16 ବାରି ନେଁଇଂନେ ବିତ୍ରେ ଇସ୍ପର୍ନେ ଆଣ୍ଡିନେ ଆଲାଦ୍ ଲେଃକେ ଆତେନ୍ ନେ ମ୍ୟାନେଲେକେ ବାରି ବିସ୍ବାସ୍ ଡିଙ୍ଗ୍ନେବକେ ।
ଇସ୍ପର୍ ଲେଃ ଆଲାଦ୍; ଜାଣ୍ଡେ ଆଲାଦ୍ରେ ଲେଃଏ ମେଁ ଇସ୍ପର୍ନେ ଡାଗ୍ରା ଲେଃଏ ବାରି ଇସ୍ପର୍ ମେଁନେ ଡାଗ୍ରା ଲେଃଏ ।
17 ଇସ୍ପର୍ ରକମ୍ ଜିବନ୍ କାଟେନେ ବାନ୍ ଇସ୍ପର୍ ଆଲାଦ୍ ନେ ବିତ୍ରେ ଜନମ୍ବାନ୍ ଦର୍ମ ବୁଦି ଡିଙ୍ଗ୍ଲେଃକେ ବିଚାର୍ ଦିନ୍ ବେଲା ନେ ସାଆସ୍ ନେବାଏ ମାତର୍ ମେଁ ଡିରକମ୍ ଲେଃକେ ନେ ଡିଗ୍ ଏନ୍ ମଞ୍ଚ୍ପୁର୍ନ୍ନିଆ ଦେତ୍ରକମ୍ ନେଲେକେ । 18 ଆଣ୍ଡିଅରିଆ ଆଲାଦ୍ ଲେଃକେ ଆତ୍ଅରିଆ ବୁଟମେଗ୍ ଆଲେଣ୍ଡୁ । ଜନମ୍ବାନ୍ ଦର୍ମ ବୁଦି ଆଲାଦ୍ ସାପା ବୁଟମେଗ୍କେ ସ୍ଲ ଆଃଡିଙ୍ଗ୍ଏ । ଜାଣ୍ଡେ ବୁଟମେଗ୍ଏ ମେଁନେ ଡାଗ୍ରା ଆଲାଦ୍ ଜନମ୍ବାନ୍ ଦର୍ମ ବୁଦି ଆଡିଙ୍ଗ୍କେ ଣ୍ଡୁ; ଡାଗ୍ଲା ଡଣ୍ଡ୍ ବାନେ ବୁଟମେଗ୍ ମେଁନେ ଡାଗ୍ରା ବାରି ଲେଃକେ ।