ଜିଉଦି ମ୍ନାଃ କୁକପାର୍ନ୍ନିଆ ପିତର୍ ଆରି ଯହନ୍
1 ପିତର୍ ଆରି ଯହନ୍ ରେମୁଆଁଇଂକେ ଦେକ୍ରକମ୍ ବୁଦି ବିଡିଙ୍ଗ୍ନେ ବେଲା ମନ୍ଦିର୍ନେ ଉଡ଼ିରୁଆ ପୁଜାରି ମନ୍ଦିର୍ ଉର୍ଣ୍ଡ୍ରେଇଂନେ ସେନାପତି ଆରି ଉଡ଼ିରୁଆ ସାଦୁକୀଇଂ ପିଙ୍ଗ୍ଚାଆର୍କେ । 2 ମେଇଂ ରିସାଡିଙ୍ଗ୍ ୱେଲେଆର୍ଗେ ଡାଗ୍ଲା ପିତର୍ ଆରି ଯହନ୍ ରେମୁଆଁଇଂକେ ସିକ୍ୟା ବିଡିଙ୍ଗ୍ଗେ ଆରି ଜିସୁନେ ସାମୁଆଁ ସାଃଚେ ଗୁଏକ୍ନେ ରେମୁଆଁଇଂବାନ୍ ଗୁଏଚେ ତଃଡ଼୍ୟାନେ ବିସୟ୍ରେ ବାସଙ୍ଗ୍ଡିଂଗେ । 3 ତେସା ମେଇଂ ଜେଲ୍କାନାନ୍ନିଆ ପିତର୍ ଆରି ଯହନ୍କେ ବନ୍ଦି ଆଡିଙ୍ଗ୍ବି ଆର୍କେ । ଆତେନ୍ ଦିନା ଜାବର୍ ଜିଲମ୍ ଡିଙ୍ଗ୍ ୱେଲେଲା ଆମେଇଂକେ ମାର୍ତଡ଼େ ଜାକ ଜେଲ୍କାନା ବିତ୍ରେ ବଆର୍କେ ।