଉଁ ହାରେ ।"
24 ସେ ହିଲାର୍ ଉବାସି ସେଦାହ୍ରେ ଟଣ୍ଡ୍ ହୁଟାୟ୍କଃରି କୟ୍ଲା, "ହେଁ, ମୁଁୟ୍ ବିସ୍ୱାସ୍ କଃରୁଲେ, ମକ୍ ବିସ୍ୱାସ୍ ତଃୟ୍ ବାଡୁକେ ଉହ୍କାର୍ କଃର୍ ।"
25 ଆର୍ ଜଃଡେବଃଳ୍ ଜିସୁ ହାକ୍ ଲକ୍ମଃନ୍ ଦଃବ୍ଳି ଆସ୍ତିରିଲାର୍ ଦଃକି, ଜିସୁ ସେ ବିଟାଳ୍ ଆତ୍ମାକେ ଦଃମ୍କାୟ୍କଃରି କୟ୍ଲା, "ଏ ଗୁଲା ଆର୍ ବଃୟ୍ରା ବୁତ୍, ମୁଁୟ୍ ତକେ କଃଉଁଲେ, ଇ ହିଲାର୍ ତଃୟ୍ହୁଣି ବାରାୟ୍ ଜାଆ, ଆର୍ କଃବେ ହେଁ ଇ ହିଲାର୍ ବିତ୍ରେ ହୁର୍ନାୟ୍ଁ ।"
26 ତାର୍ହଃଚେ ସେ ବୁତ୍ କିର୍କିରି କଃରି ସେହିଲାକ୍ ଜଃବର୍କଃରି ମଳିହଃକାୟ୍ ତାର୍ ବିତ୍ରେ ହୁଣି ବାରାୟ୍ଗଃଲି, ଆର୍ ସେ ହିଲା ମଃଲା ହର୍ ଅୟ୍ଲା ଲାଗି ଲକ୍ମଃନ୍ ତାକ୍ କୟ୍ଲାୟ୍, "ସେ ତ ମଃରିଗଃଲା !" 27 ମଃତର୍ ଜିସୁ ତାକ୍ ଆତେ ଦଃରି ଉଟାୟ୍ଲା, ଆର୍ ସେ ହିଲା ଉଟିକଃରି ଟିଆ ଅୟ୍ଲା ।