ଜିସୁ ସିସ୍ଇଂନେ ଞ୍ଚକେ ଗଃଡ଼ିଆ ବିକେ
1 ଆତେନ୍ ବେଲା ଜିଉଦିଇଂନେ ଉଦାର୍ ପାଣ୍ଡୁଏନେ ବେଲା ଡିଙ୍ଗ୍ୱେଲେଃଗେ ଜିସୁ ମ୍ୟାଲେଃଗେ ଜେ ମେଁନେ ମଞ୍ଚ୍ପୁର୍ବାନ୍ ଆନ୍ତାର୍ଚେ ୱେନେ ବେଲା ପିଙ୍ଗ୍ଚା ଡିଙ୍ଗ୍କେ । ଏବେ ମେଁ ମେଁନେ ମ୍ନାଃ ଆବା ଡାଗ୍ରା ଆଣ୍ଡେ ୱେଏ । ମେଁ ସାପାବେଲା ଏନ୍ ମଞ୍ଚ୍ପୁର୍ନ୍ନିଆ ଲେଃଡିଙ୍ଗ୍କ୍ନେ ମେଁନେ ନିଜର୍ ରେମୁଆଁଇଂକେ ବଲ୍ ବାଡିଙ୍ଗ୍ଗେ । ମେଁ ମେଁଇଙ୍ଗ୍ନେ ଆଡ଼ାତ୍ରା ଗୁଲେ ଆଲାଦ୍ ଆଃସୁଏ ବଗେ ।
2 ଆତେନ୍ ଦିନା ଜିସୁ ଆରି ମେଁନେ ସିସ୍ଇଂ ମିଡିଗ୍ବ ଚଙ୍ଗ୍ ଉଗ୍ ନ୍ନିଆ କ ଲେଃଗେ । ଜିସୁ ଆଡ଼ାତ୍ରା ବିସ୍ବାସ୍ ଗାତକ୍ ଡିଙ୍ଗ୍ନ୍ସା ଶିମୋନ ଉଙ୍ଗ୍ଡେ ଇଷ୍କରିୟଥ୍ ଜିଉଦାକେ ସଏତାନ୍ ବାସଙ୍ଗ୍ ବଗେ । 3 ଜିସୁ ମ୍ୟାଲେଃଗେ ଆବା ଇସ୍ପର୍ ମେଁନେ ନ୍ତିନ୍ନିଆ ସାପା ଅଦିକାର୍ ବିଃ ବକେ ଆରି ମେଁ ଇସ୍ପର୍ ବାନ୍ ପାଙ୍ଗ୍ଲେକେ ବାରି ମେଁ ଇସ୍ପର୍ ଡାଗ୍ରା ଆଣ୍ଡେ ୱେଏ । 4 ତେସା ଜିସୁ କଲେଃକ୍ନେ ବାନ୍ ତଡ଼ିଆଚେ ମେଁ ନିଜେନେ ସକା ତ ବିଚେ ମୁଇଙ୍ଗ୍ ତୁଆଲ୍ ଡୁଙ୍ଗ୍ପାଙ୍ଗ୍ଚେ ନ୍ସାନ୍ନିଆ ଗାଗ୍କେ । 5 ତେନ୍ ଇଡ଼ିଂ ମେଁ ମୁତାନ୍ନିଆ ଣ୍ଡିଆ କିଗ୍କେ ଆରି ସିସ୍ଇଂନେ ଞ୍ଚ ଗଡ଼ିଆ ବିକେ । ଆରି ମେଁ ନ୍ସାଃନ୍ନିଆ ଗାଗ୍ବକ୍ନେ ତୁଆଲ୍ ଏତେ ମେଇଙ୍ଗ୍ନେ ଞ୍ଚ ଚୁ ବିକେ । 6 ଉଡ଼ିବେଲା ଜିସୁ ଶିମୋନ୍ ପିତର୍ନ୍ନିଆ ପାଙ୍ଗ୍କେ; ପିତର୍ ସାଲ୍ୟାକୁକେ "ମାପ୍ରୁ ନା ମେଃନେ ନେଙ୍ଗ୍ନେ ଞ୍ଚ ଗଃଡ଼ିଆ ନାବିଏ ?"
7 ଜିସୁ ବାସଙ୍ଗ୍କେ "ନେଙ୍ଗ୍ ମେଁନେ ଡିଙ୍ଗ୍ ଣ୍ଡିଙ୍ଗ୍କେ ଏବେ ପେ ବୁଜେ ପେୟା ଣ୍ଡୁ ଇଡ଼ିଙ୍ଗ୍ ପେବୁଜେଏ ।"
8 ପିତର୍ ଆମେକେ ବାସଙ୍ଗ୍କେ "ନାଁ ଅଃନାଡିଗ୍ ନେଙ୍ଗ୍ନେ ଞ୍ଚ ଗଡ଼ିଆ ନେବି ଣ୍ଡୁ ।" ମାତର୍ ଜିସୁ ବାସଙ୍ଗ୍କେ "ଜଦି ନେଙ୍ଗ୍ ପେନେ ଞ୍ଚ ଗଡ଼୍ୟାଃ ନ୍ନାବିଃ, ତେଲା ପେ ଆରି ନେଙ୍ଗ୍ନେ ସିସ୍ ଡିଙ୍ଗ୍ଚେ ଲେଃ ପେୟା ଣ୍ଡୁ ।"
9 ସିମୋନ୍ ପିତର୍ ଉତର୍ ବିକେ "ମାପ୍ରୁ ତେଲା ନେଙ୍ଗ୍ନେ ଞ୍ଚ ମେଁନ୍ସା ନେଙ୍ଗ୍ନେ ନ୍ତି ଆରି ବାଆ ଡିଗ୍ ଗଡ଼୍ୟାଃ ବିଃ ।"
10 ଜିସୁ ବାସଙ୍ଗ୍କେ "ଜାଣ୍ଡେଇଂ ଣ୍ଡିଆ କୁମା ଲେଃଆର୍କେ ମେଁଇଙ୍ଗ୍ନେ ଞ୍ଚ ଆନ୍ତାର୍ଚେ ବିନେ ସାପା ଗଡ଼୍ୟାଃନେ ଦର୍କାର୍ ଣ୍ଡୁ । ମେଁଇଙ୍ଗ୍ନେ ସାପା ଗାଗ୍ଡ଼େ ପର୍ଚଲ୍ । ମୁଇଂଜା ନ୍ସା ପେ ସାପାରେ ପବିତ୍ର ।" 11 ଜିସୁ ମ୍ୟା ଲେଃଗେ ଜାଣ୍ଡେ ମେଁ ଆଡ଼ାତ୍ରା ବିସ୍ବାସ୍ଗାତ୍ ଡିଙ୍ଗ୍ଏ । ତେସା ମେଁ ବାସଙ୍ଗ୍ ବଗେ "ମୁଇଂଜାକେ ଆନ୍ତାର୍ଚେ ପେ ସାପାରେ ପବିତ୍ର ।"
12 ସିସ୍ଇଂନେ ଞ୍ଚ ଗଡ଼ିଆ ଆଡାଚେ ଜିସୁ ମେଁନେ ସକା ସଚେ ନିଜେନେ ସିଟ୍ନ୍ନିଆ ଆଣ୍ଡେୱେକେ । ମେଁ ସାଲ୍ୟାକୁକେ "ନେଙ୍ଗ୍ ପେନେ ମେଃନେ ଡିଙ୍ଗ୍ ମ୍ୱକେ ବୁଜେ ପେୟାକେ କି ?" 13 ପେ ଆନେଙ୍ଗ୍କେ ଗୁରୁ ଆରି ମାପ୍ରୁ ଡାଗ୍ଚେ ୱା ପେଡିଙ୍ଗ୍କେ ଆତେନ୍ ସତ୍ ଡାଗ୍ଲା ସତେଆ ନେଙ୍ଗ୍ ଆତେନ୍ । 14 ପେନେ ଗୁରୁ ଆରି ମାପ୍ରୁ ଡିଙ୍ଗ୍ଚେ ନେଙ୍ଗ୍ ଜଦି ପେନେ ଞ୍ଚ ଗଡ଼୍ୟାଃ ମ୍ୱିକେ, ତେଲା ପେଇଂ ଡିଗ୍ ପେନେ ଞ୍ଚ ଗଃଡ଼ିଆନେ ଦର୍କାର୍ । 15 ଡାଗ୍ଲା ପେ ଆଡ଼ାତ୍ରା ନେଙ୍ଗ୍ ଡିରକମ୍ ଡିଙ୍ଗ୍ମ୍ୱକେ ପେଡିଗ୍ ଦେତ୍ ସୁଗୁଆ ଡିଙ୍ଗ୍ପା ଆତେନ୍ସା ନେଙ୍ଗ୍ ଆପେକେ ମୁଇଙ୍ଗ୍ ଗାଲି ଆକେ ମ୍ୱକେ । 16 ନେଙ୍ଗ୍ ସତ୍ ବାସଙ୍ଗ୍ଣ୍ଡିଙ୍ଗ୍କେ ମୁଡ଼ି ଗତିରେ ଡିଗ୍ ମେଁନେ ମାଲିକ୍ ବାନ୍ ମ୍ନା ଣ୍ଡୁ ବା ଜା ପାଙ୍ଗ୍ଲେକେ ମେଁ ଆମେକେ ବେବକ୍ନେ ଆବା ବାନ୍ ମ୍ନା ଣ୍ଡୁ । 17 ଜଦି ପେଇଂ ଆକେନ୍ ସାପା ମ୍ୟାପେଲେକେ ତେଲା ଦେତ୍ସୁଗୁଆ ପେଡିଙ୍ଗ୍ଲା ପେଇଂ ଦନ୍ୟ ।